ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବା ପରିଷ୍କାର ଓ ଶୁଦ୍ଧ ଲୋକଙ୍କୁ ପ୍ରେମ କରନ୍ତି
“ନିଜ ହାତ ଧୁଅ। ନିଜ କୋଠରି ସଫା କର। ନିଜ ଜିନିଷ ଠିକ୍ ଜାଗାରେ ରଖ।” ଅନେକ ପିତାମାତା ନିଜ ପିଲାଙ୍କୁ ପରିଷ୍କାର ରହିବା ଶିଖାନ୍ତି। ପରିଷ୍କାର ରହିବା ବିଷୟରେ ସର୍ବପ୍ରଥମେ ଈଶ୍ୱର ପରାମର୍ଶ ଦେଇଥିଲେ, ଯିଏ ପବିତ୍ର ଅଟନ୍ତି। (ଯାତ୍ରା ୩୦:୧୮-୨୦; ଦ୍ୱିବି ୨୩:୧୪; ୨କରି ୭:୧) ଯେତେବେଳେ ଆମେ ନିଜ ଜିନିଷ ଓ ନିଜ ଶରୀର ପରିଷ୍କାର ରଖୁ, ଏଥିରୁ ଯିହୋବାଙ୍କ ମହିମା ହୋଇଥାଏ। (୧ପିତ ୧:୧୪-୧୬) କିନ୍ତୁ ଆମ ଘର ଓ ଆଖପାଖ ବିଷୟରେ କʼଣ ? ଲୋକେ ଅଳିଆ ଆବର୍ଜନାକୁ ରାସ୍ତା ଓ ପାର୍କଗୁଡ଼ିକରେ ଫିଙ୍ଗନ୍ତି, କିନ୍ତୁ ଖ୍ରୀଷ୍ଟିୟାନମାନେ ସେମାନଙ୍କ ଭଳି ନୁହନ୍ତି। ସେମାନେ ନିଜ ଘର ଅର୍ଥାତ୍ ଏହି ପୃଥିବୀକୁ ସଫାସୁତୁରା ରଖିବା ପାଇଁ ପୂରାପୂରି ଚେଷ୍ଟା କରିଥାʼନ୍ତି। (ଗୀତ ୧୧୫:୧୬; ପ୍ରକା ୧୧:୧୮) ଛୋଟ ଛୋଟ ବିଷୟରେ ମଧ୍ୟ ସେମାନେ ଦେଖାନ୍ତି ଯେ ଆମେ ପରିଷ୍କାର ରହିବା ବିଷୟରେ କିପରି ଦୃଷ୍ଟିକୋଣ ରଖୁ। ଯେପରି— ଯେତେବେଳେ ଆମେ ଚକଲେଟ୍, ବିସ୍କୁଟ କିମ୍ବା ଅନ୍ୟ କିଛି ଜିନିଷ ଖାଉ, ଆମେ କେଉଁଠି ଅଳିଆ ପକାଉ ? ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆମେ “ଈଶ୍ୱରଙ୍କ ସେବକ ରୂପେ . . . ନିଜର ଯୋଗ୍ୟତା ପ୍ରତିପାଦନ କରୁଛୁ।”—୨କରି ୬:୩, ୪, NIBV.
ଈଶ୍ୱର ପରିଷ୍କାର ଓ ଶୁଦ୍ଧ ଲୋକଙ୍କୁ ପ୍ରେମ କରନ୍ତି (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
କିଛି ଲୋକେ ନିଜ ଜିନିଷ ପରିଷ୍କାର ନ ରଖିବାର କʼଣ ବାହାନା କରନ୍ତି ?
ମୋଶାଙ୍କ ନିୟମରୁ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ କିପରି ଜଣାପଡ଼େ ?
ଆମେ କିଛି ନ କହି କିପରି ଯିହୋବାଙ୍କ ମହିମା କରିପାରିବା ?
ମୁଁ ନିଜ ଜୀବନରେ କିପରି ଦେଖାଇପାରିବି ଯେ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ମୋ ଦୃଷ୍ଟିକୋଣ ଯିହୋବାଙ୍କ ଭଳି ଅଟେ ?