ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୭୪ ପୃଷ୍ଠା ୧୭୬-ପୃଷ୍ଠା ୧୭୭ ଅନୁଚ୍ଛେଦ ୪
  • ଯୀଶୁ ମସୀହ ହେଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ ମସୀହ ହେଲେ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଯୋହନ ପ୍ରଚାର କଲେ ଯେ ମସୀହ ଆସିବେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି ?
    ବାଇବଲ ଆମକୁ କʼଣ ଶିଖାଏ?
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୭୪ ପୃଷ୍ଠା ୧୭୬-ପୃଷ୍ଠା ୧୭୭ ଅନୁଚ୍ଛେଦ ୪
ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେଇଛନ୍ତି ଆଉ ଏବେ ଯୀଶୁଙ୍କ ଉପରେ ପବିତ୍ର ଶକ୍ତି ପାରା ରୂପରେ ଆସୁଛି

ପାଠ ୭୪

ଯୀଶୁ ମସୀହ ହେଲେ

ଯୋହନ ଏହା ପ୍ରଚାର କରୁଥିଲେ, ‘ମୋଠାରୁ ବି ବଡ଼ କେହି ଆସିବା ପାଇଁ ଯାଉଛନ୍ତି ।’ ଯୀଶୁ ପ୍ରାୟ ୩୦ ବର୍ଷର ଥିବା ବେଳେ ସେ ଗାଲିଲୀର ଯର୍ଦ୍ଦନ ନଦୀ ପାଖକୁ ଗଲେ । ସେଠାରେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ । ଯୀଶୁ ଚାହୁଁଥିଲେ ଯେ ଯୋହନ ତାଙ୍କୁ ମଧ୍ୟ ବାପ୍ତିସ୍ମ ଦିଅନ୍ତୁ । କିନ୍ତୁ ଯୋହନ ତାଙ୍କୁ କହିଲେ, ‘ମୁଁ କିପରି ଆପଣଙ୍କୁ ବାପ୍ତିସ୍ମ ଦେଇପାରିବି ? ମୁଁ ନିଜେ ଆପଣଙ୍କ ହାତରୁ ବାପ୍ତିସ୍ମ ନେବା ପାଇଁ ଚାହେଁ ।’ ଯୀଶୁ ଯୋହନଙ୍କୁ କହିଲେ, ‘ଯିହୋବା ଚାହାନ୍ତି ଯେ ତମେ ମୋତେ ବାପ୍ତିସ୍ମ ଦିଅ ।’ ସେସମୟରେ ଦୁହେଁ ଯର୍ଦ୍ଦନ ନଦୀକୁ ଗଲେ ଓ ଯୋହନ ଯୀଶୁଙ୍କୁ ପାଣିରେ ପୂରାପୂରି ବୁଡ଼ାଇ ବାହାର କଲେ ।

ଯୀଶୁ ପାଣି ଉପରକୁ ଆସିବା ପରେ ସେ ପ୍ରାର୍ଥନା କଲେ । ସେସମୟରେ ଆକାଶ ଖୋଲିଗଲା ଏବଂ ଈଶ୍ୱରଙ୍କ ପବିତ୍ର ଶକ୍ତି ଗୋଟିଏ ପାରା ରୂପରେ ତାଙ୍କ ଉପରେ ଆସିଲା । ତାʼପରେ ଯିହୋବା ସ୍ୱର୍ଗରୁ କହିଲେ, ‘ତମେ ମୋ ପ୍ରିୟ ପୁତ୍ର, ମୁଁ ତମକୁ ସ୍ୱୀକାର କରିଛି ।’

ଯିହୋବାଙ୍କ ପବିତ୍ର ଶକ୍ତି ଯୀଶୁଙ୍କ ଉପରେ ଆସିବା ପରେ ସେ ମସୀହ ହୋଇଗଲେ । ଏହାପରେ ସେ ସେହି କାମ ଆରମ୍ଭ କଲେ ଯାହା ପାଇଁ ଯିହୋବା ତାଙ୍କୁ ପୃଥିବୀକୁ ପଠାଇଥିଲେ ।

ବାପ୍ତିସ୍ମର ତୁରନ୍ତ ପରେ ଯୀଶୁ ପ୍ରାନ୍ତରକୁ ଗଲେ ଏବଂ ସେଠାରେ ୪୦ ଦିନ ରହିଲେ । ସେଠାରୁ ଫେରିବା ପରେ ସେ ଯୋହନଙ୍କୁ ଦେଖା କରିବା ପାଇଁ ଗଲେ । ଯେବେ ଯୀଶୁ, ଯୋହନଙ୍କ ଆଡ଼କୁ ଆସୁଥିଲେ ତେବେ ଯୋହନ କହିଲେ, ‘ଏହି ଦେଖ ଈଶ୍ୱରଙ୍କ ମେଷଶାବକ ଯେ ଦୁନିଆର ପାପ ବହି ନେଇଯିବେ ।’ ଏହା କହି ଯୋହନ ଲୋକମାନଙ୍କୁ ଜଣାଇଲେ ଯେ ଯୀଶୁ ହିଁ ମସୀହ ଅଟନ୍ତି । କିନ୍ତୁ, କʼଣ ଆପଣ ଜାଣନ୍ତି, ଯେବେ ଯୀଶୁ ପ୍ରାନ୍ତରରେ ଥିଲେ ତେବେ ତାଙ୍କ ସହ କʼଣ ହେଲା ? ଆସନ୍ତୁ ଦେଖିବା ।

“ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ [‘ମୁଁ ତୁମକୁ ସ୍ୱୀକାର କରିଛି,’ NWT] ।”—ମାର୍କ ୧:୧୧

ପ୍ରଶ୍ନ: ଯୀଶୁଙ୍କୁ ବାପ୍ତିସ୍ମ କାହିଁକି ଦିଆଗଲା ? ଯୋହନ କାହିଁକି କହିଲେ ଯେ ଯୀଶୁ ଈଶ୍ୱରଙ୍କ ମେଷଶାବକ ଅଟନ୍ତି ?

ମାଥିଉ ୩:୧୩-୧୭; ମାର୍କ ୧:୯-୧୧; ଲୂକ ୩:୨୧-୨୩; ଯୋହନ ୧:୨୯-୩୪; ଯିଶାଇୟ ୪୨:୧; ଏବ୍ରୀ ୧୦:୭-୯

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ