ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w22 ଜୁଲାଇ ପୃଷ୍ଠା ୧୪-୧୯
  • ବାଇବଲର ପ୍ରଥମ ଭବିଷ୍ୟତବାଣୀ ଆପଣଙ୍କ ପାଇଁ କʼଣ ମହତ୍ତ୍ୱ ରଖେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବାଇବଲର ପ୍ରଥମ ଭବିଷ୍ୟତବାଣୀ ଆପଣଙ୍କ ପାଇଁ କʼଣ ମହତ୍ତ୍ୱ ରଖେ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଉପଶୀର୍ଷକ
  • ଏହି ଭବିଷ୍ୟତବାଣୀରେ କିଏ କାହାକୁ ଦର୍ଶାଏ ?
  • ଏହି ଭବିଷ୍ୟତବାଣୀ ଏବେ ଯାଏ କିପରି ପୂରା ହୋଇଛି ?
  • ଏହି ଭବିଷ୍ୟତବାଣୀରୁ ଆମକୁ କିପରି ଲାଭ ହେଉଛି ?
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
w22 ଜୁଲାଇ ପୃଷ୍ଠା ୧୪-୧୯

ଅଧ୍ୟୟନ ଲେଖା ୩୦

ବାଇବଲର ପ୍ରଥମ ଭବିଷ୍ୟତବାଣୀ ଆପଣଙ୍କ ପାଇଁ କʼଣ ମହତ୍ତ୍ୱ ରଖେ ?

“ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ . . . ବୈରଭାବ ଜନ୍ମାଇବା ।”—ଆଦି. ୩:୧୫.

ଗୀତ ୧୫ ୟହୋୱା କେ ପାହଲୋଟେ କି ତାରିଫ କାରେଁ !

ଲେଖାର ଝଲକa

୧. ଆଦମ ଓ ହବାର ପାପ କରିବାର କିଛି ସମୟ ପରେ ହିଁ ଯିହୋବା କʼଣ କଲେ ? (ଆଦି ପୁସ୍ତକ ୩:୧୫)

ଆଦମ ଓ ହବା ପାପ କରିବାର କିଛି ସମୟ ପରେ ହିଁ ଯିହୋବା ଗୋଟିଏ ଖାସ୍‌ ଭବିଷ୍ୟତବାଣୀ କଲେ । ଏହି ଭବିଷ୍ୟତବାଣୀରୁ ସେମାନଙ୍କ ସନ୍ତାନମାନଙ୍କୁ ଗୋଟିଏ ଆଶା ମିଳିଲା । ଏହି ଭବିଷ୍ୟତବାଣୀକୁ ଆମେ ଆଦି ପୁସ୍ତକ ୩:୧୫ ପଦରେ ପଢ଼ିପାରୁ ।—ପଢ଼ନ୍ତୁ ।

୨. ଆଦି ପୁସ୍ତକ ୩:୧୫ ପଦରେ ଲେଖାଥିବା ଭବିଷ୍ୟତବାଣୀ କାହିଁକି ଖାସ୍‌ ଅଟେ ?

୨ ଏହି ଭବିଷ୍ୟତବାଣୀ ବାଇବଲର ପ୍ରଥମ ବହିରେ ଲେଖାଅଛି, କିନ୍ତୁ ବାଇବଲର ଅନ୍ୟ ବହିଗୁଡ଼ିକର ବି ଏହା ସହିତ କିଛି ନା କିଛି ସମ୍ପର୍କ ରହିଛି । ଠିକ୍‌ ଯେପରି ଗୋଟିଏ ମାଳାରେ ବହୁତଗୁଡ଼ିଏ ମୋତି ଥାଏ ଆଉ ଗୋଟିଏ ସୂତା ସେଗୁଡ଼ିକୁ ଯୋଡ଼ି ରଖିଥାଏ, ଠିକ୍‌ ସେହିପରି ବାଇବଲରେ ବହୁତଗୁଡ଼ିଏ ବହି ଅଛି, କିନ୍ତୁ ଆଦି ପୁସ୍ତକ ୩:୧୫ ପଦରେ ଦିଆଯାଇଥିବା ସନ୍ଦେଶ ସେଗୁଡ଼ିକୁ ଯୋଡ଼ି ରଖିଥାଏ । ଆଉ ସନ୍ଦେଶ ଏହା ଯେ ଯିହୋବା ଜଣେ ଉଦ୍ଧାରକର୍ତ୍ତାକୁ ପଠାଇବେ ଯିଏ ଶୟତାନ ଓ ତାʼର ଦୁଷ୍ଟ ସାଥୀମାନଙ୍କୁ ବିନାଶ କରିଦେବେ ।b ଯେବେ ସେମାନଙ୍କର ବିନାଶ ହୋଇଯିବ, ତେବେ ଯିହୋବାଙ୍କ ଲୋକମାନେ ବହୁତ ଖୁସି ହେବେ !

୩. ଏହି ଲେଖାରେ ଆମେ କʼଣ ଜାଣିବା ?

୩ ଏହି ଲେଖାରେ ଆମେ ଆଦି ପୁସ୍ତକ ୩:୧୫ ପଦରେ ଲେଖାଥିବା ଭବିଷ୍ୟତବାଣୀ ସହିତ ଜଡ଼ିତ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା: (୧) ଏହି ଭବିଷ୍ୟତବାଣୀରେ କିଏ କାହାକୁ ଦର୍ଶାଏ ? (୨) ଏହି ଭବିଷ୍ୟତବାଣୀ ଏବେ ପର୍ଯ୍ୟନ୍ତ କିପରି ପୂରା ହୋଇଛି ? (୩) ଏହି ଭବିଷ୍ୟତବାଣୀରୁ ଆମକୁ କିପରି ଲାଭ ହେଉଛି ?

ଏହି ଭବିଷ୍ୟତବାଣୀରେ କିଏ କାହାକୁ ଦର୍ଶାଏ ?

ଚିତ୍ରଗୁଡ଼ିକ: “ଆଦି ପୁସ୍ତକ ୩:୧୪, ୧୫ ପଦରେ କିଏ କାହାକୁ ଦର୍ଶାଏ ?” ୧. ସର୍ପ: ଶୟତାନ, ଯାହାକୁ ଗୋଟିଏ ସ୍ୱର୍ଗଦୂତଙ୍କ ଭଳି ଦେଖାଇ ଦିଆଯାଇଛି । ୨. ସର୍ପର ବଂଶ: ଦୁଷ୍ଟ ସ୍ୱର୍ଗଦୂତମାନେ । ୩. ନାରୀ: ବିଶ୍ୱସ୍ତ ସ୍ୱର୍ଗଦୂତମାନେ । ୪. ନାରୀର ବଂଶ: ସ୍ୱର୍ଗରେ ଯୀଶୁ ଖ୍ରୀଷ୍ଟ ଓ ତାଙ୍କ ସହ ଯେଉଁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଶାସନ କରିବେ । ଏହି ଚିତ୍ରଗୁଡ଼ିକ ପାରାଗ୍ରାଫ ୪, ୫, ୭, ୮ ଏବଂ ୯ ସହ ଦେଖାଇ ଦିଆଯାଇଛି ।

୪. ‘ସର୍ପ’ କିଏ ଅଟେ ଆଉ ଆମେ ଏହା କିପରି କହିପାରିବା ?

୪ ଆଦି ପୁସ୍ତକ ୩:୧୪, ୧୫ ପଦରେ ଗୋଟିଏ ‘ସର୍ପ’ ବା ସାପ, ସାପର “ବଂଶ”, ଜଣେ ‘ନାରୀ’ ଓ ସେହି ନାରୀର “ବଂଶ” ବିଷୟରେ କୁହାଯାଇଛି । ବାଇବଲରୁ ଆମେ ଜାଣିପାରୁ ଯେ ଏମାନେ ପ୍ରକୃତରେ କିଏ ଅଟନ୍ତି ।c ଆସନ୍ତୁ ସବୁଠୁ ଆଗ ସାପ ବିଷୟରେ ଜାଣିବା । ଏଦନ ବଗିଚାରେ ଯିହୋବା ଯାହା କହିଲେ, ତାହା ଗୋଟିଏ ସାପ ବୁଝିପାରିବ ନାହିଁ । ଏହି ଭବିଷ୍ୟତବାଣୀରେ ଯେଉଁ ସାପ ବିଷୟରେ କୁହାଯାଇଛି, ତାହା କୌଣସି ସତ ସତିକା ସାପ ହୋଇପାରିବ ନାହିଁ । ତାହେଲେ ସେ କିଏ ଅଟେ ? ପ୍ରକାଶିତ ବାକ୍ୟ ୧୨:୯ ପଦରେ କୁହାଯାଇଛି ଯେ “ପୁରାତନ ନାଗ” ଅର୍ଥାତ୍‌ ପୁରୁଣା ସାପ ଆଉ କେହି ନୁହେଁ, ବରଂ ତାହା ଶୟତାନ ଅଟେ । ଆସନ୍ତୁ ଏବେ ଜାଣିବା ଯେ ତାʼର ବଂଶ କିଏ ଅଟେ ।

ଶୟତାନ, ଯାହାକୁ ଗୋଟିଏ ସ୍ୱର୍ଗଦୂତଙ୍କ ଭଳି ଦେଖାଇ ଦିଆଯାଇଛି ।

ସର୍ପ

ଶୟତାନ, ଯାହାକୁ ପ୍ରକାଶିତ ବାକ୍ୟ ୧୨:୯ ପଦରେ “ସେହି ପୁରାତନ ନାଗ [ସାପ]” କୁହାଯାଇଛି (ପାରାଗ୍ରାଫ ୪)

୫. ସାପର ବଂଶ କିଏ ଅଟେ ?

୫ ବାଇବଲରେ ଯେବେ ବି କାହାରି ବଂଶ ବିଷୟରେ କୁହାଯାଇଛି, ତେବେ ପ୍ରତ୍ୟେକ ଥର ତାʼର ଅର୍ଥ ଏହା ନ ଥାଏ ଯେ ତାʼର ନିଜ ପିଲା ବିଷୟରେ କୁହାଯାଉଛି । ଅନେକ ଥର ଜଣେ ବ୍ୟକ୍ତିକୁ ତେବେ ବି କାହାରି ବଂଶ କିମ୍ବା ପିଲା କୁହାଯାଇଛି, ଯେବେ ସେ ତାʼ ଭଳି କାମ କରେ । ତେଣୁ ଆମେ କହିପାରିବା ଯେ ସାପର ବଂଶ ସେହି ଦୁଷ୍ଟ ସ୍ୱର୍ଗଦୂତମାନେ ଓ ସେହି ମଣିଷମାନେ ଅଟନ୍ତି, ଯେଉଁମାନେ ଶୟତାନର ଭଳି ଯିହୋବାଙ୍କ ସପକ୍ଷ ହୁଅନ୍ତି ନାହିଁ ଓ ତାଙ୍କ ଲୋକମାନଙ୍କର ବିରୋଧ କରନ୍ତି । ଏହି ବଂଶରେ ସେହି ସ୍ୱର୍ଗଦୂତମାନେ ବି ସାମିଲ୍‌ ଅଛନ୍ତି, ଯେଉଁମାନେ ନୋହଙ୍କ ସମୟରେ ସ୍ୱର୍ଗ ଛାଡ଼ି ପୃଥିବୀକୁ ଆସିଥିଲେ ଏବଂ ସେହି ମଣିଷମାନେ ବି ଯେଉଁମାନେ ନିଜ ବାପା ଶୟତାନର ଭଳି ଖରାପ କାମ କରନ୍ତି ।—ଆଦି. ୬:୧, ୨; ଯୋହ. ୮:୪୪; ୧ ଯୋହ. ୫:୧୯; ଯିହୂ. ୬.

ଦୁଷ୍ଟ ସ୍ୱର୍ଗଦୂତମାନେ ।

ସର୍ପର ବଂଶ

ଦୁଷ୍ଟ ସ୍ୱର୍ଗଦୂତ ଓ ଖରାପ ଲୋକମାନେ ଯେଉଁମାନେ ଯିହୋବାଙ୍କର ପକ୍ଷ ନିଅନ୍ତି ନାହିଁ ଓ ତାଙ୍କ ଲୋକମାନଙ୍କର ବିରୋଧ କରନ୍ତି (ପାରାଗ୍ରାଫ ୫)

୬. ଯେଉଁ ‘ନାରୀ’ ବିଷୟରେ ଆଦି ପୁସ୍ତକ ୩:୧୫ ପଦରେ କୁହାଯାଇଛି, ତାହା ହବା କାହିଁକି ହୋଇପାରିବ ନାହିଁ ?

୬ ଏବେ ଆସନ୍ତୁ, ଏହା ବୁଝିବାକୁ ଚେଷ୍ଟା କରିବା ଯେ ସେହି ‘ନାରୀ’ କିଏ ଅଟେ । ଏହି ନାରୀ ହବା ହୋଇପାରିବ ନାହିଁ । ଏହାର ଗୋଟିଏ କାରଣ ପ୍ରତି ଧ୍ୟାନ ଦିଅନ୍ତୁ । ଆମେ ଜାଣୁ ଯେ ସାପ ଶୟତାନ ଅଟେ ଯିଏ ଜଣେ ସ୍ୱର୍ଗଦୂତ ଅଟେ । ଆଉ ଭବିଷ୍ୟତବାଣୀରେ କୁହାଯାଇଥିଲା ଯେ ନାରୀର ବଂଶ ସାପର ମୁଣ୍ଡକୁ “ଆଘାତ” କରିବ । କିନ୍ତୁ ହବାର ବଂଶ ବା ପିଲା ତ ଜଣେ ମଣିଷ ହୁଅନ୍ତା । ଆଉ ଜଣେ ମଣିଷ କିପରି ଜଣେ ସ୍ୱର୍ଗଦୂତକୁ ବିନାଶ କରିପାରିବ ! ତାହେଲେ ସେହି ନାରୀ କିଏ ଅଟେ ?

୭. ପ୍ରକାଶିତ ବାକ୍ୟ ୧୨:୧, ୨, ୫, ୧୦ ପଦରୁ କିପରି ଜଣାପଡ଼େ ଯେ ଆଦି ପୁସ୍ତକ ୩:୧୫ ପଦରେ କୁହାଯାଇଥିବା ନାରୀ କିଏ ଅଟେ ?

୭ ବାଇବଲର ଶେଷ ବହିରୁ ଆମେ ଜାଣିପାରୁ ଯେ ପ୍ରକୃତରେ ଏହି ନାରୀ କିଏ ଅଟେ । (ପ୍ରକାଶିତ ବାକ୍ୟ ୧୨:୧, ୨, ୫, ୧୦ ପଢ଼ନ୍ତୁ ।) ସେଠି କୁହାଯାଇଛି ଯେ ତାʼର ମୁଣ୍ଡରେ ଦ୍ୱାଦଶ ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ ଅଛି ଏବଂ ଚନ୍ଦ୍ର ତାʼ ପାଦ ତଳେ ଅଛି । ଆଉ ସେ ଗୋଟିଏ ପିଲାକୁ ଜନ୍ମ ଦିଏ ଯାହା ଈଶ୍ୱରଙ୍କ ରାଜ୍ୟକୁ ଦର୍ଶାଏ । ଆମେ ଜାଣୁ ଯେ ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରେ ଆରମ୍ଭ ହୋଇଛି, ତେଣୁ ଏହି ନାରୀ ପୃଥିବୀରେ ନୁହେଁ, ବରଂ ସ୍ୱର୍ଗରେ ହିଁ ଥିବ । ଏହାର ଅର୍ଥ, ନାରୀ ଯିହୋବାଙ୍କ ସଂଗଠନର ସେହି ଭାଗକୁ ଦର୍ଶାଏ, ଯାହା ସ୍ୱର୍ଗରେ ଅଛି ଏବଂ ଯେଉଁଥିରେ ଲକ୍ଷ ଲକ୍ଷ ସ୍ୱର୍ଗଦୂତମାନେ ଅଛନ୍ତି ।—ଗାଲା. ୪:୨୬.

ବିଶ୍ୱସ୍ତ ସ୍ୱର୍ଗଦୂତମାନେ ।

ନାରୀ

ଯିହୋବାଙ୍କ ସଂଗଠନର ସେହି ଭାଗ ଯାହା ସ୍ୱର୍ଗରେ ଅଛି ଓ ଯେଉଁଥିରେ କୋଟି କୋଟି ସ୍ୱର୍ଗଦୂତ ଅଛନ୍ତି (ପାରାଗ୍ରାଫ ୭)

୮. ନାରୀର ବଂଶର ମୁଖ୍ୟ ଭାଗ କିଏ ଅଟେ ? ଆଉ ସେ କେବେ ହେଲା ? (ଆଦି ପୁସ୍ତକ ୨୨:୧୫-୧୮)

୮ ବାଇବଲରୁ ଆମେ ଏହା ବି ଜାଣିପାରିବା ଯେ ନାରୀର ବଂଶର ମୁଖ୍ୟ ଭାଗ କିଏ ଅଟେ । ଏହା ଆଗରୁ ହିଁ କୁହାଯାଇଥିଲା ଯେ ସେ ଅବ୍ରହାମର ବଂଶରୁ ଆସିବ । (ଆଦି ପୁସ୍ତକ ୨୨:୧୫-୧୮ ପଢ଼ନ୍ତୁ ।) ଆଉ ଯେପରି ଭବିଷ୍ୟତବାଣୀ କରାଯାଇଥିଲା, ଯୀଶୁ ଅବ୍ରହାମର ବଂଶରୁ ହିଁ ଆସିଲେ । (ଲୂକ ୩:୨୩, ୩୪) ଏହାଛଡ଼ା ଏହି ବଂଶ କୌଣସି ମଣିଷ ହୋଇପାରନ୍ତା ନାହିଁ, କାରଣ ତାଙ୍କୁ ଶୟତାନର ବିନାଶ କରିବାର ଥିଲା । ପ୍ରାୟ ୩୦ ବର୍ଷ ବୟସରେ ଯେବେ ଯୀଶୁ ବାପ୍ତିସ୍ମ ନେଲେ, ତେବେ ଯିହୋବା ତାଙ୍କୁ ପବିତ୍ର ଶକ୍ତି ଦ୍ୱାରା ଅଭିଷିକ୍ତ କରି ଦେଖାଇଲେ ଯେ ଯୀଶୁ ତାଙ୍କ ଦ୍ୱାରା ବଛାଯାଇଥିବା ପୁଅ ଅଟନ୍ତି । ସେସମୟରେ ସେ ନାରୀର ବଂଶର ମୁଖ୍ୟ ଭାଗ ହୋଇଗଲେ । (ଗାଲା. ୩:୧୬) ପରେ ଯୀଶୁଙ୍କ ମୃତ୍ୟୁ ହୋଇଗଲା । କିନ୍ତୁ ତାʼପରେ ଯିହୋବା ତାଙ୍କୁ ଜୀବିତ କରିଦେଲେ ଆଉ ‘ତାହାକୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ କଲେ’ ଆଉ ତାଙ୍କୁ ‘ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ପ୍ରଦତ୍ତ କଲେ ।’ ତାଙ୍କୁ “ଶୟତାନର କାର୍ଯ୍ୟ ବିନାଶ” କରିବାର ଅଧିକାର ଦିଆଗଲା ।—ଏବ୍ରୀ ୨:୭; ମାଥି. ୨୮:୧୮; ୧ ଯୋହ. ୩:୮.

ସ୍ୱର୍ଗରେ ଯୀଶୁ ଖ୍ରୀଷ୍ଟ ଓ ତାଙ୍କ ସହ ଯେଉଁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଶାସନ କରିବେ ।

ନାରୀର ବଂଶ

ଯୀଶୁ ଖ୍ରୀଷ୍ଟ ଓ ତାଙ୍କ ସହ ଶାସନ କରୁଥିବା ୧,୪୪,୦୦୦ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ (ପାରାଗ୍ରାଫ ୮-୯)

୯-୧୦. (କ) ଯୀଶୁଙ୍କ ଛଡ଼ା ଆଉ କେଉଁମାନେ ନାରୀର ବଂଶର ଭାଗ ଅଟନ୍ତି ? ସେମାନେ କେବେ ଏହାର ଭାଗ ହୁଅନ୍ତି ? (ଖ) ଏବେ ଆମେ କʼଣ ଜାଣିବା ?

୯ ଏହି ବଂଶର ଦ୍ୱିତୀୟ ଭାଗ ବି ଅଛି । ଏବିଷୟରେ ପ୍ରେରିତ ପାଉଲ ଯିହୁଦୀ ଓ ଅଣଯିହୁଦୀ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ତେବେ ତୁମ୍ଭେମାନେ ତ ଅବ୍ରହାମଙ୍କ ବଂଶ, ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ ।” (ଗାଲା. ୩:୨୮, ୨୯) ଏଥିରୁ ଜଣାପଡ଼େ ଯେ ଯେବେ ଯିହୋବା ପବିତ୍ର ଶକ୍ତି ଦ୍ୱାରା ଜଣେ ଖ୍ରୀଷ୍ଟିୟାନକୁ ଅଭିଷେକ କରନ୍ତି, ତେବେ ସେ ସେହି ବଂଶର ଭାଗ ହୋଇଯାଏ । ଏହାର ଅର୍ଥ, ନାରୀର ବଂଶରେ ଯୀଶୁ ଓ ୧,୪୪,୦୦୦ ଅଭିଷିକ୍ତ ଖ୍ରୀଷ୍ଟିୟାନ ଅଛନ୍ତି, ଯେଉଁମାନେ ତାଙ୍କ ସହିତ ଶାସନ କରିବେ । (ପ୍ରକା. ୧୪:୧) ଏମାନେ ସମସ୍ତେ ନିଜ ବାପା ଯିହୋବାଙ୍କ ଭଳି ଭାବନ୍ତି ଆଉ ତାଙ୍କ ଭଳି କାମ କରନ୍ତି ।

୧୦ ଏବେ ପର୍ଯ୍ୟନ୍ତ ଆମେ ଦେଖିଲୁ ଯେ ଆଦି ପୁସ୍ତକ ୩:୧୫ ପଦରେ ଲେଖାଥିବା ଭବିଷ୍ୟତବାଣୀରେ ଯେଉଁମାନଙ୍କ ବିଷୟରେ କୁହାଯାଇଛି, ସେମାନେ କିଏ ଅଟନ୍ତି । ଏବେ ଆସନ୍ତୁ ଆମେ ଜାଣିବା ଯେ ଏହି ଭବିଷ୍ୟତବାଣୀ ଏବେ ଯାଏ କିପରି ପୂରା ହୋଇଛି ଆଉ ସେଥିରୁ ଆମକୁ କିପରି ଲାଭ ହେଉଛି ।

ଏହି ଭବିଷ୍ୟତବାଣୀ ଏବେ ଯାଏ କିପରି ପୂରା ହୋଇଛି ?

୧୧. ନାରୀର ବଂଶର ‘ଗୋଇଠିକୁ’ କିପରି ଆଘାତ କରାଗଲା ?

୧୧ ଆଦି ପୁସ୍ତକ ୩:୧୫ ପଦରେ କୁହାଯାଇଥିଲା ଯେ ସାପ ନାରୀର ବଂଶର “ଗୋଇଠିକି ଆଘାତ କରିବ ।” ଏହି ଭବିଷ୍ୟତବାଣୀ ତେବେ ପୂରା ହେଲା, ଯେବେ ଶୟତାନ ଯିହୁଦୀ ଓ ରୋମୀ ଲୋକମାନଙ୍କ ଜରିଆରେ ଯୀଶୁଙ୍କୁ ହତ୍ୟା କରାଇଲେ । (ଲୂକ ୨୩:୧୩, ୨୦-୨୪) ଯେବେ ଆମ ଗୋଇଠିରେ ଆଘାତ ଲାଗେ, ତେବେ ଆମେ କିଛି ଦିନଯାଏ ଭଲଭାବେ ଚାଲିପାରି ନ ଥାଉ ଓ ବେଶୀ କିଛି କରିପାରି ନ ଥାଉ । ଠିକ୍‌ ସେହିପରି ଯେବେ ଯୀଶୁଙ୍କର ମୃତ୍ୟୁ ହେଲା, ତେବେ ପ୍ରାୟ ତିନି ଦିନ ଯାଏ ସେ ବି କିଛି କରିପାରିଲେ ନାହିଁ ।—ମାଥି. ୧୬:୨୧.

୧୨. ସାପର ମୁଣ୍ଡକୁ କେବେ ଓ କିପରି ଆଘାତ କରାଯିବ ?

୧୨ ଭବିଷ୍ୟତବାଣୀରେ କୁହାଯାଇଥିଲା ଯେ ନାରୀର ବଂଶ ସାପର ମୁଣ୍ଡକୁ ଆଘାତ କରିବ । କିନ୍ତୁ ଯୀଶୁଙ୍କର ତ ମୃତ୍ୟୁ ହୋଇଯାଇଥିଲା, ତାʼହେଲେ ଏକଥା କିପରି ପୂରା ହୁଅନ୍ତା ? ତାʼ ପାଇଁ ଯୀଶୁଙ୍କୁ ପୁଣି ଥରେ ଜୀବିତ କରାଯିବା ଜରୁରୀ ଥିଲା । ଆଉ ଠିକ୍‌ ଏପରି ହିଁ ହେଲା । ଯୀଶୁଙ୍କ ମୃତ୍ୟୁର ତିନି ଦିନ ପରେ ଯିହୋବା ତାଙ୍କୁ ଏକ ଅଦୃଶ୍ୟ ଶରୀର ଦେଇ ଜୀବିତ କଲେ ଓ ତାଙ୍କୁ ସ୍ୱର୍ଗରେ ଅମର ଜୀବନ ଦେଲେ । ଯିହୋବାଙ୍କ ନିର୍ଦ୍ଧାରିତ ସମୟରେ ଯୀଶୁ ଶୟତାନକୁ ବିନାଶ କରିଦେବେ । (ଏବ୍ରୀ ୨:୧୪) ତାʼଛଡ଼ା ଯୀଶୁ ଓ ତାଙ୍କ ସହ ଯେଉଁମାନେ ଶାସନ କରିବେ, ସେମାନେ ପୃଥିବୀରୁ ସାପର ବଂଶକୁ ଅର୍ଥାତ୍‌ ଈଶ୍ୱରଙ୍କ ସବୁ ଶତ୍ରୁମାନଙ୍କୁ ବିନାଶ କରିଦେବେ ।—ପ୍ରକା. ୧୭:୧୪; ୨୦:୪, ୧୦.d

ଆଦି ପୁସ୍ତକ ୩:୧୫ ପଦରେ ଲେଖାଥିବା ଭବିଷ୍ୟତବାଣୀ କିପରି ପୂରା ହୋଇ ଆସୁଛି ?

ସମୟରେଖା ଯେଉଁଥିରେ ଆଦି ପୁସ୍ତକ ୩:୧୫ ପଦର ଭବିଷ୍ୟତବାଣୀଗୁଡ଼ିକ ସହ ଜଡ଼ିତ କିଛି ଘଟଣାଗୁଡ଼ିକ ଦେଖାଇ ଦିଆଯାଇଛି । (କ) ଖ୍ରୀଷ୍ଟ ପୂର୍ବ ୧୯୪୩: ଅବ୍ରହାମ ଆକାଶରେ ତାରାଗୁଡ଼ିକୁ ଦେଖୁଛନ୍ତି । (ଖ) ୨୯ ଖ୍ରୀଷ୍ଟାବ୍ଦ: ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦିଅନ୍ତି ଏବଂ ଯୀଶୁଙ୍କୁ ପବିତ୍ର ଶକ୍ତି ଦ୍ୱାରା ଅଭିଷେକ କରାଯାଏ । (ଗ) ୩୩ ଖ୍ରୀଷ୍ଟାବ୍ଦର ନିସ୍ତାର ପର୍ବ: ଯୀଶୁଙ୍କୁ କାଠରେ ପିଟି ମାରି ଦିଆଯାଏ । (ଘ) ୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ: “ଅଗ୍ନିସାଦୃଶ୍ୟ ଜିହ୍ୱାଗୁଡ଼ିକ” ଯୀଶୁଙ୍କ ଶିଷ୍ୟମାନଙ୍କର ମୁଣ୍ଡ ଉପରେ ଯାଇ ରହିଯାଏ । (ଙ) ୧୯୧୪ ବା ତାʼର ତୁରନ୍ତ ପରେ: ଯୀଶୁ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ସ୍ୱର୍ଗରୁ ଫିଙ୍ଗି ଦିଅନ୍ତି । (ଚ) ଏକ ହଜାର ବର୍ଷର ଶାସନ ପରେ: ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ଅଗ୍ନିମୟ ହ୍ରଦରେ ଫିଙ୍ଗି ଦିଆଯାଏ ।
  1. କ. ଖ୍ରୀଷ୍ଟ ପୂର୍ବ ୧୯୪୩

    ଈଶ୍ୱର ଅବ୍ରହାମଙ୍କ ସହ ଯେଉଁ ଚୁକ୍ତି କରିଥିଲେ ଯେ ବଂଶର ମୁଖ୍ୟ ଭାଗ ତାଙ୍କ ବଂଶରୁ ଆସିବ, ତାହା ଲାଗୁ ହେବା ଆରମ୍ଭ ହେଲା । (ଆଦି. ୧୨:୧-୩; ୨୨:୧୫-୧୮)

  2. ଖ. ୨୯ ଖ୍ରୀଷ୍ଟାବ୍ଦ

    ଯୀଶୁଙ୍କୁ ଅଭିଷେକ କରାଗଲା ଏବଂ ସେ ନାରୀର ବଂଶର ମୁଖ୍ୟ ଭାଗ ହୋଇଗଲେ । (ମାଥି. ୩:୧୬; ଗାଲା. ୩:୧୬)

  3. ଗ. ୩୩ ଖ୍ରୀଷ୍ଟାବ୍ଦର ନିସ୍ତାର ପର୍ବ

    ଯୀଶୁଙ୍କ ଗୋଇଠିକୁ ଆଘାତ କରାଗଲା, କିନ୍ତୁ ତିନି ଦିନ ପରେ ତାଙ୍କ ଘାʼ ଭରିଗଲା । (ମାଥି. ୧୬:୨୧; ୨୬:୧, ୨)

  4. ଘ. ୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ ଦିନ

    କିଛି ଶିଷ୍ୟମାନଙ୍କୁ ପବିତ୍ର ଶକ୍ତି ଦ୍ୱାରା ଅଭିଷେକ କରାଗଲା । ଏପରି ଭାବେ ପ୍ରଥମ ଥର କିଛି ଲୋକମାନେ ନାରୀର ବଂଶର ଦ୍ୱିତୀୟ ଭାଗ ହେଲେ । (ପ୍ରେରି. ୨:୧-୪; ଗାଲା. ୩:୨୯)

  5. ଙ. ୧୯୧୪ ବା ତାʼର ତୁରନ୍ତ ପରେ

    ଶୟତାନକୁ ସ୍ୱର୍ଗରୁ ଫିଙ୍ଗି ଦିଆଗଲା ଏବଂ ନାରୀର ବଂଶ ଉପରେ ଆହୁରି ଅଧିକ ଅତ୍ୟାଚାର କରାଯିବାକୁ ଲାଗିଲା । (ପ୍ରକା. ୧୨:୯, ୧୨, ୧୭)

  6. ଚ.ଏକ ହଜାର ବର୍ଷର ଶାସନ ପରେ

    ଶୟତାନକୁ ସବୁଦିନ ପାଇଁ ବିନାଶ କରି ଦିଆଯିବ । (ପ୍ରକା. ୨୦:୭, ୧୦)

ଏହି ଭବିଷ୍ୟତବାଣୀରୁ ଆମକୁ କିପରି ଲାଭ ହେଉଛି ?

୧୩. ଆଜି ଆମକୁ ଏହି ଭବିଷ୍ୟତବାଣୀରୁ କିପରି ଲାଭ ହେଉଛି ?

୧୩ ଟିକେ ଭାବନ୍ତୁ, ଯେପରି ଭାବେ ଏହି ଭବିଷ୍ୟତବାଣୀ ପୂରା ହୋଇଛି ସେଥିରୁ ଆପଣଙ୍କୁ କେତେ ଲାଭ ହୋଇଛି । ଯେବେ ଯୀଶୁ ପୃଥିବୀକୁ ଆସିଲେ, ତେବେ ତାଙ୍କ କାମ ଓ ଲୋକମାନଙ୍କ ସହ ତାଙ୍କ ବ୍ୟବହାର ବିଲକୁଲ୍‌ ତାଙ୍କ ପିତାଙ୍କ ଭଳି ଥିଲା । (ଯୋହ. ୧୪:୯) ତାଙ୍କୁ ଜାଣିବାରୁ ଆମେ ଯିହୋବାଙ୍କୁ ଜାଣିପାରିଲୁ ଓ ତାଙ୍କୁ ପ୍ରେମ କରିବାକୁ ଲାଗିଲୁ । ଯୀଶୁ ଆମକୁ ଯେଉଁ କଥା ଶିଖାଇଲେ ଆଉ ଆଜି ସେ ସଂଗଠନକୁ ଯେପରି ନିର୍ଦ୍ଦେଶ ଦେଉଛନ୍ତି, ସେଥିରୁ ଆମକୁ ବହୁତ ଲାଭ ହେଉଛି । ସେ ଆମକୁ ଏପରି ଜୀବନ ବଞ୍ଚିବା ଶିଖାଇଲେ, ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି । ଶେଷରେ ତାଙ୍କ ଗୋଇଠିକୁ ଆଘାତ କରାଗଲା ଅର୍ଥାତ୍‌ ତାଙ୍କୁ ଜୀବନରୁ ମାରି ଦିଆଗଲା । ତାଙ୍କ ବଳିଦାନରୁ ବି ଆମକୁ ବହୁତ ଲାଭ ହୁଏ । ସେ ଆମ ପାଇଁ ନିଜ ପରିପୂର୍ଣ୍ଣ ଜୀବନ ଦେଇଦେଲେ, ତାʼ ଆଧାରରେ ଯିହୋବା ‘ଆମ୍ଭମାନଙ୍କର ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ ।’—୧ ଯୋହ. ୧:୭.

୧୪. ଏଦନ ବଗିଚାରେ କରାଯାଇଥିବା ଭବିଷ୍ୟତବାଣୀ ତୁରନ୍ତ କାହିଁକି ପୂରା ହୋଇପାରନ୍ତା ନାହିଁ ? ବୁଝାନ୍ତୁ ।

୧୪ ଯିହୋବା ଏଦନ ବଗିଚାରେ କରିଥିବା ଭବିଷ୍ୟତବାଣୀ ତୁରନ୍ତ ପୂରା ହୋଇପାରନ୍ତା ନାହିଁ । ଏପରି ଆମେ କାହିଁକି କହିପାରିବା ? କାରଣ ନାରୀର ବଂଶକୁ ଆସିବାରେ ସମୟ ଲାଗନ୍ତା ଆଉ କିଛି ସମୟ ଗଲା ପରେ ହିଁ ଲୋକେ ଶୟତାନର ପକ୍ଷ ନିଅନ୍ତେ । କେବଳ ସେତିକି ନୁହେଁ, ସାପର ବଂଶ ଓ ନାରୀର ବଂଶ ମଧ୍ୟରେ ଶତ୍ରୁତା ବା ଘୃଣା ସୃଷ୍ଟି ହେବାରେ ମଧ୍ୟ ସମୟ ଲାଗନ୍ତା । ଏହି ଭବିଷ୍ୟତବାଣୀକୁ ଭଲଭାବେ ବୁଝିଲେ ଆମେ ଜାଣିପାରୁ ଯେ ଶୟତାନର ଏହି ଦୁନିଆ ଯିହୋବାଙ୍କ ଲୋକମାନଙ୍କୁ ଘୃଣା କରିବ । ଯୀଶୁ ମଧ୍ୟ ନିଜ ଶିଷ୍ୟମାନଙ୍କୁ ଆଗରୁ କହିଥିଲେ ଯେ ସେମାନଙ୍କୁ ଘୃଣା କରାଯିବ । (ମାର୍କ ୧୩:୧୩; ଯୋହ. ୧୭:୧୪) ବିଶେଷ କରି ଗତ ୧୦୦ ବର୍ଷରୁ ଆମେ ସ୍ପଷ୍ଟ ଭାବେ ଦେଖିପାରୁଛୁ ଯେ ଯିହୋବାଙ୍କ ଲୋକମାନଙ୍କ ସହ ଏପରି ହିଁ ହେଉଛି ।

୧୫. (କ) ଦୁନିଆ ଆମକୁ ଆଗ ଅପେକ୍ଷା କାହିଁକି ଅଧିକ ଘୃଣା କରୁଛି ? (ଖ) ଆମକୁ ଶୟତାନକୁ କାହିଁକି ଡରିବା ଦରକାର ନାହିଁ ?

୧୫ ୧୯୧୪ ମସିହାରେ ଯେବେ ଯୀଶୁ ଈଶ୍ୱରଙ୍କ ରାଜ୍ୟର ରାଜା ହେଲେ, ତେବେ ତାʼର କିଛି ସମୟ ପରେ ହିଁ ସେ ଶୟତାନକୁ ସ୍ୱର୍ଗରୁ ପୃଥିବୀକୁ ଫିଙ୍ଗି ଦେଲେ । କିନ୍ତୁ ଶୟତାନ ଚୁପ୍‌ ପଡ଼ି ନାହିଁ । ଶୟତାନ ଜାଣେ ଯେ ତାʼ ପାଖରେ କମ୍‌ ସମୟ ଅଛି । ତେଣୁ ସେ “ମହାକ୍ରୋଧରେ” ଅଛି ଆଉ ଯିହୋବାଙ୍କ ଲୋକମାନଙ୍କ ଉପରେ ନିଜ ରାଗ ବାହାର କରୁଛି । (ପ୍ରକା. ୧୨:୯, ୧୨, ୧୩, ୧୭) ଏହା ହିଁ କାରଣ ଯେ ଶୟତାନର ଦୁନିଆ ଆଗ ଅପେକ୍ଷା ଆମକୁ ଆଜି ଅଧିକ ଘୃଣା କରେ । କିନ୍ତୁ ଆମକୁ ଶୟତାନ ଓ ତାʼ ପକ୍ଷରେ ଥିବା ଲୋକମାନଙ୍କୁ ଡରିବା ଦରକାର ନାହିଁ । ଆମେ ପ୍ରେରିତ ପାଉଲଙ୍କ ଏକଥା ମନେ ରଖିପାରିବା, ‘ଯଦି ଈଶ୍ୱର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ ହେବ ?’ (ରୋମୀ. ୮:୩୧) ଯିହୋବା ଆଜିଯାଏ ଯେପରି ଆଦି ପୁସ୍ତକ ୩:୧୫ ପଦରେ ଲେଖାଥିବା ଭବିଷ୍ୟତବାଣୀକୁ ପୂରା କରିଛନ୍ତି, ସେଥିରୁ ପ୍ରମାଣିତ ହୋଇଯାଏ ଯେ ଆମେ ତାଙ୍କ ଉପରେ ଭରସା କରିପାରିବା ।

୧୬-୧୮. ଆଦି ପୁସ୍ତକ ୩:୧୫ ପଦରେ ଲେଖାଯାଇଥିବା ଭବିଷ୍ୟତବାଣୀକୁ ଭଲଭାବେ ବୁଝିବାରୁ କାର୍ଟିସ, ଉରସୁଲା ଆଉ ଜେସିକାକୁ କିପରି ଲାଭ ହେଲା ?

୧୬ ଆଦି ପୁସ୍ତକ ୩:୧୫ ପଦରେ ଲେଖାଥିବା ଯିହୋବାଙ୍କ ପ୍ରତିଜ୍ଞାକୁ ଧ୍ୟାନ ଦେଲେ ଆମେ ସାହସର ସହ ସମସ୍ୟାଗୁଡ଼ିକୁ ସହିପାରୁ । ଭାଇ କାର୍ଟିସ, ଯିଏ ଗୁଆମ ଦ୍ୱୀପରେ ମିଶନାରୀ ଭାବେ କାମ କରୁଛନ୍ତି, ସେ କହନ୍ତି, “ମୋ ଜୀବନରେ ଅନେକ ଥର ଏପରି ପରିସ୍ଥିତି ଆସିଲା, ଯେବେ ମୋତେ ଲାଗିଲା ଯେ ମୁଁ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବି ନାହିଁ । କିନ୍ତୁ ଯେବେ ମୁଁ ଭାବେ ଯେ ଆଦି ପୁସ୍ତକ ୩:୧୫ ପଦରେ ଲେଖାଥିବା ଭବିଷ୍ୟତବାଣୀ କିପରି ପୂରା ହୋଇଛି, ତେବେ ଯିହୋବାଙ୍କ ଉପରେ ମୋର ଭରସା ବଢ଼ିଯାଏ ।” ଭାଇ କାର୍ଟିସ ସେହି ଦିନର ଅପେକ୍ଷା କରୁଛନ୍ତି, ଯେବେ ଯିହୋବା ସବୁ ଦୁଃଖକଷ୍ଟ ଓ ସମସ୍ୟା ସବୁକୁ ସବୁଦିନ ପାଇଁ ଦୂର କରିଦେବେ ।

୧୭ ଜର୍ମାନୀରେ ରହୁଥିବା ଉରସୁଲା ନାମକ ଜଣେ ଭଉଣୀ କହନ୍ତି ଯେ ଯେବେ ସେ ଆଦି ପୁସ୍ତକ ୩:୧୫ ପଦରେ ଲେଖାଥିବା ଭବିଷ୍ୟତବାଣୀକୁ ଅଧ୍ୟୟନ କଲେ, ତେବେ ସେ ବୁଝିପାରିଲେ ଯେ ବାଇବଲର ବାକି ଭବିଷ୍ୟତବାଣୀଗୁଡ଼ିକ ଏହା ସହିତ କିପରି ଜଡ଼ିତ ଅଛି । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ତାଙ୍କୁ ଏକଥା ଉପରେ ଭରସା ବଢ଼ିଗଲା ଯେ ଯିହୋବା ହିଁ ବାଇବଲ ଲେଖାଇଛନ୍ତି । ସେ ଏହା ବି କହନ୍ତି, “ଯିହୋବା ମଣିଷମାନଙ୍କୁ ଏପରି ହିଁ ଛାଡ଼ିଲେ ନାହିଁ, ବରଂ ସେ ତୁରନ୍ତ ପଦକ୍ଷେପ ନେଲେ ଓ ସେମାନଙ୍କୁ ଗୋଟିଏ ଆଶା ଦେଲେ । ଏ ବିଷୟରେ ଭାବି ଏବେ ମୁଁ ଯିହୋବାଙ୍କୁ ଆହୁରି ଅଧିକ ପ୍ରେମ କରିବାକୁ ଲାଗୁଛି ।”

୧୮ ମାଇକ୍ରୋନେସିଆରେ ରହୁଥିବା ଜଣେ ଭଉଣୀ ଜେସିକା କହନ୍ତି, “ମୋତେ ଆଜି ବି ସେହି ଦିନ ମନେ ଅଛି, ଯେବେ ମୋତେ ଭରସା ହେଇଯାଇଥିଲା ଯେ ଏହା ହିଁ ସତ୍ୟ ଅଟେ । ମୁଁ ବୁଝିଗଲି ଯେ ଆଦି ପୁସ୍ତକ ୩:୧୫ ପଦରେ ଲେଖାଯାଇଥିବା ଭବିଷ୍ୟତବାଣୀ ପୂରା ହେଉଛି । ମୁଁ ଜାଣିପାରିଲି ଯେ ଯିହୋବା ଏହା ଚାହାନ୍ତି ନାହିଁ ଯେ ଆଜି ଆମେ ଯେପରି ଜୀବନ ଜୀଉଁଛୁ, ସେପରି ଜୀଇଁବା । ଏହି ଭବିଷ୍ୟତବାଣୀକୁ ପଢ଼ି ମୋତେ ପୂରା ଭରସା ହୋଇଗଲା ଯେ ଯିହୋବାଙ୍କ ସେବା କରିଲେ ଆଜି ମୁଁ ଭଲ ଜୀବନ ଜୀଇଁପାରିବି ଆଉ ଭବିଷ୍ୟତରେ ତ ମୁଁ ଏହାଠୁ ବି ଭଲ ଜୀବନ ଜୀଇଁପାରିବି ।”

୧୯. ଆମେ କାହିଁକି ଭରସା ରଖିପାରିବା ଯେ ଭବିଷ୍ୟତବାଣୀର ବାକି ଭାଗ ବି ନିଶ୍ଚୟ ପୂରା ହେବ ?

୧୯ ଯେପରି ଆମେ ଏହି ଲେଖାରୁ ଜାଣିଲୁ ଯେ, ଆଦି ପୁସ୍ତକ ୩:୧୫ ପଦରେ ଲେଖାଥିବା ଭବିଷ୍ୟତବାଣୀ ପୂରା ହେଉଛି । ଆଜି ଆମେ ଜାଣୁ ଯେ ନାରୀର ବଂଶ ଓ ସାପର ବଂଶ କିଏ ଅଟେ । ନାରୀର ବଂଶର ମୁଖ୍ୟ ଭାଗ ଅର୍ଥାତ୍‌ ଯୀଶୁଙ୍କ ଗୋଇଠିକୁ ଆଘାତ କରିବା ସରିଯାଇଛି ଓ ତାʼର ଘାʼ ମଧ୍ୟ ଭରିସାରିଛି । ଏବେ ସେ ସ୍ୱର୍ଗରେ ଶକ୍ତିଶାଳୀ ରାଜା ଅଟନ୍ତି ଓ ତାଙ୍କୁ ଅମର ଜୀବନ ଦିଆଯାଇଛି । ଯେଉଁ ଲୋକମାନେ ନାରୀର ବଂଶର ଦ୍ୱିତୀୟ ଭାଗ ହେବେ, ଯିହୋବା ପ୍ରାୟ ସେସମସ୍ତଙ୍କୁ ବାଛି ସାରିଛନ୍ତି । ଏହି ଭବିଷ୍ୟତବାଣୀରେ ଲେଖାଥିବା ଅଧିକାଂଶ କଥାଗୁଡ଼ିକ ପୂରା ହୋଇସାରିଛି, ତେଣୁ ଆମେ ଭରସା ରଖିପାରିବା ଯେ ସାପର ମୁଣ୍ଡକୁ ବି ନିଶ୍ଚୟ ଆଘାତ କରାଯିବ । ସେ ସମୟରେ ଯିହୋବାଙ୍କ ସେବକମାନେ ପ୍ରକୃତ ଶାନ୍ତି ପାଇବେ । କିନ୍ତୁ ତେବେ ଯାଏ ଆସନ୍ତୁ ଆମେ ସାହସ ହରାଇବା ନାହିଁ ଆଉ ଯିହୋବାଙ୍କ ଉପରେ ଭରସା ରଖିବା ଯେ ସେ ନାରୀର ବଂଶ ଜରିଆରେ ‘ପୃଥିବୀସ୍ଥ ସମସ୍ତ ଜାତିକୁ’ ବହୁତ ଆଶିଷ ଦେବେ !—ଆଦି. ୨୨:୧୮.

ଆଦି ପୁସ୍ତକ ୩:୧୫ ପଦରେ ଲେଖାଥିବା ଭବିଷ୍ୟତବାଣୀରୁ ଆପଣ କʼଣ ଜାଣିଲେ ?

  • ‘ସର୍ପ’, ସର୍ପର ବଂଶ, ‘ନାରୀ’ ଓ ନାରୀର ବଂଶ କିଏ ଅଟନ୍ତି ?

  • ଏବେ ଯାଏ ଏହି ଭବିଷ୍ୟତବାଣୀ କିପରି ପୂରା ହୋଇଛି ?

  • ଯେଉଁଭଳି ଏହି ଭବିଷ୍ୟତବାଣୀ ପୂରା ହୋଇଛି, ସେଥିରୁ ଆପଣଙ୍କୁ କିପରି ଲାଭ ହୋଇଛି ?

ଗୀତ ୨୩ ୟହୋୱା କା ରାଜ୍‌ ସୁରୁ ହୁଆ

a ଯଦି ଆମେ ବାଇବଲର ସନ୍ଦେଶକୁ ବୁଝିବାକୁ ଚାହୁଁ, ତେବେ ଆମେ ଆଦି ପୁସ୍ତକ ୩:୧୫ ପଦରେ ଦିଆଯାଇଥିବା ଭବିଷ୍ୟତବାଣୀକୁ ବୁଝିବା ବହୁତ ଜରୁରୀ । ଯେବେ ଆମେ ଏହି ଭବିଷ୍ୟତବାଣୀକୁ ଗଭୀର ଭାବେ ଅଧ୍ୟୟନ କରିବା, ତେବେ ଆମର ଯିହୋବାଙ୍କ ଉପରେ ବିଶ୍ୱାସ ବଢ଼ିବ । ଆଉ ଆମକୁ ପୂରା ଭରସା ହେବ ଯେ ଯିହୋବା ନିଜ ସବୁ ପ୍ରତିଜ୍ଞାଗୁଡ଼ିକୁ ନିଶ୍ଚୟ ପୂରା କରିବେ ।

b ନୂତନ ଜଗତ ଅନୁବାଦରେ ଅତିରିକ୍ତ ଲେଖା ଖ୧ “ବାଇବଲର ସନ୍ଦେଶ” ପଢ଼ନ୍ତୁ ।

c “ଆଦି ପୁସ୍ତକ ୩:୧୪, ୧୫ ପଦରେ କିଏ କାହାକୁ ଦର୍ଶାଏ ?” ନାମକ ବକ୍ସ ଦେଖନ୍ତୁ ।

d “ଆଦି ପୁସ୍ତକ ୩:୧୫ ପଦରେ ଲେଖାଥିବା ଭବିଷ୍ୟତବାଣୀ କିପରି ପୂରା ହୋଇ ଆସୁଛି” ନାମକ ବକ୍ସ ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ