ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g25 ସଂ ୧ ପୃଷ୍ଠା ୪-୫
  • ବାସ୍ତବତାକୁ ସ୍ୱୀକାର କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବାସ୍ତବତାକୁ ସ୍ୱୀକାର କରନ୍ତୁ
  • ସଜାଗ ହୁଅ !—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଏପରି କରିବା କାହିଁକି ଜରୁରୀ ?
  • ଆପଣ ଏହା କିପରି କରିପାରିବେ ?
  • ସାରା ଦୁନିଆରେ ବଢ଼ୁଥିବା ଦରଦାମ—ଏବିଷୟରେ ପବିତ୍ର ଶାସ୍ତ୍ରରେ କʼଣ ଲେଖାଅଛି ?
    ଆଉ କିଛି ବିଷୟ
  • ବିଷୟ ସୂଚୀ
    ସଜାଗ ହୁଅ !—୨୦୨୫
  • ଭଲ ଭବିଷ୍ୟତର ଆଶା ରଖନ୍ତୁ
    ସଜାଗ ହୁଅ !—୨୦୨୫
  • ଭାବିଚିନ୍ତି ପଇସା ଖର୍ଚ୍ଚ କରନ୍ତୁ
    ସଜାଗ ହୁଅ !—୨୦୨୫
ଆହୁରି ଦେଖନ୍ତୁ
ସଜାଗ ହୁଅ !—୨୦୨୫
g25 ସଂ ୧ ପୃଷ୍ଠା ୪-୫
ଚିତ୍ରଗୁଡ଼ିକ: ୧. ଜଣେ ସ୍ତ୍ରୀଲୋକ ବଜାରରେ ଟମାଟ ବାଛୁଛନ୍ତି । ୨. ସେ ପରିବା ବିକ୍ରି କରୁଥିବା ସ୍ତ୍ରୀଲୋକଙ୍କୁ ପଇସା ଦେଉଛନ୍ତି ।

ଦରଦାମ୍‌ ବଢ଼ି ଚାଲିଛି

ବାସ୍ତବତାକୁ ସ୍ୱୀକାର କରନ୍ତୁ

ଯେବେ ଜିନିଷଗୁଡ଼ିକର ଦରଦାମ୍‌ ଧିରେ ଧିରେ ବଢ଼େ, ତେବେ ହୁଏତ ଆମକୁ ବେଶୀ ଫରକ ପଡ଼େ ନାହିଁ । ବିଶେଷ କରି ଯଦି ଆମ ରୋଜଗାର ବି ବଢ଼ୁଛି, ତେବେ ହୁଏତ ଆମକୁ ସେତିକି ଚିନ୍ତା ହେବ ନାହିଁ । କିନ୍ତୁ ଯେବେ ଜିନିଷଗୁଡ଼ିକର ଦରଦାମ୍‌ ଦ୍ରୁତଗତିରେ ବଢ଼େ ଆଉ ଆମ ରୋଜଗାର ଯେମିତିକୁ ସେମିତି ଥାଏ, ତେବେ ଆମେ ଚିନ୍ତାରେ ପଡ଼ିଯାଉ । ଆଉ ଯେବେ ଆମ ଉପରେ ପରିବାରର ଦାୟିତ୍ୱ ଥାଏ, ତେବେ ଆମ ଚିନ୍ତା ଆହୁରି ବଢ଼ିଯାଏ ।

ଏହା ଏକ ବାସ୍ତବ କଥା ଯେ ଆମେ ଦରଦାମ୍‌ ବୃଦ୍ଧିକୁ ରୋକିପାରିବା ନାହିଁ । ଯଦି ଏହି କଥାକୁ ଆମେ ମନେ ରଖିବା, ତାହେଲେ ଏଥିରୁ ଆମର ହିଁ ଲାଭ ହେବ ।

ଏପରି କରିବା କାହିଁକି ଜରୁରୀ ?

ଯେଉଁ ଲୋକମାନେ ଏହା ସ୍ୱୀକାର କରନ୍ତି ଯେ ସେମାନେ ଦରଦାମ୍‌ ବୃଦ୍ଧିକୁ ରୋକିପାରିବେ ନାହିଁ . . .

  • ସେମାନେ ଶାନ୍ତ ରହିପାରନ୍ତି । ଶାନ୍ତ ରହିବା ଯୋଗୁଁ ସେମାନେ ଭଲଭାବେ ଭାବିପାରନ୍ତି ଓ ସଠିକ୍‌ ନିଷ୍ପତ୍ତି ନେଇପାରନ୍ତି ।

  • ସେମାନେ ବେପରୁଆ ହୁଅନ୍ତି ନାହିଁ । ଯେପରି ବିଜୁଳି, ପାଣି, ଗ୍ୟାସ ଇତ୍ୟାଦିର ବିଲ୍‌କୁ ସଠିକ୍‌ ସମୟରେ ଦିଅନ୍ତି, ଆଉ ଅଯଥା ଖର୍ଚ୍ଚ କରନ୍ତି ନାହିଁ ।

  • ସେମାନେ ପଇସାକୁ ନେଇ ପରିବାରରେ ଝଗଡ଼ା କରନ୍ତି ନାହିଁ ।

  • ସେମାନେ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଥାʼନ୍ତି । ସେମାନଙ୍କୁ ଜଣାଥାଏ ଯେ କେଉଁ ଜିନିଷଗୁଡ଼ିକ ପାଇଁ ଖର୍ଚ୍ଚ କରିବାର ଅଛି ଏବଂ କେଉଁ ଜିନିଷଗୁଡ଼ିକ ପାଇଁ ନୁହେଁ ।

ଆପଣ ଏହା କିପରି କରିପାରିବେ ?

ପରିବର୍ତ୍ତନ କରନ୍ତୁ । ଯେବେ ଜିନିଷଗୁଡ଼ିକର ଦାମ୍‌ ଦ୍ରୁତଗତିରେ ବଢ଼ି ଚାଲେ, ତେବେ ଆମେ ନିଜ ଖର୍ଚ୍ଚ କମ୍‌ କରିବା ବୁଦ୍ଧିମତ୍ତାର କାମ ହେବ । କିଛିଲୋକ ନିଜ ରୋଜଗାରଠାରୁ ଅଧିକ ଖର୍ଚ୍ଚ କରନ୍ତି । ସେମାନେ ନିଜ ପରିସ୍ଥିତିକୁ ନ ଦେଖି ଏବଂ ନିଜ ପାଖରେ ଯେତିକି ଅଛି ତାʼଠୁ ଅଧିକ ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ଚେଷ୍ଟା କରନ୍ତି । ଏହା ଏମିତି ହେବ ଯେମିତି ସେମାନେ ପ୍ରଖର ଗତିରେ ପ୍ରବାହିତ ହେଉଥିବା ନଦୀସ୍ରୋତର ବିପରୀତ ଦିଗକୁ ପହଁରିବା ପାଇଁ ଚେଷ୍ଟା କରୁଛନ୍ତି । ଏଥିରୁ ସେମାନଙ୍କୁ କିଛି ହାସଲ ହେବ ନାହିଁ ବରଂ ସେମାନେ ଥକି ଯିବେ । ଯଦି ଆପଣଙ୍କର ପରିବାର ଅଛି, ତେବେ ହୁଏତ ଆପଣଙ୍କୁ ତାଙ୍କ ଆବଶ୍ୟକତାଗୁଡ଼ିକ ପୂରା କରିବାର ଚିନ୍ତା ହେଉଥିବ । ଆଉ ଏମିତି ଚିନ୍ତା କରିବା ସ୍ୱାଭାବିକ । କିନ୍ତୁ ମନେ ରଖନ୍ତୁ, ଆପଣଙ୍କ ପରିବାରକୁ ସବୁଠୁ ବେଶୀ ଆପଣଙ୍କର ଆବଶ୍ୟକ ଅଛି । ତେଣୁ ତାଙ୍କ ଉପରେ ଧ୍ୟାନ ଦିଅନ୍ତୁ, ତାଙ୍କ ସହ ସମୟ ବିତାନ୍ତୁ ଏବଂ ତାଙ୍କୁ ପ୍ରେମ ଦେଖାନ୍ତୁ ।

“ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ଦୀର୍ଘ କରି ପାରେ ?”—ଲୂକ ୧୨:୨୫.

“କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ । ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ ।”—ମାଥିଉ ୬:୩୪.

ନିଜ ପାଖରେ ଯେତିକି ଅଛି ତାʼଠୁ ଅଧିକ ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ଚେଷ୍ଟା କରିବା, ପ୍ରଖର ଗତିରେ ପ୍ରବାହିତ ହେଉଥିବା ନଦୀସ୍ରୋତର ବିପରୀତ ଦିଗକୁ ପହଁରିବା ଭଳି ହେବ

ଫୈଜୀଲିୟା ।

‘ଶାସ୍ତ୍ରରେ ପୂର୍ବରୁ ହିଁ କୁହାଯାଇଥିଲା “ଭୀଷଣ ସମୟ ଉପସ୍ଥିତ ହେବ ।” (୨ ତୀମଥି ୩:୧) ଆମେ ଆଜି ସେହି ସମୟରେ ବଞ୍ଚୁଛୁ । ତେଣୁ ଯେବେ ଆର୍ଥିକ ସମସ୍ୟା ହୁଏ ଏବଂ ସବୁ ଜିନିଷର ଦାମ୍‌ ବଢ଼ିଯାଏ, ତେବେ ମୁଁ ଆଶ୍ଚର୍ଯ୍ୟ ହୁଏ ନାହିଁ ବରଂ ବୁଝିବିଚାରି କାମ କରେ । ମୁଁ ଚେଷ୍ଟା କରେ ଯେଉଁ ଜିନିଷ ମୋତେ ଦରକାର ନାହିଁ ତାʼ ଉପରେ ମୁଁ ଅଯଥା ଖର୍ଚ୍ଚ ନ କରେ ।’—ଫୈଜୀଲିୟା, ଆଜରବାଇଜାନ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ