ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୧୩ ପୃଷ୍ଠା ୧୬
  • ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ଫଳପ୍ରଦ ଆରମ୍ଭ କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଉତ୍ସାହର ସହିତ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୧୩ ପୃଷ୍ଠା ୧୬

ଅଧ୍ୟୟନ ୧୩

ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା

ବାଇବଲ ପଦ

ହିତୋପଦେଶ ୩:୨୧

ସାରାଂଶ: ଆପଣଙ୍କ ଶ୍ରୋତାମାନଙ୍କୁ ଏହା ବୁଝିବାରେ ସାହାଯ୍ୟ କରନ୍ତୁ ଯେ ଯେଉଁ ବିଷୟରେ ଆପଣ କଥା ହେଉଛନ୍ତି, ସେମାନଙ୍କ ଜୀବନ ସହିତ ଏହାର କʼଣ ସମ୍ପର୍କ ରହିଛି ଏବଂ ସେମାନଙ୍କୁ ଦେଖାନ୍ତୁ ଯେ ସେମାନେ ଯାହା ଶିଖନ୍ତି, ତାକୁ କିପରି ଲାଗୁ କରିପାରିବେ ।

ଏହା କିପରି କରିପାରିବେ:

  • ଆପଣଙ୍କ ଶ୍ରୋତାମାନଙ୍କ ବିଷୟରେ ଚିନ୍ତା କରନ୍ତୁ । ଚିନ୍ତନ କରନ୍ତୁ ଯେ ଆପଣ ଯେଉଁ ତଥ୍ୟ ଦେଉଛନ୍ତି, ତାକୁ ଶ୍ରୋତାମାନେ ଶୁଣିବା କାହିଁକି ଜରୁରୀ । ବିଶେଷ କରି, ଆପଣଙ୍କ ବିଷୟର କେଉଁ କଥାଗୁଡ଼ିକ ସେମାନଙ୍କୁ ପ୍ରକୃତରେ ସାହାଯ୍ୟ କରିପାରିବ, ତାହା ଧ୍ୟାନରେ ରଖନ୍ତୁ ।

  • ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶ୍ରୋତାମାନଙ୍କୁ ଦେଖାନ୍ତୁ ଯେ ସେମାନେ କʼଣ କରିବା ଉଚିତ୍‌ । ଆରମ୍ଭରୁ ହିଁ ପ୍ରତ୍ୟେକ ଶ୍ରୋତା ଏହା ଅନୁଭବ କରିବା ଉଚିତ୍‌: “ଏଇଟା ତ ମୋʼ ପାଇଁ ଅଟେ ।” ଯେତେବେଳେ ଆପଣ ପ୍ରତ୍ୟେକ ମୁଖ୍ୟ କଥାକୁ ବୁଝାନ୍ତି, ଏହା ମଧ୍ୟ ଦେଖାନ୍ତୁ ଯେ ସେମାନେ ତାକୁ କିପରି ଲାଗୁ କରିପାରିବେ । ଅନେକଗୁଡ଼ିଏ ତଥ୍ୟ ଉପରେ ବିସ୍ତାର ଭାବେ କହିବା ପରିବର୍ତ୍ତେ, ନିର୍ଦ୍ଦିଷ୍ଟ ତଥ୍ୟଗୁଡ଼ିକୁ ସ୍ପଷ୍ଟ ଭାବେ ବୁଝାନ୍ତୁ ।

    ବ୍ୟବହାରିକ ପରାମର୍ଶ

    ବାଇବଲ ସିଦ୍ଧାନ୍ତଗୁଡ଼ିକ କିପରି ଲାଗୁ ହୁଏ, ସେବିଷୟରେ ଆଲୋଚନା କରିବା ସମୟରେ ଏହା ନିଶ୍ଚିତ ହୁଅନ୍ତୁ— ଲୋକମାନେ ଜାଣନ୍ତୁ ଯେ ଆପଣ ସେମାନଙ୍କୁ ଭଲ ପାʼନ୍ତି ଏବଂ ସେମାନଙ୍କ ଭାବନା ଓ ଆବେଗଗୁଡ଼ିକୁ ବୁଝନ୍ତି । ଅନ୍ୟମାନଙ୍କୁ ଦୋଷୀ ଅନୁଭବ କରାଇ ଭାରାକ୍ରାନ୍ତ କରିବା ପରିବର୍ତ୍ତେ, ଯିହୋବାଙ୍କ ପାଇଁ ସେମାନଙ୍କ ପ୍ରେମ ଓ ତାହାଙ୍କ ଉପରେ ସେମାନଙ୍କ ବିଶ୍ୱାସକୁ ମଜବୁତ୍‌ କରନ୍ତୁ । ଦୃଢ଼ ବିଶ୍ୱାସ ରଖନ୍ତୁ ଯେ ସେମାନଙ୍କ ହୃଦୟ ସେମାନଙ୍କୁ ସଠିକ୍‌ କାମ କରିବା ପାଇଁ ପ୍ରେରଣା ଦେବ ।

ପ୍ରଚାର ସେବାରେ

ଯେତେବେଳେ ଆପଣ ପ୍ରଚାର ସେବା ପାଇଁ ପ୍ରସ୍ତୁତି କରନ୍ତି, ସେତେବେଳେ ଚିନ୍ତା କରନ୍ତୁ ଯେ ମିଡିଆ ବା ଗଣମାଧ୍ୟମଗୁଡ଼ିକରେ କʼଣସବୁ ଖବର ରହିଛି ଏବଂ ଆପଣଙ୍କ ଅଞ୍ଚଳରେ ହୁଏତ ଲୋକମାନେ କେଉଁ ବିଷୟଗୁଡ଼ିକ ଉପରେ ଆଗ୍ରହ ରଖନ୍ତି । ତାʼପରେ ପ୍ରଚାର କ୍ଷେତ୍ରରେ, ସେତେବେଳେ ଓ ସେଇଠି କେଉଁ ବିଷୟ ଉତ୍ତମ ଭାବେ ଲାଗୁ ହେବ, ତାʼ ଅନୁଯାୟୀ ଆପଣଙ୍କ କଥାରେ ଆବଶ୍ୟକୀୟ ପରିବର୍ତ୍ତନ ଆଣନ୍ତୁ । ଜଣେ ବ୍ୟକ୍ତି ନିଜର ଚିନ୍ତାଗୁଡ଼ିକ ଏବଂ ସେ କେଉଁ ବିଷୟଗୁଡ଼ିକ ଉପରେ ଆଗ୍ରହ ରଖନ୍ତି, ତାହା ମନ ଖୋଲି କହିବା ପାଇଁ କୁଶଳତାର ସହିତ ପ୍ରଶ୍ନଗୁଡ଼ିକ ପଚାରନ୍ତୁ । ତାʼପରେ ତାଙ୍କ ଉତ୍ତର ଧ୍ୟାନର ସହିତ ଶୁଣନ୍ତୁ ଏବଂ ତାʼ ଅନୁଯାୟୀ ଆପଣଙ୍କ ଶିଖାଇବାରେ ଆବଶ୍ୟକୀୟ ପରିବର୍ତ୍ତନ ଆଣନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ