ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ ଯୋହନ ୧-୧୩; ୩ ଯୋହନ ୧-୧୪–ଯିହୂଦା ୧-୨୫
ସତ୍ୟରେ ସ୍ଥିର ରହିବା ପାଇଁ ଆମକୁ ଯୁଦ୍ଧ କରିବାକୁ ହେବ
ଯିହୂଦା ୩
ଯୀଶୁ ପରାମର୍ଶ ଦେଲେ: “ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର ।” (ଲୂକ ୧୩:୨୪) ଯୀଶୁ କହିବାକୁ ଚାହୁଁଥିଲେ ଯେ ଆମକୁ ସଂଘର୍ଷ କରିବାକୁ ହେବ ଏବଂ ଈଶ୍ୱରଙ୍କ ମଞ୍ଜୁରି ପାଇବା ପାଇଁ ଆଗକୁ ବଢ଼ିବାକୁ ହେବ । ଯୀଶୁଙ୍କ ଭାଇ ଯିହୂଦା ଈଶ୍ୱରଙ୍କ ପ୍ରେରଣାରେ ଏହିପରି କିଛି ଲେଖିଲେ: ‘ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କର ।’ ଆଗକୁ ଦିଆଯାଇଥିବା କାମଗୁଡ଼ିକୁ କରିବା ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ହେବ । ଯେପରି—
ଅନୈତିକ କାମଗୁଡ଼ିକଠାରୁ ଦୂରେଇ ରହିବା ।—ଯିହୂ ୬, ୭
ନେତୃତ୍ୱ ନେଉଥିବା ଭାଇମାନଙ୍କର ଆଦର କରିବା ।—ଯିହୂ ୮, ୯
‘ଅତି ପବିତ୍ର ବିଶ୍ୱାସରେ’ ଅର୍ଥାତ୍ ଖ୍ରୀଷ୍ଟୀୟ ଶିକ୍ଷାଗୁଡ଼ିକରେ ମଜବୁତ୍ ହେବା ।—ଯିହୂ ୨୦, ୨୧