ଭାଗ ୮ରେ କʼଣ ଅଛି
ଯିହୋବା ଶଲୋମନଙ୍କୁ ବହୁତ ବୁଦ୍ଧି ଦେଲେ । ସେ ତାଙ୍କୁ ମନ୍ଦିର ତିଆରି କରିବାର ଖାସ୍ ସମ୍ମାନ ମଧ୍ୟ ଦେଲେ । କିନ୍ତୁ ଧୀରେ ଧୀରେ ସେ ଯିହୋବାଙ୍କୁ ଛାଡ଼ି ଦେଲେ । ଯଦି ଆପଣଙ୍କ ପିଲାମାନେ ଅଛନ୍ତି ତେବେ ସେମାନଙ୍କୁ ଏହା ବୁଝାନ୍ତୁ ଯେ ମିଥ୍ୟା ଉପାସନା କରୁଥିବା ଲୋକମାନେ କିପରି ଶଲୋମନଙ୍କୁ ଈଶ୍ୱରଙ୍କଠାରୁ ଦୂରେଇ ନେଇଗଲେ । ଇସ୍ରାଏଲ ରାଜ୍ୟ ଦୁଇ ଭାଗରେ ବିଭକ୍ତ ହୋଇଗଲା । ଦୁଷ୍ଟ ରାଜାମାନେ ରାଷ୍ଟ୍ରକୁ ଯିହୋବାଙ୍କଠାରୁ ଦୂର କରିଦେଲେ ଏବଂ ମୂର୍ତ୍ତିପୂଜା ଆଡ଼କୁ ନେଇଗଲେ । ସେସମୟରେ ଯିହୋବାଙ୍କ ଅନେକ ବିଶ୍ୱସ୍ତ ଭବିଷ୍ୟଦ୍ବକ୍ତାମାନଙ୍କ ଉପରେ ଅତ୍ୟାଚାର କରାଗଲା ଏବଂ ତାଙ୍କୁ ମାରି ଦିଆଗଲା । ରାଣୀ ଈଷେବଲ୍ ଉତ୍ତର ରାଜ୍ୟକୁ ପୂରାପୂରି ଭାବେ ଯିହୋବାଙ୍କ ବିରୁଦ୍ଧରେ କରିଦେଲା । ଇସ୍ରାଏଲର ଇତିହାସରେ ଏହା ବହୁତ ହିଁ ଖରାପ ସମୟ ଥିଲା । କିନ୍ତୁ ଇସ୍ରାଏଲୀୟମାନଙ୍କ ମଧ୍ୟରେ ଏବେ ବି ଅନେକ ଲୋକ ଥିଲେ ଯେଉଁମାନେ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରୁଥିଲେ, ଯେପରି ରାଜା ଯିହୋଶାଫଟ୍ ଏବଂ ଭବିଷ୍ୟଦ୍ବକ୍ତା ଏଲୀୟ ।