ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜାନୁୟାରୀ ପୃଷ୍ଠା ୭
  • ‘ପାଉଲ ଈଶ୍ୱରଙ୍କ ଧନ୍ୟବାଦ କରି ସାହସ ପାଇଲେ’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ପାଉଲ ଈଶ୍ୱରଙ୍କ ଧନ୍ୟବାଦ କରି ସାହସ ପାଇଲେ’
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ସେମାନେ ଆମ ପାଇଁ କଠିନ ପରିଶ୍ରମ କରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ସର୍କିଟ ଅଧ୍ୟକ୍ଷମାନେ କିପରି ଆମକୁ ସାହାଯ୍ୟ କରନ୍ତି ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜାନୁୟାରୀ ପୃଷ୍ଠା ୭
ଭାଇମାନେ ଯାତା କରି ପାଉଲଙ୍କୁ ଭେଟିବାକୁ ଆସିବାରୁ ପାଉଲ ଈରଙ୍କୁ ଧନ୍ୟବାଦ ଦେଉଛନ୍ତି

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

‘ପାଉଲ ଈଶ୍ୱରଙ୍କ ଧନ୍ୟବାଦ କରି ସାହସ ପାଇଲେ’

ଯେତେବେଳେ ରୋମ୍‌ର ଭାଇଭଉଣୀମାନେ ଶୁଣିବାକୁ ପାଇଲେ ଯେ ପାଉଲ ଆସୁଛନ୍ତି, କିଛି ଭାଇ ପ୍ରାୟ ୬୪ କି.ମି. ଯାତ୍ରା କରି ତାଙ୍କୁ ଭେଟିବାକୁ ଗଲେ । ସେମାନଙ୍କ ଏହି ପ୍ରେମ ଓ ତ୍ୟାଗ ଦେଖି ପାଉଲଙ୍କୁ କିପରି ଲାଗିଲା? ସେ “ସେମାନଙ୍କୁ ଦେଖି ଈଶ୍ୱରଙ୍କ ଧନ୍ୟବାଦ କରି ସାହସ ପାଇଲେ ।” (ପ୍ରେରି ୨୮:୧୫) ପାଉଲ ସାଧାରଣତଃ ମଣ୍ଡଳୀଗୁଡ଼ିକୁ ପରିଦର୍ଶନ କରୁଥିଲେ ଏବଂ ଭାଇମାନଙ୍କୁ ମଜବୁତ୍‌ କରୁଥିଲେ । କିନ୍ତୁ ଏଥର ଭାଇମାନଙ୍କଠାରୁ ତାଙ୍କୁ ସାହସ ମିଳିଲା । କାରଣ ବର୍ତ୍ତମାନ ସେ ଜଣେ କଏଦୀ ଥିଲେ ।—୨କରି ୧୩:୧୦.

ଆଜି ସର୍କିଟ ଅଧ୍ୟକ୍ଷ୍ୟମାନେ ମଣ୍ଡଳୀର ପରିଦର୍ଶନ କରନ୍ତି ଏବଂ ଭାଇଭଉଣୀମାନଙ୍କର ବିଶ୍ୱାସ ମଜବୁତ୍‌ କରିଥାʼନ୍ତି । ଈଶ୍ୱରଙ୍କ ଅନ୍ୟ ସେବକମାନଙ୍କ ଭଳି ସେମାନେ ମଧ୍ୟ ଅନେକ ଥର ଥକିଯାʼନ୍ତି, ଚିନ୍ତାର ସାମନା କରନ୍ତି ଏବଂ ନିରାଶ ହୋଇଯାʼନ୍ତି । ତେଣୁ ଆଗାମୀ ଥରକୁ ଯେତେବେଳେ ସର୍କିଟ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ ଆପଣଙ୍କ ମଣ୍ଡଳୀକୁ ଆସିବେ, ସେତେବେଳେ ଆପଣ କିପରି ସେମାନଙ୍କ ଉତ୍ସାହ ବଢ଼ାଇପାରିବେ ସେବିଷୟରେ ଭାବନ୍ତୁ । ଏପରି କରିବା ଦ୍ୱାରା ଆପଣ ‘ଅନ୍ୟମାନଙ୍କ ମଧ୍ୟରେ ସେମାନଙ୍କ ସହିତ ଉତ୍ସାହ ପ୍ରାଯ୍ତ’ ହେବେ ।—ରୋମୀ ୧:୧୧, ୧୨.

  • ଜଣେ ସର୍କିଟ ଅଧକ୍ଷ ଚାର ସେବାର ସଭାକୁ ପରିଚାଳନା କରୁଛନ୍ତି

    ପ୍ରଚାର ସେବାର ସଭାକୁ ଯାʼନ୍ତୁ । ଏହି ବିଶେଷ ସଯ୍ତାହରୁ ଲାଭ ପାଇବା ପାଇଁ ଯେତେବେଳେ ପ୍ରଚାରକମାନେ ତ୍ୟାଗ କରନ୍ତି, ସର୍କିଟ ଅଧ୍ୟକ୍ଷଙ୍କୁ ବହୁତ ଉତ୍ସାହ ମିଳେ । (୧ଥେସ ୧:୨, ୩; ୨:୨୦) ଭାଇ ପରିଦର୍ଶନ କରୁଥିବା ମାସରେ ସହଯୋଗୀ ଅଗ୍ରଦୂତ ସେବା କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ଭାଇ ଓ ତାଙ୍କ ପତ୍ନୀଙ୍କ ସହ ପ୍ରଚାର କରିପାରିବେ କିମ୍ବା ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଇବଲ ଅଧ୍ୟୟନରେ ନେଇଯାଇପାରିବେ । ସେମାନଙ୍କୁ ଭିନ୍ନ ଭିନ୍ନ ପ୍ରଚାରକମାନଙ୍କ ସହ ସେବା କରିବାକୁ ଭଲ ଲାଗେ । ଏପରିକି ଯେଉଁମାନେ ନୂଆ ଅଟନ୍ତି କିମ୍ବା ନିଜକୁ ଅଯୋଗ୍ୟ ମନେ କରନ୍ତି, ସେମାନଙ୍କ ସହିତ ମଧ୍ୟ ସେବା କରିବାରେ ସେମାନେ ଆନନ୍ଦ ପାʼନ୍ତି ।

  • ଏକ ପରିବାର ଜଣେ ସର୍କିଟ ଅଧକ୍ଷ ଓ ତାଙ୍କ ପନୀଙ୍କୁ ଅତି ସକାର କରୁଛନ୍ତି

    ଅତିଥି ସତ୍କାର କରନ୍ତୁ । କʼଣ ଆପଣ ସର୍କିଟ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀଙ୍କୁ ନିଜ ଘରେ ରଖିପାରିବେ କିମ୍ବା ଖାଇବାକୁ ନିମନ୍ତ୍ରଣ କରିପାରିବେ? ସେମାନେ ଏହା ଦେଖି ବହୁତ ଖୁସି ହେବେ ଯେ ଆପଣ ସେମାନଙ୍କୁ କେତେ ପ୍ରେମ କରନ୍ତି । ଆପଣ ସେମାନଙ୍କ ପାଇଁ ବହୁତଗୁଡ଼ିଏ ଆୟୋଜନ କରିବା ଜରୁରୀ ନୁହେଁ, କାରଣ ସେମାନେ ଏପରି ଚାହାନ୍ତି ନାହିଁ ।—ଲୂକ ୧୦:୩୮-୪୨.

  • ଜଣେ ସର୍କିଟ ଅଧକ୍ଷ ଚୀନମାନଙ୍କ ସହ ସଭାକୁ ପରିଚାଳନା କରୁଛନ୍ତି

    ଭାଇଙ୍କ ନିର୍ଦ୍ଦେଶ ଓ ପରାମର୍ଶକୁ ଶୁଣନ୍ତୁ ଏବଂ ପାଳନ କରନ୍ତୁ । ସର୍କିଟ ଅଧ୍ୟକ୍ଷ ଆମକୁ କୋମଳତାର ସହ ବୁଝାନ୍ତି ଯେ ଆମେ ଯିହୋବାଙ୍କ ସେବା ଆହୁରି ଭଲ ଭାବେ କିପରି କରିପାରିବା । ହୁଏତ ସେ ଆମକୁ କଡ଼ା ପରାମର୍ଶ ମଧ୍ୟ ଦିଅନ୍ତି । (୧କରି ୫:୧-୫) ଯଦି ଆମେ ମରାମର୍ଶ ମାନିବା ଏବଂ ଅଧୀନରେ ରହିବା, ତେବେ ତାଙ୍କୁ ବହୁତ ଖୁସି ମିଳିବ ।—ଏବ୍ରୀ ୧୩:୧୭.

  • ମଣ୍ଡଳୀର ଭାଇଭଉଣୀମାନେ ସର୍କିଟ ଅଧକ୍ଷ ଓ ତାଙ୍କ ପନୀଙ୍କୁ ତଜ୍ଞତା ଜଣାଉଛନ୍ତି

    ସେମାନଙ୍କୁ କୃତଜ୍ଞତା ଜଣାନ୍ତୁ । ସର୍କିଟ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀଙ୍କୁ କୁହନ୍ତୁ ଯେ ସେମାନଙ୍କ ପରିଶ୍ରମରୁ ଆପଣଙ୍କୁ କେତେ ଲାଭ ମିଳିଛି । ଆପଣ ଚାହିଁଲେ ଏକଥା କାର୍ଡ଼ରେ ଲେଖି ମଧ୍ୟ ସେମାନଙ୍କୁ ଦେଇପାରିବେ ।—କଲ ୩:୧୫.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ