ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • fg ପାଠ ୧୨ ପ୍ରଶ୍ନଗୁଡ଼ିକ ୧-୫
  • ଆପଣ ପରମେଶ୍ୱରଙ୍କ ମିତ୍ର କିପରି ହୋଇପାରିବେ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ ପରମେଶ୍ୱରଙ୍କ ମିତ୍ର କିପରି ହୋଇପାରିବେ?
  • ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ପ୍ରାୟ ସମାନ ଲେଖା
  • ଆପଣ କିପରି ପରମେଶ୍ୱରଙ୍କ ନିକଟତର ହୋଇପାରିବେ
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ପ୍ରାର୍ଥନା—ଏକ ବଡ଼ ସମ୍ମାନ
    ବାଇବଲ ଆମକୁ କʼଣ ଶିଖାଏ?
  • ପ୍ରାର୍ଥନା ଦ୍ୱାରା ଯିହୋବାଙ୍କ ନିକଟକୁ ଆସନ୍ତୁ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
fg ପାଠ ୧୨ ପ୍ରଶ୍ନଗୁଡ଼ିକ ୧-୫

ପାଠ ୧୨

ଆପଣ ପରମେଶ୍ୱରଙ୍କ ମିତ୍ର କିପରି ହୋଇପାରିବେ?

୧. ପରମେଶ୍ୱର କʼଣ ସମସ୍ତଙ୍କ ପ୍ରାର୍ଥନା ଶୁଣନ୍ତି?

ଜଣେ ବ୍ୟକ୍ତି ଈରଙ୍କୁ ର୍ଥନା କରୁଛନ୍ତି

ଯିହୋବା ଚାହାନ୍ତି ଯେ ସବୁପ୍ରକାର ଲୋକ ପ୍ରାର୍ଥନା ଦ୍ୱାରା ତାଙ୍କ ମିତ୍ର ହୁଅନ୍ତୁ। (ଗୀତସଂହିତା ୬୫:୨) କିନ୍ତୁ ସେ ପ୍ରତ୍ୟେକଙ୍କ ପ୍ରାର୍ଥନା ଶୁଣନ୍ତି ନାହିଁ। ଉଦାହରଣସ୍ୱରୂପ, ଯଦି ଜଣେ ପତି ନିଜ ପତ୍ନୀଙ୍କ ସହିତ ଖରାପ ବ୍ୟବହାର କରନ୍ତି, ତେବେ ତାଙ୍କ ପ୍ରାର୍ଥନାରେ ବାଧା ଆସିପାରେ। (୧ ପିତର ୩:୭) ପ୍ରାଚୀନ କାଳରେ ପରମେଶ୍ୱର ଇସ୍ରାଏଲୀୟଙ୍କ ପ୍ରାର୍ଥନା ଶୁଣିବାକୁ ମନା କରିଦେଲେ କାରଣ ସେମାନେ ଖରାପ କାମ କରିବାରେ ଲାଗି ରହିଥିଲେ। କିନ୍ତୁ ପରମେଶ୍ୱର ପାପୀମାନଙ୍କ ପ୍ରାର୍ଥନା ମଧ୍ୟ ଶୁଣନ୍ତି, ଯଦି ସେମାନେ ନିଜ ପାପ ପାଇଁ ପଶ୍ଚତାପ କରନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବା ଆମ ପାଇଁ ଏକ ସମ୍ମାନର ବିଷୟ ଅଟେ।—ଯିଶାଇୟ ୧:୧୫; ୫୫:୭ ପଢ଼ନ୍ତୁ।

ସବୁ ରାସ୍ତା ପରମେଶ୍ୱରଙ୍କ ପାଖକୁ ନେଇଯାଏ କି ? ଭିଡିଓ ଦେଖନ୍ତୁ ।

୨. ଆମେ କିପରି ପ୍ରାର୍ଥନା କରିବା ଉଚିତ୍‌?

ପ୍ରାର୍ଥନା ଆମ ଉପାସନାର ଏକ ଭାଗ ଅଟେ। ତେଣୁ ଆମେ କେବଳ ଆମ ସୃଷ୍ଟିକର୍ତ୍ତା ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌। (ମାଥିଉ ୪:୧୦; ୬:୯) ଏହା ସହିତ, ଆମେ ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ଉଚିତ୍‌ କାରଣ ସେ ଆମ ପାପ ପାଇଁ ନିଜ ଜୀବନ ଦେଲେ। (ଯୋହନ ୧୪:୬) ମୁଖସ୍ଥ କିମ୍ବା କୌଣସି ଲିଖିତ ପ୍ରାର୍ଥନାକୁ ବାରମ୍ବାର ଉଚ୍ଚାରଣ କରିବାକୁ ଯିହୋବା ପସନ୍ଦ କରନ୍ତି ନାହିଁ। ସେ ଚାହାନ୍ତି ଯେ ଆମେ ହୃଦୟର ସହିତ ପ୍ରାର୍ଥନା କରିବା ଉଚିତ୍‌।—ମାଥିଉ ୬:୭; ଫିଲିପ୍‌ପୀୟ ୪:୬, ୭ ପଢ଼ନ୍ତୁ।

ଆମ ସୃଷ୍ଟିକର୍ତ୍ତା ଏପରିକି ମନେ ମନେ କରାଯାଉଥିବା ପ୍ରାର୍ଥନାକୁ ମଧ୍ୟ ଶୁଣନ୍ତି। (୧ ଶାମୁୟେଲ ୧:୧୨, ୧୩) ସେ ଚାହାନ୍ତି ଯେ ଆମେ ତାଙ୍କୁ ଯେକୌଣସି ସମୟରେ ପ୍ରାର୍ଥନା କରିପାରିବା, ଯେପରି ଦିନର ଆରମ୍ଭରେ ଓ ଶେଷରେ, ଖାଇବା ଆଗରୁ ଏବଂ ସମସ୍ୟାଗୁଡ଼ିକର ସମାନା କରିବା ପାଇଁ ଆମେ ତାଙ୍କୁ ସାହାଯ୍ୟ ମାଗିପାରିବା।—ଗୀତସଂହିତା ୫୫:୨୨; ମାଥିଉ ୧୫:୩୬ ପଢ଼ନ୍ତୁ।

୩. ଆମେ ସମସ୍ତେ କାହିଁକି ଏକାଠି ହେଉ?

ମସୀହ ସଭାରେ ଲୋକେ ବାଇବଲ ପଛନ୍ତି

ପରମେଶ୍ୱରଙ୍କ ମିତ୍ର ହେବା ଏତେ ସହଜ ନୁହେଁ କାରଣ ଆମେ ଯେଉଁ ଲୋକଙ୍କ ମଝିରେ ରହୁ, ସେମାନେ ପରମେଶ୍ୱରଙ୍କୁ ମାନନ୍ତି ନାହିଁ। ଯେତେବେଳେ ଆମେ ସେମାନଙ୍କୁ କହୁ ଯେ ପରମେଶ୍ୱର ଏହି ପୃଥିବୀରେ ଶାନ୍ତି ସ୍ଥାପନ କରିବା ପାଇଁ ପ୍ରତିଜ୍ଞା କରିଛନ୍ତି, ବହୁତ ଲୋକ ଆମକୁ ଥଟ୍ଟା କରନ୍ତି। (୨ ତୀମଥି ୩:୧, ୪; ୨ ପିତର ୩:୩, ୧୩) ତେଣୁ ଯେଉଁମାନେ ଆମ ପରି ଯିହୋବାଙ୍କୁ ଭରସା କରନ୍ତି, ସେମାନଙ୍କ ସହିତ ସଙ୍ଗତି କରିବା ଦ୍ୱାରା ଆମେ ଉତ୍ସାହ ପାଇପାରିବା। ଏହା ସହିତ, ସେମାନେ ମଧ୍ୟ ଆମଠାରୁ ଉତ୍ସାହ ପାଆନ୍ତି। ସେଥିପାଇଁ ଆମେ ସମସ୍ତେ ଏକାଠି ହେଉ।—ଏବ୍ରୀ ୧୦:୨୪, ୨୫ ପଢ଼ନ୍ତୁ।

ଯଦି ପରମେଶ୍ୱରଙ୍କୁ ପ୍ରେମ କରୁଥିବା ଲୋକଙ୍କ ସହିତ ଆମେ ସଙ୍ଗତି କରିବା, ତେବେ ଏହା ଆମକୁ ପରମେଶ୍ୱରଙ୍କ ମିତ୍ର ହେବା ପାଇଁ ସାହାଯ୍ୟ କରିବ। ଯିହୋବାଙ୍କ ସାକ୍ଷୀମାନଙ୍କ ସଭାଗୁଡ଼ିକରେ ଏମିତି ଲୋକଙ୍କ ସହିତ ମିଶିବା ଏବଂ ସେମାନଙ୍କଠାରୁ ଉତ୍ସାହ ପାଇବା ପାଇଁ ବଢ଼ିଆ ସୁଯୋଗ ମିଳେ।—ରୋମୀୟ ୧:୧୧, ୧୨ ପଢ଼ନ୍ତୁ।

୪. ପରମେଶ୍ୱରଙ୍କ ସହିତ ଆମ ମିତ୍ରତାକୁ କିପରି ଆହୁରି ଦୃଢ଼ କରିପାରିବା?

ଜଣେ ବ୍ୟକ୍ତି କାମର ବିରତି ସମୟରେ ଈରଙ୍କ ବାକ୍ୟ ପଛନ୍ତି

ବାଇବଲରୁ ଆମେ ଯାହା ଶିଖିଛୁ, ତାହା ଉପରେ ଚିନ୍ତନ କରି ପରମେଶ୍ୱରଙ୍କ ସହିତ ଆମ ମିତ୍ରତାକୁ ଆହୁରି ଦୃଢ଼ କରିପାରିବା। ପରମେଶ୍ୱରଙ୍କ କାମ, ତାଙ୍କ ନିର୍ଦ୍ଦେଶ ଏବଂ ତାଙ୍କ ପ୍ରତିଜ୍ଞା ବିଷୟରେ ଆମେ ଭାବିବା ଉଚିତ୍‌। ପ୍ରାର୍ଥନା ଏବଂ ଚିନ୍ତନ କରିବା ଦ୍ୱାରା ପରମେଶ୍ୱରଙ୍କ ପ୍ରେମ ଓ ବୁଦ୍ଧି ପ୍ରତି ଆମର ସମ୍ମାନ ବଢ଼ିବ।—ଯିହୋଶୂୟ ୧:୮; ଗୀତସଂହିତା ୧:୧-୩ ପଢ଼ନ୍ତୁ।

ପରମେଶ୍ୱରଙ୍କୁ ଭରସା ଏବଂ ବିଶ୍ୱାସ କରିବା ଦ୍ୱାରା ହିଁ ଆମେ ତାଙ୍କ ମିତ୍ର ହୋଇପାରିବା। କିନ୍ତୁ ଏହି ବିଶ୍ୱାସକୁ ଜୀବିତ ରଖିବା ପାଇଁ ଆମକୁ ଲଗାତାର ପୋଷଣ କରିବାକୁ ହେବ। ଆମ ବିଶ୍ୱାସର ଆଧାରକୁ ବାରମ୍ବାର ମନେ ପକାଇ ଏପରି କରିପାରିବା।—ମାଥିଉ ୪:୪; ଏବ୍ରୀ ୧୧:୧, ୬ ପଢ଼ନ୍ତୁ।

୫. ପରମେଶ୍ୱରଙ୍କ ମିତ୍ର ହେବା ଦ୍ୱାରା ଆମକୁ କʼଣ ଲାଭ ହେବ?

ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ସେମାନଙ୍କ ବିଷୟରେ ସେ ଚିନ୍ତା କରନ୍ତି। ଯିହୋବା ସେମାନଙ୍କୁ ସେହି ସବୁ ବିପଦରୁ ରକ୍ଷା କରିବେ, ଯାହା ସେମାନଙ୍କ ବିଶ୍ୱାସକୁ ଏବଂ ଅନନ୍ତ ଜୀବନ ପାଇବାର ଆଶାକୁ ନଷ୍ଟ କରିପାରେ। (ଗୀତସଂହିତା ୯୧:୧, ୨, ୭-୧୦) ଯିହୋବା ଆମକୁ ଏମିତି ପ୍ରତ୍ୟେକ କାମରୁ ସାବଧାନ କରନ୍ତି, ଯାହା ଆମ ସ୍ୱାସ୍ଥ୍ୟ ପ୍ରତି ଖରାପ ପ୍ରଭାବ ପକାଇପାରେ କିମ୍ବା ଯାହାଦ୍ୱାରା ଆମର ଖୁସି ଭଙ୍ଗ ହୋଇପାରେ। ସେ ଆମକୁ ଏକ ଉତ୍ତମ ଜୀବନ ପାଇବାକୁ ଶିଖାନ୍ତି।—ଗୀତସଂହିତା ୭୩:୨୭, ୨୮; ଯାକୁବ ୪:୪, ୮ ପଢ଼ନ୍ତୁ।

ସାଙ୍ଗମାନେ ଏକାଠି ସମୟ ବିତାଇବାର ଆନନ୍ଦ ନେଉଛନ୍ତି

ଅଧିକ ଜାଣିବା ପାଇଁ ବାଇବଲ ଆମକୁ କʼଣ ଶିଖାଏ? ନାମକ ବହିର ୧୭ ଅଧ୍ୟାୟ ଦେଖନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ