ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ନଭେମ୍ବର ପୃଷ୍ଠା ୩
  • ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ପୁନଃସାକ୍ଷାତ କରିବାରେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ପୁନଃସାକ୍ଷାତ କରିବାରେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ନଭେମ୍ବର ପୃଷ୍ଠା ୩

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ପୁନଃସାକ୍ଷାତ କରିବାରେ

ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ରାଜ୍ୟର ସୁସମାଚାର ପ୍ରତି ଆଗ୍ରହ ଦେଖାଉଥିବା ଅନେକ ଲୋକ ଈଶ୍ୱରଙ୍କ ବିଷୟରେ ସତ୍ୟତାର ଅନ୍ୱେଷଣ କରୁଛନ୍ତି। (ଯିଶା ୫୫:୬) ଆମେ ସେମାନଙ୍କୁ ଧୀରେ ଧୀରେ ଶିଖାଇବା ପାଇଁ ସେମାନଙ୍କ ପାଖକୁ ବାରମ୍ବାର ପୁନଃସାକ୍ଷାତ କରିବା ପାଇଁ ଯିବା ଉଚିତ୍‌। ଲୋକେ ଭିନ୍ନ ଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାʼନ୍ତି। ତେଣୁ ସେମାନଙ୍କର ଆଗ୍ରହ ବଢ଼ାଇବା ପାଇଁ ଆମେ ଯେଉଁ ଉପାୟସବୁ ଆପଣାଇଥାଉ, ସେଗୁଡ଼ିକ ମଧ୍ୟ ଭିନ୍ନ ଭିନ୍ନ ହେବା ଉଚିତ୍‌। ଯଦି ଆମେ ବାଇବଲ ଅଧ୍ୟୟନ ଆରମ୍ଭ କରିବାର ଲକ୍ଷ୍ୟ ରଖି ଭଲ ଭାବେ ପ୍ରସ୍ତୁତି କରିବା ଏବଂ ପ୍ରତ୍ୟେକ ସାକ୍ଷାତର ଏକ ଉଦ୍ଦେଶ୍ୟ ରଖିବା, ତେବେଯାଇ ଆମ ପୁନଃସାକ୍ଷାତ ଫଳପ୍ରଦ ହୋଇପାରିବ।

ଜଣେ ଭଉଣୀ ପୁନଃସାକ୍ଷାତ କରିବା ପାଇଁ ସ୍ତୁତି କରୁଛନ୍ତି

ଏହା କିପରି କରିବା:

ଦୁଇ ଜଣ ଭଉଣୀ ପୁନଃସାକ୍ଷାତ କରୁଛନ୍ତି ଏବ ଏକ ଭିଡିଓ ଦେଖାଉଛନ୍ତି
  • ଯଥାଶୀଘ୍ର ପୁନଃସାକ୍ଷାତ କରିବାକୁ ଚେଷ୍ଟା କରନ୍ତୁ, ହୁଏତ କିଛି ଦିନ ମଧ୍ୟରେ।—ମାଥି ୧୩:୧୯

  • ଘରମାଲିକଙ୍କ ସହ ବନ୍ଧୁତାପୂର୍ଣ୍ଣ ଭାବେ ଏବଂ ସମ୍ମାନର ସହିତ କଥା ହୁଅନ୍ତୁ।

  • ଆନ୍ତରିକତାର ସହ ନମସ୍କାର ଜଣାଇ ଆରମ୍ଭ କରନ୍ତୁ। କଥା ହେବା ସମୟରେ ବ୍ୟକ୍ତିଙ୍କର ନାମ ବ୍ୟବହାର କରନ୍ତୁ। ତାଙ୍କୁ ମନେ ପକାନ୍ତୁ ଯେ ଆପଣ କାହିଁକି ପୁଣିଥରେ ଭେଟିବାକୁ ଆସିଛନ୍ତି— ହୁଏତ ଆପଣ କୌଣସି ପ୍ରଶ୍ନର ଉତ୍ତର ଦେବେ, ନିକଟ ଅତୀତରେ ପ୍ରକାଶିତ ପତ୍ରିକା ଦେବେ, ଆମ ୱେବ୍‌ସାଇଟ୍‌ ଖୋଲି ଦେଖାଇବେ, କୌଣସି ଭିଡିଓ ଦେଖାଇବେ, କିମ୍ବା ବାଇବଲ ଅଧ୍ୟୟନ କିପରି କରାଯାଏ, ତାହା ଦେଖାଇବେ। ଯଦି ସେ ଅନ୍ୟ କୌଣସି ବିଷୟ ଉପରେ କଥା ହେବା ପାଇଁ ଆଗ୍ରହ ଦେଖାନ୍ତି, ତେବେ ତାʼ ଅନୁଯାୟୀ ଆପଣଙ୍କ ଆଲୋଚନାରେ ପରିବର୍ତ୍ତନ ଆଣନ୍ତୁ।—ଫିଲିପ୍‌ ୨:୪

  • ଶାସ୍ତ୍ରପଦ ଉପରେ ଆଧାରିତ କୌଣସି ସତ୍ୟ ଶିଖାଇ ଏବଂ ହୁଏତ କିଛି ପ୍ରକାଶନ ଦେଇ ତାଙ୍କ ହୃଦୟରେ ଯେଉଁ ସତ୍ୟର ବୀଜ ବୁଣାଯାଇଛି, ସେଥିରେ ପାଣି ଦିଅନ୍ତୁ। (୧କରି ୩:୬) ତାଙ୍କ ସହିତ ଏକ ଭଲ ସମ୍ପର୍କ ଗଢ଼ିବା ପାଇଁ ଚେଷ୍ଟା କରନ୍ତୁ।

  • ପରବର୍ତ୍ତୀ ସାକ୍ଷାତ ପାଇଁ ମୂଳଦୁଆ ତିଆରି କରନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ