ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w22 ଜୁନ୍‌ ପୃଷ୍ଠା ୨୬-୨୮
  • କʼଣ କୃପା କରିବା ଆପଣଙ୍କ ବ୍ୟବସ୍ଥା ଅଟେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ କୃପା କରିବା ଆପଣଙ୍କ ବ୍ୟବସ୍ଥା ଅଟେ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଉପଶୀର୍ଷକ
  • ନିଜ କଥାରୁ
  • ନିଜ କାମରୁ
  • ଯିହୋବାଙ୍କ ଭଳି ଅନ୍ୟମାନଙ୍କ ଉପରେ କୃପା କରନ୍ତୁ
  • କାହା ଉପରେ କୃପା କରିବା ?
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
w22 ଜୁନ୍‌ ପୃଷ୍ଠା ୨୬-୨୮
ଚିତ୍ରଗୁଡ଼ିକ: ଜଣେ ଯୁବା ଭାଇ ଜଣେ ବୃଦ୍ଧ ଭାଇଙ୍କ ପନିପରିବା କିଣି ଆଣୁଛନ୍ତି । ୨. ଗୋଟିଏ ପରିବାର ନିଜର ଘର ବଦଳାଉଛି, ତେଣୁ ଜଣେ ସ୍ୱାମୀ ସ୍ତ୍ରୀ ଜିନିଷକୁ ପ୍ୟାକ୍‌ କରିବା ପାଇଁ ସେମାନଙ୍କୁ ସାହାଯ୍ୟ କରୁଛନ୍ତି । ୩. ଆଉ ଜଣେ ସ୍ୱାମୀ ସ୍ତ୍ରୀ ଜଣେ ବୃଦ୍ଧ ଭଉଣୀଙ୍କ ଘର ଅଗଣାରେ ପତ୍ରଗୁଡ଼ିକୁ ସଫା କରୁଛନ୍ତି ।

କʼଣ କୃପା କରିବା ଆପଣଙ୍କ ବ୍ୟବସ୍ଥା ଅଟେ ?

ଲିସାa ଓ ଏନ୍‌ ନାମକ ଦୁଇଜଣ ଖ୍ରୀଷ୍ଟିୟାନ ଭଉଣୀ ଯେବେ ଯିହୋବାଙ୍କ ସାକ୍ଷୀମାନଙ୍କଠାରୁ ବାଇବଲ ଶିଖିବାକୁ ଲାଗିଲେ, ସେତେବେଳେ ସେମାନଙ୍କୁ ବହୁତ ଭଲ ଲାଗିଲା । ସେମାନଙ୍କୁ ଆଜି ମଧ୍ୟ ବାଇବଲ ପଢ଼ିବା ଓ ତାʼ ଉପରେ ଚିନ୍ତନ କରିବା ବହୁତ ଭଲ ଲାଗେ । କିନ୍ତୁ ସେମାନେ ଏହି କାରଣରୁ ସତ୍ୟ ପ୍ରତି ଆକର୍ଷିତ ହେଲେ ନାହିଁ । ଲିସା କହନ୍ତି, “ଯେବେ ମୁଁ ଦେଖିଲି ଯେ ଖ୍ରୀଷ୍ଟିୟାନ ଭାଇଭଉଣୀମାନେ ସମସ୍ତଙ୍କୁ କେତେ ପ୍ରେମ କରନ୍ତି, ଅନ୍ୟମାନଙ୍କର କେତେ ଚିନ୍ତା କରନ୍ତି, ତାହାଦେଖି ମୋତେ ବହୁତ ଭଲ ଲାଗିଲା ।” ଏନ୍‌ ମଧ୍ୟ ଏପରି ହିଁ କିଛି କହନ୍ତି । ସେ କହନ୍ତି, “ବାଇବଲର ଶିକ୍ଷାଗୁଡ଼ିକଠାରୁ ଅଧିକ ସାକ୍ଷୀମାନଙ୍କର ପ୍ରେମ ଓ ସେମାନେ ପରସ୍ପର ପାଇଁ ଯେଉଁ ଚିନ୍ତା କରନ୍ତି, ତାହା ମୋ ହୃଦୟକୁ ଛୁଇଁଗଲା ।” ଏହି ଭଉଣୀମାନଙ୍କ କଥାରୁ ଜଣାପଡ଼େ ଯେ ପ୍ରେମ ବା କୃପାର ସେମାନଙ୍କ ଉପରେ ବହୁତ ଗଭୀର ପ୍ରଭାବ ପଡ଼ିଲା ।

ଆମେ କିପରି ଅନ୍ୟମାନଙ୍କୁ କୃପା ଦେଖାଇପାରିବା ଯାହାଫଳରେ ସେମାନଙ୍କର ସାହସ ବଢ଼ିବ ? ଆମେ ଦୁଇଟି ଉପାୟ ଉପରେ ଧ୍ୟାନ ଦେବା: ନିଜ କଥାରୁ ଓ ନିଜ କାମରୁ । ଆମେ ଏହା ମଧ୍ୟ ଜାଣିବା ଯେ ଆମେ କେଉଁ ଲୋକମାନଙ୍କ ଉପରେ କୃପା କରିବା ଉଚିତ୍‌ ।

ନିଜ କଥାରୁ

ହିତୋପଦେଶ ୩୧ ଅଧ୍ୟାୟରେ ଗୁଣବତୀ ସ୍ତ୍ରୀ ବିଷୟରେ ଲେଖାଯାଇଛି, ‘ତାହାର ଜିହ୍ୱାରେ ଦୟାର ଅର୍ଥାତ୍‌ ଭଲ କଥାର ବ୍ୟବସ୍ଥା ଥାଏ ।’ (ହିତୋ. ୩୧:୨୬) ଏହାର ଅର୍ଥ ଯେବେ ବି ସେ କିଛି କହେ କିମ୍ବା ଯେପରି ଭାବରେ କହେ, ତେବେ ସେ ଏହି ବ୍ୟବସ୍ଥାକୁ ପାଳନ କରେ ଓ ଅନ୍ୟମାନଙ୍କ ଉପରେ କୃପା କରେ । ସ୍ୱାମୀ ଓ ପିତାମାନଙ୍କୁ ମଧ୍ୟ କଥା ହେବା ସମୟରେ ଏହି ‘ବ୍ୟବସ୍ଥାକୁ’ ମାନିବା ଉଚିତ୍‌ । ଅନେକ ବାପାମାଆ ଭଲଭାବେ ଜାଣନ୍ତି ଯେ ଯଦି ସେମାନେ ପିଲାମାନଙ୍କୁ ରାଗିକି କହିବେ, ତାହେଲେ ପିଲାମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବ ଓ ହୁଏତ ସେମାନଙ୍କୁ ତାଙ୍କର କଥା ମାନିବା ପାଇଁ ଇଚ୍ଛା ହେବ ନାହିଁ । କିନ୍ତୁ ଯଦି ସେମାନେ ପିଲାମାନଙ୍କ ସହ ପ୍ରେମ ଓ କୋମଳତାର ସହ କଥା ହେବେ, ତାହେଲେ ପିଲାମାନେ ସେମାନଙ୍କର କଥା ଶୁଣିବେ ଓ ମାନିବେ ବି ।

ଆମର ପିଲାମାନେ ଥାʼନ୍ତୁ ବା ନ ଥାʼନ୍ତୁ, ଆମେ କିପରି ନିଜ ମୁହଁରୁ ଭଲକଥା କହିପାରିବା ? ଏହାର ଉତ୍ତର ଆମକୁ ହିତୋପଦେଶ ୩୧:୨୬ ପଦର ପ୍ରଥମ ଭାଗରୁ ମିଳେ । ସେଠାରେ ଲେଖାଅଛି, ‘ସେ ଜ୍ଞାନରେ ଅର୍ଥାତ୍‌ ବୁଦ୍ଧିରେ ଆପଣା ମୁଖ ଫିଟାଏ ।’ ଏହାର ଅର୍ଥ, ଆମକୁ କହିବା ପୂର୍ବରୁ ଭଲଭାବେ ଭାବିବାକୁ ପଡ଼ିବ ଯେ ଆମେ କʼଣ କହିବା ଓ କିପରି କହିବା । ଆମେ ନିଜକୁ ପଚାରିପାରିବା, ‘ମୁଁ ଯାହା କହିବାକୁ ଯାଉଛି, କʼଣ ସେଥିରୁ ପରିସ୍ଥିତି ଆହୁରି ଖରାପ ହୋଇଯିବ ନା ଶାନ୍ତ ହେବ ?’ (ହିତୋ. ୧୫:୧) ଏପରି ପ୍ରଶ୍ନ ପଚାରିଲେ ଆମେ ଭାବିଚିନ୍ତି କଥା କହିପାରିବା ।

ଆଉ ଗୋଟିଏ ହିତୋପଦେଶରେ ଲେଖାଅଛି, ବାଚାଳତା [ବିନା ଭାବିଚିନ୍ତି କହିବା, NWT] ଖଡ଼୍‌ଗାଘାତ ପରି । (ହିତୋ. ୧୨:୧୮) କିଛି କହିବା ଆଗରୁ ଭାବିବା ଉଚିତ୍‌ ଯେ ଆମେ ଯାହା କହିବା ଓ ଯେଉଁଭଳି କହିବା ତାହା ଅନ୍ୟମାନଙ୍କୁ କିପରି ଲାଗିବ । ଏପରି ଭାବେ ଆମେ ନିଜ ଜିଭକୁ କାବୁରେ ରଖିପାରିବା । ସତରେ, ଯଦି ଭଲ କଥା କହିବା ଆମର ବ୍ୟବସ୍ଥା ଥିବ, ତେବେ ଆମେ ଅନ୍ୟମାନଙ୍କ ହୃଦୟକୁ କଷ୍ଟ ପହଞ୍ଚାଉଥିବା ଭଳି କଥା କହିବା ନାହିଁ ଏବଂ ରାଗିକି ଅନ୍ୟମାନଙ୍କ ସହ କଥା ହେବା ନାହିଁ । (ଏଫି. ୪:୩୧, ୩୨) ତାʼପରିବର୍ତ୍ତେ ଆମେ ପ୍ରେମ ଓ କୋମଳତାର ସହିତ କଥା ହେବା ଯାହାଫଳରେ ଲୋକମାନଙ୍କ ସାହସ ବଢ଼ିବ । ଏହି ମାମଲାରେ ଆମେ ଯିହୋବାଙ୍କଠାରୁ ଶିଖିପାରିବା । ଯେବେ ଯିହୋବାଙ୍କ ସେବକ ଏଲୀୟ ଡରିଯାଇଥିଲେ, ତେବେ ଯିହୋବା ଜଣେ ସ୍ୱର୍ଗଦୂତ ପଠାଇ ତାʼର ସାହସ ବଢ଼ାଇଲେ । ବାଇବଲରେ ଲେଖାଅଛି ଯେ ସେ ଏଲୀୟଙ୍କ ସହ ‘ଧୀର ଆବାଜ୍‌ରେ କଥା ହେଲେ ଏବଂ ସେହି ଆବାଜ୍‌ରେ କୋମଳତା ଥିଲା ।’ (୧ ରାଜା. ୧୯:୧୨, NWT) କିନ୍ତୁ ଭଲ କଥା କହିବା ଛଡ଼ା ଭଲ କାମ ମଧ୍ୟ କରିବା ଜରୁରୀ । ଆସନ୍ତୁ ଏ ବିଷୟରେ ଆହୁରି ଜାଣିବା ।

ନିଜ କାମରୁ

ଯିହୋବାଙ୍କ ଭଳି ହେବା ପାଇଁ କେବଳ ଆମ କଥାରେ ନୁହଁ, ବରଂ ଆମ ବ୍ୟବହାରରେ ବି କୃପା ଦେଖାଯିବା ଉଚିତ୍‌ । (ଏଫି. ୪:୩୨; ୫:୧, ୨) ଲିସା, ଯାହାବିଷୟରେ ଆମେ ଆଗରୁ କଥା ହୋଇଥିଲୁ, ସେ କହନ୍ତି ଯେ ଯିହୋବାଙ୍କ ସାକ୍ଷୀମାନେ କିପରି ତାଙ୍କ ସହ ଓ ତାଙ୍କ ପରିବାର ସହ ବ୍ୟବହାର କଲେ । ସେ କହନ୍ତି, “ଥରେ ଆମକୁ ଘର ବଦଳାଇବାର ଥିଲା । ଆଉ ଆମ ପାଖରେ ବେଶି ସମୟ ବି ନ ଥିଲା । ତେବେ ଦୁଇଜଣ ସ୍ୱାମୀ ସ୍ତ୍ରୀ ନିଜ କାମରୁ ଛୁଟି ନେଇ ଆମକୁ ସାହାଯ୍ୟ କରିବା ପାଇଁ ଆସିଲେ । ସେମାନେ ଯିହୋବାଙ୍କ ସାକ୍ଷୀ ଥିଲେ । ଆଉ ସେସମୟରେ ତ ମୁଁ ବାଇବଲ ଅଧ୍ୟୟନ ମଧ୍ୟ କରୁ ନ ଥିଲି !” ଏହା ଦେଖି ଲିସାଙ୍କୁ ଏତେ ଭଲ ଲାଗିଲା ଯେ ସେ ବାଇବଲ ଅଧ୍ୟୟନ କରିବା ଆରମ୍ଭ କରିଦେଲେ ।

ସାକ୍ଷୀମାନଙ୍କ ବ୍ୟବହାର ଏନ୍‌ଙ୍କ ହୃଦୟକୁ ବି ଛୁଇଁଗଲା । ସେ କହନ୍ତି, “ଦୁନିଆ ଏତେ ଖରାପ ହୋଇଯାଇଛି ଯେ କାହାରି ଉପରେ ଭରସା କରି ହୁଏନି । ତେଣୁ ଯେବେ ମୁଁ ସାକ୍ଷୀମାନଙ୍କୁ ଭେଟିଲି, ତେବେ ମୁଁ ତୁରନ୍ତ ସେମାନଙ୍କ ଉପରେ ଭରସା କରିପାରିଲି ନାହିଁ । ମୁଁ ଭାବିବାକୁ ଲାଗିଲି ଯେ ସେମାନେ କାହିଁକି ମୋର ଏତେ ଚିନ୍ତା କରନ୍ତି । କିନ୍ତୁ ଯେବେ ମୋତେ ଅନୁଭବ ହେଲା ଯେ ଯାହା ସହ ମୁଁ ବାଇବଲ ଅଧ୍ୟୟନ କରୁଥିଲି, ସେ ସତରେ ମୋ ଚିନ୍ତା କରନ୍ତି, ତେବେ ମୁଁ ତାଙ୍କ ଉପରେ ଭରସା କରିବାକୁ ଲାଗିଲି ।” ତାʼର ବହୁତ ବଢ଼ିଆ ପରିଣାମ ହେଲା । ଏନ୍‌ କହନ୍ତି, “ଧୀରେ ଧୀରେ ମୁଁ ସେହି କଥାଗୁଡ଼ିକ ଉପରେ ଗଭୀର ଭାବେ ଚିନ୍ତନ କରିବାକୁ ଲାଗିଲି ଯାହା ମୁଁ ଶିଖୁଥିଲି ।”

କʼଣ ଆପଣ ଧ୍ୟାନ ଦେଲେ, ଯେବେ ମଣ୍ଡଳୀର ଭାଇଭଉଣୀମାନେ ଲିସା ଓ ଏନ୍‌ ପାଇଁ ଭଲ କାମ କଲେ, ତେବେ ତାʼର ସେମାନଙ୍କ ଉପରେ ଗଭୀର ପ୍ରଭାବ ପଡ଼ିଲା ଆଉ ସେମାନେ ସତ୍ୟ ବିଷୟରେ ଶିଖିବାକୁ ଲାଗିଲେ । ଭାଇଭଉଣୀମାନଙ୍କଠାରୁ ଯେଉଁ ପ୍ରେମ ଓ ସ୍ନେହ ମିଳିଲା, ତାʼଯୋଗୁଁ ସେମାନେ ଯିହୋବା ଓ ତାଙ୍କ ଲୋକମାନଙ୍କ ଉପରେ ଭରସା କରିପାରିଲେ ।

ଯିହୋବାଙ୍କ ଭଳି ଅନ୍ୟମାନଙ୍କ ଉପରେ କୃପା କରନ୍ତୁ

ହୁଏତ କିଛି ଲୋକ ନିଜ ଲାଳନପାଳନ କିମ୍ବା ସଂସ୍କୃତି ଯୋଗୁଁ ସମସ୍ତଙ୍କ ସହ ପ୍ରେମର ସହ ଓ ହସିକି କଥା ହୁଅନ୍ତି । ସତରେ ଏହା ପ୍ରଶଂସାର କଥା ! କିନ୍ତୁ ଯଦି ଆମେ କେବଳ ଏହି କାରଣ ଯୋଗୁଁ ଲୋକମାନଙ୍କୁ କୃପା ଦେଖାଉ, ତେବେ ଏହା କୁହାଯାଇପାରିବ ନାହିଁ ଯେ ଆମେ ଈଶ୍ୱରଙ୍କ ଭଳି କୃପା ଦେଖାଉଛୁ ।—ପ୍ରେରିତ ୨୮:୨ ପଦ ସହ ତୁଳନା କରନ୍ତୁ ।

ଯଦି ଆମେ ଈଶ୍ୱରଙ୍କ ଭଳି ଅନ୍ୟମାନଙ୍କ ଉପରେ କୃପା କରିବାକୁ ଚାହୁଁ, ତେବେ ଆମେ ପବିତ୍ର ଶକ୍ତି ସାହାଯ୍ୟରେ ହିଁ ଏପରି କରିପାରିବା । (ଗାଲା. ୫:୨୨, ୨୩) ଏହି ଗୁଣକୁ ବଢ଼ାଇବା ପାଇଁ ଆମ ଚିନ୍ତାଧାରା ଓ କାମ ପବିତ୍ର ଶକ୍ତି ମୁତାବକ ହେବା ଉଚିତ୍‌ । ଏପରି କରି ଆମେ ଯିହୋବାଙ୍କ ଭଳି ହୋଇପାରିବା ଆଉ ଦେଖାଇବା ଯେ ଆମେ ତାଙ୍କୁ ପ୍ରେମ କରୁ । ଆମେ ଯୀଶୁଙ୍କ ଭଳି ମଧ୍ୟ ହେବାକୁ ଚାହୁଁ, ସେଥିପାଇଁ ଆମେ ଲୋକମାନଙ୍କର ଚିନ୍ତା କରୁ ଓ ସେମାନଙ୍କୁ ପ୍ରେମ କରିଥାଉ । ଏପରି ଭାବେ ଯିହୋବା ଓ ଲୋକମାନଙ୍କ ପାଇଁ ପ୍ରେମ ଆମକୁ ପ୍ରୋତ୍ସାହନ ଦିଏ ଯେ ଆମେ ସମସ୍ତଙ୍କ ସହ କୃପାର ସହ ବ୍ୟବହାର କରୁ । ଯେବେ ଆମେ ଏପରି କରୁ, ତେବେ ଯିହୋବା ଆମ ଉପରେ ଖୁସି ହୁଅନ୍ତି ।

କାହା ଉପରେ କୃପା କରିବା ?

ଅନେକ ଥର ଦେଖାଯାଇଛି ଯେ ଯେଉଁମାନଙ୍କୁ ଆମେ ଜାଣୁ କିମ୍ବା ଯେଉଁମାନେ ଆମ ସହ ପ୍ରେମ ଓ କୃପାର ସହ ବ୍ୟବହାର କରନ୍ତି, ଆମେ ବି ସେମାନଙ୍କ ସହ ଭଲଭାବେ ବ୍ୟବହାର କରୁ ଓ ସେମାନଙ୍କୁ ଧନ୍ୟବାଦ ଦେଉ । (୨ ଶାମୁ. ୨:୬; କଲ. ୩:୧୫) କିନ୍ତୁ ଯଦି ଆମକୁ ଲାଗେ ଯେ ଜଣେ ବ୍ୟକ୍ତି ସହ କୃପାର ସହ ବ୍ୟବହାର କରି କିଛି ଲାଭ ନାହିଁ କିମ୍ବା ସେ ତାʼର ଯୋଗ୍ୟ ନୁହେଁ, ତେବେ ଆମେ କʼଣ କରିପାରିବା ?

ଟିକେ ଏକଥା ଉପରେ ଧ୍ୟାନ ଦିଅନ୍ତୁ: ଦେଖିବାକୁ ଗଲେ ଆମେ କେହି ବି ଈଶ୍ୱରଙ୍କ କୃପା ପାଇବାର ଯୋଗ୍ୟ ନୋହୁଁ, ତଥାପି ସେ ଆମ ଉପରେ ବହୁତ କୃପା କରନ୍ତି । ବାଇବଲରେ ଏହାକୁ “ଅନୁଗ୍ରହରୂପ” ଅର୍ଥାତ୍‌ ମହାକୃପା କୁହାଯାଇଛି ଆଉ ଖ୍ରୀଷ୍ଟିୟାନ ଗ୍ରୀକ୍‌ ଶାସ୍ତ୍ରରେ ଏବିଷୟରେ ଅନେକ ଥର କୁହାଯାଇଛି । ମହାକୃପା ଦେଖାଇବାରେ ଯିହୋବା ସବୁଠୁ ବଢ଼ିଆ ଉଦାହରଣ ଅଟନ୍ତି ଆଉ ତାଙ୍କ ବାକ୍ୟରୁ ଆମେ ଶିଖୁ ଯେ ଆମେ ଅନ୍ୟମାନଙ୍କ ଉପରେ କିପରି କୃପା ଦେଖାଇପାରିବା । ତେବେ ପ୍ରଶ୍ନ ଉଠେ, ଯିହୋବା ଆମ ଉପରେ କିପରି କୃପା ଦେଖାନ୍ତି ?

ଯିହୋବା ପୃଥିବୀରେ ଥିବା କୋଟି କୋଟି ଲୋକମାନଙ୍କୁ ବଞ୍ଚିରହିବା ପାଇଁ ପାଣି ପବନ ଓ ସବୁକିଛି ଦିଅନ୍ତି । (ମାଥି. ୫:୪୫) ଦେଖିବାକୁ ଗଲେ ମଣିଷମାନଙ୍କ ଉପରେ ଯିହୋବା ସେ ସମୟରୁ କୃପା କରି ଆସୁଛନ୍ତି ଯେବେ ସେମାନେ ତାଙ୍କୁ ଜାଣି ବି ନ ଥିଲେ । (ଏଫି. ୨:୪, ୫, ୮) ଯେପରି, ସେ ସବୁ ମଣିଷମାନଙ୍କ ପାଇଁ ନିଜ ପ୍ରିୟ ପୁତ୍ରକୁ ବଳିଦାନ କରିଦେଲେ । ପ୍ରେରିତ ପାଉଲ ଲେଖିଲେ ଯେ ଯିହୋବା ଆମ ଉପରେ ‘ଭରପୂର ଅନୁଗ୍ରହ’ କଲେ ଏବଂ ନିଜ ପୁଅକୁ ମୁକ୍ତିର ମୂଲ୍ୟସ୍ୱରୂପ ଦେଇଦେଲେ । (ଏଫି. ୧:୭) କେବଳ ସେତିକି ନୁହେଁ, ଆମେ ଅନେକ ଥର ଭୁଲ କରିଥାଉ ଆଉ ଯିହୋବାଙ୍କୁ ଦୁଃଖ ପହଞ୍ଚାଇଥାଉ, ତଥାପି ସେ ଲଗାତାର ଆମକୁ ସଠିକ୍‌ ରାସ୍ତା ଦେଖାନ୍ତି ଓ ଶିଖାନ୍ତି । ତାଙ୍କ ପରାମର୍ଶ ଓ କଥାଗୁଡ଼ିକ “ମନ୍ଦ ମନ୍ଦ ବୃଷ୍ଟି” ବା ଟୋପା ଟୋପା ବର୍ଷା ଭଳି ଥାଏ । (ଦ୍ୱିବି. ୩୨:୨) ଯିହୋବାଙ୍କ ମହାକୃପାର ଋଣ ଆମେ କେବେ ବି ଶୁଝିପାରିବାନି । ସତରେ, ଯଦି ଯିହୋବା ଆମ ଉପରେ ମହାକୃପା କରି ନ ଥାʼନ୍ତେ ତେବେ ଆମ ପାଖରେ ଭବିଷ୍ୟତର କିଛି ଆଶା ନ ଥାʼନ୍ତା ।—୧ ପିତର ୧:୧୩ ପଦ ସହ ତୁଳନା କରନ୍ତୁ ।

ଯେବେ ଆମେ ଏ ବିଷୟରେ ଭାବୁ ଯେ ଯିହୋବା ଆମ ଉପରେ କେତେ କୃପା କରିଛନ୍ତି, ତେବେ ଆମ ହୃଦୟ କୃତଜ୍ଞତାରେ ଭରିଯାଏ ଆଉ ମନ କରେ ଯେ ତାଙ୍କ ଭଳି ଆମେ ବି ଅନ୍ୟମାନଙ୍କ ଉପରେ କୃପା କରିବା । ତେଣୁ ଆମେ କେବଳ କିଛି ଲୋକଙ୍କ ସହ ନୁହେଁ ବରଂ ସବୁ ଲୋକଙ୍କ ସହ କୃପାର ସହ ବ୍ୟବହାର କରିବା । ଆଉ ଏହା ଆମେ ପ୍ରତିଦିନ କରିବା ଉଚିତ୍‌ । (୧ ଥେସ. ୫:୧୫) ଯେବେ ଆମେ ନିଜ ପରିବାର, ଖ୍ରୀଷ୍ଟିୟାନ ଭାଇଭଉଣୀ, ସାଙ୍ଗରେ କାମ କରୁଥିବା ଲୋକ, ସାଙ୍ଗରେ ପଢ଼ୁଥିବା ଲୋକ ଏବଂ ପଡ଼ୋଶୀମାନଙ୍କ ସହ ସବୁଦିନ ପ୍ରେମର ସହ ବ୍ୟବହାର କରିବା ତେବେ ସେମାନଙ୍କୁ ବହୁତ ସାନ୍ତ୍ୱନା ମିଳିବ । ସେମାନଙ୍କୁ ଏପରି ଲାଗିବ ଯେପରି ପ୍ରବଳ ଥଣ୍ଡାରେ ସେମାନଙ୍କୁ ନିଆଁ ମିଳିଯାଇଛି ।

କʼଣ ଆପଣଙ୍କ ପରିବାର କିମ୍ବା ମଣ୍ଡଳୀରେ ଏପରି କେହି ଅଛନ୍ତି ଯାହାଙ୍କ ପାଇଁ ଆପଣ କିଛି କରିପାରିବେ କିମ୍ବା ପ୍ରେମଭରା କିଛି ଶବ୍ଦ କହି ତାଙ୍କର ସାହସ ବଢ଼ାଇପାରିବେ । ହୁଏତ କୌଣସି ଭାଇ କିମ୍ବା ଭଉଣୀଙ୍କୁ ନିଜ ଘର କିମ୍ବା ବଗିଚାର ଦେଖାରେଖା କରିବା କିମ୍ବା କିଛି କିଣାକିଣି କରିବାରେ ସାହାଯ୍ୟ ଦରକାର ଥିବ କିମ୍ବା ହୁଏତ ଆପଣ ପ୍ରଚାରରେ ଏପରି ଜଣେ ବ୍ୟକ୍ତିଙ୍କୁ ଭେଟନ୍ତି ଯାହାଙ୍କୁ କିଛି ସାହାଯ୍ୟ ଦରକାର ଥିବ । କʼଣ ଆପଣ ତାଙ୍କ ଉପରେ କୃପା କରିବେ ?

ଆସନ୍ତୁ ଆମେ ଯିହୋବାଙ୍କ ଭଳି ହେବା ଓ ନିଜ କଥା ଓ କାମରୁ ଦେଖାଇବା ଯେ କୃପା କରିବା ଆମର ବ୍ୟବସ୍ଥା ଅଟେ ।

a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ