ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୨୦ ପୃଷ୍ଠା ୨୩
  • ଫଳପ୍ରଦ ସମାପ୍ତି କରିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଫଳପ୍ରଦ ସମାପ୍ତି କରିବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ପଦକୁ ସ୍ପଷ୍ଟ ଭାବେ ବୁଝାଇବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୨୦ ପୃଷ୍ଠା ୨୩

ଅଧ୍ୟୟନ ୨୦

ଫଳପ୍ରଦ ସମାପ୍ତି କରିବା

ବାଇବଲ ପଦ

ଉପଦେଶକ ୧୨:୧୩, ୧୪

ସାରାଂଶ: ଆପଣଙ୍କ ଭାଷଣର ଶେଷ ଆଡ଼କୁ ନିଜ ଶ୍ରୋତାମାନଙ୍କୁ ପ୍ରେରିତ କରନ୍ତୁ ଯେ ସେମାନେ ଯାହା ଶିଖିଛନ୍ତି, ତାକୁ ଯେପରି ସ୍ୱୀକାର କରିବେ ଏବଂ ଆଗକୁ ଯାଇ ଲାଗୁ କରିବେ ।

ଏହା କିପରି କରିପାରିବେ:

  • ଆପଣ ଶେଷ ଆଡ଼କୁ ଯାହା କହନ୍ତି, ତାକୁ ମୁଖ୍ୟ ବିଷୟ ସହିତ ସଂଯୋଗ କରନ୍ତୁ । ଆପଣଙ୍କ ବିଷୟବସ୍ତୁ ଓ ମୁଖ୍ୟ କଥାଗୁଡ଼ିକୁ ପୁଣିଥରେ କୁହନ୍ତୁ, କିମ୍ବା ସେଗୁଡ଼ିକୁ ଅନ୍ୟ ଶବ୍ଦରେ ଦୋହରାନ୍ତୁ ।

  • ଆପଣଙ୍କ ଶ୍ରୋତାମାନଙ୍କୁ ପ୍ରେରିତ କରନ୍ତୁ । ଶ୍ରୋତାମାନଙ୍କୁ କୁହନ୍ତୁ ଯେ ସେମାନେ କʼଣ କରିବା ଉଚିତ୍‌ ଏବଂ ଏପରି କରିବା ପଛରେ କʼଣ ଠୋସ୍‌ କାରଣ ରହିଛି । ଏପରି ଭାବେ କୁହନ୍ତୁ ଯାହା ଦେଖାଇବ ଯେ ଆପଣ ନିଜ କଥା ଉପରେ ଦୃଢ଼ ବିଶ୍ୱାସ କରନ୍ତି ଏବଂ ଏହା କେତେ ଜରୁରୀ, ତାହା ଆପଣ ଜାଣନ୍ତି ।

  • ଆପଣ ଶେଷ ଆଡ଼କୁ ଯାହା କହନ୍ତି, ତାକୁ ସରଳ ଓ ସଂକ୍ଷିପ୍ତ ରଖନ୍ତୁ । ନୂଆ ମୁଖ୍ୟ କଥାଗୁଡ଼ିକୁ ସାମିଲ୍‌ କରନ୍ତୁ ନାହିଁ । ଆବଶ୍ୟକ ଅନୁଯାୟୀ କମ୍‌ରୁ କମ୍‌ ଶବ୍ଦ ବ୍ୟବହାର କରି ଶେଷଥର ପାଇଁ ନିଜ ଶ୍ରୋତାମାନଙ୍କୁ ପଦକ୍ଷେପ ନେବା ପାଇଁ ପ୍ରେରିତ କରନ୍ତୁ ।

    ବ୍ୟବହାରିକ ପରାମର୍ଶ

    ଭାଷଣର ସମାପ୍ତିକୁ ତରବର ହୋଇ ସାରନ୍ତୁ ନାହିଁ । ଆପଣଙ୍କ ସ୍ୱରକୁ ଧୀରେ ଧୀରେ ଫିକା ପଡ଼ିବାକୁ ଦିଅନ୍ତୁ ନାହିଁ । ଶେଷ କିଛି ବାକ୍ୟଗୁଡ଼ିକୁ ଏପରି ଭାବେ କୁହନ୍ତୁ, ଯାହାଫଳରେ ଶ୍ରୋତାମାନଙ୍କୁ ଲାଗିବ ଯେ ଆପଣ ନିଜ ଭାଷଣ ସମାପ୍ତ କରିବାକୁ ଯାଉଛନ୍ତି ।

ପ୍ରଚାର ସେବାରେ

କଥାବାର୍ତ୍ତା ଶେଷ କରିବା ସମୟରେ ଯେଉଁ ମୁଖ୍ୟ କଥାଗୁଡ଼ିକୁ ଶ୍ରୋତା ମନେ ରଖନ୍ତୁ ବୋଲି ଆପଣ ଚାହାନ୍ତି, ତାକୁ ଦୋହରାନ୍ତୁ । ଯଦି ଆପଣଙ୍କ କଥାବାର୍ତ୍ତା ହଠାତ୍‌ ଓ ଅପ୍ରୀତିକର ଭାବେ ବନ୍ଦ ହୋଇଯାଏ, ତେବେ ନିଜ କଥାକୁ ସକାରାତ୍ମକ ଭାବେ ଶେଷ କରନ୍ତୁ । ଏପରିକି, କେହି ଅଭଦ୍ର ବ୍ୟବହାର ଦେଖାଇଲେ ମଧ୍ୟ ତାଙ୍କ ସହ ଭଲ ଭାବେ କଥା ହୁଅନ୍ତୁ । ସେ ହୁଏତ ଆଗକୁ କେବେ ଶୁଣିବା ପାଇଁ ଇଚ୍ଛା ଦେଖାଇପାରନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ