ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • fg ପାଠ ୩ ପ୍ରଶ୍ନଗୁଡ଼ିକ ୧-୪
  • ଖୁସିର ଖବର କʼଣ ପ୍ରକୃତରେ ପରମେଶ୍ୱରଙ୍କ ତରଫରୁ ଅଟେ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଖୁସିର ଖବର କʼଣ ପ୍ରକୃତରେ ପରମେଶ୍ୱରଙ୍କ ତରଫରୁ ଅଟେ?
  • ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ପ୍ରାୟ ସମାନ ଲେଖା
  • ବାଇବଲକୁ ଈଶ୍ୱର ଲେଖାଇଛନ୍ତି
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ବାଇବଲ—ଈଶ୍ୱରଙ୍କ ତରଫରୁ ଏକ ବହି
    ବାଇବଲ ଆମକୁ କʼଣ ଶିଖାଏ?
  • ପରମେଶ୍ୱର କʼଣ ଚାହାଁନ୍ତି ତାହା ଆପଣ କିପରି ଜାଣି ପାରିବେ
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ବାଇବଲ ଏହାର ଲେଖକ ବିଷୟରେ କʼଣ କହେ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
fg ପାଠ ୩ ପ୍ରଶ୍ନଗୁଡ଼ିକ ୧-୪

ପାଠ ୩

ଖୁସିର ଖବର କʼଣ ପ୍ରକୃତରେ ପରମେଶ୍ୱରଙ୍କ ତରଫରୁ ଅଟେ?

୧. ପ୍ରକୃତରେ ବାଇବଲର ଲେଖକ କିଏ?

ବିଭି ବାଇବଲ ଏବଂ ଚୀନ ବାଇବଲ ଲିପି

ମଣିଷ ପୃଥିବୀରେ ଚିରଦିନ ପାଇଁ ବଞ୍ଚି ରହିପାରିବ, ଏହି ଖୁସିର ଖବର ବାଇବଲରେ ଲେଖା ଅଛି। (ଗୀତସଂହିତା ୩୭:୨୯) ବାଇବଲରେ ୬୬ଟି ଛୋଟ ଛୋଟ ବହି ଅଛି। ସେଗୁଡ଼ିକୁ ପରମେଶ୍ୱର ୪୦ ଜଣ ବିଶ୍ୱସ୍ତ ଲୋକଙ୍କ ଦ୍ୱାରା ଲେଖାଇଥିଲେ। ଏହାର ପ୍ରଥମ ପାଞ୍ଚଟି ବହିକୁ ପ୍ରାୟ ୩,୫୦୦ ବର୍ଷ ପୂର୍ବେ ମୋଶା ନାମକ ଜଣେ ବ୍ୟକ୍ତି ଲେଖିଥିଲେ। ଏହାର ଶେଷ ବହିଟିକୁ ପ୍ରାୟ ୧,୯୦୦ ବର୍ଷ ପୂର୍ବେ ଯୋହନ ଲେଖିଥିଲେ। ଏହି ବାଇବଲ ଲେଖକମାନେ କାହାର ଚିନ୍ତାଧାରା ଲେଖିଛନ୍ତି? ପରମେଶ୍ୱର ଯିହୋବା ସେମାନଙ୍କୁ ପବିତ୍ର ଶକ୍ତି ଜରିଆରେ ଏଗୁଡ଼ିକୁ ଲେଖିବା ପାଇଁ ପ୍ରେରଣା ଦେଇଥିଲେ। (୨ ଶାମୁୟେଲ ୨୩:୨) ଏହି ଲେଖକମାନେ ସେମାନଙ୍କ ନିଜ ମନକଥା ଲେଖି ନାହାନ୍ତି, ବରଂ ପରମେଶ୍ୱରଙ୍କ ଚିନ୍ତାଧାରା ଲେଖିଛନ୍ତି। ତେଣୁ ପ୍ରକୃତରେ ବାଇବଲର ଲେଖକ ହେଉଛନ୍ତି ଯିହୋବା।—୨ ତୀମଥି ୩:୧୬; ୨ ପିତର ୧:୨୦, ୨୧ ପଢ଼ନ୍ତୁ।

ପ୍ରକୃତରେ ବାଇବଲର ଲେଖକ କିଏ ? ଭିଡିଓ ଦେଖନ୍ତୁ ।

୨. ବାଇବଲ ପରମେଶ୍ୱରଙ୍କ ତରଫରୁ ଅଟେ ବୋଲି ଆମେ କାହିଁକି ନିଶ୍ଚିତ ହୋଇପାରିବା?

ଆମେ ଜାଣୁ ଯେ ବାଇବଲ ପରମେଶ୍ୱରଙ୍କ ତରଫରୁ ଅଟେ କାରଣ ଏହା ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣାଗୁଡ଼ିକ ବିଷୟରେ ସଠିକ୍‌ ଏବଂ ଟିକିନିଖି ତଥ୍ୟ ଦିଏ। ଏପରି କୌଣସି ମଣିଷ କରିପାରିବ ନାହିଁ। (ଯିହୋଶୂୟ ୨୩:୧୪) କେବଳ ସର୍ବଶକ୍ତିମାନ ପରମେଶ୍ୱର ହିଁ ମାନବଜାତିର ଭବିଷ୍ୟତ ବିଷୟରେ ଆଗରୁ ସଠିକ୍‌ ଭାବେ ଜାଣନ୍ତି।—ଯିଶାଇୟ ୪୨:୯; ୪୬:୧୦ ପଢ଼ନ୍ତୁ।

ପରମେଶ୍ୱର ଦେଇଥିବା ବହି ଅନ୍ୟ ସମସ୍ତ ବହିଠାରୁ ଅଲଗା ଏବଂ ଅସାଧାରଣ ହେବା ଉଚିତ୍‌। ବାଇବଲ ପ୍ରକୃତରେ ଏପରି ବହି ଅଟେ। ସାରା ଦୁନିଆରେ ଶହ ଶହ ଭାଷାରେ ଲକ୍ଷ ଲକ୍ଷ ବାଇବଲ ବଣ୍ଟାଯାଇଛି। ଏହା ଏକ ବହୁତ ପୁରୁଣା ବହି ହେଲେ ମଧ୍ୟ ବିଜ୍ଞାନ ସହିତ ମେଳ ଖାଏ। ତାʼ ସହିତ, ଏହାର ୪୦ ଜଣ ଲେଖକ କେବେ ବି ଏମିତି କିଛି ଲେଖି ନ ଥିଲେ ଯାହା ପରସ୍ପର ସହିତ ମେଳ ଖାଏ ନାହିଁ।a ଏହା ଛଡ଼ା ବାଇବଲ ପ୍ରେମ ବିଷୟରେ ଯାହା ଶିଖାଏ, ତାହା ସତ୍ୟ ପରମେଶ୍ୱରଙ୍କ ଛଡ଼ା ଅନ୍ୟ କେହି ଶିଖାଇପାରିବ ନାହିଁ । ବାଇବଲରେ ଆଜି ମଧ୍ୟ ଲୋକଙ୍କ ଜୀବନକୁ ସୁଧାରିବା ପାଇଁ କ୍ଷମତା ରହିଛି। ଏସବୁ କାରଣରୁ ଲକ୍ଷ ଲକ୍ଷ ଲୋକ ଜାଣନ୍ତି ଯେ ବାଇବଲ ପରମେଶ୍ୱରଙ୍କ ବାକ୍ୟ ଅଟେ।—୧ ଥେସଲନୀକୀୟ ୨:୧୩ ପଢ଼ନ୍ତୁ।

ବାଇବଲ ପରମେଶ୍ୱରଙ୍କ ତରଫରୁ ଅଟେ ବୋଲି ଆମେ କାହିଁକି ନିଶ୍ଚିତ ହୋଇପାରିବା ? ଭିଡିଓ ଦେଖନ୍ତୁ ।

୩. ବାଇବଲରେ କʼଣ କୁହାଯାଇଛି?

ପାରଦୀଶର ରକ ଦୃଶ୍ୟ, ପାରଦୀଶ ବିଲୁ ହେଲା, ନୋହଙ୍କ ସମୟର ଜଳପାବନ, ଦଶ ଆଜ୍ଞା ସହିତ ମୋଶା, ଏବଂ ଯୀଶୁ ଶିଖାଉଛନ୍ତି।

ବାଇବଲର ମୁଖ୍ୟ ଖବର ଏହା ଯେ ମାନବଜାତି ପାଇଁ ପରମେଶ୍ୱର ଏକ ପ୍ରେମପୂର୍ଣ୍ଣ ଉଦ୍ଦେଶ୍ୟ ରଖିଛନ୍ତି। ଏହା କହେ ଯେ ପୃଥିବୀରେ ମାନବଜାତିକୁ ସୃଷ୍ଟି କରାଯିବାର କିଛି ସମୟ ପରେ ସେମାନେ କେମିତି ପାରଦୀଶରେ ଅର୍ଥାତ୍‌ ଏକ ସୁନ୍ଦର ବଗିଚାରେ ରହିବାର ସୁଯୋଗ ହରାଇଲେ। ବାଇବଲ ଏହା ମଧ୍ୟ କହେ ଯେ ଏହି ପୃଥିବୀକୁ କିପରି ପୁଣିଥରେ ପାରଦୀଶରେ ପରିଣତ କରାଯିବ।—ପ୍ରକାଶିତ ବାକ୍ୟ ୨୧:୪, ୫ ପଢ଼ନ୍ତୁ।

ପରମେଶ୍ୱରଙ୍କ ବଚନରେ ନିୟମ, ସିଦ୍ଧାନ୍ତ ଏବଂ ସବୁଠୁ ଉତ୍ତମ ପରାମର୍ଶ ମଧ୍ୟ ମିଳେ। ବାଇବଲ ଏହା ମଧ୍ୟ କହେ ଯେ ପରମେଶ୍ୱର ଅତୀତରେ ଲୋକମାନଙ୍କ ସହିତ କିପରି ବ୍ୟବହାର କରିଥିଲେ, ଯାହାଦ୍ୱାରା ଆମେ ପରମେଶ୍ୱରଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିପାରୁ। ବାଇବଲ ସାହାଯ୍ୟରେ ଆମେ ପରମେଶ୍ୱର ଯିହୋବାଙ୍କୁ ଜାଣିପାରିବା ଏବଂ ତାଙ୍କ ମିତ୍ର ହୋଇପାରିବା।—ଗୀତସଂହିତା ୧୯:୭, ୧୧; ଯାକୁବ ୨:୨୩; ୪:୮ ପଢ଼ନ୍ତୁ।

୪. ଆପଣ ବାଇବଲକୁ କିପରି ବୁଝିପାରିବେ?

ଏହି ପୁସ୍ତିକା ସାହାଯ୍ୟରେ ଆପଣ ବାଇବଲକୁ ବୁଝିପାରିବେ। ଏଥିରେ ଆପଣ ଠିକ୍‌ ସମାନ ପଦ୍ଧତିରେ ଶିଖିପାରିବେ, ଯେମିତି ଯୀଶୁ ଲୋକଙ୍କୁ ଶିଖାଉଥିଲେ। ସେ ଲୋକଙ୍କୁ ଶିଖାଇବା ସମୟରେ ଗୋଟିଏ ପରେ ଗୋଟିଏ ବାଇବଲ ପଦ ସାହାଯ୍ୟରେ ‘ଶାସ୍ତ୍ରର ଅର୍ଥ ବୁଝାଉଥିଲେ’।—ଲୂକ ୨୪:୨୭, ୪୫ ପଢ଼ନ୍ତୁ।

ପରମେଶ୍ୱରଙ୍କଠାରୁ ମିଳିଥିବା ଏହି ଖୁସିର ଖବର ଅପେକ୍ଷା ଅଧିକ ରୋମାଞ୍ଚକର ଆଉ କʼଣ ହୋଇପାରେ? ଏହା ସତ୍ତ୍ୱେ କିଛି ଲୋକ ଏଥିରେ ଆଗ୍ରହ ଦେଖାନ୍ତି ନାହିଁ। ଏପରିକି ଏହି ଖବର ଶୁଣି କିଛି ଲୋକ ବିରକ୍ତ ହୋଇଯାଆନ୍ତି। କିନ୍ତୁ ଆପଣ ନିରାଶ ହୁଅନ୍ତୁ ନାହିଁ। ଯଦି ଆପଣ ପରମେଶ୍ୱରଙ୍କ ବିଷୟରେ ଜାଣିବା ଜାରି ରଖିବେ, ତେବେ ଆପଣଙ୍କୁ ଅନନ୍ତ ଜୀବନ ପାଇବାର ଆଶା ମିଳିବ।—ଯୋହନ ୧୭:୩ ପଢ଼ନ୍ତୁ।

ଅଧିକ ଜାଣିବା ପାଇଁ ବାଇବଲ ଆମକୁ କʼଣ ଶିଖାଏ? ନାମକ ବହିର ୨ ଅଧ୍ୟାୟ ଦେଖନ୍ତୁ।

a ସମସ୍ତଙ୍କ ପାଇଁ ଗୋଟିଏ ବହି (ଇଂରାଜୀ) ନାମକ ପୁସ୍ତିକାଟି ଦେଖନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ