ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯୁବକଯୁବତୀମାନେ, କʼଣ ଯିହୋବା ଆପଣଙ୍କ ସବୁଠାରୁ ଭଲ ମିତ୍ର ?
ଆପଣ କିପରି ବ୍ୟକ୍ତି ସହ ମିତ୍ରତା କରିବାକୁ ପସନ୍ଦ କରନ୍ତି ? ହୁଏତ ଏପରି ବ୍ୟକ୍ତି ସହ ଯିଏ ସବୁବେଳେ ଆପଣଙ୍କ ବିଶ୍ୱସ୍ତ ରହୁଥିବ, କିଛି ଜିନିଷ ଦେବାରେ ସଂକୋଚ କରୁ ନ ଥିବ ଏବଂ ଯିଏ ଆପଣଙ୍କୁ ଭଲ ବ୍ୟବହାର ଦେଖାଉଥିବ । ଯିହୋବା ଠିକ୍ ସେହିପରି ଅଟନ୍ତି । (ଯାତ୍ରା ୩୪:୬; ପ୍ରେରି ୧୪:୧୭) ଯେତେବେଳେ ଆପଣ ତାହାଙ୍କୁ ପ୍ରାର୍ଥନା କରନ୍ତି, ସେ ଆପଣଙ୍କ କଥା ଶୁଣନ୍ତି । ଯେତେବେଳେ ଆପଣଙ୍କୁ ସାହାଯ୍ୟ ଦରକାର ହୁଏ, ସେ ଆପଣଙ୍କ ହାତ ଧରି ସାହାଯ୍ୟ କରନ୍ତି । (ଗୀତ ୧୮:୧୯, ୩୫) ଯଦି ଆପଣଙ୍କ ଦ୍ୱାରା କୌଣସି ଭୁଲ ହୋଇଯାଏ, ତେବେ ସେ ଆପଣଙ୍କୁ କ୍ଷମା କରିଦିଅନ୍ତି । (୧ଯୋହ ୧:୯) ସତରେ, ଯିହୋବାଙ୍କ ଭଳି ମିତ୍ର ଆଉ କେହି ହୋଇପାରିବ ନାହିଁ !
ଯିହୋବାଙ୍କ ମିତ୍ର ହେବା ପାଇଁ ଆପଣ କʼଣ କରିପାରିବେ ? ବାଇବଲ ପଢ଼ି ତାହାଙ୍କ ବିଷୟରେ ଜାଣନ୍ତୁ । ତାହାଙ୍କୁ ନିଜ ହୃଦୟର ପ୍ରତ୍ୟେକ କଥା କୁହନ୍ତୁ । (ଗୀତ ୬୨:୮; ୧୪୨:୨) ଯେଉଁ ବିଷୟଗୁଡ଼ିକ ଯିହୋବାଙ୍କ ପାଇଁ ମହତ୍ତ୍ୱ ରଖେ, ଆପଣ ମଧ୍ୟ ସେଗୁଡ଼ିକୁ ମହତ୍ତ୍ୱ ଦିଅନ୍ତୁ, ଯେପରି— ତାହାଙ୍କ ପୁତ୍ର, ତାହାଙ୍କ ରାଜ୍ୟ ଓ ଭବିଷ୍ୟତ ପାଇଁ ତାହାଙ୍କ ପ୍ରତିଜ୍ଞାଗୁଡ଼ିକ । ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ କୁହନ୍ତୁ । (ଦ୍ୱିବି ୩୨:୩) ଯଦି ଆପଣ ଯିହୋବାଙ୍କ ସହ ଘନିଷ୍ଠ ମିତ୍ରତା କରିବେ, ତେବେ ସେ ଚିରଦିନ ପାଇଁ ଆପଣଙ୍କ ମିତ୍ର ହୋଇ ରହିବେ !—ଗୀତ ୭୩:୨୫, ୨୬, ୨୮.
ଯୁବକଯୁବତୀମାନେ, ‘ଯିହୋବା ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ’ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ସମର୍ପଣ କରିବା ଓ ବାପ୍ତିସ୍ମ ନେବା ପାଇଁ ଆପଣଙ୍କୁ କʼଣ କରିବାକୁ ହେବ ?
ମଣ୍ଡଳୀର ଭାଇଭଉଣୀମାନଙ୍କ ସାହାଯ୍ୟରେ ଆପଣ ଯିହୋବାଙ୍କ ସେବା କିପରି ଭଲ ଭାବେ କରିପାରିବେ ?
ପ୍ରଚାର କରିବା ଦ୍ୱାରା ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ କିପରି ମଜବୁତ୍ ହେବ ?
ଯିହୋବାଙ୍କ ସହ ଆପଣଙ୍କ ମିତ୍ରତା ଚିରଦିନ ପାଇଁ ରହିବ !
ଆପଣ କେଉଁ କେଉଁ ଉପାୟରେ ଯିହୋବାଙ୍କ ସେବା କରିପାରିବେ ?
ଆପଣଙ୍କୁ ଯିହୋବାଙ୍କ କେଉଁ କଥା ଭଲ ଲାଗେ ?