ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp20 ସଂ ୨ ପୃଷ୍ଠା ୧୧-୧୩
  • ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ରାଜ୍ୟ ଏବେ ଯାଏ କʼଣ କʼଣ କରିଛି ?
  • ଈଶ୍ୱରଙ୍କ ରାଜ୍ୟ ଖୁବ୍‌ ଶୀଘ୍ର କʼଣ କʼଣ କରିବ ?
  • ଈଶ୍ୱରଙ୍କ ରାଜ୍ୟ ମଣିଷମାନଙ୍କ ପାଇଁ କʼଣ କʼଣ କରିବ ?
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
    ବାଇବଲ ଆମକୁ କʼଣ ଶିଖାଏ?
  • ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ପରମେଶ୍ୱରଙ୍କ ରାଜ୍ୟ କʼଣ?
    ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ପରମେଶ୍ୱରଙ୍କ ରାଜ୍ୟ ଶାସନ କରେ
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
wp20 ସଂ ୨ ପୃଷ୍ଠା ୧୧-୧୩
ଗୋଟେ ଝରଣା ବହୁଛି ଓ ତାʼ ଚାରିଆଡ଼େ ପାହାଡ଼ ଓ ଜଙ୍ଗଲ ଅଛି ।

ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?

ଯୀଶୁ ନିଜ ଶିଷ୍ୟମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ପାଇଁ ପ୍ରାର୍ଥନା କରିବା ଶିଖାଇଲେ । ସେ ଜାଣିଥିଲେ ଯେ ପୃଥିବୀରେ ଏତେ ଦୁଷ୍ଟତା ରହୁ ବୋଲି ଈଶ୍ୱର ଚାହାନ୍ତିନି । ସେ ଏହା ବି ଜାଣିଥିଲେ ଯେ କେବଳ ଈଶ୍ୱରଙ୍କ ରାଜ୍ୟ ହିଁ ଏହି ସମସ୍ତ ଦୁଷ୍ଟତାକୁ ଦୂର କରିପାରିବ । କିନ୍ତୁ ପ୍ରଶ୍ନ ଉଠେ ଯେ ଦୁନିଆର ପରିସ୍ଥିତି ଠିକ୍‌ କରିବା ପାଇଁ ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?

ଈଶ୍ୱରଙ୍କ ରାଜ୍ୟ ଏବେ ଯାଏ କʼଣ କʼଣ କରିଛି ?

ପୂର୍ବ ଲେଖାରେ ଆମେ ଦେଖିଲୁ ଯେ ଯୀଶୁ କିଛି ଘଟଣାଗୁଡ଼ିକ ବିଷୟରେ କହିଥିଲେ, ଯେଉଁଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରେ ଆରମ୍ଭ ହୋଇସାରିଛି ଓ ଯୀଶୁ ତାʼର ରାଜା ଅଟନ୍ତି ।

ବାଇବଲ କହେ ଯେ ରାଜା ହେବା ପରେ ଯୀଶୁ ସବୁଠୁ ଆଗ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ସ୍ୱର୍ଗରୁ ପୃଥିବୀକୁ ଫିଙ୍ଗି ଦେଲେ । ଅର୍ଥାତ୍‌ ଏବେଠାରୁ ସେମାନେ ପୁଣିଥରେ ସ୍ୱର୍ଗକୁ ଯାଇ ପାରନ୍ତେନି । ଏହା ଗୋଟିଏ ବଡ଼ କାରଣ ଅଟେ ଯେ କାହିଁକି ପୃଥିବୀରେ ୧୯୧୪ ମସିହାରୁ ପରିସ୍ଥିତି ଖରାପ ହେବାରେ ଲାଗିଛି ।—ପ୍ରକାଶିତ ବାକ୍ୟ ୧୨:୭, ୯.

ଏହା ସତ ଯେ ପୃଥିବୀର ପରିସ୍ଥିତି ବହୁତ ଖରାପ ହୋଇ ହୋଇଯାଉଛି । କିନ୍ତୁ ଈଶ୍ୱରଙ୍କ ରାଜ୍ୟର ରାଜା ଯୀଶୁ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ବହୁତ କିଛି କରୁଛନ୍ତି । ପୂରା ଦୁନିଆରେ ବାଇବଲର ଶିକ୍ଷା ଦେବା କାମ କରାଯାଉଛି, ଯାହା ବିଷୟରେ ଯୀଶୁ ପୂର୍ବରୁ କହିଥିଲେ । ଏହି ଶିକ୍ଷା ଯୋଗୁଁ ଅନେକ ଲୋକ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ନିଜ ଜୀବନରେ ଲାଗୁ କରିବା ଶିଖୁଛନ୍ତି । (ଯିଶାଇୟ ୨:୨-୪) ଲକ୍ଷ ଲକ୍ଷ ଲୋକ ନିଜ ପରିବାରକୁ ସୁଖମୟ କରିପାରିଛନ୍ତି ଓ ଚାକିରି ଆଉ ପଇସା ମାମଲାରେ ସଠିକ୍‌ ଦୃଷ୍ଟିକୋଣ ରଖିପାରିଛନ୍ତି । ଏହି ଲୋକମାନେ ଆଜି ଭଲ ଜୀବନ ବଞ୍ଚି ପାରୁଛନ୍ତି ଓ ଭବିଷ୍ୟତରେ ଈଶ୍ୱରଙ୍କ ରାଜ୍ୟରେ ବଞ୍ଚିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ଈଶ୍ୱରଙ୍କ ରାଜ୍ୟ ଖୁବ୍‌ ଶୀଘ୍ର କʼଣ କʼଣ କରିବ ?

ଏହା ସତ ଯେ ଯୀଶୁ ସ୍ୱର୍ଗରେ ଶାସନ କରିବା ଆରମ୍ଭ କରିଦେଇଛନ୍ତି, କିନ୍ତୁ ପୃଥିବୀରେ ଏବେ ବି ମଣିଷମାନେ ଶାସନ କରୁଛନ୍ତି । କିନ୍ତୁ ଈଶ୍ୱର ଯୀଶୁଙ୍କୁ ଆଜ୍ଞା ଦେଇଛନ୍ତି, “ତୁମ୍ଭେ ଆପଣା ଶତ୍ରୁଗଣ ମଧ୍ୟରେ କର୍ତ୍ତୃତ୍ୱ କର ।” (ଗୀତସଂହିତା ୧୧୦:୨) ଯୀଶୁ ଖୁବ୍‌ ଶୀଘ୍ର ଈଶ୍ୱରଙ୍କ ରାଜ୍ୟର ଶତ୍ରୁମାନଙ୍କୁ ବିନାଶ କରିଦେବେ । କିନ୍ତୁ ଯେଉଁ ଲୋକମାନେ ଈଶ୍ୱରଙ୍କ କଥା ଖୁସି ଖୁସି ପାଳନ କରନ୍ତି, ସେ ସେମାନଙ୍କ ସବୁ କଷ୍ଟକୁ ଦୂର କରିଦେବେ ।

ଈଶ୍ୱରଙ୍କ ରାଜ୍ୟ କେଉଁ କେଉଁ ପଦକ୍ଷେପ ନେବ ?

  • ମିଥ୍ୟା ଧର୍ମଗୁଡ଼ିକର ବିନାଶ କରିବ । ବାଇବଲ ମିଥ୍ୟା ଧର୍ମଗୁଡ଼ିକୁ ଗୋଟିଏ ବେଶ୍ୟା କହେ, ଯାହାର ଖୁବ୍‌ ଶୀଘ୍ର ବିନାଶ ହୋଇଯିବ । ଯେଉଁ ଧର୍ମଗୁଡ଼ିକ ଈଶ୍ୱରଙ୍କ ବିଷୟରେ ମିଥ୍ୟା କଥା ଶିଖାଇଛି ଓ ଲୋକମାନଙ୍କ ଜୀବନ କଷ୍ଟକର କରିଦେଇଛି, ସେହି ଧର୍ମଗୁଡ଼ିକୁ ପୂରାପୂରି ବିନାଶ କରିଦିଆଯିବ । ସେଗୁଡ଼ିକର ବିନାଶ ଯୋଗୁଁ ଅନେକ ଲୋକଙ୍କୁ ଧକ୍କା ଲାଗିବ ।—ପ୍ରକାଶିତ ବାକ୍ୟ ୧୭:୧୫, ୧୬.

  • ମଣିଷମାନଙ୍କ ଶାସନଗୁଡ଼ିକୁ ହଟାଇଦେବେ । ଈଶ୍ୱରଙ୍କ ରାଜ୍ୟ ମଣିଷମାନଙ୍କ ସବୁ ଶାସନଗୁଡ଼ିକୁ ବିନାଶ କରିଦେବ ।—ପ୍ରକାଶିତ ବାକ୍ୟ ୧୯:୧୫, ୧୭, ୧୮.

  • ଦୁଷ୍ଟ ଲୋକମାନଙ୍କୁ ବିନାଶ କରିଦେବ । ସେହି ଲୋକମାନଙ୍କର କʼଣ ହେବ ଯେଉଁମାନେ ଖରାପ କାମରେ ଲାଗି ରହନ୍ତି ଓ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତିନି ? ବାଇବଲ କହେ, “ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହେବେ ।”—ହିତୋପଦେଶ ୨:୨୨.

  • ଶୟତାନ ଓ ତାʼର ଦୁଷ୍ଟ ଦୂତମାନଙ୍କୁ ବିନାଶ କରିଦେବ । ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନେ ‘ଜାତିସମୂହକୁ ଆଉ ଭ୍ରାନ୍ତ କରି ପାରିବେ ନାହିଁ ।’—ପ୍ରକାଶିତ ବାକ୍ୟ ୨୦:୩, ୧୦.

ଏହିସବୁ ପରିବର୍ତ୍ତନଗୁଡ଼ିକରୁ ସେହି ଲୋକମାନଙ୍କୁ କʼଣ ଲାଭ ହେବ, ଯେଉଁମାନେ ଈଶ୍ୱରଙ୍କ ରାଜ୍ୟକୁ ସ୍ୱୀକାର କରନ୍ତି ?

ଈଶ୍ୱରଙ୍କ ରାଜ୍ୟ ମଣିଷମାନଙ୍କ ପାଇଁ କʼଣ କʼଣ କରିବ ?

ସ୍ୱର୍ଗରୁ ରାଜା ଯୀଶୁ, ସେସବୁ କରିବେ ଯାହା ଆଜି ଯାଏ କୌଣସି ବି ମଣିଷ ଶାସକ କରିପାରିନି । ତାଙ୍କୁ ସହଯୋଗ କରିବା ପାଇଁ ପୃଥିବୀରୁ ୧,୪୪,୦୦୦ ଜଣ ଲୋକଙ୍କୁ ବଛାଯାଇଛି । (ପ୍ରକାଶିତ ବାକ୍ୟ ୫:୯, ୧୦; ୧୪:୧, ୩) ଯୀଶୁ ଯେକୌଣସି ପରିସ୍ଥିତିରେ ପୃଥିବୀରେ ଈଶ୍ୱରଙ୍କ ଇଚ୍ଛାକୁ ପୂରା କରିବେ । ଆସନ୍ତୁ ଦେଖିବା ଯେ ଈଶ୍ୱରଙ୍କ ରାଜ୍ୟ ପୃଥିବୀରେ ଲୋକମାନଙ୍କ ପାଇଁ କʼଣ କʼଣ କରିବ ।

  • ରୋଗ ଓ ମୃତ୍ୟୁକୁ ବିନାଶ କରିଦେବ । “ମୁଁ ପୀଡ଼ିତ ଅଛି ବୋଲି ନିବାସୀ-ଲୋକ କହିବ ନାହିଁ” ଓ “ମୃତ୍ୟୁ ଆଉ ଘଟିବ ନାହିଁ ।”—ଯିଶାଇୟ ୩୩:୨୪; ପ୍ରକାଶିତ ବାକ୍ୟ ୨୧:୪.

  • ପ୍ରକୃତ ଶାନ୍ତି ଓ ସୁରକ୍ଷା ଆଣିବ । ‘ତୁମ୍ଭର ସନ୍ତାନଗଣଙ୍କୁ ମହାଶାନ୍ତି ମିଳିବ’ ଓ ସେମଧ୍ୟରୁ “ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଲତା ଓ ଡିମିରି ବୃକ୍ଷ ତଳେ ବସିବେ ଓ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ ।”—ଯିଶାଇୟ ୫୪:୧୩; ମୀଖା ୪:୪.

  • ଲୋକମାନଙ୍କୁ ବଢ଼ିଆ କାମ ଦେବ । “ଆପଣାମାନଙ୍କ ହସ୍ତକୃତ କର୍ମର ଫଳ ଭୋଗ କରିବେ । ସେମାନେ ବୃଥା ପରିଶ୍ରମ କରିବେ ନାହିଁ ।”—ଯିଶାଇୟ ୬୫:୨୨, ୨୩.

  • ପରିବେଶର ସମସ୍ୟାଗୁଡ଼ିକୁ ଠିକ୍‌ କରିବ । “ପ୍ରାନ୍ତର ଓ ଶୂନ୍ୟସ୍ଥାନ ଆନନ୍ଦିତ ହେବ; ଆଉ, ମରୁଭୂମି ଉଲ୍ଲସିତ ହୋଇ ଗୋଲାପ ତୁଲ୍ୟ ପ୍ରଫୁଲ୍ଲ ହେବ ।”—ଯିଶାଇୟ ୩୫:୧.

  • ଲୋକମାନଙ୍କୁ ଶିଖାଇବ ଯେ ଅନନ୍ତ ଜୀବନ ପାଇବା ପାଇଁ ସେମାନଙ୍କୁ କʼଣ କରିବାକୁ ପଡ଼ିବ । “ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ।”—ଯୋହନ ୧୭:୩.

ଈଶ୍ୱର ସତରେ ଚାହାନ୍ତି ଯେ ଆପଣଙ୍କୁ ଏସବୁ ଆଶିଷ ମିଳୁ । (ଯିଶାଇୟ ୪୮:୧୮) ପରବର୍ତ୍ତୀ ଲେଖାରେ ଜଣାଇଦିଆଯିବ ଯେ ଆପଣଙ୍କୁ ଏବେ କʼଣ କରିବାକୁ ପଡ଼ିବ, ଯାହାଦ୍ୱାରା ଆପଣଙ୍କୁ ଏହି ସୁନ୍ଦର ଭବିଷ୍ୟତ ମିଳୁ ।

ହଜାର ହଜାର ବର୍ଷରୁ ମଣିଷମାନଙ୍କ ଶାସନରେ ଯେଉଁ କ୍ଷୟକ୍ଷତି ହୋଇଛି, ତାହାକୁ ଈଶ୍ୱରଙ୍କ ରାଜ୍ୟ ଦୂର କରିବ । ଏହି ରାଜ୍ୟରେ ଏସବୁ ସମ୍ଭବ ହେବ

  • ଜଣେ ସ୍ୱାମୀ ସ୍ତ୍ରୀ ମୋନିଙ୍ଗ ୱକ୍‌ ପାଇଁ ଯାଇଛନ୍ତି ।

    ଭଲ ସ୍ୱାସ୍ଥ୍ୟ

  • ଗୋଟିଏ ପରିବାର ପାର୍କରେ ଯାଇ ପିକନିକ୍‌ କରୁଛନ୍ତି । ତାଙ୍କ ବାପା ଗିଟାର୍‌ ବଜାଉଛନ୍ତି ।

    ଶାନ୍ତି ଓ ସୁରକ୍ଷା

  • ଜଣେ ସ୍ୱାମୀ ସ୍ତ୍ରୀ ତାଙ୍କ ବଗିଚାରେ କାମ କରୁଛନ୍ତି ।

    ବଢ଼ିଆ କାମ

  • ଗୋଟେ ଝରଣା ବହୁଛି ଓ ତାʼ ଚାରିଆଡ଼େ ପାହାଡ଼ ଓ ଜଙ୍ଗଲ ଅଛି ।

    ସଫା ପରିବେଶ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ