ଗୀତ ୩୪
ରହିବି ମୁଁ ବିଶ୍ୱସ୍ତ
(ଗୀତସଂହିତା ୨୬)
୧. ଦେଖ ପିତା, ଦେଖ ମୋ ଭିତରେ,
ଅଛି ମୁଁ ସତ୍ୟରେ ନା ମିଥ୍ୟାର ପଥେ ।
ଯଦି ପାଅ, ମୋ ହୃଦୟେ ଦୋଷ,
ନିଅ ଠିକ୍ ବାଟରେ ଓ ଦିଅ ଆଶିଷ ।
(ଘୋଷା)
ହଁ କରୁଛି ପିତା ମୁଁ ନିର୍ଣ୍ଣୟ,
ରହିବି ବିଶ୍ୱସ୍ତ ମୁଁ ସବୁ ସମୟ ।
୨. ଘୃଣା କରେ, ଯିଏ କହେ ମିଛ,
ରହିବିନି କେବେ, ମୁଁ ତାଙ୍କରି ପଛ ।
କର ଯେବେ ନ୍ୟାୟ ଦୁଷ୍ଟଙ୍କର,
ରକ୍ଷା କର ପିତା, ତେବେ ମୋ ପ୍ରାଣର ।
(ଘୋଷା)
ହଁ କରୁଛି ପିତା ମୁଁ ନିର୍ଣ୍ଣୟ,
ରହିବି ବିଶ୍ୱସ୍ତ ମୁଁ ସବୁ ସମୟ ।
୩. ରାଜ୍ୟଗୃହ, କରେ ଖୁସି ମନ,
କରିବି ମହିମା, ହଁ ମୁଁ ପ୍ରତିଦିନ ।
ଉଚ୍ଚ-ସ୍ୱରେ, କରିବି ପ୍ରଶଂସା,
ଦେଲ ପ୍ରିୟ ପୁତ୍ର, ଜାଣୁ ଏ ଦୁନିଆ ।
(ଘୋଷା)
ହଁ କରୁଛି ପିତା ମୁଁ ନିର୍ଣ୍ଣୟ,
ରହିବି ବିଶ୍ୱସ୍ତ ମୁଁ ସବୁ ସମୟ ।
(ଗୀତ. ୨୫:୨ ମଧ୍ୟ ଦେଖନ୍ତୁ ।)