ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • rq ପାଠ ୧ ପୃଷ୍ଠା ୩
  • ପରମେଶ୍ୱର କʼଣ ଚାହାଁନ୍ତି ତାହା ଆପଣ କିପରି ଜାଣି ପାରିବେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପରମେଶ୍ୱର କʼଣ ଚାହାଁନ୍ତି ତାହା ଆପଣ କିପରି ଜାଣି ପାରିବେ
  • ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ପ୍ରାୟ ସମାନ ଲେଖା
  • ବାଇବଲକୁ ଈଶ୍ୱର ଲେଖାଇଛନ୍ତି
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଖୁସିର ଖବର କʼଣ ପ୍ରକୃତରେ ପରମେଶ୍ୱରଙ୍କ ତରଫରୁ ଅଟେ?
    ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ବାଇବଲ—ଈଶ୍ୱରଙ୍କ ତରଫରୁ ଏକ ବହି
    ବାଇବଲ ଆମକୁ କʼଣ ଶିଖାଏ?
  • ବାଇବଲ ଏହାର ଲେଖକ ବିଷୟରେ କʼଣ କହେ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆହୁରି ଦେଖନ୍ତୁ
ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
rq ପାଠ ୧ ପୃଷ୍ଠା ୩

ପାଠ ୧

ପରମେଶ୍ୱର କʼଣ ଚାହାଁନ୍ତି ତାହା ଆପଣ କିପରି ଜାଣି ପାରିବେ

ବାଇବଲରେ କେଉଁ ମହତ୍ୱପୂର୍ଣ୍ଣ ବୃତ୍ତାନ୍ତ ବର୍ଣ୍ଣିତ ଅଛି ? (୧)

ବାଇବଲର ରଚୟିତା କିଏ ? (୨)

ଆପଣ ବାଇବଲ ଅଧ୍ୟୟନ କରିବେ କାହିଁକି ? (୩)

୧. ବାଇବଲ ପରମେଶ୍ୱରଙ୍କ ଏକ ମୂଲ୍ୟବାନ ଉପହାର ଅଟେ । ଏହା ପ୍ରେମମୟ ପିତାଙ୍କ ଦ୍ୱାରା ନିଜ ସନ୍ତାନମାନଙ୍କୁ ଲିଖିତ ଏକ ପତ୍ର ସଦୃଶ । ଏହା ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସତ୍ୟତା ସଂମ୍ପର୍କରେ ଜଣାଇଥାଏ—ସେ କିଏ ଓ ତାଙ୍କର ମହତ୍ୱ କʼଣ । ସମସ୍ୟାର ସମ୍ମୁଖୀନ କିପରି କରିବାକୁ ହୁଏ ଓ ପ୍ରକୃତ ଆନନ୍ଦ କିପରି ପାଇବା, ସେ ବିଷୟରେ ଏହା ବୁଝାଇଥାଏ । ପରମେଶ୍ୱରଙ୍କୁ ପ୍ରସନ୍ନ କରିବା ପାଇଁ କʼଣ କରିବା ଆବଶ୍ୟକ, ତାହା କେବଳ ବାଇବଲ ଆମକୁ କହିଥାଏ ।—ଗୀତସଂହିତା ୧:୧-୩; ଯିଶାଇୟ ୪୮:୧୭, ୧୮.

୨. ସା.ଯୁ.ପୂ. ୧୫୧୩ରେ ଆରମ୍ଭ ହୋଇ ଦୀର୍ଘ ୧,୬୦୦ ବର୍ଷ ଧରି ପ୍ରାୟ ୪୦ ଜଣ ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ବାଇବଲ୍‌ ରଚିତ ହୋଇଥିଲା । ଏହା ୬୬ ଗୋଟି କ୍ଷୁଦ୍ର ଗ୍ରନ୍ଥ ଘେନି ସଂକଳିତ । ବାଇବଲର ରଚୟିତାମାନେ ପରମେଶ୍ୱରଙ୍କ ଦ୍ୱାରା ଅନୁପ୍ରେରିତ ହୋଇଥିଲେ । ସେମାନେ ତାହାଙ୍କ ବିଚାର ଲେଖିଥିଲେ, ନିଜେ ନିଜର ନୁହଁ । ତେଣୁ ପୃଥିବୀର କୌଣସି ମାନବ ନୁହେଁ; ବରଂ ସ୍ୱର୍ଗବାସୀ ସ୍ୱୟଂ ପରମେଶ୍ୱର ହିଁ ବାଇବଲର ରଚୟିତା ।—୨ ତୀମଥି ୩:୧୬, ୧୭; ୨ ପିତର ୧:୨୦, ୨୧.

୩. ବାଇବଲର ସଠିକ ନକଲ ଓ ସୁରକ୍ଷିତ ବିଷୟରେ ପରମେଶ୍ୱର ହିଁ ନିଶ୍ଚିତ କରିଥିଲେ । ଅନ୍ୟ ପୁସ୍ତକଗୁଡ଼ିକ ଅପେକ୍ଷା ବାଇବଲ ହିଁ ସର୍ବାଧିକ ସଂଖ୍ୟାରେ ମୁଦ୍ରିତ ହୋଇଅଛି । ଆପଣଙ୍କୁ ବାଇବଲ ଅଧ୍ୟୟନ କରୁଥିବା ଦେଖି ସମସ୍ତେ ହୁଏତ ଖୁସୀ ହେବେ ନାହିଁ, କିନ୍ତୁ ଏକଥା ଯେପରି ଆପଣଙ୍କୁ ସେଥିରୁ କ୍ଷାନ୍ତ କରି ନ ଦିଏ । ଯେ କୌଣସି ବିରୋଧ ସତ୍ୱେ ପରମେଶ୍ୱରଙ୍କୁ ଜାଣିବା ଓ ତାହାଙ୍କ ଇଚ୍ଛାକୁ ପାଳନ କରିବାରେ ଆପଣଙ୍କ ଅନନ୍ତ ଭବିଷ୍ୟତ ନିର୍ଭର କରେ ।—ମାଥିଉ ୫:୧୦-୧୨; ଯୋହନ ୧୭:୩.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ