ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ଜୁଲାଇ ପୃଷ୍ଠା ୨୬-୨୯
  • ନୂଆ ମଣ୍ଡଳୀକୁ କିପରି ଆପଣାଇ ପାରିବେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନୂଆ ମଣ୍ଡଳୀକୁ କିପରି ଆପଣାଇ ପାରିବେ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଉପଶୀର୍ଷକ
  • ସମସ୍ୟା ସମୟରେ ଚାରୋଟି ପଦକ୍ଷେପ ନିଅନ୍ତୁ
  • “ପରସ୍ପରକୁ ଗ୍ରହଣ କର”
  • ସୁଯୋଗ ସ୍ୱୀକାର କରନ୍ତୁ ଓ ଆଗକୁ ବଢ଼ନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ଜୁଲାଇ ପୃଷ୍ଠା ୨୬-୨୯

ନୂଆ ମଣ୍ଡଳୀକୁ କିପରି ଆପଣାଇ ପାରିବେ ?

କʼଣ ଆପଣଙ୍କୁ ମଧ୍ୟ ନିଜ ମଣ୍ଡଳୀ ଛାଡ଼ି ନୂଆ ମଣ୍ଡଳୀକୁ ଯିବାକୁ ପଡ଼ିଛି ? ତାହେଲେ ଆପଣଙ୍କୁ ମଧ୍ୟ ଭାଇ ଚାର୍ଲ୍ସଙ୍କ ଭଳି ଅନୁଭବ ହୋଇଥିବ । ସେ କହନ୍ତି, “ଯେବେ ଆପଣ କୌଣସି ନୂଆ ଜାଗା ବା ନୂଆ ମଣ୍ଡଳୀକୁ ଯାʼନ୍ତି, ତେବେ ଆପଣଙ୍କୁ ବହୁତ କିଛି କରିବାକୁ ପଡ଼େ । ତାʼ ସହିତ ଆପଣଙ୍କୁ ଏହି କଥାର ବି ଧ୍ୟାନ ରଖିବାକୁ ପଡ଼େ ଯେ ଆପଣଙ୍କ ପରିବାରର ସମସ୍ତ ଲୋକଙ୍କର ଯିହୋବାଙ୍କ ସହିତ ଭଲ ସମ୍ପର୍କ ରହୁ ।” ଏସବୁ କରିବା ଏତେ ସହଜ ହୋଇ ନ ଥାଏ । କେବଳ ଏତିକି ନୁହେଁ, ଯେବେ ଜଣେ ବ୍ୟକ୍ତି ନୂଆ ଜାଗାକୁ ଯାଏ, ତେବେ ତାକୁ କାମ, ରହିବା ପାଇଁ ଘର ଓ ଯଦି ତାଙ୍କର ପିଲା ଅଛନ୍ତି ତାହେଲେ ପିଲାମାନଙ୍କ ପାଇଁ ନୂଆ ସ୍କୁଲ ଖୋଜିବାକୁ ପଡ଼େ । ଏପରି ବି ହୋଇପାରେ ଯେ ନୂଆ ଜାଗାର ପରିବେଶ, ସଂସ୍କୃତି ଓ ପ୍ରଚାର ଜାଗା ପୁରୁଣା ଜାଗାଠାରୁ ବହୁତ ଅଲଗା ଥିବ ।

ଫ୍ରାନ୍‌ସର ଶାଖା କାର୍ଯ୍ୟାଳୟ ଭାଇ ନିକୋଲା ଓ ଭଉଣୀ ସେଲିନଙ୍କୁ ଗୋଟିଏ ନୂଆ ମଣ୍ଡଳୀରେ ଯିବାକୁ କହିଲା । । କିନ୍ତୁ ପରେ ତାଙ୍କର ଦାୟିତ୍ୱ ବଦଳି ଗଲା ଓ ସେମାନଙ୍କୁ ଗୋଟିଏ ନୂଆ ମଣ୍ଡଳୀକୁ ଯିବାକୁ ପଡ଼ିଲା । ତାଙ୍କୁ ଗୋଟିଏ ଅଲଗା ପ୍ରକାରର ସମସ୍ୟାର ସାମନା କରିବାକୁ ପଡ଼ିଥିଲା । ସେ କହନ୍ତି, “ଆରମ୍ଭରେ ସବୁ କିଛି ନୂଆ ଥିଲା ଓ ଆମକୁ ବହୁତ ମଜା ଲାଗୁଥିଲା । କିନ୍ତୁ ବହୁତ ଶୀଘ୍ର ଆମକୁ ନିଜ ପୁରୁଣା ସାଙ୍ଗମାନଙ୍କ କଥା ମନେ ପଡ଼ିବାକୁ ଲାଗିଲା ଓ ଏବେ ଯାଏ ଆମେ ନୂଆ ମଣ୍ଡଳୀର ଭାଇଭଉଣୀମାନଙ୍କ ସହ ଭଲ ଭାବେ ମିଶି ପାରି ନ ଥିଲୁ ।”a ଗୋଟିଏ ନୂଆ ମଣ୍ଡଳୀରେ ଯିବା ପରେ ଏପରି ହିଁ କିଛି ସମସ୍ୟାର ସାମନା କରିବାକୁ ପଡ଼ିପାରେ । ଯଦି ଏପରି ହୁଏ ତାହେଲେ ଆପଣ କʼଣ କରିପାରିବେ ? ଅନ୍ୟ ଭାଇଭଉଣୀମାନେ କʼଣ କରିପାରିବେ ? ଯଦି ଆପଣ ନୂଆ ମଣ୍ଡଳୀରେ ସମସ୍ତଙ୍କ ସହିତ ଭଲଭାବେ ମିଶିବା ପାଇଁ ଚେଷ୍ଟା କରିବେ, ତାହେଲେ ଆପଣଙ୍କୁ କେଉଁ ଆଶିଷଗୁଡ଼ିକ ମିଳିବ ଓ ଆପଣ କିପରି ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବେ ? ଆସନ୍ତୁ ଜାଣିବା ।

ସମସ୍ୟା ସମୟରେ ଚାରୋଟି ପଦକ୍ଷେପ ନିଅନ୍ତୁ

ଜଣେ ଭଉଣୀ ବାକ୍ସରୁ ସାମାନ ବାହାର କରୁଥିଲେ, କିନ୍ତୁ ସେ ଏବେ କିଛି ସମୟ ପାଇଁ ବସିକି ବାଇବଲ ପଢ଼ୁଛନ୍ତି ।

ଯିହୋବାଙ୍କ ଉପରେ ଭରସା ରଖନ୍ତୁ

୧. ଯିହୋବାଙ୍କ ଉପରେ ଭରସା ରଖନ୍ତୁ । (ଗୀତ. ୩୭:୫) ଜାପାନରେ ରହୁଥିବା ଭଉଣୀ କାଜୁମି ୨୦ ବର୍ଷରୁ ଗୋଟିଏ ମଣ୍ଡଳୀରେ ଥିଲେ । କିନ୍ତୁ ପରେ ତାଙ୍କ ସ୍ୱାମୀଙ୍କ ଟ୍ରାନ୍ସଫର୍‌ ହୋଇଗଲା ଓ ସେମାନଙ୍କୁ ଗୋଟିଏ ନୂଆ ମଣ୍ଡଳୀକୁ ଯିବାକୁ ପଡ଼ିଲା । ତେବେ ଭଉଣୀ ‘ଯିହୋବାଙ୍କ ଉପରେ ସବୁକିଛି ଛାଡ଼ି ଦେଲେ’ ଓ ତାଙ୍କ ଉପରେ ଭରସା ରଖିଲେ । ସେ କହନ୍ତି, “ଅନେକଥର ମୁଁ ନିଜକୁ ଏକୁଟିଆ ଅନୁଭବ କରୁଥିଲି ଓ ମୋତେ ବହୁତ ଚିନ୍ତା ହେଉଥିଲା ଓ ମୁଁ ବହୁତ ଡରି ଯାଉଥିଲି । ମୁଁ ସବୁବେଳେ ଯିହୋବାଙ୍କୁ ନିଜର ମନ କଥା କହୁଥିଲି ଯେ ମୋତେ କିପରି ଅନୁଭବ ହେଉଛି ଆଉ ସବୁ ଥର ସେ ମୋତେ ସାହସ ଦେଉଥିଲେ ।”

ଆମେ ଯିହୋବାଙ୍କ ଉପରେ ନିଜର ଭରସା କିପରି ବଢ଼ାଇପାରିବା ? ଯଦି ଆମେ ଚାହୁଁ ଯେ ଗୋଟିଏ ଗଛ ବଢ଼ୁ, ତାହେଲେ ଆମକୁ ଲଗାତାର ସେଥିରେ ପାଣି ଓ ଖତ ଦେବାକୁ ପଡ଼େ । ଠିକ୍‌ ସେହିଭଳି ଯଦି ଆମେ ଚାହୁଁ ଯେ ଆମ ବିଶ୍ୱାସ ଆହୁରି ବଢ଼ୁ, ତାହେଲେ ଆମକୁ କିଛି କରିବାକୁ ପଡ଼ିବ । ଭାଇ ନିକୋଲା, ଯାହାଙ୍କ ବିଷୟରେ ଆରମ୍ଭରେ କୁହାଯାଇଥିଲା, ସେ କହନ୍ତି ଯେ ସେ ଅବ୍ରହାମ, ଯୀଶୁ ଓ ପାଉଲଙ୍କ ବିଷୟରେ ପଢ଼ିଲେ । ସେହି ଲୋକମାନେ ଯିହୋବାଙ୍କ ଇଚ୍ଛା ପୂରା କରିବା ପାଇଁ ତ୍ୟାଗ କରିଥିଲେ । ଏହି ବିଷୟରେ ଭାବି ତାଙ୍କ ବିଶ୍ୱାସ ଆହୁରି ବଢ଼ିଗଲା ଯେ ଯିହୋବା ତାଙ୍କୁ ବି ସାହାଯ୍ୟ କରିବେ । ଯଦି ଆପଣ ବି ଲଗାତାର ବାଇବଲ ପଢ଼ିବେ, ତାର ଅଧ୍ୟୟନ କରିବେ ଓ ଆପଣ ଯେଉଁ ନୂଆ ମଣ୍ଡଳୀକୁ ଯାଇଛନ୍ତି, ସେଠାରେ ସମସ୍ତଙ୍କ ସହିତ ମିଶିବା ପାଇଁ ଚେଷ୍ଟା କରିବେ, ତାʼସହ ଆପଣ ଯାହା ଶିଖିଛନ୍ତି ତାହା ଅନ୍ୟମାନଙ୍କୁ କହି, ସେମାନଙ୍କର ଉତ୍ସାହ ବଢ଼ାଇପାରିବେ ।

ଜଣେ ପ୍ରାଚୀନ ଦୁଇଜଣ ଯୁବା ଭାଇଙ୍କ କଥା ଶୁଣୁଛନ୍ତି । ସେହି ଭାଇମାନେ ବୁଝାଉଛନ୍ତି ଯେ ରାଜ୍ୟଘରେ ଅଡିଓ/ଭିଡିଓ କାମ କିପରି କରାଯାଏ ।

ତୁଳନା କରନ୍ତୁ ନାହିଁ

୨. ତୁଳନା କରନ୍ତୁ ନାହିଁ । (ଉପ. ୭:୧୦) ଯେବେ ଜୁଏଲ ଆଫ୍ରିକାର ବେନିନ ଦେଶରୁ ଆମେରିକାରେ ରହିବାକୁ ଗଲେ, ତେବେ ସେ ଦେଖିଲେ ଯେ ଦୁଇଟି ଜାଗାର ସଂସ୍କୃତି ପରସ୍ପରଠାରୁ ପୂରାପୂରି ଅଲଗା ଅଛି । ସେ କହନ୍ତି, “ମୁଁ ଯାହା ସହିତ ଭେଟୁ ଥିଲି, ସେ ମୋର ପୂରା ଜୀବନ କାହାଣୀ ଶୁଣିବା ପାଇଁ ଚାହୁଁଥିଲେ ।” ଏହା ତାଙ୍କୁ ବହୁତ ଅଜବ ଲାଗିଲା ଆଉ ସେ ଏତେ ହଇରାଣ ହୋଇଗଲେ ଯେ ଭାଇଭଉଣୀଙ୍କ ସହ ମିଶିବା ବନ୍ଦ କରିଦେଲେ । କିନ୍ତୁ ଯେବେ ସେ ସେଠାର ଭାଇଭଉଣୀମାନଙ୍କୁ ଭଲଭାବେ ଜାଣିଲେ, ତେବେ ତାଙ୍କ ଚିନ୍ତାଧାରା ବଦଳି ଗଲା । ସେ କହନ୍ତି, “ଆମେ ପୃଥିବୀରେ ଯେଉଁଠି ଥିଲେ ବି, ଆମେ ସମସ୍ତେ ମଣିଷ, କେବଳ ଆମର କଥାବାର୍ତ୍ତା ଶୈଳୀରେ ଫରକ ଅଛି । ତେଣୁ ଯଦି ବି ଭାଇଭଉଣୀମାନେ ଆମଠାରୁ ଅଲଗା ଅଛନ୍ତି, ତେବେ ବି ଆମକୁ ସେମାନଙ୍କୁ ଆପଣାଇବା ଉଚିତ୍‌ ।” ତାହେଲେ ନିଜ ନୂଆ ମଣ୍ଡଳୀକୁ ପୁରୁଣା ମଣ୍ଡଳୀ ସହିତ ତୁଳନା କରନ୍ତୁ ନାହିଁ । ଏବିଷୟରେ ଏନ୍‌ଲିଜ୍‌ ନାମକ ଜଣେ ଅଗ୍ରଦୂତ ସେବା କରୁଥିବା ଭଉଣୀ କହନ୍ତି, “ମୁଁ ନୂଆ ଜାଗାରେ ନୂଆ ଜିନିଷ ଶିଖିବା ପାଇଁ ଆସିଛି ଓ ନୂଆ ଲୋକମାନଙ୍କ ସହିତ ଭେଟିବାକୁ ଆସିଛି, ମୁଁ ସେସବୁ କରିବା ପାଇଁ ଆସିନି ଯାହା ମୁଁ ଆଗରୁ କରୁଥିଲି ।”

ପ୍ରାଚୀନମାନେ, ଆପଣମାନଙ୍କୁ ମଧ୍ୟ ନିଜ ନୂଆ ମଣ୍ଡଳୀର ତୁଳନା ପୁରୁଣା ମଣ୍ଡଳୀ ସହିତ କରିବା ଉଚିତ୍‌ ନୁହେଁ । ହୋଇପାରେ, ନୂଆ ମଣ୍ଡଳୀରେ କାମ କରିବାର ଶୈଳୀ ଅଲଗା ଥିବ, କିନ୍ତୁ ତାʼଅର୍ଥ ଏହା ନୁହେଁ ଯେ ତାହା ଭୁଲ । କୌଣସି ପରାମର୍ଶ ଦେବା ଆଗରୁ ଏହା ଭଲ ହେବ ଯେ ଆପଣ ସେହି ଜାଗା ବିଷୟରେ ଟିକିଏ ଜାଣନ୍ତୁ । (ଉପ. ୩:୧, ୭ଖ) ଅନ୍ୟମାନଙ୍କୁ କହନ୍ତୁ ନାହିଁ ଯେ ଏପରି କରିବା ଉଚିତ୍‌ ଓ ଏପରି କରିବା ଉଚିତ୍‌ ନୁହେଁ । ଯଦି ଆପଣ ନିଜେ ଗୋଟିଏ ଭଲ ଉଦାହରଣ ରଖିବେ, ତେବେ ଅନ୍ୟମାନେ ଆପଣଙ୍କୁ ଦେଖି ଶିଖିପାରିବେ ।—୨ କରି. ୧:୨୪.

ଦୁଇଜଣ ଭାଇ ରାଜ୍ୟଘରେ ଝରକା ସଫା କରୁଛନ୍ତି ।

ଭାଇଭଉଣୀମାନଙ୍କ ସହିତ ମିଳିମିଶି ରହନ୍ତୁ

୩. ଭାଇଭଉଣୀମାନଙ୍କ ସହିତ ମିଳିମିଶି ରହନ୍ତୁ । (ଫିଲିପ୍‌. ୧:୨୭) ଯେବେ ଆପଣ ଅନ୍ୟ କୌଣସି ଜାଗାକୁ ଯାʼନ୍ତି, ତେବେ ଆପଣଙ୍କୁ ବହୁତଗୁଡ଼ିଏ କାମ କରିବାକୁ ପଡ଼େ ଆଉ ତାʼପାଇଁ ବହୁତ ସମୟ ବି ଲାଗିପାରେ । କିନ୍ତୁ ଗୋଟିଏ ବି ସଭା ଛାଡ଼ନ୍ତୁ ନାହିଁ ଆଉ ଯଦି ହୋଇପାରେ ତାହେଲେ ରାଜ୍ୟ ଘରକୁ ଯାʼନ୍ତୁ । କାରଣ ଯଦି ଆପଣ ରାଜ୍ୟ ଘରକୁ ଯିବେ ନାହିଁ, ତାହେଲେ ଭାଇଭଉଣୀମାନେ ଆପଣଙ୍କୁ କିପରି ଜାଣିପାରିବେ ? ସେମାନେ କିପରି ଆପଣଙ୍କୁ ସାହାଯ୍ୟ କରିପାରିବେ ? ଲୁସିଣ୍ଡା ନାମକ ଜଣେ ଭଉଣୀ ନିଜ ଦୁଇଜଣ ଝିଅକୁ ନେଇ ଦକ୍ଷିଣ ଆଫ୍ରିକାର ଗୋଟିଏ ବଡ଼ ସହରକୁ ଯାଇ ରହିବାକୁ ଲାଗିଲେ । ସେ କହନ୍ତି ଯେ ସେ କିପରି ନୂଆ ମଣ୍ଡଳୀରେ ଭାଇଭଉଣୀଙ୍କ ସହିତ ମିଶି ପାରିଲେ, “ମୋ ସାଙ୍ଗମାନେ ମୋତେ କହିଲେ ଯେ ମୁଁ ନୂଆ ମଣ୍ଡଳୀରେ ଯିବା ମାତ୍ରେ ଭାଇଭଉଣୀଙ୍କ ସହ ସାଙ୍ଗ ହେବି, ସେମାନଙ୍କ ସହ ପ୍ରଚାରରେ ଯିବି ଓ ସଭାରେ ଭାଗ ନେବି । ଆମେ ଭାଇମାନଙ୍କୁ ଆମ ଘରେ ପ୍ରଚାର ସଭା ରଖିବା ପାଇଁ ମଧ୍ୟ କହିଲୁ ।”

ଯେବେ ଆପଣ ମଣ୍ଡଳୀରେ ଭାଇଭଉଣୀମାନଙ୍କ ସହ “ମିଳିମିଶି” କାମ କରିବେ, ତାହେଲେ ଆପଣଙ୍କ “ବିଶ୍ୱାସ” ମଧ୍ୟ ବଢ଼ିବ ଓ ସେମାନଙ୍କର ମଧ୍ୟ । ଏନ୍‌ଲିଜ୍‌ ଯାହାଙ୍କ ବିଷୟରେ ଆମେ ପୂର୍ବେ କଥା ହୋଇଥିଲୁ, ସେ କହନ୍ତି ଯେ ପ୍ରାଚୀନମାନେ ତାଙ୍କୁ କହିଲେ ଯେ ସେ ମଣ୍ଡଳୀର ସମସ୍ତଙ୍କ ସହ ପ୍ରଚାର କରିବା ପାଇଁ ଚେଷ୍ଟା କରନ୍ତୁ । ସେ ଏପରି ହିଁ କଲେ । ସେ କହନ୍ତି, “ମୁଁ ଖୁବ୍‌ ଶୀଘ୍ର ବୁଝିପାରିଲି ଯେ ଭାଇଭଉଣୀମାନଙ୍କ ସହିତ ମିଶିବାର ଏହା ଗୋଟିଏ ବଢ଼ିଆ ଉପାୟ ଅଟେ ।” ପ୍ରଚାର କରିବା ଛଡ଼ା ଯେବେ ଆପଣ ରାଜ୍ୟ ଘରର ସଫାସୁତୁରା ଓ ମରାମତି କାମରେ ଭାଗ ନେବେ, ତେବେ ଭାଇଭଉଣୀ ଏହା ଦେଖିପାରିବେ ଯେ ଆପଣ ଏବେ ତାଙ୍କ ମଣ୍ଡଳୀକୁ ଆପଣାଇ ନେଇଛନ୍ତି । ଯେତେ ଶୀଘ୍ର ଆପଣ ଏସବୁ କାମରେ ସାହାଯ୍ୟ କରିବେ ଓ ଭାଇଭଉଣୀଙ୍କ ମଧ୍ୟରେ ରହିବେ, ସେତେ ଶୀଘ୍ର ଭାଇଭଉଣୀ ଆପଣଙ୍କ ସାଙ୍ଗ ହୋଇପାରିବେ । ଆଉ ସେହି ନୂଆ ମଣ୍ଡଳୀ ଆପଣଙ୍କ ପରିବାର ହୋଇଯିବ ।

ଦୁଇଜଣ ସ୍ୱାମୀ ସ୍ତ୍ରୀ ସାଙ୍ଗରେ ମିଶି ଖାଉଛନ୍ତି ।

ନୂଆ ସାଙ୍ଗ କରନ୍ତୁ

୪. ନୂଆ ସାଙ୍ଗ କରନ୍ତୁ । (୨ କରି. ୬:୧୧-୧୩) ଭାଇଭଉଣୀଙ୍କ ସହ କଥା ହୁଅନ୍ତୁ, ସେମାନଙ୍କୁ ଭଲଭାବେ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଆଉ ଏପରି କରିବା ପାଇଁ ଆପଣ ସଭା ଆରମ୍ଭ ହେବା ପୂର୍ବରୁ ସେଠାକୁ ଯାଇପାରିବେ ଓ ସଭା ଶେଷ ହେବା ପରେ କିଛି ସମୟ ରହିପାରିବେ । ଏପରି କରିବା ଦ୍ୱାରା ଭାଇଭଉଣୀମାନେ ଦେଖିପାରିବେ ଯେ ଆପଣଙ୍କୁ ସେମାନଙ୍କର ଚିନ୍ତା ଅଛି । ଭାଇଭଉଣୀଙ୍କ ନାମ ମନେ ରଖିବା ପାଇଁ ଚେଷ୍ଟା କରନ୍ତୁ । ଯେବେ ଆପଣ ଭାଇଭଉଣୀଙ୍କୁ ତାଙ୍କ ନାମ ନେଇ ଡାକିବେ ଓ ପ୍ରେମର ସହ ବ୍ୟବହାର କରିବେ, ତେବେ ସେମାନଙ୍କୁ ଆପଣଙ୍କ ସହ କଥା ହେବା ସହଜ ହୋଇଯିବ ଓ ସେମାନେ ଆପଣଙ୍କ ସହ ସାଙ୍ଗ ହେବା ପାଇଁ ଚାହିଁବେ ।

ଏ କଥାକୁ ନେଇ ଚିନ୍ତା କରନ୍ତୁ ନାହିଁ ଯେ ନୂଆ ମଣ୍ଡଳୀର ଭାଇଭଉଣୀମାନେ ଆପଣଙ୍କୁ ପସନ୍ଦ କରିବେ ନା ନାହିଁ । ତାʼ ପରିବର୍ତ୍ତେ ଭାଇଭଉଣୀମାନଙ୍କୁ ଆପଣଙ୍କୁ ଜାଣିବା ପାଇଁ ସୁଯୋଗ ଦିଅନ୍ତୁ । ତାʼପାଇଁ ଆପଣ କʼଣ କରିପାରିବେ ? ଧ୍ୟାନ ଦିଅନ୍ତୁ ଯେ ଭଉଣୀ ଲୁସିଣ୍ଡା କʼଣ କଲେ, “ଆମେ ଭାଇଭଉଣୀମାନଙ୍କୁ ନିଜ ଘରକୁ ଡ଼ାକୁଥିଲୁ, ଏପରି କରିବା ଦ୍ୱାରା ସେମାନଙ୍କ ସହ ଆମ ସମ୍ପର୍କ ଆହୁରି ଭଲ ହୋଇଗଲା, ଏବେ ବି ଆମେ ସାଙ୍ଗ ହୋଇ ରହିଛୁ ।” ଆପଣ ମଧ୍ୟ ଏପରି କରି ଦେଖିପାରିବେ ।

“ପରସ୍ପରକୁ ଗ୍ରହଣ କର”

ଯେବେ କେହି ପ୍ରଥମ ଥର ନୂଆ ମଣ୍ଡଳୀକୁ ଆସନ୍ତି, ତେବେ ହୁଏତ ତାଙ୍କୁ ନୂଆ ଲୋକମାନଙ୍କୁ ଦେଖି ଚିନ୍ତା ହେବାକୁ ଲାଗିବ । ଏପରି ସମୟରେ ଆପଣ କʼଣ କରିପାରିବେ ? ପାଉଲ କହିଥିଲେ, “ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ଗ୍ରହଣ କର ।” (ରୋମୀ. ୧୫:୭) ପ୍ରାଚୀନମାନେ ମଧ୍ୟ ଯୀଶୁଙ୍କ ଭଳି ଭାଇଭଉଣୀମାନଙ୍କୁ ସ୍ୱାଗତ କରିପାରିବେ ଓ ସେମାନଙ୍କୁ ସାହାଯ୍ୟ କରିପାରିବେ । (“ଯେବେ ଆପଣ ନୂଆ ମଣ୍ଡଳୀକୁ ଯାʼନ୍ତି” ନାମକ ବକ୍ସ ଦେଖନ୍ତୁ ।) ମଣ୍ଡଳୀର ଅନ୍ୟ ଭାଇଭଉଣୀମାନେ ଏବଂ ପିଲାମାନେ ମଧ୍ୟ ଏପରି କରିପାରିବେ ଓ ସେମାନଙ୍କ ସାଙ୍ଗ ହୋଇପାରିବେ ।

ଯେବେ ଆପଣ ନୂଆ ମଣ୍ଡଳୀକୁ ଯାʼନ୍ତି

ଆପଣଙ୍କୁ କʼଣ କରିବା ଉଚିତ୍‌: ଆପଣ ନିଜ ପୁରୁଣା ଓ ନୂଆ ମଣ୍ଡଳୀର ପ୍ରାଚୀନମାନଙ୍କୁ ଆଗରୁ କହନ୍ତୁ ଯେ ଆପଣ କେବେ ଅନ୍ୟ ଜାଗାକୁ ଯିବେ । ଆପଣ ସେମାନଙ୍କୁ ନିଜ ଠିକଣା ଓ ଫୋନ୍‌ ନମ୍ବର ଦିଅନ୍ତୁ । ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣ ଯେଉଁ ଜାଗାକୁ ଯାଉଛନ୍ତି, ସେଠାରେ ସଭାଗୁଡ଼ିକ କେବେ ଓ କେଉଁଠି ହୁଏ । ଯେବେ ଆପଣ ପ୍ରଥମ ଥର ସଭାକୁ ଯିବେ, ତେବେ ପ୍ରାଚୀନ ଓ ଅନ୍ୟମାନଙ୍କ ସହ ଭେଟ ହୁଅନ୍ତୁ ଓ ସେମାନଙ୍କୁ ନିଜ ବିଷୟରେ କହନ୍ତୁ ।

ପ୍ରାଚୀନମାନଙ୍କୁ କʼଣ କରିବା ଉଚିତ୍‌ ? ପୁରୁଣା ମଣ୍ଡଳୀର ସଚିବ ସେହି ଭାଇ କିମ୍ବା ଭଉଣୀଙ୍କ ପରିଚୟ ପତ୍ର ଓ କଙ୍ଗ୍‌ରିଗେସନ୍‌ ପବ୍‌ଲିସର ରେକୋର୍ଡ କାର୍ଡ଼ ନୂଆ ମଣ୍ଡଳୀକୁ ଯେତେ ଶୀଘ୍ର ହୋଇପାରିବ ପଠାଇ ଦେବା ଉଚିତ୍‌ । ନୂଆ ମଣ୍ଡଳୀର ସେବା ସମିତିକୁ ତୁରନ୍ତ ସେହି ନୂଆ ଭାଇ କିମ୍ବା ଭଉଣୀଙ୍କୁ କହିବା ଉଚିତ୍‌ ଯେ ସେ କେଉଁ ପ୍ରଚାର ସମୂହର ଭାଗ ଅଟନ୍ତି । ଭଲ ହେବ ଯେ ସମୂହ ଅଧ୍ୟକ୍ଷ ସେହି ଭାଇ କିମ୍ବା ଭଉଣୀଙ୍କ ସହ ଭେଟନ୍ତୁ ଓ ତାଙ୍କ ଉତ୍ସାହ ବଢ଼ାନ୍ତୁ ।

ଅନ୍ୟମାନଙ୍କୁ ଗ୍ରହଣ କିମ୍ବା ସ୍ୱାଗତ କରିବାର ଗୋଟିଏ ଉପାୟ ହେଉଛି, ଅତିଥି ସତ୍କାର କରିବା । ଏହାଛଡ଼ା ଆପଣ ନୂଆ ଭାଇଭଉଣୀମାନଙ୍କୁ କିଛି ଅନ୍ୟ ଉପାୟରେ ବି ସାହାଯ୍ୟ କରିପାରିବେ । ଯେବେ ଜଣେ ଭଉଣୀ ଅନ୍ୟ ଦେଶକୁ ଯାଇ ରହିବାକୁ ଲାଗିଲେ, ତେବେ ସେହି ଜାଗାରେ ଥିବା ମଣ୍ଡଳୀର ଜଣେ ଭଉଣୀ ତାଙ୍କୁ ପୂରା ସହର ଦେଖାଇଲେ ଓ କହିଲେ ଯେ ତାଙ୍କୁ କେଉଁଠୁ ବସ୍‌ ଓ ଟ୍ରେନ୍‌ ମିଳିପାରିବ । ଏପରି କରିବା ଦ୍ୱାରା ଭଉଣୀଙ୍କୁ ବହୁତ ସାହାଯ୍ୟ ମିଳିଲା ଆଉ ସେ ଏହି ଭଉଣୀଙ୍କ ପ୍ରେମକୁ କେବେ ବି ଭୁଲିଲେ ନାହିଁ ।

ସୁଯୋଗ ସ୍ୱୀକାର କରନ୍ତୁ ଓ ଆଗକୁ ବଢ଼ନ୍ତୁ

ଯଦି ଗୋଟିଏ ଚଢ଼େଇ ଛୁଆଟି ନିଜ ବସାରୁ ବାହାରିବା ପାଇଁ ଡରେ, ତାହେଲେ ସେ କେବେ ବି ଉଡ଼ିପାରିବନି । ଯଦି ସେ ଉଡ଼ିବା ପାଇଁ ଚାହେଁ, ତେବେ ତାକୁ ନିଜ ଡରକୁ ଦୂର କରିବାକୁ ପଡ଼ିବ । ଠିକ୍‌ ସେହିଭଳି ଯଦି ଆପଣ ନୂଆ ମଣ୍ଡଳୀକୁ ଯାʼନ୍ତି ତେବେ ହୁଏତ ଆପଣଙ୍କ ମନରେ ଅନେକ ଚିନ୍ତା ଥିବ, ହୁଏତ ଆପଣଙ୍କୁ ନୂଆ ଲୋକମାନଙ୍କ ସହିତ ଭେଟିବା ପାଇଁ ଡର ଲାଗୁଥିବ । କିନ୍ତୁ ଆପଣଙ୍କୁ ନିଜ ଡର ଦୂର କରିବାକୁ ପଡ଼ିବ, ତେବେ ହିଁ ଆପଣ ଆଗକୁ ବଢ଼ିପାରିବେ ଓ ଯିହୋବାଙ୍କ ସେବା କରିପାରିବେ । ନିକୋଲା ଓ ସେଲିନ୍‌ କହନ୍ତି, “ଗୋଟିଏ ମଣ୍ଡଳୀରୁ ଅନ୍ୟ ମଣ୍ଡଳୀକୁ ଯାଇ ଆପଣ ବହୁତ କିଛି ଶିଖନ୍ତି । ନୂଆ ଜାଗା ଯିବା ଓ ନୂଆ ଲୋକଙ୍କ ସହିତ ରହିବା ପାଇଁ ହୁଏତ ବହୁତ କିଛି କରିବାକୁ ପଡ଼ିପାରେ । କିନ୍ତୁ ଏପରି କରିବା ଦ୍ୱାରା ଆପଣ ନିଜଠାରେ ଅନେକ ଭଲ ଗୁଣ ବଢ଼ାଇପାରିବେ ।” ଯେବେ ଭାଇ ଜୋନ୍‌ ଚାଲର୍ସ ନିଜ ପରିବାର ସହିତ ଅନ୍ୟ ଜାଗାକୁ ଯାଇ ରହିବାକୁ ଲାଗିଲେ, ତେବେ ତାଙ୍କ ପରିବାରକୁ ବହୁତ ଲାଭ ହେଲା । ସେ କହନ୍ତି, “ଆମ ପିଲାମାନେ ନୂଆ ମଣ୍ଡଳୀରେ ବହୁତ ଭଲ କରୁଛନ୍ତି ଓ ଯିହୋବାଙ୍କ ଆହୁରି ନିକଟତର ହୋଇଗଲେ । କିଛି ମାସ ଭିତରେ ହିଁ ଆମ ଝିଅ ସଭାଗୁଡ଼ିକରେ ଭାଗ ପରିବେଷଣ କରିବାକୁ ଲାଗିଲା ଓ ଆମ ପୁଅ ବାପ୍ତିସ୍ମରହିତ ପ୍ରଚାରକ ହୋଇଯାଇଛି ।”

ହୋଇପାରେ ଆପଣ ଅନ୍ୟ ମଣ୍ଡଳୀକୁ ଯିବା ପାଇଁ ଚାହୁଁଥିବେ, ହୁଏତ ଏପରି ମଣ୍ଡଳୀକୁ ଯେଉଁଠି ପ୍ରଚାରକଙ୍କ ଆବଶ୍ୟକତା ରହିଛି, କିନ୍ତୁ ହୁଏତ ଆପଣ ନିଜ ପରିସ୍ଥିତି ଯୋଗୁଁ ଏପରି କରିପାରୁ ନାହାନ୍ତି । ତାହେଲେ ଆପଣ ଏହି ଲେଖାରେ ଦିଆଯାଇଥିବା ପରାମର୍ଶକୁ ଆପଣାଇ ପାରିବେ ଓ ନିଜ ପୁରୁଣା ମଣ୍ଡଳୀରେ ହିଁ କିଛି ନୂଆ କରିବା ପାଇଁ ଚେଷ୍ଟା କରିପାରିବେ । ସବୁ ଥର ପରି ଯିହୋବାଙ୍କ ଉପରେ ଭରସା ରଖନ୍ତୁ, ଭାଇଭଉଣୀଙ୍କ ମଧ୍ୟରେ ରହନ୍ତୁ, ମଣ୍ଡଳୀର କାମଗୁଡ଼ିକରେ ଆହୁରି ସାହାଯ୍ୟ କରନ୍ତୁ ଓ ସମସ୍ତଙ୍କ ସହିତ ପ୍ରଚାର କରିବା ପାଇଁ ଚେଷ୍ଟା କରନ୍ତୁ । ଭାଇଭଉଣୀମାନଙ୍କ ସହ ନିଜ ସମ୍ପର୍କକୁ ଆହୁରି ଦୃଢ଼ କରନ୍ତୁ, କିଛି ନୂଆ ସାଙ୍ଗ କରିବା ପାଇଁ ଚେଷ୍ଟା କରନ୍ତୁ । କʼଣ ଆପଣଙ୍କ ମଣ୍ଡଳୀରେ ଏବେ ଏବେ କେହି ଆସିଛନ୍ତି କିମ୍ବା କʼଣ ଆପଣ ଏପରି କୌଣସି ଭାଇ କିମ୍ବା ଭଉଣୀଙ୍କୁ ଜାଣନ୍ତି ଯାହାଙ୍କୁ ସାହାଯ୍ୟ ଦରକାର ଅଛି ? ସେମାନଙ୍କୁ ସାହାଯ୍ୟ କରନ୍ତୁ । ଏହି ପ୍ରେମ ଆମ ଖ୍ରୀଷ୍ଟିୟାନମାନଙ୍କ ପରିଚୟ ଅଟେ ! ଆଉ ଏପରି କରିବା ଦ୍ୱାରା ଆପଣ ଯିହୋବାଙ୍କ ମଧ୍ୟ ନିକଟତର ହୋଇପାରିବେ । (ଯୋହ. ୧୩:୩୫) ଆପଣ ଭରସା ରଖିପାରିବେ ଯେ “ଏହିପରି ବଳିରେ ଈଶ୍ୱରଙ୍କର ପରମ ସନ୍ତୋଷ” ଥାଏ ।—ଏବ୍ରୀ ୧୩:୧୬.

କିଛି ଭାଇଭଉଣୀମାନଙ୍କୁ ଗୋଟିଏ ମଣ୍ଡଳୀରୁ ଅନ୍ୟ ମଣ୍ଡଳୀକୁ ଯିବା ପାଇଁ କିଛି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଛି । ତଥାପି ସେମାନେ ଖୁସିର ସହ ଯିହୋବାଙ୍କ ସେବା କରିପାରିଲେ । ଆପଣ ବି ଏପରି କରିପାରିବେ ! ଏନଲିଜ୍‌ କହନ୍ତି, “ଯେବେ ଆମେ ନୂଆ ମଣ୍ଡଳୀକୁ ଯାଉ ତେବେ ଆମକୁ ନିଜ ହୃଦୟ ବଡ଼ କରିବାକୁ ପଡ଼େ, କିନ୍ତୁ ଏପରି କରିବା ଦ୍ୱାରା ମୁଁ ଅନେକ ସାଙ୍ଗ କରିପାରିଛି ।” ଭଉଣୀ କାଜୁମି କହନ୍ତି, “ଯେବେ ଆପଣ ଗୋଟିଏ ମଣ୍ଡଳୀରୁ ଅନ୍ୟ ମଣ୍ଡଳୀକୁ ଯାʼନ୍ତି, ତେବେ ଆପଣ ଦେଖିପାରନ୍ତି ଯେ ଯିହୋବା ଆପଣଙ୍କୁ ସମ୍ଭାଳୁଛନ୍ତି । ଏହା ଗୋଟିଏ ବଢ଼ିଆ ଅନୁଭବ ହୋଇଥାଏ ।” କʼଣ ଆପଣଙ୍କୁ ଜୁଏଲଙ୍କ କଥା ମନେ ଅଛି ? ସେ କହନ୍ତି, “ଏବେ ମୋର ଅନେକ ବଢ଼ିଆ ସାଙ୍ଗ ହୋଇଯାଇଛନ୍ତି, ତେଣୁ ମୋତେ ଏହି ମଣ୍ଡଳୀ ନିଜ ଭଳି ଲାଗେ । ଯଦି ମୋତେ ଏହି ମଣ୍ଡଳୀ ଛାଡ଼ିକି ଯିବାକୁ ପଡ଼େ, ତାହେଲେ ଏହା ମୋ ପାଇଁ ବହୁତ କଠିନ ହେବ ।”

a ଯେବେ ଆପଣଙ୍କୁ ଆପଣଙ୍କ ପୁରୁଣା ମଣ୍ଡଳୀ କଥା ମନେ ପଡ଼େ, ତେବେ ଆପଣ କʼଣ କରିପାରିବେ ? ଏବିଷୟରେ ଜାଣିବା ପାଇଁ ୧୫ ଅକ୍ଟୋବର ୧୯୯୯ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା, “କ୍ୟା ଆପ୍‌ ବିଦେଶ୍‌ ମେ ସେୱା କର ସକତେ ହେଁ ?” ଲେଖାର ପୃଷ୍ଠା ୨୬, ପାରା. ୧-୩ ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ