ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ନଭେମ୍ବର ପୃଷ୍ଠା ୭
  • ପ୍ରଚାର ସେବା ସଭାକୁ ପ୍ରଭାବଶିଳ କରିବା ପାଇଁ ପରାମର୍ଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଚାର ସେବା ସଭାକୁ ପ୍ରଭାବଶିଳ କରିବା ପାଇଁ ପରାମର୍ଶ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—JW.ORG ୱେବ୍‌ସାଇଟ୍‌ ବ୍ୟବହାର କରିବାରେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ନଭେମ୍ବର ପୃଷ୍ଠା ୭
ଚିତସମୂହ: ୧. ଜଣେ ଭାଇ ଚାର ସେବା ସଭା ପରିଚାଳନା ପାଇଁ ସ୍ତୁତି କରୁଛନ୍ତି । ଛୋଟ ଚିତରେ କିଛି ଟାକ୍‌ଟ, କିଛି ଦିନ ଆଗର ନ୍ୟୁଜ୍‌ ଦେଖାଉଛନ୍ତି, ଯିଏ ଟାକ୍‌ଟ ନେବାରେ ମନା କରୁଛନ୍ତି । ୨. ତା ପରଦିନ, ଭାଇ ଜଣକ ଏକ ଟାକ୍‌ଟ ଓ ବାଇବଲ ଧରି ଚାର ସେବା ସଭା ପରିଚାଳନା କରୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରଚାର ସେବା ସଭାକୁ ପ୍ରଭାବଶିଳ କରିବା ପାଇଁ ପରାମର୍ଶ

ମଣ୍ଡଳୀର ଅନ୍ୟ ସଭାଗୁଡ଼ିକ ଭଳି ପ୍ରଚାର ସେବା ସଭା ମଧ୍ୟ ଯିହୋବାଙ୍କ ତରଫରୁ ଏକ ବ୍ୟବସ୍ଥା ଅଟେ । ଏହି ସଭା ଜରିଆରେ ଆମେ ପରସ୍ପରକୁ ପ୍ରେମ ଓ ଭଲ କାମ କରିବା ପାଇଁ ଉତ୍ସାହ ଦେଇଥାଉ । (ଏବ୍ରୀ ୧୦:୨୪, ୨୫) ଏହି ସଭା ୫ ରୁ ୭ ମିନିଟ ହେବା ଉଚିତ୍‌ । (କିନ୍ତୁ ଯଦି ଏହା ମଣ୍ଡଳୀର କୌଣସି ସଭା ପରେ ରଖାଯାଏ, ତେବେ ଏହା ଆହୁରି କମ୍‌ ସମୟରେ ହେବା ଉଚିତ୍‌ ।) ଏହି ସମୟରେ କୁହାଯିବା ଉଚିତ୍‌ ଯେ କେଉଁ ପ୍ରଚାରକ କାହା ସହିତ ଓ କେଉଁଠି ପ୍ରଚାର କରିବେ । ତାʼପରେ ପ୍ରାର୍ଥନା କରିବା ଉଚିତ୍‌ । ସଭା ପରିଚାଳନା କରୁଥିବା ଭାଇକୁ ଏପରି ପରାମର୍ଶଗୁଡ଼ିକ ଉପରେ ଆଲୋଚନା କରିବା ଉଚିତ୍‌ ଯାହା ଭାଇଭଉଣୀମାନେ ପ୍ରଚାର ସେବାରେ ଲାଗୁ କରିପାରିବେ । ଉଦାହରଣ ପାଇଁ, କିଛି ଭାଇଭଉଣୀ ଗୋଟିଏ ସପ୍ତାହ ପରେ ଶନିବାର ଦିନ ପ୍ରଚାର ପାଇଁ ଆସନ୍ତି । ସେଥିପାଇଁ ଭଲ ହେବ ଯେ ଲୋକଙ୍କୁ କʼଣ କହିବା ସେଗୁଡ଼ିକ ଉପରେ ଆଲୋଚନା କରାଯିବା ଉଚିତ୍‌ । ସଭା ପରିଚାଳନା କରୁଥିବା ଭାଇ ଆଉ କେଉଁ ବିଷୟଗୁଡ଼ିକ ଉପରେ ଆଲୋଚନା କରିପାରିବେ ?

  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା ପୁସ୍ତିକା ରେ “ପ୍ରଚାର କରିବାର ନମୁନା” ଭାଗ ଉପରେ

  • ଏବେ ଏବେ ଘଟିଥିବା ଘଟଣା କିମ୍ବା ଖବର ଉପରେ କଥାବାର୍ତ୍ତା କିପରି ଆରମ୍ଭ କରିବେ

  • କୌଣସି ବାଧାକୁ କିପରି ପାର କରିବେ

  • ଏପରି ବ୍ୟକ୍ତିଙ୍କ ସହ କିପରି କଥାବାର୍ତ୍ତା କରିବେ ଯିଏ ନାସ୍ତିକ ଅଟନ୍ତି, ବିବର୍ତ୍ତନ ଉପରେ ବିଶ୍ୱାସ କରନ୍ତି, ଅନ୍ୟ ଭାଷା କହନ୍ତି କିମ୍ବା ଏପରି ଧର୍ମକୁ ମାନନ୍ତି ଯାହା ପୂରା ଭିନ୍ନ ଅଟେ

  • jw.org ୱେବସାଇଟ୍‌, JW ଲାଇବ୍ରେରୀ ଆପ୍‌ କିମ୍ବା ବାଇବଲର ଆରମ୍ଭରେ ଓ ଶେଷରେ ଥିବା ତଥ୍ୟର ଭଲ ବ୍ୟବହାର କିପରି କରିବେ

  • ଶିକ୍ଷା ଉପକରଣ ବକ୍ସ ମଧ୍ୟରୁ କୌଣସି ପ୍ରକାଶନର ଭଲ ବ୍ୟବହାର କିପରି କରିବେ

  • ଫୋନ୍‌ ଜରିଆରେ, ଚିଠି ଜରିଆ କିମ୍ବା ସାର୍ବଜନୀନରେ ସାକ୍ଷ୍ୟ କିପରି ଦେବେ, ପୁନଃସାକ୍ଷାତ କିପରି କରିବେ ଓ ବାଇବଲ ଅଧ୍ୟୟନ କିପରି କରିବେ

  • ପ୍ରଚାର କରିବାବେଳେ ଆଉ କେଉଁ କଥାଗୁଡ଼ିକୁ ଧ୍ୟାନ ଦେବେ । ଯେପରି​—⁠ସୁରକ୍ଷା, ଭଲ ବ୍ୟବହାର, ସଠିକ୍‌ ଚିନ୍ତାଧାରା କିମ୍ବା କଥାବାର୍ତ୍ତାର ବିଷୟ କିପରି ପରିବର୍ତ୍ତନ କରିବେ

  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ ପୁସ୍ତିକାରୁ କୌଣସି ପାଠ କିମ୍ବା ଭିଡିଓ ଉପରେ

  • ପ୍ରଚାର ସେବାରେ ନିଜ ସାଙ୍ଗକୁ କିପରି ଉତ୍ସାହ ଦେବେ ଓ ତାକୁ ସାହାଯ୍ୟ କରିବେ

  • ପ୍ରଚାର ସେବା ଜଡ଼ିତ କୌଣସି ପଦ କିମ୍ବା ଭଲ ଅନୁଭୂତି ଉପରେ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ