ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୧୦-୧୧
ମୋଶା ଓ ହାରୋଣ ଅଦ୍ଭୁତ ସାହସ ଦେଖାଇଲେ
୧୦:୩-୬, ୨୪-୨୬, ୨୮; ୧୧:୪-୮
ମିଶର ଦେଶର ଫାରୋ ସେସମୟରେ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଶାସକ ଥିଲା । ତଥାପି ମୋଶା ଓ ହାରୋଣ ସାହସର ସହ ଓ ନିର୍ଭୟରେ ତାʼ ସହ କଥା ହେଲେ । ସେମାନେ ଏପରି କାହିଁକି କରିପାରିଲେ ? ମୋଶାଙ୍କ ବିଷୟରେ ବାଇବଲ କହେ, “ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିସର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ, ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ ।” (ଏବ୍ରୀ ୧୧:୨୭) ମୋଶା ଓ ହାରୋଣଙ୍କର ଯିହୋବାଙ୍କଠାରେ ଦୃଢ଼ ବିଶ୍ୱାସ ଥିଲା ଏବଂ ସେମାନେ ତାହାଙ୍କ ଉପରେ ନିର୍ଭର ରହିଲେ ।
କେଉଁ କେଉଁ ପରିସ୍ଥିତିରେ କୌଣସି ଅଧିକାରୀଙ୍କୁ ନିଜ ବିଶ୍ୱାସ ବିଷୟରେ କହିବା ପାଇଁ ଆପଣଙ୍କୁ ସାହସ ଦରକାର ହୁଏ ?