ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୧୬ ପୃଷ୍ଠା ୪୪-ପୃଷ୍ଠା ୪୫ ଅନୁଚ୍ଛେଦ ୪
  • ଆୟୁବ କିଏ ଥିଲେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆୟୁବ କିଏ ଥିଲେ ?
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ଉପରେ ଆଶା ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଆୟୁବ ନିଜ ସଚ୍ଚୋଟତା ବଜାୟ ରଖିଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୧୬ ପୃଷ୍ଠା ୪୪-ପୃଷ୍ଠା ୪୫ ଅନୁଚ୍ଛେଦ ୪
ଆୟୁବଙ୍କ ପୂରା ଶରୀରରେ ବଥ ହୋଇଛି ଏବଂ ତାଙ୍କୁ ଦେଖିବା ପାଇଁ ତିନି ଜଣ ବ୍ୟକ୍ତି ଆସିଛନ୍ତି

ପାଠ ୧୬

ଆୟୁବ କିଏ ଥିଲେ ?

ଊଷ ଦେଶରେ ଆୟୁବ ନାମକ ଜଣେ ବ୍ୟକ୍ତି ରହୁଥିଲେ ଯିଏ ଯିହୋବାଙ୍କ ଉପାସନା କରୁଥିଲେ । ସେ ବହୁତ ଧନୀ ଥିଲେ ଏବଂ ତାଙ୍କ ବଡ଼ ପରିବାର ଥିଲା । ସେ ଜଣେ ଭଲ ବ୍ୟକ୍ତି ଥିଲେ, ସେ ଗରିବମାନଙ୍କୁ ଏବଂ ସ୍ତ୍ରୀମାନଙ୍କୁ ସାହାଯ୍ୟ କରୁଥିଲେ ଯେଉଁମାନଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା । ସେ ଏପରି ପିଲାମାନଙ୍କୁ ବି ସାହାଯ୍ୟ କରୁଥିଲେ ଯେଉଁମାନଙ୍କ ବାପାମାଆ ନ ଥିଲେ । ସେ ସବୁବେଳେ ସଠିକ୍‌ କାମ କରୁଥିଲେ । ତାହେଲେ କʼଣ ଏସବୁ ଯୋଗୁଁ ତାଙ୍କ ଉପରେ କୌଣସି କଷ୍ଟ ଆସିଲା ନାହିଁ ?

ଶୟତାନ

ଶୟତାନ, ଆୟୁବଙ୍କୁ ଦେଖୁଥିଲା କିନ୍ତୁ ଏହି କଥା ଆୟୁବଙ୍କୁ ଜଣା ନ ଥିଲା । ଯିହୋବା ଶୟତାନକୁ କହିଲେ, ‘କʼଣ ତମେ ମୋ ସେବକ ଆୟୁବ ଉପରେ ଧ୍ୟାନ ଦେଲ ? ତାʼ ଭଳି ପୃଥିବୀରେ ଆଉ କେହି ନାହାନ୍ତି । ସେ ମୋ କଥା ମାନେ ଏବଂ ସଠିକ୍‌ କାମ କରେ ।’ ଶୟତାନ କହିଲା, ‘ନିଶ୍ଚୟ ସେ ଆପଣଙ୍କ କଥା ମାନିବ ! କାରଣ ଆପଣ ତାକୁ ରକ୍ଷା କରନ୍ତି ଏବଂ ଆଶିଷ ଦିଅନ୍ତି । ଆପଣ ତାକୁ ଜମି ଏବଂ ଅନେକ ପଶୁ ଦେଇଛନ୍ତି । ଆପଣ ସେସବୁ ଛଡ଼ାଇ ନିଅନ୍ତୁ ଓ ତାʼପରେ ଦେଖନ୍ତୁ ସେ ଆପଣଙ୍କୁ ଉପାସନା କରିବା ଛାଡ଼ିଦେବ ।’ ଯିହୋବା କହିଲେ, ‘ତମେ ଚାହିଁଲେ ଆୟୁବର ପରୀକ୍ଷା କରିପାର, କିନ୍ତୁ ତାକୁ ଜୀବନରୁ ମାରିବ ନାହିଁ ।’ ଯିହୋବା କାହିଁକି ଶୟତାନକୁ ଆୟୁବଙ୍କ ପରୀକ୍ଷା କରିବା ପାଇଁ ଦେଲେ ? କାରଣ ତାଙ୍କୁ ପୂରା ଭରସା ଥିଲା ଯେ ଆୟୁବ ତାଙ୍କ ଉପାସନା କରିବା କେବେ ବି ଛାଡ଼ିବ ନାହିଁ ।

ଶୟତାନ, ଆୟୁବଙ୍କ ପରୀକ୍ଷା କରିବା ପାଇଁ ଅନେକ କଷ୍ଟ ଆଣିଲା । ପ୍ରଥମେ ସେ ଶିବାୟୀୟ ଲୋକମାନଙ୍କୁ ପଠାଇଲା ଯେଉଁମାନେ ଆୟୁବଙ୍କ ଗାଈ, ବଳଦ ଓ ଗଧମାନଙ୍କୁ ଚୋରି କରି ନେଇଗଲେ । ତାʼପରେ ଆୟୁବଙ୍କ ମେଣ୍ଢାମାନଙ୍କ ଉପରେ ନିଆଁ ବର୍ଷା ହେବା ଯୋଗୁଁ ସମସ୍ତେ ମରିଗଲେ । ଏହାପରେ କଲଦୀୟ ଲୋକମାନେ ତାଙ୍କ ଓଟମାନଙ୍କୁ ଚୋରି କରି ନେଲେ । ଏହି ପଶୁମାନଙ୍କ ଦେଖାଶୁଣା କରୁଥିବା ସେବକମାନଙ୍କୁ ମଧ୍ୟ ହତ୍ୟା କରି ଦିଆଗଲା । ଏହାପରେ ଆୟୁବଙ୍କ ଉପରେ ସବୁଠୁ ବଡ଼ କଷ୍ଟ ଆସିଲା । ତାଙ୍କ ସମସ୍ତ ପିଲା ଯେଉଁ ଘରେ ବସି ଖାଉଥିଲେ, ସେହି ଘର ଭୁସୁଡ଼ି ପଡ଼ିଲା ଏବଂ ସେମାନଙ୍କ ମୃତ୍ୟୁ ହୋଇଗଲା । ଆୟୁବ ବହୁତ ଦୁଃଖୀ ହୋଇଗଲେ, ତଥାପି ସେ ଯିହୋବାଙ୍କୁ ଉପାସନା କରିବା ଛାଡ଼ିଲେ ନାହିଁ ।

ଶୟତାନ ଆୟୁବଙ୍କୁ ଆହୁରି ଦୁଃଖ ଦେବା ପାଇଁ ଚାହୁଁଥିଲା, ତେଣୁ ସେ ଆୟୁବଙ୍କୁ ଗୋଟିଏ ରୋଗରେ ପୀଡ଼ିତ କଲା । ତାଙ୍କ ଶରୀରରେ ବଥ ବାହାରି ଆସିଲା, ଯାହାଯୋଗୁଁ ତାଙ୍କୁ ବହୁତ କଷ୍ଟ ହେଲା । ସେ ଜାଣି ନ ଥିଲେ ଯେ ତାଙ୍କ ସହ ଏସବୁ କାହିଁକି ହେଉଛି । ତଥାପି ସେ ଯିହୋବାଙ୍କୁ ଉପାସନା କରିବା ଜାରି ରଖିଲେ । ଏହା ଦେଖି ଈଶ୍ୱର ଆୟୁବଙ୍କଠୁ ବହୁତ ଖୁସି ହେଲେ ।

ଏହାପରେ ଶୟତାନ ଆୟୁବଙ୍କ ପରୀକ୍ଷା କରିବା ପାଇଁ ତାଙ୍କ ପାଖକୁ ତିନି ଜଣ ବ୍ୟକ୍ତିକୁ ପଠାଇଲା । ସେମାନେ ତାଙ୍କୁ କହିଲେ, ‘ତମେ ନିଶ୍ଚୟ ଲୁଚି କୌଣସି ପାପ କରିଥିବ, ତେଣୁ ଈଶ୍ୱର ତମକୁ ଦଣ୍ଡ ଦେଉଛନ୍ତି ।’ ଆୟୁବ କହିଲେ, ‘ମୁଁ କୌଣସି ଭୁଲ କରିନାହିଁ ।’ କିନ୍ତୁ ପରେ ସେ ଭାବିବାକୁ ଲାଗିଲେ ଯେ ଯିହୋବା ତାଙ୍କୁ କଷ୍ଟଗୁଡ଼ିକ ଦେଉଛନ୍ତି ଏବଂ ସେ କହିଲେ ଯେ ଈଶ୍ୱର ତାଙ୍କ ସହ ଅନ୍ୟାୟ କରୁଛନ୍ତି ।

ଇଲୀହୂ ନାମକ ଜଣେ ଯୁବା ବ୍ୟକ୍ତି ଚୁପ୍‌ଚାପ ସେମାନଙ୍କ କଥା ଶୁଣୁଥିଲେ । ତାʼପରେ ସେ କହିଲେ, ‘ଆପଣମାନେ ଯାହା କହୁଛନ୍ତି ତାହା ଭୁଲ ଅଟେ । ଯିହୋବା ସବୁଠୁ ମହାନ ଅଟନ୍ତି । ସେ କେବେ ବି କୌଣସି ଖରାପ କାମ କରିପାରିବେ ନାହିଁ । ସେ ସବୁକିଛି ଦେଖନ୍ତି ଏବଂ ଲୋକମାନଙ୍କୁ କଷ୍ଟଗୁଡ଼ିକ ସହିବା ପାଇଁ ସାହାଯ୍ୟ କରନ୍ତି ।’

ଆୟୁବ ଓ ତାଙ୍କ ସ୍ତ୍ରୀ ଓ ସେମାନଙ୍କ ପାଖରେ ଜଣେ ଛୋଟ ଶିଶୁ ଅଛି

ତାʼପରେ ଯିହୋବା ଆୟୁବଙ୍କ ସହ କଥା ହେଲେ । ସେ କହିଲେ, ‘ଯେବେ ମୁଁ ଆକାଶ ଓ ପୃଥିବୀ ସୃଷ୍ଟି କଲି ତେବେ ତମେ କେଉଁଠି ଥିଲ ? ତମେ କାହିଁକି କହିଲ ଯେ ମୁଁ ତମ ସହ ଅନ୍ୟାୟ କରିଛି ? ତମକୁ ଜଣା ନ ଥିବା ପରେ ବି ତମେ ଏପରି କାହିଁକି କହୁଛ ।’ ତେବେ ଆୟୁବ କହିଲେ, ‘ମୁଁ ଯାହା କହିଛି ତାହା ଭୁଲ ଅଟେ । ମୁଁ ଆପଣଙ୍କ ବିଷୟରେ ଶୁଣିଥିଲି, କିନ୍ତୁ ଏବେ ମୁଁ ସତରେ ତାହା ଜାଣିପାରିଛି । ଆପଣ ଯାହା ଚାହିଁବେ ତାହା କରିପାରିବେ । ମୁଁ ଯାହା କହିଲି ତାʼପାଇଁ ମୋତେ କ୍ଷମା କରିଦିଅନ୍ତୁ ।’

ଆୟୁବଙ୍କ ପରୀକ୍ଷା ଶେଷ ହେବା ପରେ ଯିହୋବା ତାଙ୍କ ରୋଗ ଠିକ୍‌ କରିଦେଲେ ଏବଂ ତାଙ୍କ ପାଖରେ ଆଗରୁ ଯେତେ ଥିଲା ତାʼଠୁ ଅଧିକ ତାଙ୍କୁ ଦେଲେ । ଆୟୁବ ଅନେକ ବର୍ଷ ଯାଏ ବଞ୍ଚିଲେ ଏବଂ ତାଙ୍କ ଜୀବନରେ ସେ ବହୁତ ଖୁସି ଥିଲେ । ସେ ସମସ୍ୟାରେ ବି ଯିହୋବାଙ୍କ କଥା ମାନିଲେ, ତେଣୁ ଯିହୋବା ତାଙ୍କୁ ଆଶିଷ ଦେଲେ । କʼଣ ଆପଣ ମଧ୍ୟ ଆୟୁବଙ୍କ ଭଳି ସମସ୍ୟାଗୁଡ଼ିକ ସତ୍ତ୍ୱେ ଯିହୋବାଙ୍କ ଉପାସନା କରିବା ଜାରି ରଖିବେ ?

‘ତୁମ୍ଭେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି ଯିହୋବାଙ୍କ ଶେଷ କାର୍ଯ୍ୟ [“ପୁରସ୍କାର,” NWT] ଦେଖିଅଛ ।’—ଯାକୁବ ୫:୧୧

ପ୍ରଶ୍ନ: ଶୟତାନ ଆୟୁବଙ୍କ ପରୀକ୍ଷା କିପରି କଲା ? ଯିହୋବା ଆୟୁବଙ୍କୁ କʼଣ ଆଶିଷଗୁଡ଼ିକ ଦେଲେ ?

ଆୟୁବ ୧:୧–୩:୨୬; ୪:୭; ୩୨:୧-୫; ୩୪:୫, ୨୧; ୩୫:୨; ୩୬:୧୫, ୨୬; ୩୮:୧-୭; ୪୦:୮; ୪୨:୧-୧୭

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ