ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୪-୫
‘ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ, କʼଣ କହିବ ତୁମ୍ଭକୁ ଶିଖାଇବା’
୪:୧୦-୧୫
ଯିହୋବାଙ୍କ ସାହାଯ୍ୟରେ ମୋଶା ନିଜ ଭୟକୁ ନିୟନ୍ତ୍ରଣ କରିପାରିଲେ । ଯିହୋବା ମୋଶାଙ୍କୁ ଯାହା କହିଲେ, ସେଥିରୁ ଆମେ କʼଣ ଶିଖୁ ?
ଆମେ ନିଜ ଦୁର୍ବଳତାଗୁଡ଼ିକ ବିଷୟରେ ସବୁବେଳେ ଚିନ୍ତା କରିବା ଉଚିତ୍ ନୁହେଁ
ଆମେ ଭରସା ରଖିପାରିବା ଯେ ନିଜ ଦାୟିତ୍ୱ ତୁଲାଇବା ପାଇଁ ଆମକୁ ଯାହାସବୁ ଆବଶ୍ୟକ, ତାହା ଯିହୋବା ଆମକୁ ଯୋଗାଇବେ
ଯଦି ଆମେ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା, ତେବେ ମଣିଷମାନଙ୍କୁ ଡରିବା ନାହିଁ
ସମସ୍ୟାଗୁଡ଼ିକ ସତ୍ତ୍ୱେ ପ୍ରଚାର ସେବା ଜାରି ରଖିବା ପାଇଁ ଯିହୋବା ମୋତେ କିପରି ସାହାଯ୍ୟ କରିଛନ୍ତି ?