ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ଅକ୍ଟୋବର ପୃଷ୍ଠା ୩୨
  • ମୁଖ୍ୟ ବିଷୟଗୁଡ଼ିକୁ ଦୋହରାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୁଖ୍ୟ ବିଷୟଗୁଡ଼ିକୁ ଦୋହରାନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ପ୍ରାୟ ସମାନ ଲେଖା
  • ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଫଳପ୍ରଦ ସମାପ୍ତି କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପଦକୁ ସ୍ପଷ୍ଟ ଭାବେ ବୁଝାଇବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ଅକ୍ଟୋବର ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

ମୁଖ୍ୟ ବିଷୟଗୁଡ଼ିକୁ ଦୋହରାନ୍ତୁ

କʼଣ ଆପଣଙ୍କ ସହିତ ବି ଏପରି ହୁଏ ଯେ ଆପଣ ଯାହା ପଢ଼ନ୍ତି ତାହା ଆପଣଙ୍କୁ ମନେ ହିଁ ରହେ ନାହିଁ ? ଆମ ସମସ୍ତଙ୍କ ସହିତ ଏପରି ହୁଏ । ତାହେଲେ ଆପଣ କʼଣ କରିପାରିବେ ? ନିଜ ମନରେ ମୁଖ୍ୟ ବିଷୟଗୁଡ଼ିକୁ ଦୋହରାନ୍ତୁ ।

ଅଧ୍ୟୟନ କରିବା ସମୟରେ ମଝି ମଝିରେ ରହି ଭାବନ୍ତୁ ଯେ ଆପଣ କେଉଁ ବିଶେଷ କଥାଗୁଡ଼ିକ ଶିଖିଲେ । ପ୍ରେରିତ ପାଉଲ ନିଜ ଗୋଟିଏ ଚିଠିରେ ଭାଇଭଉଣୀମାନଙ୍କୁ ଏପରି ହିଁ କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ସେ କହିଥିଲେ, “ଆମ୍ଭେମାନେ ଯାହା କହୁଅଛୁ, ସେଥିରେ ପ୍ରଧାନ ବିଷୟ ଏହି ।” (ଏବ୍ରୀ ୮:୧) ଏପରି କହି ସେ ଭାଇଭଉଣୀମାନଙ୍କୁ ଏହା ବୁଝାଉଥିଲେ ଯେ ସେ କʼଣ କହିବା ପାଇଁ ଚାହାନ୍ତି ଏବଂ ତାଙ୍କ ପ୍ରତ୍ୟେକ କଥା କିପରି ମୁଖ୍ୟ ବିଷୟ ସହ ଜଡ଼ିତ ଅଛି ।

ଯଦି ସମ୍ଭବ ତାହେଲେ ଅଧ୍ୟୟନ କଲା ପରେ ୧୦ ମିନିଟ୍‌ ବାହାର କରି ଭାବନ୍ତୁ ଯେ ଆପଣ ଯାହା ପଢ଼ିଲେ ତାʼର ମୁଖ୍ୟ ବିଷୟଗୁଡ଼ିକ କʼଣ । ଯଦି ଆପଣଙ୍କୁ ମନେ ପଡ଼େ ନାହିଁ ତେବେ ପୁଣିଥରେ ଏହି ଲେଖାର ଉପଶୀର୍ଷକଗୁଡ଼ିକୁ ଦେଖନ୍ତୁ । ପ୍ରାୟ ପ୍ରତ୍ୟେକ ପାରାଗ୍ରାଫର ପ୍ରଥମ ଧାଡ଼ିରେ ହିଁ ମୁଖ୍ୟ ବିଷୟ ଦିଆଯାଇଥାଏ, ତାହା ମଧ୍ୟ ପଢ଼ନ୍ତୁ । ଯଦି ଆପଣ କିଛି ନୂଆ କଥା ଶିଖିଲେ, ତାହେଲେ ତାʼକୁ ନିଜ ଶବ୍ଦରେ ବୁଝାଇବା ପାଇଁ ଚେଷ୍ଟା କରନ୍ତୁ । ଏପରି ଭାବେ ଯେବେ ଆପଣ ମୁଖ୍ୟ ବିଷୟଗୁଡ଼ିକୁ ଦୋହରାଇବେ, ତେବେ ଆପଣ ବହୁତ ସହଜରେ ସେଗୁଡ଼ିକୁ ମନେ ରଖିପାରିବେ ଓ ବୁଝିପାରିବେ ଯେ ତାହା କିପରି ଲାଗୁ କରିବାର ଅଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ