ଗୀତ ୩୬
ହୃଦୟକୁ ସୁରକ୍ଷିତ ରଖ
(ହିତୋପଦେଶ ୪:୨୩)
୧. କପଟମୟ ହୃଦୟ,
ଯତନେ ରଖିବି;
ହରଣ କରେ ସେ କେହି
ଚାତୁରି କରି ସେ ।
ପ୍ରଲୋଭିତ କରେ ମନ,
ସୁରକ୍ଷିତ ଜାଣ ।
ପରଖିବେ ପିତା ଯେବେ,
ଦେଖି ଖୁସି ହେବେ ।
୨. କରୁ ପିତା ନିବେଦନ,
ପ୍ରସ୍ତୁତ ମୋ ମନ ।
କୋମଳ ହୃଦୟ ମୋର,
ସଜାଅ ଯିହୋବା ।
ସମର୍ପି ଦେଉଛି ପିତା,
ସବୁ କଥା ମାନେ ।
ଆସୁ ଝଡ଼ ଝଞ୍ଜା ଯେତେ,
ଛାଡ଼ିବନି ମୋତେ ।
୩. ସୁରକ୍ଷିତ ଏ ହୃଦୟ
ଦୁଷ୍ଟ ଏ ସଂସାରୁ;
ଚିନ୍ତା ଖାଏ ଧିରେ ଧିରେ,
ଦୁର୍ବଳ ମୁଁ ହୁଏ ।
ତୁମ ବାକ୍ୟ ପଢ଼ୁ ନିତି,
ଦୃଢ଼ ହୁଏ ମନ ।
ତୁମଠି ରହିବି ସାଥେ,
ଛାଡ଼ିବନି ମୋତେ ।
(ଗୀତ. ୩୪:୧; ଫିଲିପ୍. ୪:୮; ୧ ପିତ. ୩:୪ ମଧ୍ୟ ଦେଖନ୍ତୁ ।)