ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lmd ପାଠ ୧୦
  • ମନପ୍ରାଣ ଦେଇ ଶିଖାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମନପ୍ରାଣ ଦେଇ ଶିଖାନ୍ତୁ
  • ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯୀଶୁ କʼଣ କଲେ ?
  • ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?
  • ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?
  • ଯିହୋବାଙ୍କ ସେବକ ହେବାର ନିଷ୍ପତ୍ତି ନେବା ପାଇଁ ନିଜ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ବିନା ଡରି ପରାମର୍ଶ ଦିଅନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ସହଜ ଉପାୟରେ ଶିଖାନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • “ଖୁସିଭରା ଜୀବନ” ବହିରୁ ବାଇବଲ ଅଧ୍ୟୟନ କିପରି କରାଇବି ?
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
lmd ପାଠ ୧୦

ବାଇବଲ ଅଧ୍ୟୟନ ସମୟରେ

ଯୀଶୁ ଓ ନୀକଦୀମ ରାତିରେ ବସି କଥା ହେଉଛନ୍ତି ।

ଯୋହ. ୩:୧, ୨

ପାଠ ୧୦

ମନପ୍ରାଣ ଦେଇ ଶିଖାନ୍ତୁ

ସିଦ୍ଧାନ୍ତ: “ଆମ୍ଭେମାନେ ସେହି ପ୍ରକାରେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ସୁସମାଚାର କେବଳ ନୁହେଁ, ମାତ୍ର ଆପଣା ଆପଣା ପ୍ରାଣ ମଧ୍ୟ ଦେବାକୁ ଇଚ୍ଛୁକ ଥିଲୁ, କାରଣ ତୁମ୍ଭେମାନେ ଆମ୍ଭମାନଙ୍କର ପ୍ରିୟପାତ୍ର ହୋଇଥିଲ ।”—୧ ଥେସ. ୨:୮.

ଯୀଶୁ କʼଣ କଲେ ?

ଯୀଶୁ ଓ ନୀକଦୀମ ରାତିରେ ବସି କଥା ହେଉଛନ୍ତି ।

ଭିଡିଓ: ଯୀଶୁ ନୀକଦୀମଙ୍କୁ ଶିଖାଇଲେ

୧. ଭିଡିଓ ଦେଖନ୍ତୁ କିମ୍ବା ଯୋହନ ୩:୧, ୨ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1. କ. ନୀକଦୀମ କାହିଁକି ଯୀଶୁଙ୍କୁ ଭେଟିବା ପାଇଁ ରାତିରେ ଆସିଥିବେ ?—ଯୋହନ ୧୨:୪୨, ୪୩ ଦେଖନ୍ତୁ ।

  2. ଖ. ଯୀଶୁ ମଧ୍ୟ ତାଙ୍କ ସହ ରାତିରେ ଭେଟିବା ପାଇଁ ପ୍ରସ୍ତୁତ ଥିଲେ । ଏଥିରୁ କିପରି ଜଣାପଡ଼େ ଯେ ସେ ଲୋକମାନଙ୍କୁ ମନପ୍ରାଣ ଦେଇ ଶିଖାଉଥିଲେ ?

ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?

୨. ଯଦି ଲୋକମାନଙ୍କ ପାଇଁ ଆମ ଭିତରେ ପ୍ରେମ ଥିବ, ତାହେଲେ ଆମେ ସେମାନଙ୍କୁ ଶିଖାଇବା ପାଇଁ କଠିନ ପରିଶ୍ରମ କରିବା ଓ ମନପ୍ରାଣ ଦେଇ ଶିଖାଇବା ।

ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. ଦେଖନ୍ତୁ ଯେ ବିଦ୍ୟାର୍ଥୀ କେବେ ଓ କେଉଁଠି ଅଧ୍ୟୟନ କରିବାକୁ ଚାହେଁ । ତାକୁ ପଚାରନ୍ତୁ ଯେ ସେ ସପ୍ତାହର କେଉଁ ଦିନ ଓ କେତେବେଳେ ଅଧ୍ୟୟନ କରିବାକୁ ଚାହେଁ । ସେ କେଉଁଠାରେ ଅଧ୍ୟୟନ କରିବାକୁ ଚାହିଁବ ? ନିଜ କାମ ଜାଗାରେ, ନିଜ ଘରେ ନା ଅନ୍ୟ କୌଣସି ଜାଗାରେ ? ଆପଣ ନିଜ ବିଦ୍ୟାର୍ଥୀର ପସନ୍ଦକୁ ଧ୍ୟାନରେ ରଖି ସମୟ ଓ ଜାଗା ସ୍ଥିର କରିବା ପାଇଁ ପୂରା ଚେଷ୍ଟା କରନ୍ତୁ ।

୪. ପ୍ରତି ସପ୍ତାହ ଅଧ୍ୟୟନ କରନ୍ତୁ । ଯଦି ଆପଣଙ୍କୁ ଲାଗେ ଯେ ଆପଣ କୌଣସି ଦିନ ଅଧ୍ୟୟନ କରାଇପାରିବେ ନାହିଁ, ତାହେଲେ ଭାବନ୍ତୁ:

  1. କ. କʼଣ ମୁଁ ସପ୍ତାହର ଅନ୍ୟ କୌଣସି ଦିନ ଅଧ୍ୟୟନ କରାଇପାରିବି ?

  2. ଖ. କʼଣ ମୁଁ ଫୋନ୍‌ କିମ୍ବା ଭିଡିଓ କଲ୍‌ ଜରିଆରେ ଅଧ୍ୟୟନ କରାଇପାରିବି ?

  3. ଗ. କʼଣ ମୁଁ ଅନ୍ୟ କୌଣସି ଭାଇ କିମ୍ବା ଭଉଣୀଙ୍କୁ ଅଧ୍ୟୟନ କରାଇବା ପାଇଁ କହିପାରିବି ?

୫. ସଠିକ୍‌ ଦୃଷ୍ଟିକୋଣ ରଖିବା ପାଇଁ ପ୍ରାର୍ଥନା କରନ୍ତୁ । ହୁଏତ ଆପଣଙ୍କର ବିଦ୍ୟାର୍ଥୀ ବେଳେ ବେଳେ ଅଧ୍ୟୟନ କରିପାରେନି କିମ୍ବା ତାକୁ ବାଇବଲର କୌଣସି କଥା ମାନିବା କଷ୍ଟକର ଲାଗେ । ଏପରି ସମୟରେ ମନପ୍ରାଣ ଦେଇ ଶିଖାଇବା ଜାରି ରଖିବା ପାଇଁ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ । (ଫିଲିପ୍‌. ୨:୧୩) ଆପଣ ନିଜ ବିଦ୍ୟାର୍ଥୀମାନଙ୍କର ଦୁର୍ବଳତାଗୁଡ଼ିକ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେବା ପାଇଁ ପ୍ରାର୍ଥନା କରନ୍ତୁ ।

ଏହା ବି ଦେଖନ୍ତୁ

ହିତୋ. ୩:୨୭; ପ୍ରେରି. ୨୦:୩୫; ୨ କରି. ୧୨:୧୫

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ