ସହାୟକ ସେବକମାନେ ବହୁମୂଲ୍ୟ ସେବା ଦିଅନ୍ତି
“ସେମାନେ ନିଜକୁ ପ୍ରକୃତରେ ସମର୍ପିତ ଲୋକମାନଙ୍କରୂପେ ପ୍ରଦର୍ଶିତ କରିଥିଲେ । ଉତ୍ସାହପୁର୍ବକ ରାଜ୍ୟ ସେବା କରିବା ଦ୍ୱାରା ଏବଂ ଅନ୍ୟମାନଙ୍କ ବିଶ୍ୱାସକୁ ଦୃଢ଼ କରିବା ପାଇଁ ସାହାଯ୍ୟ କରିବା ଦ୍ୱାରା ସେମାନଙ୍କ ବିଶ୍ୱାସ ପ୍ରକଟ ହୁଏ ।” ଏହିପରି ଆମର ପରିଚର୍ଯ୍ୟାକୁ ସମ୍ପୂର୍ଣ୍ଣ କରିବା ପାଇଁ ସଙ୍ଗଠିତ (ଇଂଗ୍ରାଜୀ) ବହି ପୃଷ୍ଠା ୫୭ ରେ ସହାୟକ ସେବକମାନଙ୍କ ବିଷୟରେ କହେ । ବାସ୍ତବରେ, ଆମର ସହାୟକ ସେବକମାନେ ଆଧ୍ୟାତ୍ମିକ ବିଷୟରେ ଯେଉଁ ଆଦର୍ଶ ରଖନ୍ତି, ଆମେ ତାʼର ଅନୁକରଣ କରିପାରିବା । ଯେତେବେଳେ ଆମେ ସହାୟକ ସେବକ ଓ ପ୍ରାଚୀନମାନଙ୍କ ସହିତ କାର୍ଯ୍ୟ କରୁ, ସେତେବେଳେ ଆମେ ‘ସସ୍ନେହରେ ଉତ୍ତରୋତ୍ତର ଉନ୍ନତ୍ତି ସାଧନ କରୁ ।’—ଏଫି. ୪:୧୬, OCB.
୨ ସହାୟକ ସେବକମାନେ ମଣ୍ଡଳୀରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତି । ସେମାନଙ୍କ ବହୁମୂଲ୍ୟ ସେବା ବିଷୟରେ ବିଚାର କରନ୍ତୁ । ସେମାନେ ହିସାବ-ପତ୍ର, ସାହିତ୍ୟାଦି, ପତ୍ରିକାଗୁଡ଼ିକ, ଅଭିଦାନ ଏବଂ କ୍ଷେତ୍ରଗୁଡ଼ିକ ତତ୍ୱାବଧାନ କରନ୍ତି; ସେମାନେ ପରିଚାରକଭାବେ କାର୍ଯ୍ୟ କରନ୍ତି; ଧ୍ୱନି ଉପକରଣର ତତ୍ୱାବଧାନ କରନ୍ତି, ଏବଂ ରାଜ୍ୟ ଗୃହର ଯତ୍ନ ନିଅନ୍ତି । ସେମାନେ ଈଶତନ୍ତ୍ରୀୟ ପରିଚର୍ଯ୍ୟା ସ୍କୁଲ ଏବଂ ସେବା ସଭାରେ ଭାଗ ନିଅନ୍ତି । ସେମାନଙ୍କ ମଧ୍ୟରୁ କେତେକ ଭାଇ ଜନ ଭାଷଣ ଦିଅନ୍ତି କିମ୍ବା ମଣ୍ଡଳୀର କେତେକ ସଭାଗୁଡ଼ିକୁ ସଞ୍ଚାଳନ କରନ୍ତି । ଶାରୀରିକ ଅଙ୍ଗ ସଦୃଶ୍ୟ ସହାୟକ ସେବକମାନେ ଆମର ଅବଶ୍ୟକୀୟ କାର୍ଯ୍ୟ କରନ୍ତି ।—୧ କରି. ୧୨:୧୨-୨୬.
୩ ସେବକ ନିକାୟର ଅଂଶ ସ୍ୱରୂପେ ସହାୟକ ସେବକ ପ୍ରାଚୀନମାନଙ୍କ ସହିତ ଭଲରୂପେ ସହଯୋଗ କରନ୍ତି । ସେମାନଙ୍କ ମଧ୍ୟରେ ପରସ୍ପର ଆଦର ଓ ବୁଝାମଣା ହୁଏ ଯଦ୍ୱାରା ଅନ୍ୟମାନେ ମଧ୍ୟ ଏହି ପ୍ରକାର କାର୍ଯ୍ୟ କରିବାକୁ ଉତ୍ସାହିତ ହୁଅନ୍ତି । (କଲ. ୨:୧୯) ପ୍ରତ୍ୟେକ ସପ୍ତାହରେ ନିଜ ଦାଇତ୍ୱକୁ ବିଶ୍ୱାସ ସହକାରେ ତୁଲାଇବା ଦ୍ୱାରା ଏବଂ ଅନ୍ୟ ଲୋକମାନଙ୍କ ପ୍ରତି ଆଗ୍ରହ ଦେଖାଇବା ଦ୍ୱାରା ସେମାନେ ଆଧ୍ୟାତ୍ମିକରୂପେ ଉନ୍ନତିଶୀଳ ମଣ୍ଡଳୀର ସହଯୋଗ ଦିଅନ୍ତି ।
୪ ଏପରି ପରିଶ୍ରମୀ ସହାୟକ ସେବକମାନଙ୍କ ପାଇଁ ଆମେ ମୂଲ୍ୟାଙ୍କନ ଦେଖାଇବାକୁ କʼଣ କରିପାରିବା? ଆମେ ସେମାନଙ୍କ ନିଯୁକ୍ତ କାର୍ଯ୍ୟଗୁଡ଼ିକୁ ଭଲରୂପେ ଜାଣିବା ଆବଶ୍ୟକ ଏବଂ ଯେତେବେଳେ ଆମର ସାହାଯ୍ୟର ଆବଶ୍ୟକ ହୁଏ, ସେତେବେଳେ ଆମେ ସହଯୋଗ କରିବାକୁ ତତ୍ପର ହେବା ଉଚିତ୍ । ଆମର କଥାବାର୍ତ୍ତା ଓ କାର୍ଯ୍ୟାବଳି ଦ୍ୱାରା ଆମେ ତାଙ୍କୁ ଦେଖାଇ ପାରିବା ଯେ ସେମାନଙ୍କର କାର୍ଯ୍ୟକୁ ଆମେ ମୂଲ୍ୟାଙ୍କନ କରୁ । (ହିତୋ. ୧୫:୨୩) ଯେଉଁମାନେ ଆମ ପାଇଁ କଠିନ ପରିଶ୍ରମ କରନ୍ତି, ସେମାନେ ନିଷ୍କପଟ ସମ୍ମାନର ଯୋଗ୍ୟ ଅଟନ୍ତି ।—୧ ଥେସ. ୫:୧୨, ୧୩.
୫ ପରମେଶ୍ୱରଙ୍କ ବାକ୍ୟରେ ସହାୟକ ସେବକମାନଙ୍କ ଭୂମିକା ଓ ଯୋଗ୍ୟତା ଲେଖାଯାଇଛି । (୧ ତୀମ. ୩:୮-୧୦, ୧୨, ୧୩) ମଣ୍ଡଳୀର ଭଲ ସଞ୍ଚାଳନ ନିମିତ୍ତ ସେମାନଙ୍କର ବହୁମୂଲ୍ୟ ପବିତ୍ର ସେବା ଅତ୍ୟଧିକ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହିଭଲି ଲୋକମାନଙ୍କୁ ଆମେ ବାରମ୍ବାର ଉତ୍ସାହିତ କରିବା ଆବଶ୍ୟକ, କାରଣ ‘ପ୍ରଭୁଙ୍କ କାର୍ଯ୍ୟରେ ଅଧିକରୁ ଅଧିକ’ କାର୍ଯ୍ୟ ସେମାନଙ୍କ ପାଖରେ ଅଛି।—୧ କରି. ୧୫:୫୮.