ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯୁଗାନ୍ତ ଆସିବା ପର୍ଯ୍ୟନ୍ତ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ
ଏହା କାହିଁକି ଜରୁରୀ: ଖୁବ୍ ଶୀଘ୍ର ଏପରି ଘଟଣାସବୁ ଘଟିବ, ଯେତେବେଳେ ଆମକୁ ଆଗ ଅପେକ୍ଷା କାହିଁ ଅଧିକ ଯିହୋବାଙ୍କ ଉପରେ ଭରସା ରଖିବାକୁ ହେବ ଏବଂ ସାହସ ଦେଖାଇବାକୁ ହେବ । ମିଥ୍ୟା ଧର୍ମଗୁଡ଼ିକର ବିନାଶରୁ ମହାକ୍ଳେଶ ଆରମ୍ଭ ହୋଇଯିବ । (ମାଥି ୨୪:୨୧; ପ୍ରକା ୧୭:୧୬, ୧୭) ଚାରିଆଡ଼େ ଆତଙ୍କ ଖେଳିଯାଇଥିବ । କିନ୍ତୁ ଆମେ ହୁଏତ ଲୋକମାନଙ୍କୁ ନ୍ୟାୟର ଶକ୍ତ ବାର୍ତ୍ତା ଶୁଣାଇବା । (ପ୍ରକା ୧୬:୨୧) ତାʼପରେ ଆମ ଉପରେ ମାଗୋଗ୍ ଦେଶର ଗୋଗ୍ ଆକ୍ରମଣ କରିବ । (ଯିହି ୩୮:୧୦-୧୨, ୧୪-୧୬) ଏଥିରେ “ସର୍ବଶକ୍ତିମାନ ଈଶ୍ୱରଙ୍କ ମହାଦିନର ଯୁଦ୍ଧ” ଆରମ୍ଭ ହୋଇଯିବ । (ପ୍ରକା ୧୬:୧୪, ୧୬) ଯଦି ଆମେ ଆଜି ପରୀକ୍ଷାଗୁଡ଼ିକ ସମୟରେ ଯିହୋବାଙ୍କ ବିଶ୍ୱସ୍ତ ରହିବା, ତେବେଯାଇ ଭବିଷ୍ୟତରେ ହେବାକୁ ଯାଉଥିବା ଏହି ଘଟଣାଗୁଡ଼ିକର ଆମେ ସାହସର ସହ ସାମନା କରିବା ।
ଏହା କିପରି କରିପାରିବା:
ଯିହୋବାଙ୍କ ଉଚ୍ଚ ନୈତିକ ମାନଦଣ୍ଡଗୁଡ଼ିକ ଅନୁଯାୟୀ ଜୀବନଯାପନ କରନ୍ତୁ, ସେଗୁଡ଼ିକୁ କେବେ ମଧ୍ୟ ପରିତ୍ୟାଗ କରନ୍ତୁ ନାହିଁ ।—ଯିଶା ୫:୨୦
ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କ ସହ ଯିହୋବାଙ୍କ ଉପାସନା କରିବା ଜାରି ରଖନ୍ତୁ ।—ଏବ୍ରୀ ୧୦:୨୪, ୨୫
ଯିହୋବାଙ୍କ ସଂଗଠନରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକ ତୁରନ୍ତ ପାଳନ କରନ୍ତୁ ।—ଏବ୍ରୀ ୧୩:୧୭
ଅତୀତରେ ଯିହୋବା ନିଜ ଲୋକମାନଙ୍କୁ ଯେପରି ଭାବେ ଉଦ୍ଧାର କଲେ, ତାʼ ଉପରେ ଚିନ୍ତନ କରନ୍ତୁ ।—୨ପିତ ୨:୯
ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ତାହାଙ୍କଠାରେ ଭରସା ରଖନ୍ତୁ ।—ଗୀତ ୧୧୨:୭, ୮
ଭବିଷ୍ୟତର ଘଟଣା ଯେତେବେଳେ ସାହସ ଆବଶ୍ୟକ ହେବ—ଉଦ୍ଧୃତାଂଶ ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଯେତେବେଳେ ମଣ୍ଡଳୀର ପ୍ରଚାରକମାନଙ୍କୁ ଅନ୍ୟ ମଣ୍ଡଳୀକୁ ଯିବା ପାଇଁ କୁହାଗଲା, କିଛି ଲୋକଙ୍କ ପାଇଁ କʼଣ କରିବା କଠିନ ଥିଲା ?
ଆଜ୍ଞା ପାଳନ କଲେ କିପରି ଆମର ସାହସ ବଢ଼େ ?
ହର୍ମିଗିଦ୍ଦୋନ୍ ସମୟରେ ଆମକୁ କାହିଁକି ସାହସ ଦେଖାଇବାକୁ ହେବ ?
ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣାଗୁଡ଼ିକ ପାଇଁ ନିଜକୁ ବର୍ତ୍ତମାନଠାରୁ ପ୍ରସ୍ତୁତ କରନ୍ତୁ
ବାଇବଲର କେଉଁ ଘଟଣାରୁ ଆମର ବିଶ୍ୱାସ ମଜବୁତ୍ ହୁଏ ଯେ ଯିହୋବା ଆମକୁ ଉଦ୍ଧାର କରିବେ ?—୨ବଂଶା ୨୦:୧-୨୪