ଭାଗ ୧୨
ଆପଣଙ୍କ ପରିବାର କିପରି ସୁଖୀ ପରିବାର ହୋଇପାରିବ?
ସୁଖୀ ପରିବାରର ରହସ୍ୟ ହେଉଛି ପ୍ରେମ। ଏଫିସୀୟ ୫:୩୩
ଯିହୋବାଙ୍କ ଅନୁସାରେ ବିବାହ କେବଳ ଏକ ପୁରୁଷ ଓ ଏକ ମହିଳା ମଧ୍ୟରେ ହେବା ଉଚିତ୍।
ଜଣେ ଭଲ ସ୍ୱାମୀ ନିଜ ପତ୍ନୀଙ୍କୁ ପ୍ରେମ କରିବ ଏବଂ ତାହାଙ୍କୁ ସହାନୁଭୂତି ଦେଖାଇବ।
ପତ୍ନୀକୁ ନିଜ ସ୍ୱାମୀର ସହଯୋଗ କରିବା ଦରକାର।
ପିଲାମାନଙ୍କୁ ନିଜ ପିତାମାତାଙ୍କ ଆଜ୍ଞାକାରୀ ହେବା ଉଚିତ୍।
ନମ୍ର ଓ ବିଶ୍ୱସ୍ତ ହେବା ଉଚିତ୍; ନିର୍ଦ୍ଦୟ ଓ ଅବିଶ୍ୱସ୍ତ ହେବା ଅନୁଚିତ। କଲସୀୟ ୩:୫, ୮-୧୦
ବାଇବଲ କହେ ଯେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ନିଜ ଶରୀର ପରି ପ୍ରେମ କରିବା ଉଚିତ୍। ସେହିପରି ସ୍ତ୍ରୀ ମଧ୍ୟ ନିଜ ସ୍ୱାମୀକୁ ଆଦର ଓ ସମ୍ମାନ କରିବା ଉଚିତ୍।
ନିଜ ସ୍ତ୍ରୀ କିମ୍ବା ସ୍ୱାମୀକୁ ଛାଡ଼ି ଅନ୍ୟକାହାରି ସହ ଯୌନ ସମ୍ପର୍କ ରଖିବା ଠିକ୍ ନୁହେଁ। ବହୁବିବାହ କରିବା ମଧ୍ୟ ଠିକ୍ ନୁହେଁ।
ଗୋଟିଏ ପରିବାର କିପରି ସୁଖୀ ହୋଇ ପାରିବ ତାହା ଯିହୋବାଙ୍କ ବାକ୍ୟ କହି ଥାଏ।