ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bm ଭାଗ ୧୩ ପୃଷ୍ଠା ୧୬
  • କେତେକ ଭଲ ଓ ମନ୍ଦ ରାଜା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କେତେକ ଭଲ ଓ ମନ୍ଦ ରାଜା
  • ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ପ୍ରାୟ ସମାନ ଲେଖା
  • ଯିହୋବା ଯୂନସଙ୍କ ପ୍ରତି ଧୈର୍ଯ୍ୟ ଦେଖାଇଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
bm ଭାଗ ୧୩ ପୃଷ୍ଠା ୧୬
ଜଣେ ଯୁବା ଇଏଲୀୟ ରାଜା

ଭାଗ ୧୩

କେତେକ ଭଲ ଓ ମନ୍ଦ ରାଜା

ଇସ୍ରାଏଲ ବିଭକ୍ତ ହେଲା । କାଳକ୍ରମେ, ଅନେକ ରାଜାମାନେ ଇସ୍ରାଏଲକୁ ଶାସନ କଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜାମାନେ ଅବିଶ୍ୱସ୍ତ ଥିଲେ । ବାବିଲୀୟମାନଙ୍କ ଦ୍ୱାରା ଯିରୁଶାଲମ ଧ୍ୱଂସ ହେଲା

ଯିହୋବା ଯେପରି କହିଥିଲେ ଠିକ୍‌ ସେହିପରି ଶଲୋମନ ଯେତେବେଳେ ସତ୍ୟ ଉପାସନାକୁ ପରିତ୍ୟାଗକଲେ, ଇସ୍ରାଏଲ ଦୁଇଭାଗରେ ବିଭକ୍ତ ହେଲା । ତାହଙ୍କ ଉତ୍ତରାଧିକାରୀ ପୁତ୍ର ରାହୋବାମ ଅତି ନିଷ୍ଠୁର ଥିଲେ । ଏହା ଫଳରେ ଇସ୍ରାଏଲର ଦଶ ଗୋତ୍ର ବିଦ୍ରୋହ କଲେ ଏବଂ ସେମାନେ ଉତ୍ତର ରାଜ୍ୟ ଗଠନ କଲେ । ଅବଶିଷ୍ଟ ଦୁଇଟି ଗୋତ୍ର ଯିରୁଶାଲମର ଦାଉଦଙ୍କ ସିଂହାସନରେ ଅଧିଷ୍ଠିତ ରାଜାଙ୍କ ବିଶ୍ୱସ୍ତ ରହିଲେ ଏବଂ ସେମାନଙ୍କୁ ନେଇ ଦକ୍ଷିଣ ରାଜ୍ୟ ଯିହୂଦାର ଗଠନ ହେଲା ।

ଏହି ଉଭୟ ରାଜ୍ୟର ଇତିହାସ ଅସ୍ଥିର ଓ ସମସ୍ୟାପୂର୍ଣ୍ଣ ହୋଇଥିଲା, କାରଣ ଏହି ରାଜ୍ୟର ରାଜାମାନେ ଅବିଶ୍ୱସ୍ତ ଓ ଅବାଧ୍ୟ ଥିଲେ । ଇସ୍ରାଏଲର ଅବସ୍ଥା ଯିହୂଦାଠାରୁ ଅଧିକ ଶୋଚନୀୟ ଥିଲା କାରଣ ଏହାର ରାଜାମାନେ ପ୍ରଥମରୁ ମିଥ୍ୟା ଧର୍ମର ଉପାସନା ଆରମ୍ଭ କରିଥିଲେ । ଇଲୀଶାୟ ଓ ଏଲିୟ ଭଳି ଭାବବାଦୀ ମାନଙ୍କ ଆଶ୍ଚର୍ଯ୍ୟକାମ—ଏପରି କି ସେମାନେ ମରିଥିବା ଲୋକଙ୍କର ପୁନରୁତ୍ଥାନ କରିଥିଲେ ଏସବୁ ଦେଖିବା ସତ୍ୱେ ଇସ୍ରାଏଲୀୟମାନେ ବାରମ୍ବାର ବିପଥଗାମୀ ହୋଇଥିଲେ । ଶେଷରେ, ଈଶ୍ୱର ଉତ୍ତର ରାଜ୍ୟକୁ ଅସୁରୀୟମାନଙ୍କ ଦ୍ୱାରା ଧ୍ୱଂସ କରିବା ପାଇଁ ଅନୁମତି ଦେଲେ ।

ଯିହୂଦା ଇସ୍ରାଏଲ ଠାରୁ ପ୍ରାୟ ଶହେ ବର୍ଷରୁ ଅଧିକ ଅସ୍ତିତ୍ୱରେ ରହିଥିଲା ମାତ୍ର ସେ ମଧ୍ୟ ଶେଷରେ ଈଶ୍ୱରଙ୍କ ନ୍ୟାୟଦଣ୍ଡର ସାମନା କରିଥିଲା । ମାତ୍ର ଅଳ୍ପ କେତେଜଣ ଯିହୂଦାର ରାଜାମାନେ ଈଶ୍ୱରଙ୍କ ଭାବବାଦୀମାନଙ୍କ ଶତର୍କବାଣୀ ଶୁଣି ଥିଲେ ଏବଂ ସେମାନେ ଲୋକମାନଙ୍କୁ ଯିହୋବାଙ୍କ ନିକଟକୁ ଆଣିବା ପାଇଁ ଚେଷ୍ଟା କରିଥିଲେ । ଉଦାହରଣ ସ୍ୱରୂପ ରାଜା ଯୋଶିୟ ଯିହୂଦାରୁ ମିଥ୍ୟା ଉପାସନାର ଉଚ୍ଛେଦ କରିବାକୁ ଅରମ୍ଭ କରିଥିଲେ ଏବଂ ଯିହୋବାଙ୍କ ମନ୍ଦିରର ପୁନଃସ୍ଥାପନ କରିଥିଲେ । ଯେତେବେଳେ ମୋଶାଙ୍କ ଦ୍ୱାରା ଦିଆଯାଥିବା ଯିହୋବାଙ୍କ ନିୟମର ପ୍ରତିଲିପି ପାଆନ୍ତି, ଯୋଶିୟ ଅତ୍ୟନ୍ତ ଖୁସୀ ହେଲେ ଏବଂ ଅଧିକ ଦୃଢ଼ତାର ସହିତ ସଂସ୍କାର କାମ ଆଗେଇ ନେଲେ ।

ଦୁଃଖର ବିଷୟ ଯେ ଯୋଶିୟଙ୍କ ଉତ୍ତରାଧିକାରୀମାନେ ରାଜାଙ୍କର ଉତ୍ତମ ଉଦାହରଣ ଅନୁସାରେ ଚାଲିଲେ ନାହିଁ । ତେଣୁ ଯିହୋବା ସେହି ଜାତି ଉପରେ ବିଜୟ କରିବା ସହିତ ଯିରୁଶାଲମ ଓ ମନ୍ଦିର ଧ୍ୱଂସ କରିବା ପାଇଁ ବାବିଲକୁ ଅନୁମତି ଦେଲେ । ବଞ୍ଚିଥିବା ସମସ୍ତଙ୍କୁ ବନ୍ଦୀ କରି ବାବିଲକୁ ନିଆଗଲା । ଈଶ୍ୱର ଭବିଷ୍ୟତବାଣୀ କରି କହିଥିଲେ ଯେ ସେମାନଙ୍କୁ ବାବିଲରେ ୭୦ ବର୍ଷ ବନ୍ଦୀ କରି ରଖାଯିବ । ପ୍ରତିଜ୍ଞା ଅନୁସାରେ, ଯେଉଁ ପର୍ଯ୍ୟନ୍ତ ସେମାନଙ୍କ ନିଜ ଦେଶକୁ ଫେରିବା ପାଇଁ ଅନୁମତି ନ ମିଳିଛି, ସେପର୍ଯ୍ୟନ୍ତ ଯିହୂଦା ପରିତ୍ୟକ୍ତ ହୋଇ ରହିଥିଲା ।

ଅତଏବ ଯେଉଁ ପର୍ଯ୍ୟନ୍ତ ପ୍ରତିଜ୍ଞାତ ଉଦ୍ଧାରକର୍ତ୍ତା ବା ମସିହ ନିଜ ଶାସନ ଆରମ୍ଭ କରି ନାହାନ୍ତି ସେ ପର୍ଯ୍ୟନ୍ତ ଦାଉଦଙ୍କ ବଂଶରୁ କେହି ମଧ୍ୟ ରାଜା ଭାବେ ଶାସନ କରିବେ ନାହିଁ । ଦାଉଦଙ୍କ ବଂଶର ୧୮ଜଣ ରାଜାଙ୍କ ମଧ୍ୟରୁ ଅଧିକାଂଶ ରାଜା ଯେଉଁମାନେ ଦାଉଦଙ୍କ ସିଂହାସନ ଯିରୁଶାଲମରୁ ଶାସନ କରିଥିଲେ, ସେମାନଙ୍କଠାରୁ ପ୍ରମାଣ ମିଳେ ଯେ ଅସିଦ୍ଧ ମନୁଷ୍ୟ ଶାସନ କରିବା ପାଇଁ ଯୋଗ୍ୟ ନୁହେଁ । କେବଳ ମସୀହ ପ୍ରକୃତରେ ଶାସନ କରିବା ପାଇଁ ଯୋଗ୍ୟ । ଯିହୋବା ଦାଉଦବଂଶର ଶେଷ ରାଜାକୁ କହିଥିଲେ: “ରାଜମୁକୁଟ କାଢ଼ି ପକାଅ; . . . ଯେ ଅଧିକାରୀ ଅଟନ୍ତି, ସେ ନ ଆସିବା ପର୍ଯ୍ୟନ୍ତ ଏହା ମଧ୍ୟ ଆଉ ରହିବ ନାହିଁ, ତହୁଁ ଆମ୍ଭେ ତାହାଙ୍କୁ ଏହା ଦେବା ।”—ଯିହିଜିକଲ ୨୧:୨୬, ୨୭.

—ଏହା ୧ ରାଜାବଳୀ; ୨ ରାଜାବଳୀ; ୨ ବଂଶାବଳୀ ୧୦ ରୁ ୩୬ ଅଧ୍ୟାୟ; ଯିରିମିୟ ୨୫:୮-୧୧ ଉପରେ ଆଧାରିତ ।

  • ଇସ୍ରାଏଲ କିପରି ଦୁଇଭାଗରେ ବିଭକ୍ତ ହେଲା ଏବଂ ଏହି ଦୁଇ ରାଜ୍ୟଗୁଡ଼ିକର ଫଳାଫଳ କʼଣ ହେଲା ?

  • ଦାଉଦଙ୍କ ପରିବାରର ରାଜାମାନଙ୍କର କʼଣ ହେଲା ଏବଂ କାହିଁକି ?

  • ଯୂନସଙ୍କ କାହାଣୀ ଆମକୁ ଯିହୋବାଙ୍କ ବିଷୟରେ କି ଶିକ୍ଷା ଦିଏ ? (ବାକ୍ସ ଦେଖନ୍ତୁ)

ଯୂନସ

ଇସ୍ରାଏଲ ରାଜ୍ୟର ବିଭାଜିତ ସମୟରେ ଈଶ୍ୱର ଯୂନସଙ୍କୁ ସୁଦୂର ଦୁଷ୍ଟନଗରୀ ନୀନିବୀର ଲୋକଙ୍କ ନିକଟକୁ ଶତର୍କବାଣୀ ଘୋଷଣା କରିବାକୁ ପଠେଇଲେ । କିନ୍ତୁ ସେଠାକୁ ନ ଯାଇ ଯୂନସ ଜାହାଜରେ ଚଢ଼ି ବିପରୀତ ଦିଗକୁ ଗଲେ । ଏହା ଫଳରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଲା, ଏଥିରେ ଈଶ୍ୱର ହସ୍ତକ୍ଷେପ କରି ଏକ ବିରାଟ ମାଛକୁ ପଠେଇଲେ ଯାହା ଯୂନସଙ୍କୁ ଗିଳିଦେଲା । ମାଛ ପେଟରେ ଥାଇ ଯୂନସ ଯିହୋବାଙ୍କୁ ପ୍ରାର୍ଥନା କଲେ, ଯିହୋବା ଏହା ଶୁଣିଲେ ଏବଂ ମାଛଟି ଯୂନସଙ୍କୁ ଶୁଷ୍କଭୂମିରେ ବାନ୍ତି କଲା । ଏହା ପରେ ଯୂନସ ତାʼର କାମ ଠିକ୍‌ରୂପେ କରିଥିଲେ ।

ଯୂନସଙ୍କୁ ବାଧ୍ୟତା ବିଷୟରେ ଈଶ୍ୱର ଶିକ୍ଷାଦେଲା ପରେ, ଆଉ ଏକ ସମସ୍ୟା ଦେଖା ଗଲା । ଯୂନସ ନୀନିବୀୟଙ୍କଠାରେ ପ୍ରଚାର କରିଥିଲେ କିନ୍ତୁ ସେ ବିଶେଷ ଭାବେ ଦୁଃଖି ହୋଇ ଥିଲେ, ଯେତେବେଳେ ଈଶ୍ୱର ସେମାନଙ୍କ ମନପରିବର୍ତ୍ତନକୁ ଦେଖି ଦଣ୍ଡ ନ ଦେଇ କରୁଣା ଦେଖାଇଥିଲେ । ଯୂନସଙ୍କୁ ଅତି କରୁଣାମୟ ହେବା ପାଇଁ ଶିକ୍ଷାଦେବାକୁ ଯାଇ ଈଶ୍ୱର ଆଉ ଏକ ଆଶ୍ଚର୍ଯ୍ୟକର୍ମ କରିଥିଲେ ତାହା ଜାଣିବା ପାଇଁ ଏହି ଅପୂର୍ବବହିଟିକୁ ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ