ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୧୭-୧୮
ନମ୍ର ଭାଇମାନେ ଅନ୍ୟମାନଙ୍କୁ ଶିଖାନ୍ତି ଓ ଦାୟିତ୍ୱ ଦିଅନ୍ତି
୧୮:୧୭, ୧୮, ୨୧, ୨୨, ୨୪, ୨୫
ଅନୁଭବୀ ଭାଇମାନେ ଜାଣନ୍ତି ଯେ ସେମାନେ ସବୁ କାମ ନିଜେ କରିପାରିବେ ନାହିଁ, ତେଣୁ ସେମାନେ ଯୁବା ଭାଇମାନଙ୍କୁ ମଣ୍ଡଳୀର କାମଗୁଡ଼ିକ ଶିଖାନ୍ତି ଏବଂ ଦାୟିତ୍ୱ ଦିଅନ୍ତି । ଏହା ସେମାନେ ପ୍ରେମ ଓ ବୁଦ୍ଧିର ସହ କରନ୍ତି । କିପରି ?
ଏପରି ଭାଇଙ୍କୁ ନିଯୁକ୍ତ କରନ୍ତି, ଯିଏ ଦାୟିତ୍ୱ ତୁଲାଇପାରିବେ
କୌଣସି କାମ ଦେବା ସମୟରେ ସ୍ପଷ୍ଟ ଭାବେ କହନ୍ତି ଯେ ତାଙ୍କୁ କʼଣ କରିବାକୁ ହେବ
କାମକୁ କରିବା ପାଇଁ ଉପକରଣ, ପଇସା କିମ୍ବା ଆଉ କିଛି ପ୍ରକାରର ସାହାଯ୍ୟ ଦରକାର ହେଲେ ତାଙ୍କୁ ଦିଅନ୍ତି
ସମୟ ସମୟରେ ପଚାରନ୍ତି ଯେ କାମ କେମିତି ଚାଲିଛି ଏବଂ ତାଙ୍କୁ କହନ୍ତି ଯେ ସେ ଏ କାମକୁ ନିଶ୍ଚୟ କରିପାରିବେ ବୋଲି ସେମାନେ ପୂରା ଭରସା କରନ୍ତି
ନିଜକୁ ପଚାରନ୍ତୁ, ‘ମୁଁ ଅନ୍ୟମାନଙ୍କୁ କେଉଁ କେଉଁ ଦାୟିତ୍ୱ ଦେଇପାରିବି ?’