ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ସେପ୍ଟେମ୍ବର ପୃଷ୍ଠା ୭
  • କʼଣ ଆପଣ ନିଜ ସମୟ ଓ ସାମର୍ଥ୍ୟ ଦେଇପାରିବେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ନିଜ ସମୟ ଓ ସାମର୍ଥ୍ୟ ଦେଇପାରିବେ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ସଂଗଠନର ନିର୍ମାଣ କାମରେ ଭାଗ ନିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ସେପ୍ଟେମ୍ବର ପୃଷ୍ଠା ୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କʼଣ ଆପଣ ନିଜ ସମୟ ଓ ସାମର୍ଥ୍ୟ ଦେଇପାରିବେ ?

ଜଣେ ଭାଇ ନିର୍ମାଣ ଜେକ୍‌ଟରେ ପାଇପ କାଟୁଥିବା ସମୟରେ ହସୁଛନ୍ତି ।

ଆଜି ଯିହୋବାଙ୍କ ସଂଗଠନରେ ଆଗ ଅପେକ୍ଷା କାହିଁ କେତେ ଅଧିକ ବୃଦ୍ଧି ଦେଖିବାକୁ ମିଳୁଛି, ଠିକ୍‌ ଯେପରି ଯିଶାଇୟ ଭବିଷ୍ୟତବାଣୀ କରିଥିଲେ । (ଯିଶା ୫୪:୨) ତେଣୁ ଆହୁରି ରାଜ୍ୟଘର, ସମ୍ମିଳନୀ ଭବନ ଓ ଶାଖା କାର୍ଯ୍ୟାଳୟଗୁଡ଼ିକର ନିର୍ମାଣ କରିବାର ଆବଶ୍ୟକତା ରହିଛି । ନିର୍ମାଣ ପରେ ମଝି ମଝିରେ ଏଗୁଡ଼ିକର ରକ୍ଷଣାବେକ୍ଷଣ ଓ ମରାମତି କରିବାକୁ ହୁଏ । ଆପଣ କିପରି ଭାବେ ଏହି କାମଗୁଡ଼ିକରେ ସହଯୋଗ କରିପାରିବେ ?

  • ଯେତେବେଳେ ଆପଣଙ୍କ ପ୍ରଚାର ସମୂହର ରାଜ୍ୟଘର ସଫାସୁତୁରା କରିବାର ପାଳି ଆସେ, ସେତେବେଳେ ଆପଣ ସେଥିରେ ଭାଗ ନେଇପାରିବେ

  • ଆପଣ ପ୍ରାଚୀନମାନଙ୍କୁ ଜଣାଇପାରିବେ ଯେ ଆପଣ ରାଜ୍ୟଘରର ରକ୍ଷଣାବେକ୍ଷଣର ତାଲିମ ନେବାକୁ ଚାହାନ୍ତି

  • ଆପଣ ସ୍ଥାନୀୟ ଯୋଜନା ଓ ନିର୍ମାଣ କାମର ଫର୍ମ (DC-50) ଭରିପାରିବେ । ଏପରି କରି ଆପଣ ସମୟ ସମୟରେ ଆପଣଙ୍କ ଅଞ୍ଚଳରେ ହେଉଥିବା ନିର୍ମାଣ କାମରେ ସହଯୋଗ କରିପାରିବେ

  • ଆପଣ ସ୍ୱେଚ୍ଛାସେବା କାର୍ଯ୍ୟକ୍ରମର ଫର୍ମ (A-19) ଭରିପାରିବେ । ଏପରି କରି ଆପଣ ଗୋଟିଏ ସପ୍ତାହ କିମ୍ବା ତାʼଠାରୁ ଅଧିକ ସମୟ ପାଇଁ ଶାଖା କାର୍ଯ୍ୟାଳୟରେ କାମ କରିପାରିବେ

ଏକ ନୂଆ ପ୍ରୋଜେକ୍ଟର ପ୍ରସ୍ତୁତି ପାଇଁ ଆଗକୁ ଆସନ୍ତୁ—ଉଦ୍ଧୃତାଂଶ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ୨୦୧୪ ମସିହାରୁ ସଂଗଠନ କିପରି ଭାବେ ଭିଡିଓଗୁଡ଼ିକର ଅଧିକ ବ୍ୟବହାର କରୁଛି ?

  • ଆଜି ସଂଗଠନ ଆଗ ଅପେକ୍ଷା ଅଧିକ ଭିଡିଓଗୁଡ଼ିକ ପ୍ରସ୍ତୁତ କରୁଛି । ଏହାକୁ ଦୃଷ୍ଟିରେ ରଖି କେଉଁ ପ୍ରୋଜେକ୍ଟର ପ୍ରସ୍ତୁତି ଚାଲିଛି ଏବଂ ଏହାର ନିର୍ମାଣ କେବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହେବ ?

  • ସ୍ୱେଚ୍ଛାସେବକମାନେ ଏହି ପ୍ରୋଜେକ୍ଟରେ କିପରି ସହଯୋଗ କରିପାରିବେ ?

  • ଯଦି ଆପଣ ଆମେରିକା ଶାଖା କାର୍ଯ୍ୟାଳୟର ଅଧୀନରେ ଥିବା ଅଞ୍ଚଳରେ ରହନ୍ତି ଏବଂ ରାମାପୋ ପ୍ରୋଜେକ୍ଟରେ ସହଯୋଗ କରିବାକୁ ଚାହାନ୍ତି, ତେବେ (DC-50) ଫର୍ମ କାହିଁକି ଭରିବା ଉଚିତ୍‌ ଏବଂ ଆପଣଙ୍କ ଅଞ୍ଚଳରେ ହେଉଥିବା ନିର୍ମାଣ କାମରେ କାହିଁକି ସହଯୋଗ କରିବା ଉଚିତ୍‌ ?

  • ଏହାର କʼଣ ପ୍ରମାଣ ରହିଛି ଯେ ଯିହୋବା ଏହି ପ୍ରୋଜେକ୍ଟରେ ମାର୍ଗଦର୍ଶନ ଦେଉଛନ୍ତି ?

  • ଯଦି ଆପଣ ଏହି ପ୍ରୋଜେକ୍ଟର ନିର୍ମାଣ କାମରେ ଭାଗ ନେଇପାରିବେ ନାହିଁ, ତଥାପି ଏଥିରେ କିପରି ସହଯୋଗ କରିପାରିବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ