ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୫୫ ପୃଷ୍ଠା ୧୩୨
  • ଯିହୋବାଙ୍କ ସ୍ୱର୍ଗଦୂତ ହିଜକୀୟଙ୍କୁ ରକ୍ଷା କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ସ୍ୱର୍ଗଦୂତ ହିଜକୀୟଙ୍କୁ ରକ୍ଷା କଲେ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୫୫ ପୃଷ୍ଠା ୧୩୨
ଜଣେ ସ୍ୱର୍ଗଦୂତ ଅଶୂରୀୟମାନଙ୍କ ଛାଉଣି ଉପରେ ଆକ୍ରମଣ କରୁଛନ୍ତି

ପାଠ ୫୫

ଯିହୋବାଙ୍କ ସ୍ୱର୍ଗଦୂତ ହିଜକୀୟଙ୍କୁ ରକ୍ଷା କଲେ

ଅଶୂରୀୟ ସାମ୍ରାଜ୍ୟ ଦଶଟି ଗୋଷ୍ଠୀର ରାଜ୍ୟ ଇସ୍ରାଏଲ ଉପରେ କବ୍ଜା କରି ସାରିଥିଲା । ଏହା ପରେ ଅଶୂରର ରାଜା ସନ୍‌ହେରୀବ୍‌ ଦୁଇ ଗୋଷ୍ଠୀର ରାଜ୍ୟ ଯିହୁଦା ଉପରେ କବ୍ଜା କରିବାକୁ ଚାହୁଁଥିଲା । ସେ ଜଣ ଜଣ କରି ଯିହୁଦାର ସହରଗୁଡ଼ିକୁ କବ୍ଜା କରିବାକୁ ଲାଗିଲା । ସେ ସବୁଠୁ ଅଧିକ ଯିରୂଶାଲମକୁ ଜିତିବା ପାଇଁ ଚାହୁଁଥିଲା । କିନ୍ତୁ ସେ ଜାଣି ନ ଥିଲା ଯେ ଯିହୋବା ସେହି ସହରର ରକ୍ଷା କରୁଛନ୍ତି ।

ଯିହୁଦାର ରାଜା ହିଜକୀୟ ସନ୍‌ହେରୀବ୍‌କୁ ବହୁତ ପଇସା ଦେଲେ, ଯାହାଦ୍ୱାରା ସେ ଯିରୂଶାଲମ ଉପରେ ଆକ୍ରମଣ କରିବ ନାହିଁ । କିନ୍ତୁ ସନ୍‌ହେରୀବ୍‌ ପଇସା ନେବା ପରେ ବି ନିଜ ଶକ୍ତିଶାଳୀ ସେନାକୁ ଯିରୂଶାଲମ ଉପରେ ଆକ୍ରମଣ କରିବା ପାଇଁ ପଠାଇଲା । ସହରର ଲୋକମାନେ ବହୁତ ଡରିଗଲେ କାରଣ ଅଶୂରୀୟ ସୈନିକ ଧିରେ ଧିରେ ପାଖକୁ ଆସୁଥିଲେ । ହିଜକୀୟ ଲୋକମାନଙ୍କୁ କହିଲେ, ‘ତମେମାନେ ଡର ନାହିଁ । ଯଦିଓ ଅଶୂରୀୟ ଲୋକମାନେ ଶକ୍ତିଶାଳୀ ଅଟନ୍ତି, କିନ୍ତୁ ଯିହୋବା ଆମକୁ ସେମାନଙ୍କଠୁ ଅଧିକ ଶକ୍ତିଶାଳୀ କରିବେ ।’

ସନ୍‌ହେରୀବ୍‌ ଲୋକମାନଙ୍କ ଥଟ୍ଟା କରିବା ପାଇଁ ନିଜ ଲୋକ ରବ୍‌ଶାକିକୁ ଯିରୂଶାଲମକୁ ପଠାଏ । ରବ୍‌ଶାକି ସହର ବାହାରେ ଛିଡ଼ା ହୁଏ ଏବଂ ଜୋର୍‌ ପାଟି କରି କହିବାକୁ ଲାଗେ, ‘ଯିହୋବା ତମମାନଙ୍କୁ ସାହାଯ୍ୟ କରିବ ନାହିଁ । ତମେ ହିଜକୀୟର କଥା ଶୁଣ ନାହିଁ । ଏପରି କୌଣସି ଈଶ୍ୱର ନାହିଁ ଯିଏ ତମମାନଙ୍କୁ ଆମ ହାତରୁ ରକ୍ଷା କରିପାରିବ ।’

ହିଜକୀୟ ଯିହୋବାଙ୍କୁ ପଚାରିଲେ ଯେ ତାଙ୍କୁ କʼଣ କରିବା ଉଚିତ୍‌ । ଯିହୋବା କହିଲେ, ‘ରବ୍‌ଶାକି ଯାହା କହିଲା ତାହା ଶୁଣି ଡର ନାହିଁ । ସନ୍‌ହେରୀବ୍‌ ଯିରୂଶାଲମ ଉପରେ କବ୍ଜା କରିପାରିବ ନାହିଁ ।’ ଏହାପରେ ହିଜକୀୟଙ୍କୁ ସନ୍‌ହେରୀବ୍‌ର କିଛି ଚିଠି ମିଳିଲା । ଚିଠିଗୁଡ଼ିକରେ ଲେଖାଥିଲା, ‘ତମେମାନେ ହାର ମାନି ଯାଅ । ଯିହୋବା ତମମାନଙ୍କୁ ରକ୍ଷା କରିପାରିବ ନାହିଁ ।’ ହିଜକୀୟ ପ୍ରାର୍ଥନା କଲେ, ‘ହେ ଯିହୋବା, ଦୟାକରି ଆମକୁ ରକ୍ଷା କରନ୍ତୁ ଯାହାଦ୍ୱାରା ସମସ୍ତେ ଜାଣିପାରିବେ ଯେ ଆପଣ ହିଁ ସତ୍ୟ ଈଶ୍ୱର ଅଟନ୍ତି ।’ ଯିହୋବା ତାଙ୍କୁ କହିଲେ, ‘ଅଶୂରର ରାଜା ଯିରୂଶାଲମ ଆସିପାରିବ ନାହିଁ । ମୁଁ ନିଜ ସହରର ରକ୍ଷା କରିବି ।’

ସନ୍‌ହେରୀବ୍‌କୁ ପୂରା ଭରସା ଥିଲା ଯେ ଖୁବ୍‌ ଶୀଘ୍ର ଯିରୂଶାଲମ ତାʼର ହୋଇଯିବ । କିନ୍ତୁ ଗୋଟିଏ ରାତି ଯିହୋବା ଜଣେ ସ୍ୱର୍ଗଦୂତଙ୍କୁ ସେହି ସହର ବାହାରକୁ ପଠାଇଲେ ଯେଉଁଠି ଅଶୂରୀୟ ସୈନିକମାନେ ଛାଉଣି ପକାଇଥିଲେ । ସ୍ୱର୍ଗଦୂତ ୧,୮୫,୦୦୦ ଜଣ ସୈନିକଙ୍କୁ ହତ୍ୟା କରିଦେଲେ । ରାଜା ସନ୍‌ହେରୀବ୍‌ର ସବୁଠୁ ଶକ୍ତିଶାଳୀ ସୈନିକମାନଙ୍କୁ ମାରି ଦିଆଗଲା । ଏବେ ତାʼ ପାଖରେ କୌଣସି ଉପାୟ ନ ଥିଲା, ସେ ପରାସ୍ତ ହୋଇ ନିଜ ଘରକୁ ଫେରିଗଲା । ଯିହୋବା ହିଜକୀୟ ଓ ଯିରୂଶାଲମର ରକ୍ଷା କଲେ, ଠିକ୍‌ ଯେପରି ସେ ପ୍ରତିଜ୍ଞା କରିଥିଲେ । ଯଦି ଆପଣ ଯିରୂଶାଲମରେ ଥାʼନ୍ତେ ତାହେଲେ କʼଣ ଆପଣ ଯିହୋବାଙ୍କ ଉପରେ ଭରସା କରନ୍ତେ ?

‘ଯେଉଁମାନେ ଯିହୋବାଙ୍କୁ ଭୟ କରନ୍ତି, ତାହାଙ୍କର ଦୂତ ସେମାନଙ୍କ ଚାରିଆଡ଼େ ଛାଉଣି କରି ସେମାନଙ୍କୁ ଉଦ୍ଧାର କରନ୍ତି ।’—ଗୀତସଂହିତା ୩୪:୭

ପ୍ରଶ୍ନ: ଯିହୋବା କିପରି ଯିରୂଶାଲମର ରକ୍ଷା କଲେ ? ଆପଣଙ୍କୁ କʼଣ ଲାଗେ, କʼଣ ଯିହୋବା ଆପଣଙ୍କୁ ମଧ୍ୟ ରକ୍ଷା କରିବେ ?

୨ ରାଜାବଳୀ ୧୭:୧-୬; ୧୮:୧୩-୩୭; ୧୯:୧-୩୭; ୨ ବଂଶାବଳୀ ୩୨:୧-୨୩

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ