ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୮-୯
ଅହଙ୍କାରୀ ଫାରୋ ଅଜାଣତରେ ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ କଲା
୮:୧୫, ୧୮, ୧୯; ୯:୧୫-୧୭
ମିଶର ଦେଶର ଫାରୋମାନେ ନିଜକୁ ଦେବତା ମାନୁଥିଲେ । ସେଥିପାଇଁ ମୋଶାଙ୍କ ସମୟର ଫାରୋ ଏତେ ଅହଙ୍କାରୀ ଥିଲା ଯେ ସେ ମୋଶା ଓ ହାରୋଣଙ୍କ କଥା ଆଦୌ ଶୁଣିଲା ନାହିଁ । ସେ ନିଜ ମନ୍ତ୍ରଜ୍ଞ ବା ଯାଦୁବିଦ୍ୟା କରୁଥିବା ପଣ୍ଡିତମାନଙ୍କ କଥା ମଧ୍ୟ ଶୁଣିଲା ନାହିଁ ।
ଆପଣଙ୍କ ବିଷୟରେ କʼଣ ? କʼଣ ଆପଣ ଅନ୍ୟମାନଙ୍କ ପରାମର୍ଶକୁ ମାନନ୍ତି ? ଯଦି ଆପଣଙ୍କୁ କେହି ଆପଣଙ୍କଠାରେ ସୁଧାର ଆଣିବା ପାଇଁ ପରାମର୍ଶ ଦିଅନ୍ତି, ତେବେ କʼଣ ଆପଣ ତାଙ୍କ ପ୍ରତି କୃତଜ୍ଞତା ଦେଖାନ୍ତି, ନା ଆପଣଙ୍କୁ ଲାଗେ ଯେ ଆପଣ ହିଁ ସବୁବେଳେ ଠିକ୍ ଅଟନ୍ତି ? ମନେ ରଖନ୍ତୁ, “ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ ।” (ହିତୋ ୧୬:୧୮) ତେଣୁ ଆମେ ଅହଙ୍କାର କରିବାଠାରୁ ଦୂରେଇ ରହିବା କେତେ ଜରୁରୀ !