ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୧୭-୧୮
ପ୍ରେରିତ ପାଉଲଙ୍କ ଭଳି ପ୍ରଚାର କରନ୍ତୁ ଏବଂ ଶିଖାନ୍ତୁ
୧୭:୨, ୩, ୧୭, ୨୨, ୨୩
ଆମେ ପାଉଲଙ୍କୁ କିପରି ଅନୁକରଣ କରିପାରିବା?
ଆମେ ଲୋକଙ୍କୁ ଶାସ୍ତ୍ରପଦ ଦେଖାଇ ସେମାନଙ୍କ ସହ ତର୍କ କରିପାରିବା ଏବଂ ସେମାନଙ୍କ ଆବଶ୍ୟକତା ମୁତାବକ ପ୍ରମାଣ ଦେଇପାରିବା
ଯେଉଁଠାରେ ଲୋକେ ଥାʼନ୍ତି, ସେଠାରେ ଏବଂ ଯେଉଁ ସମୟରେ ସେମାନେ ଥାʼନ୍ତି, ସେତେବେଳେ ଆମେ ପ୍ରଚାର କରିପାରିବା
ଅନ୍ୟମାନେ ଯେତେବେଳେ ନିଜ ମତାମତ ଆମକୁ କୁହନ୍ତି, ଆମେ ସେମାନଙ୍କୁ ଧନ୍ୟବାଦ ଜଣାଇପାରିବା ଏବଂ ଏପରି ବିଷୟ ଉପରେ କଥା ହୋଇପାରିବା, ଯେଉଁଥିରେ ସେମାନେ ଆମ ସହିତ ସହମତ ହୋଇଥାʼନ୍ତି