ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କୁ ପ୍ରେମ କରୁଥିବା ଲୋକଙ୍କ ସହ ସମୟ ବିତାନ୍ତୁ
ଯିହୋବାଙ୍କୁ ପ୍ରେମ କରୁଥିବା ଲୋକଙ୍କ ସହ ଆମେ କାହିଁକି ସମୟ ବିତାଇବା ଉଚିତ୍ ? କାରଣ ଆମେ ଯେଉଁମାନଙ୍କ ସହ ସଙ୍ଗତି କରୁ, ସେମାନେ ଆମ ଉପରେ ହୁଏତ ଭଲ କିମ୍ବା ଖରାପ ପ୍ରଭାବ ପକାଇପାରନ୍ତି। (ହିତୋ ୧୩:୨୦) ଉଦାହରଣ ପାଇଁ, ଯେପର୍ଯ୍ୟନ୍ତ ରାଜା ଯୋୟାଶ୍ ମହାଯାଜକ ଯିହୋୟାଦାଙ୍କ ସହ ସମୟ ବିତାଇଲେ, ସେପର୍ଯ୍ୟନ୍ତ ସେ “ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।” (୨ବଂଶା ୨୪:୨) କିନ୍ତୁ, ଯିହୋୟାଦାଙ୍କ ମୃତ୍ୟୁ ପରେ ଯୋୟାଶ୍ ଯିହୋବାଙ୍କୁ ପରିତ୍ୟାଗ କଲେ, କାରଣ ସେ କୁସଙ୍ଗତିରେ ପଡ଼ିଯାଇଥିଲେ।—୨ବଂଶା ୨୪:୧୭-୧୯.
ପ୍ରଥମ ଶତାବ୍ଦୀରେ ପ୍ରେରିତ ପାଉଲ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଏକ ‘ବଡ଼ ଘର’ ଏବଂ ମଣ୍ଡଳୀର ଭାଇଭଉଣୀଙ୍କୁ “ପାତ୍ର” କିମ୍ବା ଘରୋଇ ଉପକରଣ ସହ ତୁଳନା କଲେ। ଅନେକ ସମୟରେ ଲୋକେ ଏପରି କାମ କରନ୍ତି, ଯାହା ଯିହୋବାଙ୍କୁ କଷ୍ଟ ଦେଇଥାଏ। ସେମାନେ ଆମ ପରିବାରର, ମଣ୍ଡଳୀର ସଦସ୍ୟ କିମ୍ବା ଯେକେହି ହୋଇଥାʼନ୍ତୁ ନା କାହିଁକି, ଯେତେବେଳେ ଆମେ ସେମାନଙ୍କଠାରୁ ଦୂରେଇ ରହିବା, ଆମେ “ସମାଦରର ପାତ୍ର” ହୋଇପାରିବା। (୨ତୀମ ୨:୨୦, ୨୧) ତେଣୁ, ଆସନ୍ତୁ ଆମେ ଏପରି ଲୋକମାନଙ୍କ ସହ ସଙ୍ଗତି କରିବା ଜାରି ରଖିବା, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ଏବଂ ତାହାଙ୍କ ସେବା କରିବା ପାଇଁ ଆମକୁ ଉତ୍ସାହିତ କରନ୍ତି।
କୁସଙ୍ଗତିଠାରୁ ଦୂରେଇ ରହିବା ଶିଖନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଆମେ କିପରି ଅଜାଣତରେ କୁସଙ୍ଗତି କରିବାର ଭୁଲ କରିପାରୁ ?
ଭିଡିଓରେ କୁସଙ୍ଗତିଠାରୁ ପୂରାପୂରି ଦୂରେଇ ରହିବା ପାଇଁ ତିନି ଭାଇଭଉଣୀଙ୍କୁ କʼଣ ସାହାଯ୍ୟ କଲା ?
ବୁଝିବିଚାରି ଭଲ ସଙ୍ଗତି କରିବା ପାଇଁ ଆମକୁ କେଉଁ ବାଇବଲ ସିଦ୍ଧାନ୍ତଗୁଡ଼ିକ ସାହାଯ୍ୟ କରିପାରିବ ?
କʼଣ ମୁଁ “ଏକ ସମାଦରର ପାତ୍ର” ?—୨ତୀମ ୨:୨୧