ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୨୩ ପୃଷ୍ଠା ୬୦-ପୃଷ୍ଠା ୬୧ ଅନୁଚ୍ଛେଦ ୪
  • ସେମାନେ ଯିହୋବାଙ୍କୁ ଗୋଟିଏ ପ୍ରତିଜ୍ଞା କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସେମାନେ ଯିହୋବାଙ୍କୁ ଗୋଟିଏ ପ୍ରତିଜ୍ଞା କଲେ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ସେମାନେ ନିଜ ପ୍ରତିଜ୍ଞା ଭାଙ୍ଗିଦେଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଜ୍ୱଳନ୍ତା ବୁଦା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୨୩ ପୃଷ୍ଠା ୬୦-ପୃଷ୍ଠା ୬୧ ଅନୁଚ୍ଛେଦ ୪
ଇସ୍ରାଏଲୀୟ ସୀନୟ ପାହାଡ଼ ତଳେ ଛିଡ଼ା ହୋଇଛନ୍ତି

ପାଠ ୨୩

ସେମାନେ ଯିହୋବାଙ୍କୁ ଗୋଟିଏ ପ୍ରତିଜ୍ଞା କଲେ

ମିଶରରୁ ବାହାରିବାର ପ୍ରାୟ ଦୁଇ ମାସ ପରେ ଇସ୍ରାଏଲୀୟମାନେ ସୀନୟ ପାହାଡ଼ ପାଖକୁ ପହଞ୍ଚିଲେ ଏବଂ ସେଠାରେ ସେମାନେ ତମ୍ବୁ ପକାଇଲେ । ଯିହୋବା ମୋଶାଙ୍କୁ ଡାକିଲେ ଏବଂ ସେ ପାହାଡ଼ ଉପରକୁ ଗଲେ । ଯିହୋବା ତାଙ୍କୁ କହିଲେ, ‘ମୁଁ ଇସ୍ରାଏଲୀୟଙ୍କୁ ରକ୍ଷା କରିଛି । ଯଦି ସେମାନେ ମୋ କଥା ମାନିବେ ଏବଂ ମୋ ନିୟମ ଅନୁସାରେ ଚାଲିବେ ତେବେ ସେମାନେ ମୋ ବିଶେଷ ଲୋକ ହେବେ ।’ ମୋଶା ପାହାଡ଼ରୁ ତଳକୁ ଆସି ଇସ୍ରାଏଲୀୟମାନଙ୍କୁ ଜଣାଇଲେ ଯେ ଯିହୋବା କʼଣ କହିଲେ । ତେବେ ସେମାନେ କହିଲେ, ‘ଯିହୋବା ଆମକୁ ଯେଉଁ କଥା କହିଅଛନ୍ତି, ଆମେ ସେସବୁ କରିବା ।’

ମୋଶା ପୁଣି ପାହାଡ଼ ଉପରକୁ ଗଲେ । ସେଠାରେ ଯିହୋବା ତାଙ୍କୁ କହିଲେ, ‘ମୁଁ ତୃତୀୟ ଦିନ ତମମାନଙ୍କ ସହ କଥା ହେବି । ଲୋକମାନଙ୍କୁ କୁହ ଯେ ସେମାନେ ସୀନୟ ପାହାଡ଼ ଉପରେ ଚଢ଼ିବା ପାଇଁ ଚେଷ୍ଟା କରିବେ ନାହିଁ ।’ ମୋଶା ତଳକୁ ଆସି ଇସ୍ରାଏଲୀୟମାନଙ୍କୁ କହିଲେ ଯେ ସେମାନେ ଯିହୋବାଙ୍କ କଥା ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାʼନ୍ତୁ ।

ଇସ୍ରାଏଲୀୟସୀନୟ ପାହାଡ଼ ଉପରେ ବିଜୁଳି ଓ ଏକ କଳା ମେଘ ଦେଖୁଛନ୍ତି

ତୃତୀୟ ଦିନ ଇସ୍ରାଏଲୀୟମାନେ ଦେଖିଲେ ଯେ ପାହାଡ଼ ଉପରେ କଳା ମେଘ ମାଡ଼ି ଆସିଛି ଏବଂ ବିଜୁଳି ଚମକୁଛି । ସେମାନେ ଜୋର୍‌ ଗର୍ଜନର ଏବଂ ତୂରୀ ନାମକ ଗୋଟିଏ ବାଦ୍ୟଯନ୍ତ୍ରର ଶବ୍ଦ ମଧ୍ୟ ଶୁଣିଲେ । ତାʼପରେ ଯିହୋବା ନିଆଁରେ ପାହାଡ଼ ଉପରକୁ ଓହ୍ଲାଇଲେ । ଇସ୍ରାଏଲୀୟ ଏତେ ଡରି ଯାଇଥିଲେ ଯେ ସେମାନେ ଥରିବାକୁ ଲାଗିଲେ । ପୂରା ପାହାଡ଼ ହଲିବାକୁ ଲାଗିଲା ଏବଂ ଧୂଆଁରେ ବିଛେଇ ହୋଇଗଲା । ତୂରୀର ଶବ୍ଦ ଧିରେ ଧିରେ ଜୋର୍‌ ହେବାକୁ ଲାଗିଲା । ତାʼପରେ ଈଶ୍ୱର କହିଲେ, ‘ମୁଁ ଯିହୋବା । ତମେ ମୋ ଛଡ଼ା ଆଉ କୌଣସି ଈଶ୍ୱରଙ୍କ ଉପାସନା କରିବ ନାହିଁ ।’

ମୋଶା ପୁଣି ପାହାଡ଼ ଉପରକୁ ଗଲେ । ସେସମୟରେ ଯିହୋବା ଏବିଷୟରେ ତାଙ୍କୁ ନିୟମ ଦେଲେ ଯେ ଲୋକମାନଙ୍କୁ ତାଙ୍କ ଉପାସନା କିପରି କରିବା ଉଚିତ୍‌ ଏବଂ ସେମାନଙ୍କୁ କʼଣ କରିବା ଉଚିତ୍‌ ଏବଂ କʼଣ ନୁହେଁ । ମୋଶା ଏହି ସବୁ ନିୟମ ଲେଖିଲେ ଏବଂ ଇସ୍ରାଏଲୀୟମାନଙ୍କୁ ପଢ଼ି ଶୁଣାଇଲେ । ସେମାନେ ପ୍ରତିଜ୍ଞା କଲେ, ‘ଯିହୋବା ଯେଉଁ କଥା କହିଅଛନ୍ତି, ଆମେ ସେସବୁ କରିବା ।’ କିନ୍ତୁ କʼଣ ସେମାନେ ଏହି ପ୍ରତିଜ୍ଞା ପୂରା କଲେ ?

‘ତୁମ୍ଭେ ଆପଣାର ସମସ୍ତ ଅନଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ଯିହୋବା ଈଶ୍ୱରଙ୍କୁ ପ୍ରେମ କର ।’—ମାଥିଉ ୨୨:୩୭

ପ୍ରଶ୍ନ: ସୀନୟ ପାହାଡ଼ ପାଖରେ କʼଣ କʼଣ ହେଲା ? ଇସ୍ରାଏଲୀୟମାନେ କʼଣ ପ୍ରତିଜ୍ଞା କଲେ ?

ଯାତ୍ରା ପୁସ୍ତକ ୧୯:୧–୨୦:୨୧; ୨୪:୧-୮; ଦ୍ୱିତୀୟ ବିବରଣ ୭:୬-୯; ନିହିମୀୟା ୯:୧୩, ୧୪

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ