ପୁଣିଥରେ ଭେଟିବା ସମୟରେ
ମାର୍କ ୬:୩୦-୩୪
ପାଠ ୯
ଲୋକମାନଙ୍କର କଷ୍ଟକୁ ବୁଝନ୍ତୁ
ସିଦ୍ଧାନ୍ତ: “ଯେଉଁମାନେ ଆନନ୍ଦ କରନ୍ତି, ସେମାନଙ୍କ ସହିତ ଆନନ୍ଦ କର; ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର ।” —ରୋମୀ. ୧୨:୧୫.
ଯୀଶୁ କʼଣ କଲେ ?
୧. ଭିଡିଓ ଦେଖନ୍ତୁ କିମ୍ବା ମାର୍କ ୬:୩୦-୩୪ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:
କ. ଯୀଶୁ ଆଉ ତାଙ୍କ ଶିଷ୍ୟମାନେ କାହିଁକି ଗୋଟିଏ “ନିର୍ଜ୍ଜନ” ଜାଗାକୁ ଯିବା ପାଇଁ ଚାହୁଁଥିଲେ ?
ଖ. ଯୀଶୁ କାହିଁକି ଲୋକମାନଙ୍କୁ ଶିଖାଇବାକୁ ଲାଗିଲେ ?
ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?
୨. ଯଦି ଆମେ ଲୋକମାନଙ୍କ କଷ୍ଟକୁ ବୁଝିବା, ତେବେ ଆମେ ସେମାନଙ୍କୁ କେବଳ ସନ୍ଦେଶ ଶୁଣାଇବାନି ବରଂ ତାଙ୍କ ବିଷୟରେ ଚିନ୍ତା ବି କରିବା ।
ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍ ?
୩. ଧ୍ୟାନ ଦେଇ ଶୁଣନ୍ତୁ । ସେ ବ୍ୟକ୍ତିକୁ ମନଖୋଲି କଥା ହେବା ପାଇଁ ଦିଅନ୍ତୁ । ତାʼ କଥା କାଟନ୍ତୁ ନାହିଁ । ଯଦି ସେ କହେ ଯେ ତାକୁ କିପରି ଲାଗୁଛି, କେଉଁ କଥାକୁ ନେଇ କି ତାʼର ଚିନ୍ତା ଅଛି କିମ୍ବା ଯଦି ସେ ନିଜର ମତ କୁହେ, ତେବେ ତାʼ କଥାକୁ ଅଣଦେଖା କରନ୍ତୁ ନାହିଁ ବରଂ ଧ୍ୟାନ ଦେଇ ଶୁଣନ୍ତୁ । ଏପରି କଲେ ସେ ଦେଖିପାରିବ ଯେ ଆପଣ ତାʼର ସତରେ ଚିନ୍ତା କରନ୍ତି ।
୪. ସେ ବ୍ୟକ୍ତି ବିଷୟରେ ଭାବନ୍ତୁ । ଆପଣ ଏବେ ଯାଏ ତାʼ ସହ ଯାହା ବି କଥା ହୋଇଛନ୍ତି, ତାକୁ ଧ୍ୟାନରେ ରଖି ଭାବନ୍ତୁ:
କ. ‘ସେ ବ୍ୟକ୍ତିକୁ ସତ୍ୟ ବିଷୟରେ ଜାଣିଲେ କାହିଁକି ଭଲ ଲାଗିବ ?’
ଖ. ‘ବାଇବଲ ଅଧ୍ୟୟନ କଲେ କିପରି ତାକୁ ଲାଭ ହେବ ଆଉ ଭବିଷ୍ୟତ ପାଇଁ ଗୋଟିଏ ଆଶା ବି ମିଳିବ ?’
୫. ସେ ବ୍ୟକ୍ତିର ଆବଶ୍ୟକତା ଅନୁସାରେ ଶିଖାନ୍ତୁ । ସୁଯୋଗ ମିଳିଲେ ତାକୁ ଏହା କହିବା ପାଇଁ ଚେଷ୍ଟା କରନ୍ତୁ ଯେ ବାଇବଲ ଅଧ୍ୟୟନ କଲେ ତାକୁ କʼଣ କʼଣ ଲାଭ ହେବ । ଯେପରି ତାକୁ ନିଜର ପ୍ରଶ୍ନଗୁଡ଼ିକର ଉତ୍ତର ମିଳିବ, ଆଉ ଜୀବନର ଅନେକ କ୍ଷେତ୍ରରେ ଭଲ ପରାମର୍ଶ ବି ମିଳିବ ।
ଏହା ବି ଦେଖନ୍ତୁ
ରୋମୀ. ୧୦:୧୩, ୧୪; ଫିଲିପ୍. ୨:୩, ୪; ୧ ପିତ. ୩:୮