ପାଠ ୧୪
ଈଶ୍ୱର କେଉଁଭଳି ଉପାସନାକୁ ପସନ୍ଦ କରନ୍ତି ?
ପୂର୍ବ ପାଠରେ ଆମେ ଦେଖିଲୁ ଯେ ଈଶ୍ୱର ସବୁ ଧର୍ମକୁ ପସନ୍ଦ କରନ୍ତି ନାହିଁ । ତାʼ ଅର୍ଥ କʼଣ ଆମେ କେବେ ବି ଈଶ୍ୱରଙ୍କୁ ଖୁସି କରିପାରିବାନି ? ଏପରି ନୁହେଁ, ଆମେ ତାଙ୍କୁ ଖୁସି କରିପାରିବା । ବାଇବଲରେ ଲେଖାଅଛି ଯେ ଏପରି ଏକ “ଧର୍ମ” ଅଛି ଯାହାକୁ ଈଶ୍ୱର ପସନ୍ଦ କରନ୍ତି । (ଯାକୁବ ୧:୨୭) ଆସନ୍ତୁ ସେବିଷୟରେ ଜାଣିବା ।
୧. ଆମ ଉପାସନା କାହା ଉପରେ ଆଧାରିତ ହେବା ଉଚିତ୍ ?
ଯୀଶୁ ଈଶ୍ୱରଙ୍କୁ କହିଲେ, “ତୁମ୍ଭର ବାକ୍ୟ ତ ସତ୍ୟ ।” (ଯୋହନ ୧୭:୧୭) ତେଣୁ ଆମ ଉପାସନା ଈଶ୍ୱରଙ୍କ ବାକ୍ୟ ବାଇବଲ ଉପରେ ଆଧାରିତ ହେବା ଉଚିତ୍ । ଅର୍ଥାତ୍, ବାଇବଲରେ ଯେପରି ଲେଖା ହୋଇଛି, ଆମେ ସେପରି କରିବା ଉଚିତ୍ । କିନ୍ତୁ ଅନେକ ଧର୍ମଗୁରୁ ଲୋକମାନଙ୍କୁ ଈଶ୍ୱରଙ୍କ ବାକ୍ୟରୁ ନ ଶିଖାଇ ମଣିଷମାନଙ୍କର ପରମ୍ପରା ଓ ଚିନ୍ତାଧାରା ଶିଖାନ୍ତି । ଯିହୋବା ଏପରି ଲୋକମାନଙ୍କୁ ପସନ୍ଦ କରନ୍ତି ନାହିଁ ଯେଉଁମାନେ “ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ” କରନ୍ତି ଅର୍ଥାତ୍ ତାଙ୍କ ଆଜ୍ଞା ପାଳନ କରନ୍ତି ନାହିଁ । (ମାଥିଉ ୧୫:୩ ପଢ଼ନ୍ତୁ ।) କିନ୍ତୁ ଯଦି ଆମେ ବାଇବଲ ମୁତାବକ ଚାଲିବା ଓ ଯିହୋବାଙ୍କ ଆଜ୍ଞା ପାଳନ କରିବା, ତାହେଲେ ସେ ଆମଠାରୁ ଖୁସି ହେବେ ।
୨. ଆମକୁ ଯିହୋବାଙ୍କ ଉପାସନା କିପରି କରିବା ଉଚିତ୍ ?
ଯିହୋବା ଆମର ସୃଷ୍ଟିକର୍ତ୍ତା ଅଟନ୍ତି । ତେଣୁ ଆମକୁ କେବଳ ତାଙ୍କର ହିଁ ଉପାସନା କରିବା ଉଚିତ୍ ଏବଂ ହୃଦୟର ସହ ତାଙ୍କୁ ପ୍ରେମ କରିବା ଉଚିତ୍ । (ପ୍ରକାଶିତ ବାକ୍ୟ ୪:୧୧) ଯିହୋବା ଏହା ପସନ୍ଦ କରନ୍ତି ନାହିଁ ଯେ ଆମେ ତାଙ୍କ ଉପାସନା କରିବା ପାଇଁ କୌଣସି ମୂର୍ତ୍ତି କିମ୍ବା ଫଟୋଚିତ୍ରର ବ୍ୟବହାର କରୁ ।—ଯିଶାଇୟ ୪୨:୮ ପଢ଼ନ୍ତୁ ।
ଆମ ଉପାସନା ‘ପବିତ୍ର ଓ ଈଶ୍ୱରଙ୍କୁ ସୁଗ୍ରାହ୍ୟ’ ହେବା ଉଚିତ୍ । (ରୋମୀୟ ୧୨:୧) ଏହାର ଅର୍ଥ ଆମେ ସବୁବେଳେ ଈଶ୍ୱରଙ୍କ ସ୍ତର ଅନୁସାରେ ଚାଲୁ ଓ ଯାହା ତାଙ୍କ ଦୃଷ୍ଟିରେ ଠିକ୍ ତାହା ହିଁ କରୁ । ଉଦାହରଣ ପାଇଁ, ଆମେ ବିବାହ ବିଷୟରେ ଥିବା ଈଶ୍ୱରଙ୍କ ସ୍ତରକୁ ପାଳନ କରୁ, କାରଣ ଆମେ ଯିହୋବାଙ୍କୁ ପ୍ରେମ କରୁ । ତାʼଛଡ଼ା ଆମେ ଏପରି କାମ ମଧ୍ୟ କରି ନ ଥାଉ ଯାହା ଯିହୋବା ପସନ୍ଦ କରନ୍ତି ନାହିଁ ଏବଂ ଯେଉଁଥିରୁ ଆମକୁ କ୍ଷତି ହୋଇପାରେ । ଯେପରି, ଡ୍ରଗସ୍ କିମ୍ବା ତମାଖୁ ସେବନ କରିବା ଏବଂ ଅତ୍ୟଧିକ ମଦ ପିଇବା ।a
୩. ଆମେ କାହିଁକି ଯିହୋବାଙ୍କ ଲୋକମାନଙ୍କ ସହ ମିଶି ତାଙ୍କର ଉପାସନା କରିବା ଉଚିତ୍ ?
ଆମେ ପ୍ରତି ସପ୍ତାହ ସଭାରେ ଯାଇ ‘ଯିହୋବାଙ୍କର ପ୍ରଶଂସା ମଣ୍ଡଳୀ ମଧ୍ୟରେ’ କରିପାରିବା । (ଗୀତସଂହିତା ୧୧୧:୧, ୨) ଯିହୋବାଙ୍କର ପ୍ରଶଂସା କରିବାର ଗୋଟିଏ ଉପାୟ ହେଉଛି, ତାଙ୍କ ପାଇଁ ଗୀତ ଗାଇବା । (ଗୀତସଂହିତା ୧୦୪:୩୩ ପଢ଼ନ୍ତୁ ।) ଯିହୋବା ଆମକୁ ପ୍ରେମ କରନ୍ତି, ତେଣୁ ସେ ଆମକୁ ସଭାଗୁଡ଼ିକରେ ଯିବା ପାଇଁ କହନ୍ତି । ସେ ଜାଣନ୍ତି ଯେ ତାଙ୍କ ଲୋକମାନେ ହିଁ ଆମକୁ ସବୁଦିନ ଖୁସିରେ ରହିବା ପାଇଁ ସାହାଯ୍ୟ କରିପାରିବେ । ଯେତେବେଳେ ଆମେ ସଭାକୁ ଯାଉ, ସେତେବେଳେ ଆମେ ଅନ୍ୟମାନଙ୍କର ଉତ୍ସାହ ବଢ଼ାଇପାରୁ ଏବଂ ଆମର ବି ଉତ୍ସାହ ବଢ଼େ ।
ଭାବନ୍ତୁ ଓ ଶିଖନ୍ତୁ
ଜାଣନ୍ତୁ ଯେ ଯିହୋବା ଏହା କାହିଁକି ପସନ୍ଦ କରନ୍ତି ନାହିଁ ଯେ ଆମେ ମୂର୍ତ୍ତି କିମ୍ବା ଫଟୋଚିତ୍ରକୁ ବ୍ୟବହାର କରି ତାଙ୍କର ଉପାସନା କରୁ । ଏହା ମଧ୍ୟ ଜାଣନ୍ତୁ ଯେ ଆମେ ମୁଖ୍ୟ କେଉଁ କେଉଁ ଉପାୟରେ ଯିହୋବାଙ୍କ ଉପାସନା କରିପାରିବା ।
୪. ଯିହୋବା ଏହା ପସନ୍ଦ କରନ୍ତି ନାହିଁ ଯେ ଆମେ ମୂର୍ତ୍ତିଗୁଡ଼ିକୁ ବ୍ୟବହାର କରି ତାଙ୍କର ଉପାସନା କରୁ
ଆସନ୍ତୁ ଦେଖିବା ଯେ ଯିହୋବା କାହିଁକି ଏପରି ଉପାସନାକୁ ପସନ୍ଦ କରନ୍ତି ନାହିଁ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।
ପ୍ରାଚୀନ ସମୟରେ ଯେତେବେଳେ କିଛି ଲୋକ ଯିହୋବାଙ୍କର ଉପାସନା କରିବା ପାଇଁ ମୂର୍ତ୍ତି ତିଆରି କରିଥିଲେ, ସେତେବେଳେ କʼଣ ହେଲା ?
କିଛି ଲୋକ କହନ୍ତି ଯେ ଉପାସନାରେ ମୂର୍ତ୍ତି ବ୍ୟବହାର ନ କଲେ ସେମାନଙ୍କୁ ଈଶ୍ୱରଙ୍କର ନିକଟତର ଅନୁଭବ ହୁଏନି । କିନ୍ତୁ କʼଣ ଈଶ୍ୱର ବି ଏପରି ଅନୁଭବ କରନ୍ତି ? ଯାତ୍ରା ପୁସ୍ତକ ୨୦:୪-୬ ଓ ଗୀତସଂହିତା ୧୦୬:୩୫, ୩୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଆପଣ ଲୋକମାନଙ୍କୁ ଉପାସନାରେ କେଉଁ କେଉଁ ଜିନିଷଗୁଡ଼ିକ ବ୍ୟବହାର କରିବାର ଦେଖିଛନ୍ତି ?
ମୂର୍ତ୍ତିଗୁଡ଼ିକର ଉପାସନା କଲେ ଯିହୋବାଙ୍କୁ କିପରି ଲାଗେ ?
ମୂର୍ତ୍ତିଗୁଡ଼ିକୁ ଉପାସନା କରିବା ବିଷୟରେ ଆପଣ କʼଣ ଭାବନ୍ତି ?
୫. କେବଳ ଯିହୋବାଙ୍କ ଉପାସନା କଲେ ହିଁ ଆମେ ମିଥ୍ୟା ଶିକ୍ଷାଗୁଡ଼ିକର ଫାନ୍ଦରୁ ମୁକ୍ତ ହୋଇପାରୁ
ଆସନ୍ତୁ ଦେଖିବା ଯେ ସଠିକ୍ ଉପାୟରେ ଯିହୋବାଙ୍କ ଉପାସନା କଲେ, ଆମେ କିପରି ମିଥ୍ୟା ଶିକ୍ଷା ଓ ଅନ୍ଧବିଶ୍ୱାସଗୁଡ଼ିକର ଫାନ୍ଦରୁ ମୁକ୍ତ ହୋଇଥାଉ । ଭିଡିଓ ଦେଖନ୍ତୁ ।
ଗୀତସଂହିତା ୯୧:୧୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଯେତେବେଳେ ଆମେ କେବଳ ଯିହୋବାଙ୍କ ଉପାସନା କରୁ, ଆମେ ଦେଖାଉ ଯେ ଆମେ ତାଙ୍କୁ କେତେ ପ୍ରେମ କରୁ । ଏପରି କଲେ ଯିହୋବା ଆମ ପାଇଁ କʼଣ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି ?
୬. ଆମେ ସଭାରେ ଯିହୋବାଙ୍କ ଉପାସନା କରୁ
ଆମେ ସଭାରେ ଗୀତ ଗାଇଲେ ଓ ଉତ୍ତର ଦେଲେ ଯିହୋବାଙ୍କର ମହିମା ହୁଏ ଏବଂ ଅନ୍ୟମାନଙ୍କର ଉତ୍ସାହ ବଢ଼େ । ଗୀତସଂହିତା ୨୨:୨୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଆପଣଙ୍କୁ ସଭାରେ ଅନ୍ୟମାନଙ୍କର ଉତ୍ତର ଶୁଣିଲେ କିପରି ଲାଗେ ?
କʼଣ ଆପଣ ସଭାରେ ଗୋଟିଏ ଉତ୍ତର ଦେବା ପାଇଁ ପ୍ରସ୍ତୁତି କରିବାକୁ ଚାହିଁବେ ?
୭. ଆମେ ବାଇବଲରୁ ଶିଖିଥିବା କଥା ଅନ୍ୟମାନଙ୍କୁ କହିଲେ ଯିହୋବା ଖୁସି ହୁଅନ୍ତି
ଆମେ ବାଇବଲ ପଢ଼ି ଯାହା ଶିଖିଲୁ, ତାହା ଅନ୍ୟମାନଙ୍କୁ କହିପାରିବା । ଗୀତସଂହିତା ୯:୧ ଓ ୩୪:୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଏବେ ଯାଏ ଆପଣ ବାଇବଲରୁ ଯାହା ଶିଖିଲେ, ସେମଧ୍ୟରୁ କେଉଁ କଥା ଆପଣ ଅନ୍ୟମାନଙ୍କୁ କହିବାକୁ ଚାହାନ୍ତି ?
କିଛି ଲୋକ କହନ୍ତି: “ଏଥିରୁ କୌଣସି ଫରକ ପଡ଼େନି ଯେ ତମେ କିଭଳି ଭାବେ ଈଶ୍ୱରଙ୍କର ଉପାସନା କର, କେବଳ ତାଙ୍କ ଉପରେ ବିଶ୍ୱାସ ହେବା ଜରୁରୀ ।”
ଆପଣ କʼଣ ଭାବନ୍ତି ?
ଆମେ କʼଣ ଶିଖିଲୁ ?
ଯେତେବେଳେ ଆମେ କେବଳ ଯିହୋବାଙ୍କ ଉପାସନା କରୁ, ସଭାରେ ତାଙ୍କ ପ୍ରଶଂସା କରୁ ଏବଂ ଯାହା ଶିଖୁ ତାହା ଅନ୍ୟମାନଙ୍କୁ କହୁ, ସେତେବେଳେ ଯିହୋବା ବହୁତ ଖୁସି ହୁଅନ୍ତି ।
ଆପଣ କʼଣ କହିବେ ?
ଆମ ଉପାସନା କାହା ଉପରେ ଆଧାରିତ ହେବା ଉଚିତ୍ ?
ଆମେ କେବଳ ଯିହୋବାଙ୍କ ଉପାସନା କାହିଁକି କରିବା ଉଚିତ୍ ?
ଆମେ କାହିଁକି ଯିହୋବାଙ୍କ ଲୋକମାନଙ୍କ ସହ ମିଶି ତାଙ୍କର ଉପାସନା କରିବା ଉଚିତ୍ ?
ଅଧିକ ଜାଣନ୍ତୁ
“ଏବେ ମୁଁ ମୂର୍ତ୍ତିଗୁଡ଼ିକରୁ ମୁକ୍ତ ହୋଇଯାଇଛି” ଜୀବନ କାହାଣୀ ପଢ଼ି ଜାଣନ୍ତୁ ଯେ ଜଣେ ମହିଳା କିପରି ମୂର୍ତ୍ତିଗୁଡ଼ିକୁ ବ୍ୟବହାର କରିବା ଛାଡ଼ିପାରିଲେ ।
ମଣ୍ଡଳୀରେ ଆପଣ ଉତ୍ତର କିପରି ଦେଇପାରିବେ, ତାʼପାଇଁ କିଛି ପରାମର୍ଶ ଦେଖନ୍ତୁ ।
“ମଣ୍ଡଳୀରେ ଯିହୋବାଙ୍କର ପ୍ରଶଂସା କରନ୍ତୁ” (ପ୍ରହରୀଦୁର୍ଗ-ହି, ଜାନୁୟାରୀ ୨୦୧୯)
ଜଣେ ଯୁବାକୁ ସଭାଗୁଡ଼ିକରେ ଯିବା ବହୁତ କଠିନ ଲାଗୁଥିଲା, ତଥାପି ସେ ସେଠାକୁ ଗଲା । ଜାଣନ୍ତୁ ଯେ ଏହାଦ୍ୱାରା ତାକୁ କʼଣ ଲାଭ ହେଲା ।
ଅନେକ ଲୋକ ଭାବନ୍ତି ଯେ କ୍ରୁଶ ଖ୍ରୀଷ୍ଟିୟାନମାନଙ୍କର ଚିହ୍ନ ଅଟେ । କିନ୍ତୁ କʼଣ ଆମେ ଉପାସନାରେ କ୍ରୁଶର ବ୍ୟବହାର କରିବା ଉଚିତ୍ ?
“ଯିହୋବାଙ୍କ ସାକ୍ଷୀ ନିଜ ଉପାସନାରେ କ୍ରୁଶର ବ୍ୟବହାର କାହିଁକି କରନ୍ତି ନାହିଁ ?” (jw.org ୱେବସାଇଟ୍ରେ ଥିବା ଲେଖା)
a ପରବର୍ତ୍ତୀ ପାଠଗୁଡ଼ିକରେ ଏବିଷୟରେ ଅଧିକ ଦିଆଯାଇଛି ।