ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • hf ଭାଗ ୯ ଭାଗଗୁଡ଼ିକ ୧-୨
  • ଏକ ପରିବାର ଭାବରେ ଯିହୋବାଙ୍କ ଉପାସନା କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଏକ ପରିବାର ଭାବରେ ଯିହୋବାଙ୍କ ଉପାସନା କରନ୍ତୁ
  • ଆପଣଙ୍କ ପରିବାର ସୁଖୀ ହୋଇପାରିବ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ୧ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ମଜବୁତ୍‌ କରନ୍ତୁ
  • ୨ ନିଜ ପାରିବାରିକ ଉପାସନାର ଆନନ୍ଦ ନିଅନ୍ତୁ
  • ପାରିବାରିକ ଉପାସନା କʼଣ ଅଟେ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
  • ସତ୍ୟ ଉପାସନା କରନ୍ତୁ, ଖୁସିରେ ରହନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଆପଣ କିପରି ପରମେଶ୍ୱରଙ୍କ ନିକଟତର ହୋଇପାରିବେ
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ବାଇବଲ ଅଧ୍ୟୟନରେ ସାମିଲ ହେବା ପାଇଁ ପରିବାରର ସଦସ୍ୟମାନେ ସଂପୂର୍ଣ୍ଣରୂପେ କିପରି ସହଯୋଗ କରନ୍ତି
    ଆମ ରାଜ୍ୟ ସେବା—୧୯୯୯
ଆହୁରି ଦେଖନ୍ତୁ
ଆପଣଙ୍କ ପରିବାର ସୁଖୀ ହୋଇପାରିବ
hf ଭାଗ ୯ ଭାଗଗୁଡ଼ିକ ୧-୨
ଏକ ଦମ୍ପତି ଦୁହେଁ ମିଶି ବାଇବଲ ଅଧୟନ କରୁଛନ୍ତି

ଭାଗ ୯

ଏକ ପରିବାର ଭାବରେ ଯିହୋବାଙ୍କ ଉପାସନା କରନ୍ତୁ

‘ଯିଏ ଆକାଶ ଓ ପୃଥିବୀ ସୃଷ୍ଟି କରିଛନ୍ତି, ତାହାଙ୍କ ଉପାସନା କରନ୍ତୁ ।’—ପ୍ରକାଶିତ ବାକ୍ୟ ୧୪:୭

ଯେପରି ଆପଣ ଏହି ପୁସ୍ତିକାରେ ଶିଖିଲେ, ବାଇବଲରେ ଏପରି ଅନେକ ସିଦ୍ଧାନ୍ତ ରହିଛି, ଯାହା ଆପଣ ଓ ଆପଣଙ୍କ ପରିବାରକୁ ସାହାଯ୍ୟ କରିବ । ଯିହୋବା ଚାହାନ୍ତି ଯେ ଆପଣ ଖୁସିରେ ରହନ୍ତୁ । ସେ ପ୍ରତିଜ୍ଞା କରନ୍ତି ଯେ ଯଦି ଆପଣ ତାହାଙ୍କ ଉପାସନାକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦିଅନ୍ତି, ତେବେ ଅନ୍ୟ “ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ ।” (ମାଥିଉ ୬:୩୩) ସେ ପ୍ରକୃତରେ ଚାହାନ୍ତି ଯେ ଆପଣ ତାହାଙ୍କ ମିତ୍ର ହୁଅନ୍ତୁ । ଈଶ୍ୱରଙ୍କ ସହିତ ନିଜ ମିତ୍ରତାକୁ ମଜବୁତ୍‌ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ । ଏହା ଜଣେ ବ୍ୟକ୍ତିକୁ ମିଳୁଥିବା ସବୁଠାରୁ ବଡ଼ ସମ୍ମାନ ଅଟେ ।—ମାଥିଉ ୨୨:୩୭, ୩୮.

୧ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ମଜବୁତ୍‌ କରନ୍ତୁ

ପତି-ପନୀ ଦୁହେଁ ମିଶି ଚାର ସେବା କରୁଛନ୍ତି

ବାଇବଲ କʼଣ କହେ: ଯିହୋବା କହନ୍ତି, “ମୁଁ ତୁମ୍ଭମାନଙ୍କର ପିତା ହେବି ଓ ତୁମ୍ଭେମାନେ ମୋ ପୁଅ ଓ ଝିଅ ହେବ ।” (୨ କରିନ୍ଥୀୟ ୬:୧୮, ଇଜି-ଟୁ-ରିଡ୍‌ ଭର୍ସନ) ଈଶ୍ୱର ଚାହାନ୍ତି ଯେ ତାହାଙ୍କ ସହିତ ଆପଣଙ୍କ ସମ୍ପର୍କ ଘନିଷ୍ଠ ହେଉ । ଏହାର ଗୋଟିଏ ଉପାୟ ହେଉଛି, ପ୍ରାର୍ଥନା କରିବା । ଯିହୋବା ଆମକୁ “ନିରନ୍ତର ପ୍ରାର୍ଥନା” ଅର୍ଥାତ୍‌ ନିୟମିତ ଭାବେ ପ୍ରାର୍ଥନା କରିବା ପାଇଁ ଆମନ୍ତ୍ରଣ କରନ୍ତି । (୧ ଥେସଲନୀକୀୟ ୫:୧୭) ସେ ଆପଣଙ୍କ ହୃଦୟରେ ରହିଥିବା ଭାବନା ଓ ଚିନ୍ତାଗୁଡ଼ିକୁ ଶୁଣିବା ପାଇଁ ବ୍ୟାକୁଳ ଅଟନ୍ତି । (ଫିଲିପ୍‌ପୀୟ ୪:୬) ଯଦି ଆପଣ ନିଜ ପରିବାର ସହିତ ମିଶି ପ୍ରାର୍ଥନା କରିବେ, ତେବେ ସେମାନେ ଦେଖିପାରିବେ ଯେ ଈଶ୍ୱର ଆପଣଙ୍କ ପାଇଁ କେତେ ବାସ୍ତବିକ ଅଟନ୍ତି ।

ଈଶ୍ୱରଙ୍କ ସହିତ କଥା ହେବା ସଙ୍ଗେ ସଙ୍ଗେ ଆପଣ ତାହାଙ୍କଠାରୁ ଶୁଣିବା ମଧ୍ୟ ଅତି ଜରୁରୀ ଅଟେ । ଆପଣ ତାହାଙ୍କ ବାକ୍ୟ ବାଇବଲ ଏବଂ ବାଇବଲ ଆଧାରିତ ପ୍ରକାଶନଗୁଡ଼ିକର ଅଧ୍ୟୟନ କରିବା ଦ୍ୱାରା ଏପରି କରିପାରିବେ । (ଗୀତସଂହିତା ୧:୧, ୨) ଆପଣ ଯାହା ଶିଖନ୍ତି, ତାʼ ଉପରେ ଚିନ୍ତନ କରନ୍ତୁ । (ଗୀତସଂହିତା ୭୭:୧୧, ୧୨) ଈଶ୍ୱରଙ୍କଠାରୁ ଶୁଣିବା ପାଇଁ ଏହା ମଧ୍ୟ ଜରୁରୀ ଯେ ଆପଣ ନିୟମିତ ଭାବେ ଖ୍ରୀଷ୍ଟିୟାନ ସଭାଗୁଡ଼ିକରେ ଉପସ୍ଥିତ ହୁଅନ୍ତୁ ।—ଗୀତସଂହିତା ୧୨୨:୧-୪.

ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ମଜବୁତ୍‌ କରିବାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି, ତାହାଙ୍କ ବିଷୟରେ ଅନ୍ୟମାନଙ୍କୁ କହିବା । ଯେତେ ଅଧିକ ଆପଣ ଏପରି କରିବେ, ସେତେ ଆପଣ ତାହାଙ୍କ ନିକଟବର୍ତ୍ତୀ ହୋଇପାରିବେ ।—ମାଥିଉ ୨୮:୧୯, ୨୦.

ଆପଣ କʼଣ କରିପାରିବେ:

  • ପ୍ରତିଦିନ ବାଇବଲ ପଢ଼ିବା ଏବଂ ପ୍ରାର୍ଥନା କରିବା ପାଇଁ ସମୟ ଠିକ୍‌ କରନ୍ତୁ

  • ଏକ ପରିବାର ଭାବରେ ଈଶ୍ୱରଙ୍କ ସେବା ସହ ଜଡ଼ିତ କାମଗୁଡ଼ିକୁ ମନୋରଞ୍ଜନ ଓ ଆରାମ କରିବାଠାରୁ ଅଧିକ ଗୁରୁତ୍ୱ ଦିଅନ୍ତୁ

୨ ନିଜ ପାରିବାରିକ ଉପାସନାର ଆନନ୍ଦ ନିଅନ୍ତୁ

ଜଣେ ପିତା ନିଜ ପରିବାର ସହିତ ବାଇବଲ ଅଧୟନ କରିବା ପାଇଁ ସ୍ତୁତି କରୁଛନ୍ତି ଏବଂ ପରେ ସେମାନେ ପାରିବାରିକ ଉପାସନାର ଆନନ୍ଦ ନେଉଛନ୍ତି

ବାଇବଲ କʼଣ କହେ: “ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ ।” (ଯାକୁବ ୪:୮) ଆପଣ ନିୟମିତ ପାରିବାରିକ ଉପାସନା କରିବା ପାଇଁ ଏକ କାର୍ଯ୍ୟସୂଚୀ ତିଆରି କରିବା ଏବଂ ତାʼ ଅନୁଯାୟୀ କାମ କରିବା ଜରୁରୀ ଅଟେ । (ଆଦି ପୁସ୍ତକ ୧୮:୧୯) କିନ୍ତୁ କେବଳ ଏତିକି କରିବା ଯଥେଷ୍ଟ ନୁହେଁ । ଈଶ୍ୱର ଆପଣଙ୍କ ଦୈନନ୍ଦିନ ଜୀବନର ଏକ ଭାଗ ହେବା ଉଚିତ୍‌ । ‘ତୁମ୍ଭେ ଆପଣା ଗୃହରେ ବସିବା ବେଳେ, ପଥରେ ଚାଲିବା ବେଳେ, ଶୟନ କରିବା ବେଳେ ଓ ଉଠିବା ବେଳେ’ ଈଶ୍ୱରଙ୍କ ବିଷୟରେ କଥାବାର୍ତ୍ତା କରି ତାହାଙ୍କ ସହିତ ନିଜ ପରିବାରର ସମ୍ପର୍କକୁ ମଜବୁତ୍‌ କରନ୍ତୁ । (ଦ୍ୱିତୀୟ ବିବରଣ ୬:୬, ୭) ଯିହୋଶୂୟଙ୍କ ଭଳି ହେବାକୁ ଲକ୍ଷ୍ୟ ରଖନ୍ତୁ, ଯିଏ କହିଥିଲେ: ‘ମୁଁ ଓ ମୋହର ପରିବାର, ଆମ୍ଭେମାନେ ଯିହୋବାଙ୍କୁ ସେବା କରିବୁ ।’—ଯିହୋଶୂୟ ୨୪:୧୫.

ଆପଣ କʼଣ କରିପାରିବେ:

  • ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ସେମାନଙ୍କୁ ନିୟମିତ ଭାବେ ତାଲିମ୍‌ ଦେବା ପାଇଁ ଏକ କାର୍ଯ୍ୟସୂଚୀ ତିଆରି କରନ୍ତୁ

ଜଣେ ମାଆ ନିଜ ଛୋଟ ପିଲାଟିକୁ ପ ଶୁଣାଉଛନ୍ତି; ଏକ ପରିବାର ବାଇବଲର ଗୋଟିଏ ଘଟଣା ଉପରେ ଅଭିନୟ କରୁଛନ୍ତି; ଜଣେ ପିତା ନିଜ ଝିଅ ସହିତ ବାଇବଲ ଅଧୟନ କରୁଛନ୍ତି

ଯିହୋବାଙ୍କ ସେବା କରନ୍ତୁ ଏବଂ ଚିରଦିନ ଖୁସିରେ ରହନ୍ତୁ

ଯିହୋବା ଈଶ୍ୱରଙ୍କ ଉପାସନା କରିବାଠାରୁ ଅଧିକ ଭଲ କାମ ଆଉ କିଛି ନାହିଁ । ଆପଣ ଓ ଆପଣଙ୍କ ପରିବାର ହୃଦୟର ସହିତ ତାହାଙ୍କ ଉପାସନା କରୁଥିବାର ଦେଖି ସେ ବହୁତ ଖୁସି ହୁଅନ୍ତି । ଯଦି ଆପଣ ଏପରି କରିବା ଜାରି ରଖିବେ, ତେବେ ଯିହୋବାଙ୍କୁ ଆହୁରି ଅଧିକ ପ୍ରେମ କରିବେ ଏବଂ ତାହାଙ୍କୁ ଅନୁକରଣ କରିବେ । (ମାର୍କ ୧୨:୩୦; ଏଫିସୀୟ ୫:୧) ଆପଣଙ୍କ ବୈବାହିକ ଜୀବନରେ ଈଶ୍ୱରଙ୍କୁ ସାମିଲ୍‌ କରିବା ଦ୍ୱାରା ନିଜ ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ପର୍କ ଆହୁରି ମଜବୁତ୍‌ ହେବ । (ଉପଦେଶକ ୪:୧୨; ଯିଶାଇୟ ୪୮:୧୭) ‘ଯିହୋବା ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରିଛନ୍ତି’ ଜାଣି ଆପଣ ଓ ଆପଣଙ୍କ ପରିବାର ଚିରଦିନ ପାଇଁ ଖୁସିରେ ରହିପାରିବ ।—ଦ୍ୱିତୀୟ ବିବରଣ ୧୨:୭.

ନିଜକୁ ପଚାରନ୍ତୁ . . .

  • ନିକଟ ଅତୀତରେ ମୁଁ କେବେ ନିଜ ଜୀବନସାଥୀଙ୍କ ସହିତ ମିଶି ପ୍ରାର୍ଥନା କରିଥିଲି ?

  • ମୁଁ ନିଜ ପରିବାର ସହିତ କେଉଁ ବିଷୟରେ ଅଧ୍ୟୟନ କରିପାରିବି, ଯାହାଦ୍ୱାରା ଯିହୋବାଙ୍କ ଉପରେ ଆମର ବିଶ୍ୱାସ ମଜବୁତ୍‌ ହେବ ?

ପରିବାରର ମୁଖିଆମାନଙ୍କ ପାଇଁ କିଛି ପରାମର୍ଶ

  • ଆପଣଙ୍କ ପାରିବାରିକ ଉପାସନାରେ କୌଣସି ବାଧା ଆସିବାକୁ ଦିଅନ୍ତୁ ନାହିଁ

  • ନିଜ ପରିବାରକୁ ପୂର୍ବରୁ କହନ୍ତୁ ଯେ କେଉଁ ବିଷୟରେ ଆଲୋଚନା କରାଯିବ, ଯାହାଫଳରେ ସେମାନେ ଭଲଭାବେ ପ୍ରସ୍ତୁତି କରିପାରିବେ

  • ପରିବାରର ପ୍ରତ୍ୟେକ ସଦସ୍ୟ କିପରି ଉପସ୍ଥିତ ରହିବେ, ତାହା ନିଶ୍ଚିତ କରନ୍ତୁ

  • ଏକ ଶାନ୍ତ ପରିବେଶ ସୃଷ୍ଟି କରନ୍ତୁ, ଯାହାଫଳରେ ସମସ୍ତେ ପାରିବାରିକ ଉପାସନାର ଆନନ୍ଦ ନେଇପାରିବେ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ