ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୪୪ ପୃଷ୍ଠା ୧୦୮-ପୃଷ୍ଠା ୧୦୯ ଅନୁଚ୍ଛେଦ ୩
  • ଯିହୋବାଙ୍କ ପାଇଁ ଗୋଟିଏ ମନ୍ଦିର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ପାଇଁ ଗୋଟିଏ ମନ୍ଦିର
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଶଲୋମନ ଦକ୍ଷତାର ସହିତ ଶାସନ କଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୪୪ ପୃଷ୍ଠା ୧୦୮-ପୃଷ୍ଠା ୧୦୯ ଅନୁଚ୍ଛେଦ ୩
ଯିହୋବାଙ୍କ ତରଫରୁ ନିଆଁ ବର୍ଷା ହେଲା ଓ ବେଦିରେ ଥିବା ବଳିଦାନ ଜଳିଗଲା

ପାଠ ୪୪

ଯିହୋବାଙ୍କ ପାଇଁ ଗୋଟିଏ ମନ୍ଦିର

ରାଜା ଶଲୋମନ ପ୍ରାର୍ଥନା କରୁଛନ୍ତି

ଶଲୋମନ ଇସ୍ରାଏଲର ରାଜା ହେବା ପରେ ଯିହୋବା ତାଙ୍କୁ ପଚାରିଲେ, ‘କୁହ, ମୁଁ ତମକୁ କʼଣ ଦେବି ?’ ଶଲୋମନ କହିଲେ, ‘ମୁଁ ଜଣେ ଯୁବା ଅଟେ, ମୁଁ ବେଶି କିଛି ଜାଣେ ନାହିଁ । ତେଣୁ ମୋତେ ଆପଣଙ୍କ ଲୋକମାନଙ୍କ ଦେଖାଶୁଣା କରିବା ପାଇଁ ବୁଦ୍ଧି ଦିଅନ୍ତୁ ।’ ଯିହୋବା କହିଲେ, ‘ତମେ ବୁଦ୍ଧି ମାଗିଛ, ତେଣୁ ମୁଁ ତମକୁ ଦୁନିଆର ସବୁଠୁ ବୁଦ୍ଧିମାନ ବ୍ୟକ୍ତି କରିବି । ମୁଁ ତୁମକୁ ବହୁତ ଧନସମ୍ପତ୍ତି ମଧ୍ୟ ଦେବି ଏବଂ ଯଦି ତମେ ମୋ ଆଜ୍ଞା ମାନିବ, ତାହେଲେ ତମେ ଅନେକ ବର୍ଷ ଯାଏ ବଞ୍ଚିବ ।’

ଶଲୋମନ ମନ୍ଦିର ତିଆରି କାମ ଆରମ୍ଭ କରିଦେଲେ । ସେ ବଢ଼ିଆ ସୁନା, ରୂପା, କାଠ ଓ ପଥରରୁ ଏହି ମନ୍ଦିର ତିଆରି କରାଇଲେ । ହଜାର ହଜାର ଦକ୍ଷ ପୁରୁଷ ଓ ମହିଳାମାନେ ଏହି କାମରେ ସହଯୋଗ କଲେ । ସାତ ବର୍ଷ ପରେ ଏହି ମନ୍ଦିର ତିଆରି ହୋଇଗଲା । ଏବେ ଏହି ମନ୍ଦିର ଯିହୋବାଙ୍କୁ ସମର୍ପିତ କରିବା ପାଇଁ ପ୍ରସ୍ତୁତ ଥିଲା । ମନ୍ଦିରରେ ଗୋଟିଏ ବେଦି ଥିଲା ଯେଉଁଥିରେ ବଳିଦାନଗୁଡ଼ିକ ରଖାଯାଇଥିଲା । ଶଲୋମନ ବେଦି ଆଗରେ ଆଣ୍ଠୁମାଡ଼ି ପ୍ରାର୍ଥନା କଲେ, ‘ହେ ଯିହୋବା, ଏହି ମନ୍ଦିର କିଛି ନୁହେଁ । ଏହା ଏତେ ବଡ଼ ନାହିଁ ଆଉ ନା ସୁନ୍ଦର, ତଥାପି ଯେବେ ଆମେ ଏଠାକୁ ଆସି ଆପଣଙ୍କ ଉପାସନା ଏବଂ ଆପଣଙ୍କୁ ପ୍ରାର୍ଥନା କରିବୁ, ତେବେ ଦୟାକରି ଆମ ପ୍ରାର୍ଥନା ଶୁଣନ୍ତୁ ।’ ଯିହୋବା ସେହି ମନ୍ଦିର ଓ ଶଲୋମନଙ୍କ ପ୍ରାର୍ଥନା ବିଷୟରେ କʼଣ ଭାବିଲେ ? ଶଲୋମନଙ୍କ ପ୍ରାର୍ଥନା ଶେଷ ହେବା ପରେ ହିଁ, ଆକାଶରୁ ନିଆଁ ବର୍ଷା ହେଲା ଓ ବେଦିରେ ରଖାଯାଇଥିବା ବଳିଦାନଗୁଡ଼ିକ ଜଳିଗଲା । ଏଥିରୁ ଯିହୋବା ଦେଖାଇଲେ ଯେ ସେ ମନ୍ଦିରରୁ ଖୁସି ଅଛନ୍ତି । ଯେବେ ଇସ୍ରାଏଲୀୟମାନେ ଏହା ଦେଖିଲେ ତେବେ ସେମାନେ ବହୁତ ଖୁସି ହେଲେ ।

ଯିହୋବାଙ୍କ ତରଫରୁ ନିଆଁ ବର୍ଷା ହେଲା ଓ ବେଦିରେ ଥିବା ବଳିଦାନ ଜଳିଗଲା

ସାରା ଇସ୍ରାଏଲ ଏବଂ ଦୂର ଦୂର ଦେଶର ଲୋକମାନେ ଜାଣିଥିଲେ ଯେ ରାଜା ଶଲୋମନ କେତେ ବୁଦ୍ଧିମାନ ଅଟନ୍ତି । ଲୋକେ ନିଜ ସମସ୍ୟାଗୁଡ଼ିକ ନେଇ ତାଙ୍କ ପାଖକୁ ଆସୁଥିଲେ । ଥରେ ଶିବା ଦେଶର ରାଣୀ ଶଲୋମନଙ୍କ ବୁଦ୍ଧିର ପରୀକ୍ଷା କରିବା ପାଇଁ ଆସିଲେ । ସେ ଶଲୋମନଙ୍କୁ କଠିନ ପ୍ରଶ୍ନ ପଚାରିଲେ । ଯେବେ ସେ ଶଲୋମନଙ୍କ ଉତ୍ତର ଶୁଣିଲେ ସେ କହିଲେ, ‘ଯେବେ ଲୋକେ ମୋତେ ଆପଣଙ୍କ ବିଷୟରେ କହିଲେ ତେବେ ମୁଁ ଭରସା କରି ନ ଥିଲି । କିନ୍ତୁ ଏବେ ମୁଁ ଜାଣିଲି ଯେ ସେମାନେ ଆପଣଙ୍କ ବିଷୟରେ ଯାହା କହିଥିଲେ ଆପଣ ତାହାଠାରୁ ବି ଅଧିକ ବୁଦ୍ଧିମାନ ଅଟନ୍ତି । ଆପଣଙ୍କ ଈଶ୍ୱର ଯିହୋବା ଆପଣଙ୍କୁ ଆଶିଷ ଦେଇଛନ୍ତି ।’ ଇସ୍ରାଏଲ ରାଷ୍ଟ୍ରରେ ସବୁ କିଛି ବଢ଼ିଆ ଥିଲା ଏବଂ ଲୋକମାନେ ଖୁସି ଥିଲେ । କିନ୍ତୁ ଖୁବ୍‌ ଶୀଘ୍ର ଏସବୁ ବଦଳିବାକୁ ଯାଉଥିଲା ।

“ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ୍‌ ବିଷୟ ଏ ସ୍ଥାନରେ ଅଛି ।”—ମାଥିଉ ୧୨:୪୨

ପ୍ରଶ୍ନ: ଯିହୋବା ଶଲୋମନଙ୍କୁ କାହିଁକି ବହୁତ ବୁଦ୍ଧି ଦେଲେ ? ଯିହୋବା କିପରି ଦେଖାଇଲେ ଯେ ସେ ମନ୍ଦିରରୁ ଖୁସି ଥିଲେ ?

୧ ରାଜାବଳୀ ୨:୧୨; ୩:୪-୨୮; ୪:୨୯–୫:୧୮; ୬:୩୭, ୩୮; ୭:୧୫–୮:୬୬; ୧୦:୧-୧୩; ୨ ବଂଶାବଳୀ ୭:୧; ୯:୨୨

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ