ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bm ଭାଗ ୨୫ ପୃଷ୍ଠା ୨୯
  • ବିଶ୍ୱାସ ଚାଲିଚଳନ ଏବଂ ପ୍ରେମ ଉପରେ ଉପଦେଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବିଶ୍ୱାସ ଚାଲିଚଳନ ଏବଂ ପ୍ରେମ ଉପରେ ଉପଦେଶ
  • ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ପ୍ରାୟ ସମାନ ଲେଖା
  • ପାଉଲ ମଣ୍ଡଳୀଗୁଡ଼ିକକୁ ଚିଠି ଲେଖିଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ପିତରଙ୍କ ଚିଠିଗୁଡ଼ିକରୁ ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ସତ୍ୟରେ ସ୍ଥିର ରହିବା ପାଇଁ ଆମକୁ ଯୁଦ୍ଧ କରିବାକୁ ହେବ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
bm ଭାଗ ୨୫ ପୃଷ୍ଠା ୨୯
ଜଣେ ବାଇବଲ ଲେଖକ ଚିଠି ଲେଖୁଛନ୍ତି

ଭାଗ ୨୫

ବିଶ୍ୱାସ, ଚାଲିଚଳନ ଓ ପ୍ରେମ ସମ୍ବନ୍ଧରେ ଉପଦେଶ

ସହ ବିଶ୍ୱାସୀମାନଙ୍କ ଉତ୍ସାହ ପାଇଁ ଯାକୁବ, ପିତର, ଯୋହନ ଓ ଯିହୂଦାଙ୍କ ପତ୍ର

ଯାକୁବ ଏବଂ ଯିହୂଦା ଯୀଶୁଙ୍କ ସାବତ ଭାଇ ଥିଲେ । ପିତର ଓ ଯୋହନ ଦୁହେଁ ୧୨ଜଣ ପ୍ରେରିତମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ଏହି ଚାରିଜଣ ମୋଟ ସାତଟି ପତ୍ର ଲେଖିଛନ୍ତି ଯାହାକୁ ଆମେ ଖ୍ରୀଷ୍ଟିୟ ଗ୍ରୀକ୍‌ ଶାସ୍ତ୍ରରେ ପାଇଥାଉ । ପ୍ରତ୍ୟେକ ପତ୍ର ଲେଖକଙ୍କ ନାମରେ ନାମିକରଣ କରାଯାଇଛି । ଏହି ପ୍ରତିଟି ପତ୍ରଗୁଡ଼ିକରେ ଯେଉଁ ଅନୁପ୍ରାଣିତ ଉପଦେଶମାନ ରହିଛି, ତାହା ପ୍ରତ୍ୟେକ ଖ୍ରୀଷ୍ଟିୟାନମାନଙ୍କୁ ଯିହୋବାଙ୍କ ସହ ବିଶ୍ୱସ୍ତତା ସ୍ଥାପନ କରିବା ସହିତ ଈଶ୍ୱରଙ୍କ ରାଜ୍ୟ ପ୍ରତି ଦୃଷ୍ଟି ଦେବାକୁ ସାହାଯ୍ୟ କରିବ ।

ବିଶ୍ୱାସର ପ୍ରକାଶ । କେବଳ ବିଶ୍ୱାସ ଅଛି କହିବା ଯଥେଷ୍ଟ ନୁହେଁ । କାର୍ଯ୍ୟ ଦ୍ୱାରା ପ୍ରକୃତ ବିଶ୍ୱାସ ପ୍ରକାଶ ପାଏ । ଯାକୁବ ଲେଖନ୍ତି, “କର୍ମ ବିନା ବିଶ୍ୱାସ ମଧ୍ୟ ମୃତ ।” (ଯାକୁବ ୨:୨୬) ପରୀକ୍ଷା ସମୟରେ ଯେତେବେଳେ ଆମେ ବିଶ୍ୱାସ ଦେଖାଉ ସେତେବେଳେ ଧୈର୍ଯ୍ୟ ଆପେ ଆସିଥାଏ । ଏଥିରେ ସଫଳ ହେବା ପାଇଁ ପ୍ରତ୍ୟେକ ଖ୍ରୀଷ୍ଟିୟାନ ଏହି ବିଶ୍ୱାସରେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରିବା ଦରକାର ଯେ ସେ ବୁଦ୍ଧି ଦିଅନ୍ତି । ଧୈର୍ଯ୍ୟ ଆମମାନଙ୍କୁ ଈଶ୍ୱରଙ୍କ ଅନୁମୋଦନ ପାଇବାକୁ ସାହାଯ୍ୟ କରେ । (ଯାକୁବ ୧:୨-୬, ୧୨) ଯଦି ଜଣେ ଉପାସକ ବିଶ୍ୱାସରେ ତାହାଙ୍କଠାରେ ନିଜ ବିଶ୍ୱସ୍ତତାକୁ ବଜାୟରଖନ୍ତି ତେବେ ଯିହୋବା ତାହାର ପ୍ରାର୍ଥନା ଶୁଣନ୍ତି । ଯାକୁବ କହନ୍ତି: “ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ ।”—ଯାକୁବ ୪:୮.

ଜଣେ ଖ୍ରୀଷ୍ଟିୟାନଙ୍କର ବିଶ୍ୱାସ ଏପରି ହେବା ଦରକାର ଯାହା ଫଳରେ ସେ ପ୍ରଲୋଭନ ଓ ଅନୈତିକ ପ୍ରଭାବକୁ ପ୍ରତିରୋଧ କରିପାରେ । ଯିହୂଦାଙ୍କ ସମୟରେ ନୈତିକ ପରିସ୍ଥିତି ଏତେ ଖରାପ ଥିଲା ଯେ ସେ ସହବିଶ୍ୱାସୀଙ୍କୁ କହିଲେ: “ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରିବା ।”—ଯିହୂଦା ୩.

ସୁଦ୍ଧ ଚାଲିଚଳନ ବଜାୟରଖିବା । ଯିହୋବା ପ୍ରତ୍ୟେକ ଉପାସକଙ୍କଠାରୁ ଏହା ଆଶା କରିଥାନ୍ତି ଯେ ସେମାନେ ପବିତ୍ର ହେବା ସହିତ ସବୁକ୍ଷେତ୍ରରେ ସୁଦ୍ଧତା ବଜାୟରଖନ୍ତୁ । ପିତର ତାʼଙ୍କ ପତ୍ରରେ ଲେଖନ୍ତି: “ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ; ଯେଣୁ ଲେଖା ଅଛି, ‘ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ [ଯିହୋବା] ପବିତ୍ର ।’ ” (୧ ପିତର ୧:୧୫, ୧୬) ଖ୍ରୀଷ୍ଟିୟାନଙ୍କ ଅନୁକରଣ ନିମନ୍ତେ ତାʼଙ୍କ ସମ୍ମୁଖରେ ଏକ ଉତ୍ତମ ଉଦାହରଣ ରହିଛି । ପିତର ଏପରି କହନ୍ତି: “ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର ସେଥିପାଇଁ ସେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଦୁଃଖଭୋଗ କରି ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଦେଇ ଯାଇଅଛନ୍ତି ।” (୧ ପିତର ୨:୨୧) ଯଦ୍ୟପି ଖ୍ରୀଷ୍ଟିୟାନମାନେ ଈଶ୍ୱରଙ୍କ ମାନଦଣ୍ଡ ବଜାୟ ରଖିବା ପାଇଁ ଅନେକ କଷ୍ଟ ସହିଥାନ୍ତି, ତଥାପି ସେମାନଙ୍କ ପାଖରେ ରହିଛି ‘ନିର୍ମଳ ବିବେକ ।’ (୧ ପିତର ୩:୧୬, ୧୭, NIV) ପିତର ଖ୍ରୀଷ୍ଟିୟାନମାନଙ୍କୁ ଉତ୍ସାହିତ କରନ୍ତି ଯେପରି ସେମାନଙ୍କର ପବିତ୍ର ଚାଲିଚଳନ ଓ କାର୍ଯ୍ୟ ସକଳ ଈଶ୍ୱରଙ୍କ ଭକ୍ତିକୁ ପ୍ରତିଫଳନ କରେ, ଏହା ସହିତ ସେମାନେ ଈଶ୍ୱରଙ୍କ ବିଚାର ଦିନ ଓ ଈଶ୍ୱରଙ୍କ ପ୍ରତିଜ୍ଞାତ ନୂତନ ପୃଥିବୀର ଅପେକ୍ଷାରେ ରହିବା ଉଚିତ୍‌ ଯେଉଁଠାରେ କେବଳ “ଧାର୍ମିକତାର ଆବାସସ୍ଥଳ ହେବ ।”—୨ ପିତର ୩:୧୧-୧୩.

“ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ ।”—ଯାକୁବ ୪:୮

ପ୍ରେମ ଦେଖାଇବା । ଯୋହନ ଲେଖନ୍ତି “ଈଶ୍ୱର ତ ପ୍ରେମ” । ଏଠାରେ ପ୍ରେରିତ କହନ୍ତି ଯେ, ଈଶ୍ୱର ନିଜ ଶ୍ରେଷ୍ଠ ପ୍ରେମ ଦେଖାଇବାକୁ ଯାଇ ଯୀଶୁଙ୍କୁ “ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତସ୍ୱରୂପ” ପଠେଇଲେ । ଖ୍ରୀଷ୍ଟିୟାନମାନେ କିଭଳି ପ୍ରତିକ୍ରିୟା ଦେଖାଇବା ଉଚିତ ? ଯୋହନ ବ୍ୟାଖ୍ୟା କରିକହନ୍ତି: “ହେ ପ୍ରିୟମାନେ, ଈଶ୍ୱର ଯଦି ଆମ୍ଭମାନଙ୍କୁ ଏପରି ପ୍ରେମ କଲେ, ତେବେ ଆମ୍ଭମାନଙ୍କର ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ୍‌ ।” (୧ ଯୋହନ ୪:୮-୧୧) ଏହାର ଏକ ଉପାୟ ହେଲା, ସହବିଶ୍ୱାସୀମାନଙ୍କୁ ଅତିଥୀ ସତ୍କାର କରିବା ।—୩ ଯୋହନ ୫-୮.

ତେବେ କିପରି ଯିହୋବାଙ୍କ ଉପାସକମାନେ ତାହାଙ୍କ ପ୍ରତି ନିଜର ପ୍ରେମ ଦେଖାଇ ପାରିବେ ? ଏହାର ଉତ୍ତର ଯୋହନ ଦିଅନ୍ତି: “ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାରସ୍ୱରୂପ ନୁହେଁ ।” (୧ ଯୋହନ ୫:୩; ୨ ଯୋହନ ୬) ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାକାରୀ ସେମାନେ ଏହା ନିଶ୍ଚିତ ଯେ ଈଶ୍ୱର ସେମାନଙ୍କୁ ସର୍ବଦା ପ୍ରେମ କରିବେ ଏବଂ ସେମାନଙ୍କୁ “ଅନନ୍ତ ଜୀବନ” ଦେବେ ।—ଯିହୂଦା ୨୧.

—ଏହା ଯାକୁବ; ୧ ପିତର; ୨ ପିତର; ୧ ଯୋହନ; ୨ ଯୋହନ; ୩ ଯୋହନ; ଏବଂ ଯିହୂଦା ଉପରେ ଆଧାରିତ ।

  • ଜଣେ ଖ୍ରୀଷ୍ଟିୟାନ କିପରି ନିଜ ବିଶ୍ୱାସ ଦେଖାଇ ପାରିବ ?

  • ଈଶ୍ୱର ତାହାଙ୍କ ଉପାସକଙ୍କର କିଭଳି ଚାଲିଚଳନକୁ ଆଶା କରିଥାନ୍ତି ?

  • ଜଣେ ବ୍ୟକ୍ତି କିପରି ଦେଖାଇବ ଯେ ସେ ପ୍ରକୃତରେ ଈଶ୍ୱରଙ୍କୁ ପ୍ରେମ କରେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ