ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w22 ଜୁନ୍‌ ପୃଷ୍ଠା ୨୯
  • କʼଣ ଆପଣ ଜାଣନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ଜାଣନ୍ତି ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
w22 ଜୁନ୍‌ ପୃଷ୍ଠା ୨୯

କʼଣ ଆପଣ ଜାଣନ୍ତି ?

କʼଣ ରୋମୀ ସରକାର ଏପରି ଲୋକମାନଙ୍କ ଶବକୁ ପୋତିବାର ଅନୁମତି ଦେଉଥିଲା, ଯେଉଁମାନଙ୍କୁ ଯୀଶୁଙ୍କ ଭଳି କାଠରେ ପିଟି ମାରି ଦିଆଯାଉଥିଲା ?

ଯୀଶୁଙ୍କ ଶିଷ୍ୟମାନେ ତାଙ୍କ ଶବକୁ କାଠରୁ ଓହ୍ଲାଉଛନ୍ତି ଓ ତାଙ୍କୁ ଗୋଟିଏ କପଡ଼ାରେ ଘୋଡ଼ାଉଛନ୍ତି ।

ବାଇବଲରେ କୁହାଯାଇଛି ଯେ ଯୀଶୁଙ୍କୁ ଦୁଇ ଅପରାଧୀଙ୍କ ମଝିରେ କାଠରେ ପିଟି ମାରି ଦିଆଯାଇଥିଲା । ଆଉ ଅଧିକାଂଶ ଲୋକମାନେ ଏହି କଥା ଉପରେ ବିଶ୍ୱାସ କରନ୍ତି । (ମାଥି. ୨୭:୩୫-୩୮) ବାଇବଲରେ ଏହା ବି କୁହାଯାଇଛି ଯେ ଯୀଶୁଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ଗୋଟିଏ କବରରେ ପୋତାଗଲା । କିନ୍ତୁ କିଛି ଲୋକ ଏହି କଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।—ମାର୍କ ୧୫:୪୨-୪୬.

ଏବିଷୟରେ ଅନୁସନ୍ଧାନ କରୁଥିବା କିଛି ଲୋକମାନେ ବିଶ୍ୱାସ କରୁଥିଲେ ଯେ ଯେଉଁମାନଙ୍କୁ କାଠରେ ପିଟି ମାରି ଦିଆଯାଉଥିଲା, ସେମାନଙ୍କ ଶବକୁ କବରରେ ପୋତିବାକୁ ଦିଆଯାଉ ନ ଥିଲା । ଏବିଷୟରେ ଏରିୟଲ ସବାର ନାମକ ପତ୍ରକାର ସ୍ମିଥ୍‌ସୋନିୟନ ପତ୍ରିକାରେ ଲେଖିଲେ, ‘ସେସମୟରେ କେବଳ ଅପରାଧୀମାନଙ୍କୁ ଏପରି ମାରି ଦିଆଯାଉଥିଲା, ସେଥିପାଇଁ କିଛି ବିଦ୍ୱାନମାନେ କହୁଥିଲେ ଯେ କʼଣ ରୋମୀ ସରକାର ଆଦରର ସହ ଏପରି ଲୋକଙ୍କୁ ପୋତିବା ପାଇଁ ଦେଉଥିବ ।’ ରୋମୀ ଲୋକମାନେ ଚାହୁଁଥିଲେ ଯେ ଏହି ଅପରାଧୀମାନଙ୍କର ସମସ୍ତଙ୍କ ସାମନାରେ ଅପମାନ ହେଉ । ଆଉ ଏପରି ଜଣାପଡ଼େ ଯେ ସେମାନଙ୍କ ମୃତ୍ୟୁପରେ ଅନେକ ଥର ସେମାନଙ୍କ ଶବକୁ କାଠରେ ହିଁ ଛାଡ଼ିଦେଉଥିଲେ, ଯାହାଦ୍ୱାରା ଜଙ୍ଗଲୀ ପଶୁ ଓ ପକ୍ଷୀମାନେ ଆସି ତାଙ୍କ ମାଂସ ଖାଆନ୍ତୁ । କିଛି ସମୟ ପରେ ସେମାନଙ୍କୁ ବାକି ଅପରାଧୀମାନଙ୍କ ଶବ ସହ ଫିଙ୍ଗି ଦିଆଯାଉଥିଲା ।

କିନ୍ତୁ କʼଣ ତାʼର ଅର୍ଥ ଏହା ଯେ କୌଣସି ବି ଯିହୁଦୀ ଅପରାଧୀକୁ ଆଦରର ସହ ପୋତା ଯାଇ ନ ଥିଲା ? ୧୯୬୮ ମସିହାରେ ଯେବେ କିଛି ଅନୁସନ୍ଧାନକାରୀମାନେ ଯିରୂଶାଲମ ପାଖରେ ଅନୁସନ୍ଧାନ କରୁଥିଲେ, ତେବେ ସେମାନଙ୍କୁ କିଛି ବିଶେଷ ଜିନିଷ ମିଳିଲା । ସେମାନଙ୍କୁ ଗୋଟିଏ ଯିହୁଦୀ ବଂଶର ବାକ୍ସ ମିଳିଲା, ଯେଉଁଥିରେ ଜଣେ ପୁରୁଷର ହାଡ଼ ରଖାଯାଇଥିଲା । ସେହି ବ୍ୟକ୍ତିକୁ ପ୍ରଥମ ଶତାବ୍ଦୀରେ ମାରି ଦିଆଯାଇଥିଲା ଏବଂ ତାʼପରେ ତାକୁ କବରରେ ପୋତି ଦିଆଯାଇଥିଲା । ସେହି ବାକ୍ସରେ ସେମାନଙ୍କୁ ତାʼର ପାଦର ହାଡ଼ ମିଳିଲା, ଯେଉଁଥିରେ ୪.୫ ଇଞ୍ଚର (୧୧.୫ ସେ. ମି.) କଣ୍ଟା ଥିଲା, ଯାହା ଗୋଟିଏ କାଠର ପଟାରେ ପିଟି ଦିଆଯାଇଥିଲା । ଏବିଷୟରେ ଏରିୟଲ ସବାର ଲେଖିଲେ, ‘ଅନେକ ବର୍ଷ ଧରି ବିଦ୍ୱାନମାନଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲୁଥିଲା ଯେ ଯୀଶୁଙ୍କୁ ପୋତି ଦିଆଯାଇଥିଲା ନା ନୁହଁ । କିନ୍ତୁ ତାʼପରେ ୟେହୋଖାନେନ୍‌ ନାମକ ଜଣେ ବ୍ୟକ୍ତିର ପାଦର ହାଡ଼ ମିଳିଲା ଯାହାକୁ ଯୀଶୁଙ୍କ ସମୟରେ କ୍ରୁଶରେ ପିଟି ମାରି ଦିଆଯାଇଥିଲା । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଯୀଶୁଙ୍କୁ ପୋତିବା ବିଷୟରେ ବାଇବଲରେ ଯାହା ଲେଖାଅଛି, ତାହା ବିଲକୁଲ୍‌ ସତ ଅଟେ । ଆଉ ଆମେ କହିପାରିବା ଯେ ରୋମୀ ଲୋକମାନେ କିଛି ଯିହୁଦୀ ଅପରାଧୀମାନଙ୍କୁ ପୋତିବା ପାଇଁ ଅନୁମତି ଦେଇଥିଲେ ।’

ୟହୋଖାନେନ୍‌ର ହାଡ଼କୁ ଦେଖି ଏହା ତ କୁହାଯାଇପାରିବନି ଯେ ଯୀଶୁଙ୍କୁ ଠିକ୍‌ କିପରି ଭାବେ କାଠରେ ପିଟି ମାରି ଦିଆଯାଇଥିଲା ଆଉ ଲୋକମାନଙ୍କର ଏବେ ବି ଏହି ବିଷୟରେ ଭିନ୍ନ ଭିନ୍ନ ମତ ରହିଛି । କିନ୍ତୁ ଏହା ନିଶ୍ଚୟ ଜଣାପଡ଼େ ଯେ ସେସମୟରେ କିଛି ଅପରାଧୀମାନଙ୍କୁ ଏପରି ହିଁ ଫିଙ୍ଗି ଦିଆଯାଇ ନ ଥିଲା, ବରଂ ଆଦରର ସହ ପୋତା ଯାଇଥିଲା । ଏହା ଏ କଥାର ପ୍ରମାଣ ଯେ ବାଇବଲରେ ଯୀଶୁଙ୍କୁ ପୋତିବା ବିଷୟରେ ଯାହା ଲେଖାଯାଇଛି, ବିଲକୁଲ୍‌ ସତ ଅଟେ ଓ ଆମେ ଏ କଥା ଉପରେ ବିଶ୍ୱାସ କରିପାରିବା ।

ସବୁଠୁ ବଡ଼ କଥା ହେଲା, ଯିହୋବା ଆଗରୁ ହିଁ କହିଦେଇଥିଲେ ଯେ ଯୀଶୁଙ୍କୁ ଧନୀ ଲୋକଙ୍କ ସହ ପୋତାଯିବ, ଆଉ ଯିହୋବାଙ୍କ କଥା ନିଶ୍ଚୟ ପୂରା ହେବ ।—ଯିଶା. ୫୩:୯; ୫୫:୧୧.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ