ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଏପ୍ରିଲ୍‌ ପୃଷ୍ଠା ୮
  • ପ୍ରଚାର କରିବା ଏବଂ ଶିଖାଇବା—ଶିଷ୍ୟ କରିବା ପାଇଁ ଜରୁରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଚାର କରିବା ଏବଂ ଶିଖାଇବା—ଶିଷ୍ୟ କରିବା ପାଇଁ ଜରୁରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଶିଷ୍ୟ ହେବା ପାଇଁ ଭଲ ମନ ରଖୁଥିବା ବ୍ୟକ୍ତିମାନଙ୍କୁ ସାହାଯ୍ୟ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଏପ୍ରିଲ୍‌ ପୃଷ୍ଠା ୮

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରଚାର କରିବା ଏବଂ ଶିଖାଇବା—ଶିଷ୍ୟ କରିବା ପାଇଁ ଜରୁରୀ

ଯୀଶୁ ନିଜ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ ଯେ ସେମାନେ ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସେମାନଙ୍କୁ ତାହାଙ୍କ ଶିଷ୍ୟ କରନ୍ତୁ। (ମାଥି ୨୮:୧୯) ଏହି କାମରେ ପ୍ରଚାର କରିବା ଏବଂ ଲୋକଙ୍କୁ ଶିଖାଇବା ମଧ୍ୟ ସାମିଲ୍‌ ଅଛି। ସମୟ ସମୟରେ ଆମେ ନିଜକୁ ପ୍ରଶ୍ନ କରିବା ଉଚିତ୍‌: ‘ଶିଷ୍ୟ କରିବାର ଏହି ଜରୁରୀ କାମଗୁଡ଼ିକରେ ମୁଁ କିପରି ଉନ୍ନତି ଆଣିପାରିବି?’

ପ୍ରଚାର କରନ୍ତୁ

ଆମେ ଏହି ଅପେକ୍ଷାରେ ରହିବା ଉଚିତ୍‌ ନୁହେଁ ଯେ ଲୋକେ ସତ୍ୟ ଜାଣିବା ପାଇଁ ଆମ ପାଖକୁ ଆସନ୍ତୁ, ବରଂ ଆମେ ନିଜେ ଯାଇ “ଯୋଗ୍ୟ” ଲୋକମାନଙ୍କୁ ଖୋଜିବା ଉଚିତ୍‌। (ମାଥି ୧୦:୧୧) ପ୍ରଚାର କରିବା ସମୟରେ ଯେକେହି ମଧ୍ୟ ଆମକୁ ମିଳନ୍ତି, ତାଙ୍କ ସହିତ କଥା ହେବା ପାଇଁ କʼଣ ଆମେ ସୁଯୋଗ ଖୋଜିଥାଉ? (ପ୍ରେରି ୧୭:୧୭) ପାଉଲ ପ୍ରଚାର କରିବା ସମୟରେ କୌଣସି ସୁଯୋଗକୁ ହାତଛଡ଼ା କରୁ ନ ଥିଲେ। ତାଙ୍କ ଏଭଳି କଠିନ ପରିଶ୍ରମ ଯୋଗୁଁ ଲୂଦିଆ ନାମକ ଜଣେ ମହିଳା ଯୀଶୁଙ୍କର ଶିଷ୍ୟା ହୋଇପାରିଲେ।—ପ୍ରେରି ୧୬:୧୩-୧୫.

[ଷ୍ଠାରେ କ୍ୟାପସନ୍‌ ୮]

“ତୁମ୍ଭେ ପ୍ରଭାତରେ ବୀଜ ବୁଣ ଓ ସନ୍ଧ୍ୟା ବେଳେ ଆପଣା ହସ୍ତ ବନ୍ଦ କର ନାହିଁ” (ଉପ ୧୧:୬)

ପ୍ରଚାର କରିବାରୁ ‘କ୍ଷାନ୍ତ ହୁଅନ୍ତୁ ନାହିଁ’—ସୁଯୋଗ ଖୋଜି ଏବଂ ଘର ଘର ଯାଇ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ତଳେ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଶାମୁୟେଲ କିପରି ନିଜ କାମ କରିବା ଜାଗାରେ ସୁଯୋଗ ଖୋଜି ସତ୍ୟର ବୀଜ ବୁଣୁଥିଲେ?

  • ଆମେ ପ୍ରଚାର କରିବାର ପ୍ରତ୍ୟେକ ଉପାୟ ଆପଣାଇ ଏହି କାମରେ ଲାଗି ରହିବା କାହିଁକି ଜରୁରୀ?

  • ଆପଣ ନିଜ କାମ କରିବା ଜାଗାରେ କିମ୍ବା ଅନ୍ୟ ସମୟରେ କେଉଁମାନଙ୍କୁ ସୁସମାଚାର ଶୁଣାଇପାରିବେ?

ଶିଖାନ୍ତୁ

ଶିଷ୍ୟ କରିବା ପାଇଁ ଆମେ ଲୋକଙ୍କୁ କେବଳ ପ୍ରକାଶନ ଦେବା ଯଥେଷ୍ଟ ନୁହେଁ। ସତ୍ୟ ପ୍ରତି ସେମାନଙ୍କ ଆଗ୍ରହ ବଢ଼ାଇବା ପାଇଁ ଆମେ ସେମାନଙ୍କୁ ପୁନଃସାକ୍ଷାତ କରିବା ଉଚିତ୍‌ ଏବଂ ବାଇବଲ ଅଧ୍ୟୟନ ଆରମ୍ଭ କରିବା ଉଚିତ୍‌। (୧କରି ୩:୬-୯) କିନ୍ତୁ ଆମେ ଜଣେ ବ୍ୟକ୍ତିଙ୍କୁ ଶିଖାଇବାରେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଯଦି ସେ ଉନ୍ନତି କରନ୍ତି ନାହିଁ, ତେବେ ଆମେ କʼଣ କରିବା ଉଚିତ୍‌? (ମାଥି ୧୩:୧୯-୨୨) ଆମକୁ ଏପରି ଲୋକମାନଙ୍କୁ ଖୋଜିବାକୁ ହେବ, ଯେଉଁମାନଙ୍କ ହୃଦୟ “ଉତ୍ତମ ଭୂମି” ଭଳି ହୋଇଥାଏ।—ମାଥି ୧୩:୨୩; ପ୍ରେରି ୧୩:୪୮.

[ଷ୍ଠାରେ କ୍ୟାପସନ୍‌ ୮]

“ମୁଁ ରୋପଣ କରିଅଛି, ଆପଲ୍ଲ ଜଳ ସେଚନ କରିଅଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରିଅଛନ୍ତି” (୧କରି ୩:୬)

ପ୍ରଚାର କରିବାରୁ ‘କ୍ଷାନ୍ତ ହୁଅନ୍ତୁ ନାହିଁ’—ସର୍ବସାଧାରଣରେ ଏବଂ ଶିଷ୍ୟ କରିବାରେ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ତଳେ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଯେଉଁ ସତ୍ୟର ବୀଜ ଏଜିକିଅଲ୍‌ ଓ ଆବିଗେଲ୍‌ଙ୍କ ହୃଦୟରେ ବୁଣାଯାଇଥିଲା, ସେଥିରେ ଶଲୋମନ ଓ ମେରୀ ପାଣି କିପରି ଦେଲେ?

  • ଆମେ ସର୍ବସାଧାରଣରେ ସାକ୍ଷ୍ୟ ଦେଉ କିମ୍ବା ଅନ୍ୟ କୌଣସି ଉପାୟରେ ପ୍ରଚାର କରୁ, ଆମର ଲକ୍ଷ୍ୟ କʼଣ ହେବା ଉଚିତ୍‌?

  • ଆମେ ସତ୍ୟ ଶିଖାଇବାରେ ନିଜ ସମ୍ପୂର୍ଣ୍ଣ ଧ୍ୟାନ କିପରି ଦେଇପାରିବା?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ