ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୨୯ ପୃଷ୍ଠା ୭୪-ପୃଷ୍ଠା ୭୫ ଅନୁଚ୍ଛେଦ ୨
  • ଯିହୋବା ଯିହୋଶୂୟଙ୍କୁ ବାଛିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଯିହୋଶୂୟଙ୍କୁ ବାଛିଲେ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଇସ୍ରାଏଲୀୟମାନେ କିଣାନ ଦେଶରେ ପ୍ରବେଶ କଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ୧୨ ଜଣ ଗୁପ୍ତଚର
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୨୯ ପୃଷ୍ଠା ୭୪-ପୃଷ୍ଠା ୭୫ ଅନୁଚ୍ଛେଦ ୨
ଯାଜକମାନେ ନିୟମ ସିନ୍ଦୁକ ଉଠାଇ ଯର୍ଦ୍ଦନ ନଦୀକୁ ଯାଉଛନ୍ତି

ପାଠ ୨୯

ଯିହୋବା ଯିହୋଶୂୟଙ୍କୁ ବାଛିଲେ

ଯିହୋଶୂୟ ବ୍ୟବସ୍ଥା ପୁସ୍ତକ ପଢ଼ୁଛନ୍ତି

ମୋଶା ଅନେକ ବର୍ଷ ଯାଏ ଇସ୍ରାଏଲ ରାଷ୍ଟ୍ରର ନେତୃତ୍ୱ ନେଉଥିଲେ । ଏବେ ତାଙ୍କ ମୃତ୍ୟୁ ନିକଟ ଥିଲା । ଯିହୋବା ତାଙ୍କୁ କହିଲେ, ‘ତମେ ଇସ୍ରାଏଲୀୟମାନଙ୍କୁ ପ୍ରତିଜ୍ଞାତ ଦେଶ ନେବ ନାହିଁ । କିନ୍ତୁ ମୁଁ ତମକୁ ସେହି ଦେଶ ଦେଖିବାର ସୁଯୋଗ ଦେବି ।’ ସେସମୟରେ ମୋଶା ଯିହୋବାଙ୍କୁ ଅନୁରୋଧ କଲେ ଯେ ସେ ଲୋକମାନଙ୍କ ନେତୃତ୍ୱ ନେବା ପାଇଁ ଜଣେ ବ୍ୟକ୍ତିଙ୍କୁ ବାଛନ୍ତୁ । ଯିହୋବା ତାଙ୍କୁ କହିଲେ, ‘ଯିହୋଶୂୟଙ୍କ ପାଖକୁ ଯାଅ ଏବଂ ତାଙ୍କୁ କୁହ ଯେ ମୁଁ ତାଙ୍କୁ ନେତୃତ୍ୱ ନେବା ପାଇଁ ବାଛିଛି ।’

ମୋଶା ଇସ୍ରାଏଲ ରାଷ୍ଟ୍ରକୁ କହିଲେ ଯେ ଖୁବ୍‌ ଶୀଘ୍ର ତାଙ୍କ ମୃତ୍ୟୁ ହୋଇଯିବ ଏବଂ ଯିହୋବା ଯିହୋଶୂୟଙ୍କୁ ସେମାନଙ୍କ ନେତୃତ୍ୱ ନେବା ପାଇଁ ବାଛିଛନ୍ତି, ଆଉ ସେ ସେମାନଙ୍କୁ ପ୍ରତିଜ୍ଞାତ ଦେଶକୁ ନେଇଯିବେ । ତାʼପରେ ମୋଶା ଯିହୋଶୂୟଙ୍କୁ କହିଲେ, ‘ତମେ ଡରିବ ନାହିଁ । ଯିହୋବା ତମ ସାହାଯ୍ୟ କରିବେ ।’ ଏହାର କିଛି ସମୟ ପରେ ମୋଶା ନବୋ ପାହାଡ଼ର ଶିଖରକୁ ଗଲେ । ସେଠାରେ ଯିହୋବା ତାଙ୍କୁ ସେହି ଦେଶ ଦେଖାଇଲେ ଯାହା ବିଷୟରେ ସେ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କୁ ପ୍ରତିଜ୍ଞା କରିଥିଲେ । ତାʼପରେ ମୋଶାଙ୍କ ମୃତ୍ୟୁ ହୋଇଗଲା । ସେ ୧୨୦ ବର୍ଷର ଥିଲେ ।

ମୋଶା, ଯାଜକ ଏବଂ ଅନ୍ୟ ଲୋକଙ୍କ ସାମନାରେ ଯିହୋଶୂୟଙ୍କୁ ନେତୃତ୍ୱ ନେବା ପାଇଁ ନିଯୁକ୍ତ କରୁଛନ୍ତି

ଯିହୋବା ଯିହୋଶୂୟଙ୍କୁ କହିଲେ, ‘ଯର୍ଦ୍ଦନ ନଦୀ ପାର କରି କିଣାନ ଦେଶକୁ ଯାଅ । ଯେପରି ମୁଁ ମୋଶାକୁ ସାହାଯ୍ୟ କରିଥିଲି ସେପରି ମୁଁ ତମକୁ ମଧ୍ୟ ସାହାଯ୍ୟ କରିବି । ତମେ ପ୍ରତ୍ୟେକ ଦିନ ମୋ ବ୍ୟବସ୍ଥା ପୁସ୍ତକ ନିଶ୍ଚୟ ପଢ଼ିବ । ତମେ ଡରିବ ନାହିଁ ବରଂ ସାହସ ଦେଖାଇବ । ଯାଅ ଏବଂ ତାହା କର ଯାହା କରିବା ପାଇଁ ମୁଁ ତମକୁ ଆଜ୍ଞା ଦେଇଛି ।’

ଯିହୋଶୂୟ ଯିରୀହୋ ସହରକୁ ଦେଖିବା ପାଇଁ ଦୁଇ ଜଣ ଗୁପ୍ତଚର ପଠାଇଲେ । ପରବର୍ତ୍ତୀ କାହାଣୀରେ ଆମେ ଦେଖିବା ଯେ ସେଠାରେ କʼଣ ହେଲା । ଗୁପ୍ତଚରମାନେ ଯିହୋଶୂୟଙ୍କ ପାଖକୁ ଫେରି ଏହି ଖବର ଦେଲେ ଯେ କିଣାନ ଦେଶକୁ ଯିବାର ଏହା ସଠିକ୍‌ ସମୟ ଅଟେ । ତା ପରଦିନ ଯିହୋଶୂୟ ଇସ୍ରାଏଲୀୟମାନଙ୍କୁ ନିଜ ଜିନିଷଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ କହିଲେ । ତାʼପରେ ସେ ନିୟମ ସିନ୍ଦୁକ ଉଠାଉଥିବା ଯାଜକମାନଙ୍କୁ ପ୍ରଥମେ ଯର୍ଦ୍ଦନ ନଦୀ ଯାଏ ଯିବାକୁ କହିଲେ । ନଦୀର ପାଣି ପୂରାପୂରି ଭରିଥିଲା କିନ୍ତୁ ଯାଜକମାନେ ପାଣିରେ ପାଦ ରଖିବା ମାତ୍ରେ ନଦୀର ପାଣି ପ୍ରବାହିତ ହେବା ବନ୍ଦ ହୋଇଗଲା ଏବଂ ସେମାନେ ଛିଡ଼ା ହୋଇଥିବା ଜାଗାର ପାଣି ଶୁଖିଗଲା । ଯାଜକମାନେ ଚାଲି ନଦୀର ମଝାମଝିରେ ଗଲେ ଏବଂ ଶୁଖିଲା ଜମିରେ ସେ ଯାଏ ଛିଡ଼ା ହୋଇ ରହିଲେ ଯେ ଯାଏ ସାରା ଇସ୍ରାଏଲ ରାଷ୍ଟ୍ର ନଦୀ ପାର କଲା ନାହିଁ । ଆପଣଙ୍କୁ କʼଣ ଲାଗେ, କʼଣ ଏହି ଚମତ୍କାରରୁ ସେମାନଙ୍କୁ ସେହି ଚମତ୍କାର ମନେ ପଡ଼ିଥିବ ଯାହା ଯିହୋବା ଲୋହିତ ସାଗର ପାଖରେ କରିଥିଲେ ?

ଏତେ ବର୍ଷ ପରେ ଇସ୍ରାଏଲୀୟମାନେ ପ୍ରତିଜ୍ଞାତ ଦେଶକୁ ପହଞ୍ଚିଗଲେ । ଏବେ ସେଠାରେ ସେମାନେ ଘର ଓ ସହର ଗଢ଼ିପାରନ୍ତେ । ସେଠାରେ ସେମାନେ ଚାଷବାଷ କରିପାରନ୍ତେ, ଅଙ୍ଗୁରର ବଗିଚା ଏବଂ ଅନ୍ୟ ଫଳଗୁଡ଼ିକର ବଗିଚା ଲଗାଇପାରନ୍ତେ । ସେଠାରେ ଖାଇବା ପିଇବାର କୌଣସି ଅଭାବ ନ ଥିଲା । ତେଣୁ ତାହାକୁ ଦୁଗ୍ଧମଧୁପ୍ରବାହୀ ଦେଶ କୁହାଯାଉଥିଲା ।

‘ଯିହୋବା ନିତ୍ୟ ତୁମ୍ଭକୁ ପଥ କଢ଼ାଇ ନେବେ ଓ ମରୁଭୂମିରେ ତୁମ୍ଭ ପ୍ରାଣକୁ ତୃପ୍ତ କରିବେ ।’—ଯିଶାଇୟ ୫୮:୧୧

ପ୍ରଶ୍ନ: ମୋଶାଙ୍କ ମୃତ୍ୟୁ ପରେ କିଏ ଇସ୍ରାଏଲୀୟମାନଙ୍କ ନେତୃତ୍ୱ ନେଲା ? ଯର୍ଦ୍ଦନ ନଦୀରେ କʼଣ ହେଲା ?

ଗଣନା ପୁସ୍ତକ ୨୭:୧୨-୨୩; ଦ୍ୱିତୀୟ ବିବରଣ ୩୧:୧-୮; ୩୪:୧-୧୨; ଯିହୋଶୂୟ ୧:୧–୩:୧୭

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ