ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ନମ୍ର ହୁଅନ୍ତୁ—ନିଜର ପ୍ରଶଂସା କରନ୍ତୁ ନାହିଁ
ଯେତେବେଳେ ଆମେ ନିଜର ପ୍ରଶଂସା କରୁ ଓ ଅଯଥା ଗର୍ବ କରୁ, ଏହା ଦେଖାଏ ଯେ ଆମଠାରେ ଅହଙ୍କାର ଅଛି । ଏପରି କଲେ, ଆମ କଥା ଯେଉଁମାନେ ଶୁଣନ୍ତି ସେମାନଙ୍କୁ ମଧ୍ୟ ଉତ୍ସାହ ମିଳେ ନାହିଁ । ସେଥିପାଇଁ ବାଇବଲ କହେ, “ଅନ୍ୟ ଲୋକ ତୁମ୍ଭର ପ୍ରଶଂସା କରୁ, ମାତ୍ର ତୁମ୍ଭର ନିଜ ମୁଖ ତାହା ନ କରୁ ।”—ହିତୋ ୨୭:୨.
ଯିହୋବାଙ୍କ ମିତ୍ର ହୁଅ—ନମ୍ର ହୁଅ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଲୋକେ ସାଧାରଣତଃ କେଉଁ କେଉଁ କଥାକୁ ନେଇ ବୃଥା ଗର୍ବ କରନ୍ତି ?
ସୋନୁ ନିଜ ସାଙ୍ଗ ଆଗରେ କେଉଁ କଥାଗୁଡ଼ିକୁ ନେଇ ବୃଥା ଗର୍ବ କରୁଥିଲା ?
ସୋନୁର ବାପା ତାକୁ କିପରି ବୁଝାଇଲେ ଯେ ଅହଙ୍କାର କରିବା ଭୁଲ୍ ଅଟେ ?
ପ୍ରଥମ ପିତର ୫:୫ ପଦରେ ନମ୍ର ହେବାର କେଉଁ କାରଣ ଦିଆଯାଇଛି ?