ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lmd ପାଠ ୫
  • ଭାବିଚିନ୍ତି କଥା ହୁଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭାବିଚିନ୍ତି କଥା ହୁଅନ୍ତୁ
  • ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ପାଉଲ କʼଣ କଲେ ?
  • ପାଉଲଙ୍କଠାରୁ ଆମେ କʼଣ ଶିଖୁ ?
  • ପାଉଲଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?
  • ନମ୍ର ରହନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ଲୋକମାନଙ୍କ ବିଷୟରେ ଭାବନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • କଥା କଥାରେ ହିଁ ସାକ୍ଷ୍ୟ ଦିଅନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ହୃଦୟରୁ ଚିନ୍ତା କରନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
ଆହୁରି ଦେଖନ୍ତୁ
ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
lmd ପାଠ ୫

କଥାବାର୍ତ୍ତା ଆରମ୍ଭ କରିବା

ପାଉଲ ଆଥୀନୀର ଲୋକମାନଙ୍କୁ ସାକ୍ଷ୍ୟ ଦେଉଛନ୍ତି ।

ପ୍ରେରି. ୧୭:୨୨, ୨୩

ପାଠ ୫

ଭାବିଚିନ୍ତି କଥା ହୁଅନ୍ତୁ

ସିଦ୍ଧାନ୍ତ: ‘ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ହେଉ ।’—କଲ. ୪:୬.

ପାଉଲ କʼଣ କଲେ ?

ପାଉଲ ଆଥୀନୀର ଲୋକମାନଙ୍କୁ ସାକ୍ଷ୍ୟ ଦେଉଛନ୍ତି ।

ଭିଡିଓ: ପାଉଲ ଆଥୀନୀର ଲୋକମାନଙ୍କୁ ସାକ୍ଷ୍ୟ ଦେଲେ

୧. ଭିଡିଓ ଦେଖନ୍ତୁ କିମ୍ବା ପ୍ରେରିତ ୧୭:୨୨, ୨୩ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1. କ. ପାଉଲ ଯେବେ ଆଥୀନୀର ଲୋକମାନଙ୍କୁ ମୂର୍ତ୍ତିପୂଜା କରୁଥିବାର ଦେଖିଲେ, ତେବେ ତାଙ୍କୁ କିପରି ଲାଗିଲା ?—ପ୍ରେରିତ ୧୭:୧୬ ଦେଖନ୍ତୁ ।

  2. ଖ. ଆଥୀନୀୟ ଲୋକମାନଙ୍କୁ ଭୁଲ ସାବ୍ୟସ୍ତ ନ କରି ପାଉଲ କିପରି ତାଙ୍କର ପ୍ରଶଂସା କଲେ ? ଏପରି କରିବାରୁ ସେ କିପରି ସେମାନଙ୍କୁ ସାକ୍ଷ୍ୟ ଦେଇପାରିଲେ ?

ପାଉଲଙ୍କଠାରୁ ଆମେ କʼଣ ଶିଖୁ ?

୨. ଯଦି ଆମେ କଥା ହେବା ପୂର୍ବରୁ ଭାବିବା ଯେ ଆମେ କʼଣ କହିବା, କିପରି କହିବା ଓ କେବେ କହିବା, ତେବେ ଲୋକମାନଙ୍କୁ ଆମ କଥା ଶୁଣିବା ଭଲ ଲାଗିବ ।

ପାଉଲଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. କହିବା ପୂର୍ବରୁ ଭାବନ୍ତୁ । ଯଦି ଆପଣ ଏପରି ବ୍ୟକ୍ତି ସହ କଥା ହେଉଛନ୍ତି ଯିଏ ବାଇବଲକୁ ମାନେନି, ତେବେ ଟିକେ ରହି ଭାବନ୍ତୁ ଯେ ଆପଣ ତାʼସହ ବାଇବଲ ବିଷୟରେ କିମ୍ବା ଯୀଶୁଙ୍କ ବିଷୟରେ କିପରି କଥା ହେବେ ।

୪. କାହାରି କଥା କାଟନ୍ତୁ ନାହିଁ । ତାଙ୍କୁ ମନ ଖୋଲି କଥା ହେବା ପାଇଁ ଦିଅନ୍ତୁ । ଯଦି ସେ ଏପରି କିଛି କହିଦିଏ ଯାହା ବାଇବଲ ଶିକ୍ଷାଗୁଡ଼ିକ ଅନୁସାରେ ନ ଥାଏ, ତେବେ ସେଠାରେ ହିଁ ତାକୁ ବୁଝାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ । କିଛି ସମୟ ଅପେକ୍ଷା କରନ୍ତୁ । (ଯାକୁ. ୧:୧୯) ଯଦି ଆପଣ ଧ୍ୟାନ ଦେଇ ତାʼ କଥା ଶୁଣିବେ, ତେବେ ଆପଣ ଭଲଭାବେ ବୁଝିପାରିବେ ସେ କʼଣ ମାନେ ।—ହିତୋ. ୨୦:୫.

୫. ଯଦି ସମ୍ଭବ ପ୍ରଶଂସା କରନ୍ତୁ । ହୋଇପାରେ ସେହି ବ୍ୟକ୍ତି ବିଶ୍ୱାସ କରେ ଯେ ସେ ଯାହା ମାନେ ତାହା ହିଁ ଠିକ୍‌ । ତେଣୁ ହୁଏତ ସେ ଆମ କଥାରେ ତୁରନ୍ତ ରାଜି ହୋଇ ନ ପାରେ । କିନ୍ତୁ ଏପରି ସମୟରେ ଏହା ଦେଖିବା ପାଇଁ ଚେଷ୍ଟା କରନ୍ତୁ ଯେ ଏପରି କେଉଁ କଥା ଅଛି ଯେଉଁଥିରେ ଆପଣ ଦୁହେଁ ସହମତ ଅଛନ୍ତି ଆଉ ସେହି କଥା ପାଇଁ ତାʼର ପ୍ରଶଂସା କରନ୍ତୁ । ତାʼପରେ ଧିରେ ଧିରେ ତାକୁ ବାଇବଲର କଥାଗୁଡ଼ିକୁ ବୁଝାଇବା ପାଇଁ ଚେଷ୍ଟା କରନ୍ତୁ ।

ଏହା ବି ଦେଖନ୍ତୁ

ହିତୋ. ୨୫:୧୫; ୨ ତୀମ. ୨:୨୩-୨୬; ୧ ପିତ. ୩:୧୫

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ