ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୧-୩
ଖ୍ରୀଷ୍ଟୀୟ ମଣ୍ଡଳୀ ଉପରେ ପବିତ୍ର ଶକ୍ତି ଢଳାଗଲା
୨:୧-୮, ୧୪, ୩୭, ୩୮, ୪୧-୪୭
୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ ଦିନ ଯିହୁଦୀମାନେ ଅନେକ ଦେଶଗୁଡ଼ିକରୁ ଯିରୂଶାଲମକୁ ଆସିଥିଲେ । (ପ୍ରେରି ୨:୯-୧୧) ସେମାନେ ମୋଶାଙ୍କ ନିୟମ ପାଳନ କରୁଥିଲେ, କିନ୍ତୁ ସେମାନେ ହୁଏତ ସାରା ଜୀବନ ବିଦେଶରେ ବିତାଇଥିଲେ । (ଯିରି ୪୪:୧) ତେଣୁ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ବେଶଭୂଷା ଓ ଭାଷା ଯିହୁଦୀମାନଙ୍କର ଭଳି ହୋଇ ନ ଥିବ, ବରଂ ସେମାନଙ୍କ ନିଜ ନିଜ ଦେଶର ଲୋକଙ୍କ ଭଳି ହୋଇଥିବ । ଯେତେବେଳେ ସେମାନଙ୍କ ମଧ୍ୟରୁ ୩,୦୦୦ ଲୋକ ବାଯ୍ତିସ୍ମ ନେଲେ, ଖୁବ୍ ଶୀଘ୍ର ଖ୍ରୀଷ୍ଟିୟାନ ମଣ୍ଡଳୀ ଭିନ୍ନ ଭିନ୍ନ ଦେଶର ଲୋକମାନଙ୍କ ଦ୍ୱାରା ବୃଦ୍ଧି ପାଇଲା । ସେମାନେ ସମସ୍ତେ ଅଲଗା ଅଲଗା ସଂସ୍କୃତିର ଲୋକ ଥିଲେ, ତଥାପି “ସେମାନେ ଏକଚିତ୍ତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ।”—ପ୍ରେରି ୨:୪୬.
ତଳେ ଦିଆଯାଇଥିବା ଲୋକମାନଙ୍କ ପ୍ରତି ଆପଣ କିପରି ଆଗ୍ରହ ଦେଖାଇପାରିବେ?
ଆପଣଙ୍କ ଅଞ୍ଚଳରେ ରହୁଥିବା ପରଦେଶୀ
ଆପଣଙ୍କ ମଣ୍ଡଳୀକୁ ଅନ୍ୟ ରାଜ୍ୟ କିମ୍ବା ଦେଶରୁ ଆସିଥିବା ଭାଇଭଉଣୀ