ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲେବୀ ପୁସ୍ତକ ୧୬-୧୭
ପ୍ରାୟଶ୍ଚିତ୍ତ ଦିନରୁ ଆମେ କʼଣ ଶିଖୁ ?
୧୬:୧୨-୧୫
ପ୍ରାୟଶ୍ଚିତ୍ତ ଦିନରେ ଚଢ଼ାଯାଉଥିବା ଧୂପରୁ ଆମେ କʼଣ ଶିଖୁ ?
ଯିହୋବାଙ୍କ ବିଶ୍ୱସ୍ତ ସେବକମାନଙ୍କ ପ୍ରାର୍ଥନା ସୁଗନ୍ଧି ଧୂପ ଭଳି ହୋଇଥାଏ । (ଗୀତ ୧୪୧:୨) ଯେତେବେଳେ ମହାଯାଜକ ଯିହୋବାଙ୍କ ସାମନାରେ ଧୂପ ନେଇ ଯାଉଥିଲେ, ସେତେବେଳେ ସେ ପୂରା ଶ୍ରଦ୍ଧାର ସହ ଏପରି କରୁଥିଲେ । ଆମେ ମଧ୍ୟ ଯେତେବେଳେ ଯିହୋବାଙ୍କୁ ପ୍ରାର୍ଥନା କରିବା ପାଇଁ ତାହାଙ୍କ ସାମନାକୁ ଯାଉ, ସେତେବେଳେ ଆମେ ପୂରା ଶ୍ରଦ୍ଧା ଓ ଗଭୀର ଆଦରର ସହ ଏପରି କରିବା ଉଚିତ୍ ।
ମହାଯାଜକଙ୍କୁ ବଳିଦାନ ପୂର୍ବରୁ ଧୂପ ଜଳାଇବାକୁ ହେଉଥିଲା । ତେବେଯାଇ ଯିହୋବା ତାଙ୍କ ବଳିକୁ ସ୍ୱୀକାର କରନ୍ତେ । ଠିକ୍ ସେହିପରି, ଯୀଶୁଙ୍କୁ ନିଜ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଯିହୋବାଙ୍କ ବିଶ୍ୱସ୍ତ ରହିବାର ଥିଲା ଏବଂ ତାହାଙ୍କ ପ୍ରତ୍ୟେକ ଆଜ୍ଞା ପାଳନ କରିବାର ଥିଲା । ତେବେଯାଇ ଯିହୋବା ତାହାଙ୍କ ବଳିଦାନକୁ ସ୍ୱୀକାର କରନ୍ତେ ।
ଯଦି ମୁଁ ଚାହେଁ ଯେ ଯିହୋବା ମୋର ସେବା ସ୍ୱୀକାର କରନ୍ତୁ, ତେବେ ମୋତେ କʼଣ କରିବାକୁ ହେବ ?