ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • fg ପାଠ ୭ ପ୍ରଶ୍ନଗୁଡ଼ିକ ୧-୫
  • ପରମେଶ୍ୱରଙ୍କ ରାଜ୍ୟ କʼଣ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପରମେଶ୍ୱରଙ୍କ ରାଜ୍ୟ କʼଣ?
  • ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ପ୍ରାୟ ସମାନ ଲେଖା
  • ପରମେଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
    ବାଇବଲ ଆମକୁ କʼଣ ଶିଖାଏ?
  • ପରମେଶ୍ୱରଙ୍କ ରାଜ୍ୟ ଶାସନ କରେ
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ଈଶ୍ୱରଙ୍କ ରାଜ୍ୟ କʼଣ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
fg ପାଠ ୭ ପ୍ରଶ୍ନଗୁଡ଼ିକ ୧-୫

ପାଠ ୭

ପରମେଶ୍ୱରଙ୍କ ରାଜ୍ୟ କʼଣ?

୧. ପରମେଶ୍ୱରଙ୍କ ରାଜ୍ୟ କʼଣ?

୧. ର୍ଗରେ ଈରଙ୍କ ରାଜ୍ୟ; ୨. ଯୀଶୁ ଜଣେ କୁଷ୍ଠରୋଗୀକୁ ସୁସ୍ଥ କରୁଛନ୍ତି

ଯୀଶୁ ହିଁ ସବୁଠାରୁ ଶ୍ରେଷ୍ଠ ରାଜା କାହିଁକି ଅଟନ୍ତି?—ମାର୍କ ୧:୪୦-୪୨.

ଏହା ଏକ ସରକାର ଅଟେ, ଯାହା ସ୍ୱର୍ଗରୁ ଶାସନ କରିବ। ପରମେଶ୍ୱରଙ୍କ ରାଜ୍ୟ ପୃଥିବୀର ସମସ୍ତ ସରକାରଗୁଡ଼ିକୁ ହଟାଇ ସ୍ୱର୍ଗ ଏବଂ ପୃଥିବୀରେ ତାଙ୍କ ଇଚ୍ଛା ପୂରଣ କରିବ। ଏହା ପ୍ରକୃତରେ ଏକ ଖୁସିର ଖବର ଅଟେ। ଆମ ପାଇଁ ଏକ ଉତ୍ତମ ସରକାର ବହୁତ ଜରୁରୀ ଅଟେ ଏବଂ ପରମେଶ୍ୱରଙ୍କ ରାଜ୍ୟ ଖୁବ୍‌ ଶୀଘ୍ର ଏହା ପୂରା କରିବ। ଏହି ରାଜ୍ୟ ପୃଥିବୀରେ ସମସ୍ତଙ୍କୁ ଏକତାରେ ରଖିବ।—ଦାନିୟେଲ ୨:୪୪; ମାଥିଉ ୬:୯, ୧୦; ୨୪:୧୪ ପଢ଼ନ୍ତୁ।

ଯେପରି ପ୍ରତ୍ୟେକ ରାଜ୍ୟରେ ଜଣେ ରାଜା ଥାʼନ୍ତି, ଠିକ୍‌ ସେହିପରି ଯିହୋବା ନିଜ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ତାଙ୍କ ରାଜ୍ୟର ରାଜା ରୂପେ ନିଯୁକ୍ତ କରିଛନ୍ତି।—ପ୍ରକାଶିତ ବାକ୍ୟ ୧୧:୧୫ ପଢ଼ନ୍ତୁ।

ପରମେଶ୍ୱରଙ୍କ ରାଜ୍ୟ କʼଣ ? ଭିଡିଓ ଦେଖନ୍ତୁ ।

୨. ଯୀଶୁ କାହିଁକି ଜଣେ ଆଦର୍ଶ ରାଜା ଅଟନ୍ତି?

ପରମେଶ୍ୱରଙ୍କ ପୁତ୍ର ହେଉଛନ୍ତି ଏକ ଆଦର୍ଶ ରାଜା କାରଣ ସେ ଅତି ଦୟାଳୁ ଏବଂ ସବୁବେଳେ ସତ୍ୟରେ ଥାଆନ୍ତି। (ମାଥିଉ ୧୧:୨୮-୩୦) ସେ ଲୋକଙ୍କୁ ସାହାଯ୍ୟ କରିବାରେ ମଧ୍ୟ ସକ୍ଷମ ଅଟନ୍ତି। ଏହା ସହିତ, ସେ ସ୍ୱର୍ଗରୁ ପୃଥିବୀ ଉପରେ ଶାସନ କରିବେ। ପୁଣିଥରେ ଆତ୍ମିକ ଜୀବନ ପାଇବା ପରେ ଯୀଶୁ ସ୍ୱର୍ଗକୁ ଫେରିଯାଇ ଯିହୋବାଙ୍କ ଡାହାଣ ପାର୍ଶ୍ୱରେ ବସିଲେ ଏବଂ ଶାସନ କରିବାର ଅଧିକାର ନ ମିଳିବା ପର୍ଯ୍ୟନ୍ତ ଅପେକ୍ଷା କଲେ। (ଏବ୍ରୀ ୧୦:୧୨, ୧୩) ଶେଷରେ, ଯିହୋବା ତାଙ୍କୁ ଏହି ଅଧିକାର ଦେଇଦେଲେ।—ଦାନିୟେଲ ୭:୧୩, ୧୪ ପଢ଼ନ୍ତୁ।

୩. ଯୀଶୁଙ୍କ ସହିତ କିଏ ଶାସନ କରିବେ?

ଯୀଶୁଙ୍କ ସହିତ ‘ପବିତ୍ର ଲୋକମାନଙ୍କ’ ଏକ ସମୂହ ମଧ୍ୟ ଶାସନ କରିବ। (ଦାନିୟେଲ ୭:୨୭) ଯୀଶୁ ନିଜ ଶିଷ୍ୟଙ୍କ ମଧ୍ୟରୁ କେତେକଙ୍କୁ ବାଛିଥିଲେ, ଯାହାଙ୍କୁ ପ୍ରେରିତ ବୋଲି କୁହାଗଲା। ପରେ ଏହି ବିଶ୍ୱସ୍ତ ପ୍ରେରିତମାନେ ସେହି ‘ପବିତ୍ର ଲୋକମାନଙ୍କ’ ସମୂହର ପ୍ରଥମ ସଦସ୍ୟ ହେଲେ। ଯିହୋବା ଆଜି ମଧ୍ୟ ବିଶ୍ୱସ୍ତ ସ୍ତ୍ରୀ ଏବଂ ପୁରୁଷଙ୍କୁ ଏହି ସମୂହରେ ସାମିଲ୍‌ କରିବା ପାଇଁ ବାଛୁଛନ୍ତି। ଯୀଶୁଙ୍କ ପରି ସେମାନଙ୍କୁ ମଧ୍ୟ ଆତ୍ମିକ ବ୍ୟକ୍ତି ଭାବରେ ଜୀବିତ କରାଯାଉଛି।—ଯୋହନ ୧୪:୧-୩; ୧ କରିନ୍ଥୀୟ ୧୫:୪୨-୪୪ ପଢ଼ନ୍ତୁ।

କେତେ ଲୋକ ସ୍ୱର୍ଗକୁ ଯିବେ? କେବଳ ୧,୪୪,୦୦୦ ଜଣ ସ୍ୱର୍ଗକୁ ଯିବେ। ଯୀଶୁ ସେମାନଙ୍କୁ “ସାନ ପଲ” କହିଲେ। (ଲୂକ ୧୨:୩୨) ସେମାନେ ଯୀଶୁଙ୍କ ସହିତ ସ୍ୱର୍ଗରୁ ପୃଥିବୀକୁ ଶାସନ କରିବେ।—ପ୍ରକାଶିତ ବାକ୍ୟ ୧୪:୧ ପଢ଼ନ୍ତୁ।

୪. ଯୀଶୁଙ୍କ ରାଜା ହେବା ପରେ କʼଣ ହେଲା?

ଏକ ବାଇବଲ ଅଧୟନ

ପରମେଶ୍ୱରଙ୍କ ରାଜ୍ୟ ୧୯୧୪ରୁ ଆରମ୍ଭ ହେଲା।a ଯୀଶୁ ଏହି ରାଜ୍ୟର ରାଜା ହେବା ପରେ ସେ ସର୍ବପ୍ରଥମେ ସ୍ୱର୍ଗରୁ ଶୟତାନ ଏବଂ ଦୁଷ୍ଟ ସ୍ୱର୍ଗଦୂତଙ୍କୁ ପୃଥିବୀକୁ ତଡ଼ି ଦେଲେ। ସେହି ସମୟରୁ ଶୟତାନ ଅତି କ୍ରୋଧରେ ଅଛି ଏବଂ ସମସ୍ତ ପୃଥିବୀକୁ ଅଶାନ୍ତ କରିଦେଇଛି। (ପ୍ରକାଶିତ ବାକ୍ୟ ୧୨:୭-୧୦, ୧୨) ଆଜି ଲୋକେ ଅନେକ ସମସ୍ୟାର ସାମନା କରୁଛନ୍ତି—ଯେପରି ଯୁଦ୍ଧ, ଦୁର୍ଭିକ୍ଷ, ମହାମାରୀ, ଭୂମିକମ୍ପ ଇତ୍ୟାଦି। ଏହି ସବୁ ଘଟିବାର “ଲକ୍ଷଣ” ଦେଖାଏ ଯେ ଖୁବ୍‌ ଶୀଘ୍ର ପରମେଶ୍ୱରଙ୍କ ରାଜ୍ୟ ପୃଥିବୀରେ ଶାସନ ଆରମ୍ଭ କରିବ।—ଲୂକ ୨୧:୭, ୧୦, ୧୧, ୩୧ ପଢ଼ନ୍ତୁ।

୫. ପରମେଶ୍ୱରଙ୍କ ରାଜ୍ୟ ବର୍ତ୍ତମାନ କʼଣ କରୁଛି?

ପରମେଶ୍ୱରଙ୍କ ରାଜ୍ୟ ପୃଥିବୀରେ ହେଉଥିବା ପ୍ରଚାର କାମ ଦ୍ୱାରା ସମସ୍ତ ରାଷ୍ଟ୍ରରୁ ଗୋଟିଏ ବଡ଼ ସମୂହକୁ ଏକତ୍ରିତ କରୁଅଛି। ଲକ୍ଷ ଲକ୍ଷ ନମ୍ର ଲୋକ ରାଜା ଯୀଶୁଙ୍କ ପ୍ରଜା ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଏକତା ଦେଖାଯାଉଛି। ଯେତେବେଳେ ଏହି ପୃଥିବୀର ଦୁଷ୍ଟ ବ୍ୟବସ୍ଥାର ବିନାଶ ହେବ, ସେତେବେଳେ ପରମେଶ୍ୱରଙ୍କ ରାଜ୍ୟ ସେମାନଙ୍କୁ ରକ୍ଷା କରିବ। ତେଣୁ ଯଦି ଆମେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ଚାହୁଁ, ତେବେ ଯୀଶୁଙ୍କ ଆଜ୍ଞା ପାଳନ କରିବା ଜରୁରୀ ଅଟେ।—ପ୍ରକାଶିତ ବାକ୍ୟ ୭:୯, ୧୪, ୧୬, ୧୭ ପଢ଼ନ୍ତୁ।

ପାରଦୀଶରେ ପରିଣତ ବୀରେ ଈରଙ୍କ ରାଜ୍ୟର ଲୋକମାନେ

ମଣିଷର ସୃଷ୍ଟିର ଆରମ୍ଭରେ ପରମେଶ୍ୱରଙ୍କ ଯେଉଁ ଉଦ୍ଦେଶ୍ୟ ଥିଲା, ତାଙ୍କ ରାଜ୍ୟ ୧,୦୦୦ ବର୍ଷର ଶାସନକାଳ ମଧ୍ୟରେ ଏହାକୁ ପୂରଣ କରିବ। ସାରା ପୃଥିବୀକୁ ଏକ ସୁନ୍ଦର ପାରଦୀଶରେ ପରିଣତ କରାଯିବ। ପରିଶେଷରେ, ଯୀଶୁ ଶାସନର ଅଧିକାର ତାଙ୍କ ପିତାଙ୍କ ହାତରେ ଦେଇଦେବେ। (୧ କରିନ୍ଥୀୟ ୧୫:୨୪-୨୬) ଆପଣ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କାହାକୁ କହିବାକୁ ଚାହାନ୍ତି?—ଗୀତସଂହିତା ୩୭:୧୦, ୧୧, ୨୯ ପଢ଼ନ୍ତୁ।

ଅଧିକ ଜାଣିବା ପାଇଁ ବାଇବଲ ଆମକୁ କʼଣ ଶିଖାଏ? ନାମକ ବହିର ୮ ଏବଂ ୯ ଅଧ୍ୟାୟ ଦେଖନ୍ତୁ।

a ୧୯୧୪ ମସିହା ବିଷୟରେ ବାଇବଲରେ କʼଣ ଭବିଷ୍ୟତବାଣୀ କରାଯାଇଥିଲା, ତାହା ଜାଣିବା ପାଇଁ ବାଇବଲ ଆମକୁ କʼଣ ଶିଖାଏ? ନାମକ ବହିର ୨୧୭-୨୨୦ ପୃଷ୍ଠା ଦେଖନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ