ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୫୧ ପୃଷ୍ଠା ୧୨୪-ପୃଷ୍ଠା ୧୨୫ ଅନୁଚ୍ଛେଦ ୨
  • ଜଣେ ବଡ଼ ସେନାପତି ଏବଂ ଜଣେ ସାନ ଝିଅ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜଣେ ବଡ଼ ସେନାପତି ଏବଂ ଜଣେ ସାନ ଝିଅ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୫୧ ପୃଷ୍ଠା ୧୨୪-ପୃଷ୍ଠା ୧୨୫ ଅନୁଚ୍ଛେଦ ୨
ନାମାନ୍‌ ଠିକ୍‌ ହେବା ପାଇଁ ଇଲୀଶାୟଙ୍କ ପାଖକୁ ଆସିଛନ୍ତି

ପାଠ ୫୧

ଜଣେ ବଡ଼ ସେନାପତି ଏବଂ ଜଣେ ସାନ ଝିଅ

ଜଣେ ସାନ ଇସ୍ରାଏଲୀୟ ଝିଅକୁ ଅରାମର ସେନା ଜବରଦସ୍ତି ତାʼ ପରିବାରଠୁ ଅଲଗା କରିଦେଲା । ସେମାନେ ତାକୁ ଦୂର ଅରାମ ଦେଶକୁ ନେଇଗଲେ । ସେଠାରେ ସେ ନାମାନ୍‌ ନାମକ ଜଣେ ସେନାପତିର ସ୍ତ୍ରୀଙ୍କ ଦାସୀ ହୋଇଗଲା । ସେଠାରେ ଆଖପାଖର ଲୋକମାନେ ଯିହୋବାଙ୍କ ଉପାସନା କରୁ ନ ଥିଲେ, ତଥାପି ଏହି ସାନ ଝିଅ ଯିହୋବାଙ୍କ ଉପାସନା କରୁଥିଲା ।

ନାମାନ୍‌ଙ୍କୁ ଚର୍ମ ରୋଗ ଥିଲା ଏବଂ ତାʼଯୋଗୁଁ ତାଙ୍କୁ ବହୁତ କଷ୍ଟ ହେଉଥିଲା । ସାନ ଝିଅ ତାଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲା । ସେ ନାମାନ୍‌ଙ୍କ ସ୍ତ୍ରୀଙ୍କୁ କହିଲା, ‘ମୁଁ ଜଣେ ବ୍ୟକ୍ତିଙ୍କୁ ଜାଣିଛି ଯିଏ ଆପଣଙ୍କ ସ୍ୱାମୀଙ୍କୁ ଠିକ୍‌ କରିପାରିବେ । ତାଙ୍କ ନାମ ଇଲୀଶାୟ ଅଟେ । ସେ ଯିହୋବାଙ୍କ ଜଣେ ଭବିଷ୍ୟଦ୍‌ବକ୍ତା ଏବଂ ସେ ଇସ୍ରାଏଲରେ ରହନ୍ତି ।’

ନାମାନ୍‌ଙ୍କ ସ୍ତ୍ରୀ ନାମାନ୍‌ଙ୍କୁ ଜଣାଇଲେ ଯେ ସେହି ସାନ ଝିଅ କʼଣ କହିଲା । ନାମାନ୍‌ ଠିକ୍‌ ହେବା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥିଲେ । ତେଣୁ ସେ ଇଲୀଶାୟଙ୍କୁ ଭେଟିବା ପାଇଁ ତାଙ୍କ ଘର ଇସ୍ରାଏଲକୁ ଗଲେ । ସେ ଭାବିଲେ ଯେ ସେ ଜଣେ ବଡ଼ଲୋକ, ତେଣୁ ଇଲୀଶାୟ ତାଙ୍କୁ ନିଜେ ଆସି ଦେଖା କରିବେ । କିନ୍ତୁ ଇଲୀଶାୟ ଏପରି କଲେ ନାହିଁ ବରଂ ସେ ନିଜ ସେବକଙ୍କୁ ପଠାଇଲେ ଏବଂ ତାଙ୍କ ଜରିଆରେ ଏହି ସନ୍ଦେଶ ଦେଲେ, ‘ଯାଅ ଯର୍ଦ୍ଦନ ନଦୀରେ ସାତ ଥର ବୁଡ଼ ପକାଅ । ତେବେ ତମେ ଠିକ୍‌ ହୋଇଯିବ ।’

ଏହା ଶୁଣି ନାମାନ୍‌ ନିରାଶ ହୋଇଗଲେ । ସେ କହିଲେ, ‘ମୁଁ ଭାବିଥିଲି ଯେ ସେହି ଭବିଷ୍ୟଦ୍‌ବକ୍ତା ନିଜ ଈଶ୍ୱରଙ୍କ ନାମ ଧରି ଡାକିବେ ଓ ମୋ ଉପରେ ହାତ ରଖି ମୋତେ ଠିକ୍‌ କରିଦେବେ । କିନ୍ତୁ ସେ ମୋତେ ଇସ୍ରାଏଲର ଏକ ନଦୀକୁ ଯିବା ପାଇଁ କହୁଛନ୍ତି । ତାʼଠୁ ଭଲ ନଦୀଗୁଡ଼ିକ ତ ଆମ ଅରାମରେ ଅଛି । କʼଣ ମୁଁ ସେଠାକୁ ଯାଇପାରିବିନି ?’ ନାମାନ୍‌ ଏତେ ରାଗିଗଲେ ଯେ ସେ ଇଲୀଶାୟଙ୍କ ଘରୁ ବାହାରି ପଳାଇବାକୁ ଲାଗିଲେ ।

ନାମାନ୍‌ ଯର୍ଦ୍ଦନ ନଦୀରେ ବୁଡ଼ ପକାନ୍ତି ଏବଂ ଠିକ୍‌ ହୋଇଯାନ୍ତି

ସେସମୟରେ ନାମାନ୍‌ର ସେବକମାନେ ତାଙ୍କୁ ବୁଝାଇଲେ । ସେମାନେ ତାଙ୍କୁ କହିଲେ, ‘କʼଣ ଆପଣ ଠିକ୍‌ ହେବା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ନାହାନ୍ତି ? ସେଇ ଭବିଷ୍ୟଦ୍‌ବକ୍ତା ଯାହା କରିବା ପାଇଁ କହିଛନ୍ତି ତାହା ବହୁତ ସହଜ ଆପଣ ସେ କାମ କାହିଁକି କରୁନାହାନ୍ତି ?’ ଶେଷରେ ନାମାନ୍‌ ମାନିଗଲେ । ସେ ଯର୍ଦ୍ଦନ ନଦୀକୁ ଗଲେ ଓ ସେଠାରେ ସାତ ଥର ବୁଡ଼ ପକାଇଲେ । ସପ୍ତମ ଥର ବୁଡ଼ ପକାଇଲା ପରେ ସେ ଦେଖିଲେ ଯେ ସେ ପୂରାପୂରି ଠିକ୍‌ ହୋଇଯାଇଛନ୍ତି । ସେ ଇଲୀଶାୟଙ୍କୁ ଧନ୍ୟବାଦ ଦେବା ପାଇଁ ପୁଣିଥରେ ତାଙ୍କ ପାଖକୁ ଗଲେ । ନାମାନ୍‌ ତାଙ୍କୁ କହିଲେ, ‘ଏବେ ମୁଁ ଜାଣିପାରିଲି ଯେ ଯିହୋବା ହିଁ ସତ୍ୟ ଈଶ୍ୱର ଅଟନ୍ତି ।’ ଆପଣଙ୍କୁ କʼଣ ଲାଗେ, ଯେବେ ନାମାନ୍‌ ଠିକ୍‌ ହୋଇ ପୁଣିଥରେ ଫେରି ଆସିଥିବେ ତେବେ ସାନ ଇସ୍ରାଏଲୀୟ ଝିଅକୁ କିପରି ଲାଗିଥିବ ?

“ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ ।”—ମାଥିଉ ୨୧:୧୬

ପ୍ରଶ୍ନ: ଆପଣ କʼଣ ଭାବନ୍ତି ସେହି ସାନ ଝିଅ ପାଇଁ ନାମାନ୍‌ଙ୍କ ସ୍ତ୍ରୀଙ୍କ ସହ କଥା ହେବା କʼଣ ସହଜ ହୋଇଥିବ ? ଆପଣଙ୍କୁ କʼଣ ଲାଗେ ତାକୁ କଥା ହେବା ପାଇଁ ସାହସ କେଉଁଠାରୁ ମିଳିଲା ?

୨ ରାଜାବଳୀ ୫:୧-୧୯; ଲୂକ ୪:୨୭

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ